• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

capital
ରାଜଧାନୀରେ ବଢିବ କରୋନା ଟେଷ୍ଟିଂ, ବସ୍ତି ପାଇଁ ସ୍ପେଶାଲ ଷ୍ଟ୍ରାଟେଜି

ଭୁବନେଶ୍ୱର: ରାଜଧାନୀରେ ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ଆଉ ୧୫ଶହ କୋଭିଡ୍ ବେଡ୍ ବଢିବ। ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛୁ, ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍ ଅଛନ୍ତି, ନିରନ୍ତର କାମ କରୁଛନ୍ତି। ବସ୍ତି […]

bhabanipatna
୧୦ ପୋଲିସ କରୋନା ପଜିଟିଭ; ଭବାନୀପାଟଣା ସଟ୍‌ଡାଉନ୍

କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ସହର ସଟ୍‌ଡାଉନ୍ ହୋଇଛି। ସହରରେ କରୋନା ପଜିଟିଭ୍ ସଂଖ୍ୟା ବଢିଚାଲିଥିବାରୁ ଭବାନୀଟପାଟଣାକୁ ଦୁଇ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରରେ ୧୦ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଭବାନୀଟପାଟଣାରେ ରିଜର୍ଭ ପୋଲିସର ୫ ଜଣ, ଟାଉନଥାନାରୁ ୩, ସଦର ଥାନାରୁ ଜଣେ ଏବଂ ଆଇଆରବି ବାଟାଲିୟନରୁ ଜଣେ ଏହିପରି ମୋଟ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୦ଙ୍କୁ ମିଶାଇ […]

police
ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସ୍‌କୁ ନିସ୍ତୁକ ମାଡ଼

ଖୋର୍ଦ୍ଧା: ରାସ୍ତାରେ ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସକୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜଣେ ପୋଲିସଙ୍କୁ ଲୋକେ ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଗାଡ଼ି ଅଟକାଇ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଲୋକେ। ଗତକାଲି ରାତିରେ ପୋଲିସ ଭ୍ୟାନର କର୍ମଚାରୀ ତୋଟାପଡ଼ା ଛକରେ ଗାଡ଼ି ଅଟକାଇ ଟଙ୍କା ମାଗୁଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ପରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ଉତ୍‌କ୍ଷିପ୍ତ ଲୋକେ […]

corrona
ଭୁବନେଶ୍ୱରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି କେଉଁଠି?

ଭୁବନେଶ୍ୱର: ଏବେବି ବିପଦମୁକ୍ତ ରହିଛି ବସ୍ତି ଅଞ୍ଚଳ। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ […]

tahasildar
କରୋନା ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ କାନ୍ଦି ପକାଇଲେ ତହସିଲଦାର

ଗଜପତି: ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁକରୁ କାନ୍ଦି ପକାଇଲେ ତହସିଲଦାର। ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସେ କୋହଭରା କଣ୍ଠରେ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ମୋହନାରେ ୩ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ଲକ୍ ମୁଖ୍ୟାଳୟକୁ ୪ ଦିନ […]

railway
ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା

ନୂଆଦିଲ୍ଲୀ: ରେଲ୍‌ୱେ ଆରମ୍ଭ କଲା କଣ୍ଟାକ୍ଟ ଲେସ୍‌ ଟିକେଟିଂ ବ୍ୟବସ୍ଥା। ଏଣିକି ସିଧା QR କୋଡ୍ ସ୍କାନ୍ କରି ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ। ଚେକିଂ କାଉଣ୍ଟର ଦେଇ ପ୍ରବେଶ କରିବା ସମୟରେ ଏହି କୋଡ୍‌କୁ ସ୍କାନ୍ କରିବାକୁ ପଡ଼ିବ। ଏହାଦ୍ୱାରା ରେଲ୍‌ୱେ ଡାଟାବେଶ୍‌ରେ ଥିବା ସୂଚନା ଆପେ ଆପେ ଡିସ୍‌ପ୍ଲେ ସ୍କିନ୍‌କୁ ଆସିଯିବ। ଟିଟି ହାତରେ ଧରିଥିବା ମେସିନ୍‌ରେ ମଧ୍ୟ ଏହି ତଥ୍ୟ ଆସିଯିବ। ଯାତ୍ରୀଙ୍କ ବର୍ଥ ଓ ଅନ୍ୟାନ୍ୟ ସୂଚନା ଏଥିରେ ଉପଲବ୍ଧ ହେବ। ପ୍ରଥମେ […]

ambulance
କରୋନାରେ ମୃତ୍ୟୁ ପରେ ଶବକୁ ମିଳିବ ସମ୍ମାନ

ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ  ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି।  ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଗାଇଡାଲାଇନ୍ ଅନୁସାରେ […]

kovid
ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୫,୯୨୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୩୨, […]

kamal-naath
ଶିବରାଜଙ୍କୁ କମଲଙ୍କ କଟାକ୍ଷ; ଥଟା କଲ ବୋଲି ହେଲା କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲ ନାଥ। ସେ କହିଛନ୍ତି, ଶିବରାଜଙ୍କୁ  କରୋନା ହୋଇଥିବା ଖବର ଶୁଣି ଦୁଃଖ ଲାଗିଲା। କିନ୍ତୁ ଯଦି ସେ ମହାମାରୀ ବିଷୟରେ ଥଟା ନ କରି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ, ତେବେ ଆଜି ଏହି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କମଲ ନାଥ ଟ୍ୱିଟ୍ କରିଛନ୍ତି। ଏ ନେଇ ଗୋଟିଏ ପରେ ଗୋଟିଏ […]

accused
ପ୍ରେମିକାକୁ ହତ୍ୟା କରି ପୋଖରୀ ବନ୍ଧରେ ପୋତିଦେଲା ପ୍ରେମିକ

ବ୍ରହ୍ମଗିରି: ନାଟକୀୟ ଢଙ୍ଗରେ ପ୍ରେମିକାଙ୍କୁ ହତ୍ୟା। ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ହତ୍ୟା ପରେ ପୋଖରୀ ହୁଡ଼ାରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ। ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍। ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଗତ ୧୮ ତାରିଖରୁ ସଂପୃକ୍ତ ଯୁବକଙ୍କ ସହ କେଉଁ ଆଡ଼େ ଚାଲି ଯାଇଥିବା ପୀଡ଼ିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ଯୁବକ ଜଣକ ଗାଁରେ […]

hllama
କରୋନାରୁ ସୁସ୍ଥ ହେଲେ ଶତାୟୁ ମହିଳା; କହିଲେ କରୋନା ଏକ ସାଧାରଣ ସର୍ଦ୍ଦି

ବେଙ୍ଗାଲୁରୁ: କରୋନା ଏକ ସାଧାରଣ ସର୍ଦ୍ଦି। କୋଭିଡ-୧୯ ମହାମାରୀରୁ ସୁସ୍ଥ ହେବା ପରେ ଏଭଳି କହିଛନ୍ତି କର୍ଣ୍ଣାଟକର ଜଣେ ଶତାୟୁ ବୃଦ୍ଧା ହଲ୍ଲମ୍ମା। କର୍ଣ୍ଣାଟକର ବେଲାରୀର ଅଞ୍ଚଳର ହୁବିନା ହାଦଗଳିର ବାସିନ୍ଦା ହେଉଛନ୍ତି  ୧୦୦ ବର୍ଷୀୟା ବୃଦ୍ଧା ମହିଳା ହାଲ୍ଲମ୍ମା। ଜୁଲାଇ ୧୬ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଏହି ଶତାୟୁ ମହିଳା। ତେବେ ଡାକ୍ତରଖାନାରେ […]

coronna
ଓଡ଼ିଶାରେ ପ୍ରୟୋଗ ହେଉଛି କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର

ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ଦୈନିକ ବହୁ ଅମୂଲ୍ୟ ଜୀବନ ନେଉଥିବା କୋଭିଡ୍ ଦାନବର ପ୍ରତିରୋଧ ପାଇଁ ସବୁଠୁ ବଡ଼ ଢାଲ। ଗଲା କିଛି ଦିନ ଭିତରେ ରାଜ୍ୟରେ ୧୩ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂପୂର୍ଣ ସୁସ୍ଥ ଓ ଅନ୍ୟମାନଙ୍କୁ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେବା ପରେ ଏବେ ଈଶ୍ୱରଙ୍କ ବରଦାନ ସଦୃଶ ପାଲଟିଛି ପ୍ଲାଜମା ଥେରାପି। ଏବେ ଓଡ଼ିଶାରେ କରୋନା ଦୈନିକ ହାରାହାରି ୫-୬ଟି ଏପରିକି ଗତ ୨୪ […]

rajsthan
ରାଜସ୍ଥାନ ରାଜନୀତି; ବିଧାୟକଙ୍କୁ ନୋଟିସ୍ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ଜୟପୁର: ସାମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛି ରାଜସ୍ଥାନ ରାଜନୀତି। ରାଜ୍ୟରେ ଚାଲିଥିବା ପଲିଟିକାଲ ଡ୍ରାମା ଏବେ ଅଦାଲତରୁ ଯାଇ ରାଜଭବନରେ କେନ୍ଦ୍ରୀଭୂତ ହୋଇଛି। କୋର୍ଟରୁ ଝଟକା ଖାଇ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟପାଳ କିନ୍ତୁ ଅନୁମତି ଦେଉନଥିବା ଅଭିଯୋଗ କରିଛି କଂଗ୍ରେସ। ଏପଟେ ବିଧାୟକମାନେ ଡେରା ପକାଇଥିବା ହୋଟେଲ ଫେୟାରମଣ୍ଟରେ ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ […]

dhumaketu
ଓଟିଭି କ୍ୟାମେରାରେ କଏଦ ହେଲା ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର: ଓଟିଭି କ୍ୟାମେରାରେ କଏଦ ହୋଇଛି ପ୍ରଥମ ଶତାବ୍ଦୀର ପ୍ରଥମ ଧୂମକେତୁ। ଭୁବନେଶ୍ୱର ଆକାଶରୁ ଆଜି ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ। ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ଶତାବ୍ଦୀର ଏହି ପ୍ରଥମ ଧୂମକେତୁ ଆସନ୍ତା ୩୦ ତାରିଖ ଯାଏଁ ଦୃଶ୍ୟମାନ ହେବ। ଏହି ଧୂମକେତୁଟି ୧୪ ତାରିଖରୁ ମହାକାଶରେ […]

corona
ଗଞ୍ଜାମରେ କରୋନା ସ୍ଥିତି ସାଂଘାତିକ: ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ଭଞ୍ଜନଗର: ଗଞ୍ଜାମରେ କରୋନା ସ୍ଥିତି ସାଂଘାତିକ। ପ୍ରତ୍ୟେକ ଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ତେବେ ଗଞ୍ଜାମରେ ଆଉ ଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି। ଗତ ୨୨ ତାରିଖରେ ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ସରାବାଡ଼ି ଗାଁର ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ କୋଭିଡ୍‌ କେୟାର୍‌ ହୋମ୍‌ରେ […]

pm modi
ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମନ୍ କି ବାତ୍‌ର‌ ୬୭ ତମ ସଂସ୍କରଣ। ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ଉପରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ଆସନ୍ତା ମାସରେ ଅନ୍‌ଲକ୍ ୩ ଆରମ୍ଭ ହେଉଥିବାରୁ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି। ମନ୍ କି ବାତ୍‌ର […]

ar rahman
ସୋନୁ ନିଗମଙ୍କ ପରେ ବଲିଉଡ୍‌‌ ଇଣ୍ଡଷ୍ଟ୍ରିକୁ ନେଇ ଆଉ ଏକ ଖୁଲାସା କଲେ ଏଆର୍‌ ରହମାନ୍‌

  AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡ୍‌ରେ କାହିଁକି ତାଙ୍କ୍‌ କମ୍‌ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍‌ ଏଆର୍‌ ରହମାନ୍‌। ସେ କହିଛନ୍ତି, ଏକ […]

ହଠାତ୍‌ ରାତି ଅଧରେ ଶୁଭିଲା ବିସ୍ଫୋରଣ ଶବ୍ଦ

କୋଣାର୍କ: କୋଣାର୍କ ଏନ୍‌ଏସି ଅନ୍ତର୍ଗତ ରୁଦ୍ରାଣୀ କଲୋନୀ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ଦୁଇଟି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ସଂଗଠନ ସଭାନେତ୍ରୀ ମିନର୍ଭା ରାଉତଙ୍କ ଘର ନିକଟରେ ଥିବା କାଜୁ ଜଙ୍ଗଲରୁ ଏହି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ତାଙ୍କୁ ଭୟଭୀତ କରାଇବା ପାଇଁ ତାଙ୍କ ବିରୋଧୀ ଏହି ବୋମାମାଡ଼ କରିଥିବା ମିନର୍ଭା ଅଭିଯୋଗ […]

bjp
ଦିନକୁ ୫ଥର ହନୁମାନ ଚାଳିଶା ପଢ଼ିଲେ କରୋନା ଛାଡ଼ି ପଳାଇବ: ପ୍ରଜ୍ଞା ଠାକୁର

ଭୋପାଳ: ଅଗଷ୍ଟ ୫ ତାରିଖ ଯାଏ ଯଦି ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ାଯାଏ ତେବେ କରୋନା ଭାଇରସ ଛାଡ଼ି ପଳାଇବ। ଗତ ଶନିବାର ଏପରି କହିଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ତେଣୁ ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଜ୍ଞା। ଏନେଇ ସେ ଟ୍ୱିଟ୍ କରି […]

corona
ଓଡ଼ିଶାରେ ୧,୩୭୬ ନୂଆ କରୋନା ପଜିଟିଭ୍‌‌ ଚିହ୍ନଟ, ୨୫ ହଜାର ପାର୍‌ କଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୧,୩୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୩୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୫୯  ରହିଛି। ଗଞ୍ଜାମରୁ ସର୍ବାଧିକ ୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

ଓଡ଼ିଶାରେ ପୁଣି ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଆଜି କେବଳ ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭୯ରେ […]

china
ଲଦାଖ ଅଂଚଳରେ ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ: ଶେଷରେ ଚୀନ୍‌ର ଗଉଁ ଭାଙ୍ଗିଛି। ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖ ଅଂଚଳରେ ପଛକୁ ହଟିଛି ଚିନ ସେନା । ଭାରତ ମଧ୍ୟ ତାର ସେନା ହଟାଇ ନେଇଛି। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ (LAC)ର ପାଟ୍ରୋଲିଂ ପଏଣ୍ଟ ୧୫, ୧୪ ଏବଂ ୧୭Aରେ ଦୁଇ ଦେଶର ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ଶେଷ ହୋଇଛି। ପାଟ୍ରୋଲିଂ ପଏଣ୍ଟ ୧୫-ହଟସ୍ପ୍ରିଙ୍ଗ୍, ପାଟ୍ରୋଲିଂ ପଏଣ୍ଟ ୧୪-ଗଲଓ୍ୱାନ ଉପତ୍ୟକା ଏବଂ ପାଟ୍ରୋଲିଂ ପଏଣ୍ଟ ୧୭-ଗୋଗ୍ରା ଅଂଚଳରୁ ସେନ୍ୟ ପଛକୁ ହଟିଛନ୍ତି। ସୀମାରେ […]

kargil
ଆଜି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ  କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ୧୯୯୯ ମସିହାରେ କାଶ୍ମୀର ଉପତ୍ୟକାରେ ଭାରତୀୟ ଉପଖଣ୍ଡରେ ପ୍ରବେଶ କରିଥିଲା ପାକିସ୍ତାନୀ ସେନା। ଶତ୍ରୁଙ୍କୁ ତଡ଼ିବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପ୍ରାୟ ୨ ମାସ […]