ନୂଆଦିଲ୍ଲୀ: ଭାରତର ଏକ ମାତ୍ର ସଦସ୍ୟ ଭାବେ ଓଡ଼ିଆ ଝିଅଙ୍କୁ ମିଳିଲା ଜାତିସଂଘର ଯୁବ ପରାମର୍ଶଦାତା ପଦବୀ । ସୁନ୍ଦରଗଡ଼ ଜିଲ୍ଲାର ଝିଅ ଅର୍ଚ୍ଚନା ସେରେଙ୍ଗ ଜାତିସଂଘର ଯୁବ ପରାମର୍ଶଦାତା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଉପରେ ଅଭିଜ୍ଞତା ତାଙ୍କୁ ଏହି ସଫଳତା ଯୋଗାଇଛି । ଅର୍ଚ୍ଚନା ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର ପାସ୍ କରିଛନ୍ତି। ବର୍ତ୍ତମାନ ଅର୍ଚ୍ଚନା ଓଡ଼ିଶାର ଏକ ସଂସ୍ଥା ‘ବନ୍ଧୁଧରା’ରେ […]
ଭୁବନେଶ୍ୱର: କରୋନା ସ୍ଥିତି ଗମ୍ଭୀର ପରେ ବିଧାୟକଙ୍କୁ ମନେ ପକାଇଲେ ସରକାର। କରୋନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସବୁ ବିଧାୟକମାନଙ୍କୁ ନେଇ ହେବ ବୈଠକ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି କୋଭିଡ-୧୯ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ […]
ଦୈନିକ କରୋନା ମୃତ୍ୟୁକୁ ନେଇ ଅଲୋଡ଼ା ରେକର୍ଡ। ପ୍ରଥମ ଥର ପାଇଁ ଦୈନିକ ମୃତ୍ୟୁସଂଖ୍ୟା ହାଫ୍ ସେଞ୍ଚୁରୀ ପାର୍ କରି ୫୨ରେ ପହଞ୍ଚିଛି। ତାସହିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୨୪୮ ଛୁଇଁଛି। ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ମୃତ୍ୟୁହାର ନକମିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।
କଟକ: କଟକ ସହରରେ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରେଣ୍ଟିନ, ଅନ୍ୟ ୨ ଜଣ ଲୋକାଲ କଣ୍ଟାକ୍ଟ ରହିଛି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ: ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ। ମାଲଗୋଦାମ ବେହେରା ସାହିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ରାଉସାପାଟଣାରୁ ୭, କେଶରପୁର ସତ୍ୟମ ଫ୍ଲାଟରୁ ୨ ଚିହ୍ନଟ ହୋଇଛନ୍ତି। #COVID19 update in Cuttack city […]
ଭୁବନେଶ୍ଵର: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ବି କରୋନା ସ୍ଥିତି ଉଦ୍ବେଗଜନକ ରହିଛି। ତେବେ ପ୍ରତିଦିନ ଲୋକାଲ୍ କେସ୍ ସାମ୍ନାକୁ ଆସୁଥିବା ବେଳେ ସରକାର କିନ୍ତୁ କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଅନ୍ୟପଟେ କରୋନାରୁ ଦେଶକୁ ବଞ୍ଚାଇବା ପାଇଁ ପ୍ଲାଜ୍ମା ଥେରାପି ଚିକିତ୍ସା ଚାଲିଛି। ତେବେ କ’ଣ ଏହି ଗୋଷ୍ଠୀ ସଂକ୍ରମଣ ? କିପରି ଏଥିରୁ ଆମେ ବଞ୍ଚିପାରିବା ? […]
ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…
ନୟାଗଡ଼: କରୋନା ସନ୍ଦେହରେ ମିଳିଲାନି ଗର୍ଭବତୀଙ୍କୁ ଡାକ୍ତରୀ ସେବା। ବସ୍ଷ୍ଟାଣ୍ଡରେ ରାତି କାଟିଲେ। ଆଉ ସେଠି ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରାଜସୁନାଖଳା ବସ୍ ଷ୍ଟାଣ୍ଡରେ। ପ୍ରସୂତି ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର […]
ଅନୁଗୋଳ: କେନାଲରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ। ଉଦ୍ଧାର କରିବାକୁ ଯାଉଥିବା ବେଳେ ଚାଲିଗଲା ଆଉ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ ହେମସୁରପଡ଼ା ଅଞ୍ଚଳରେ। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠୀ ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ଏକାଠି ହୋଇ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଗାଧୋଇବା ବେଳେ ଅସାବଧାନତା ବଶତଃ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୯ ଟି ସ୍ଥାନୀୟ ସଂକ୍ରମଣ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି। ସେହିଭଳି କଟକରୁ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରେଣ୍ଟିନ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି। Update on […]
ନୂଆଦିଲ୍ଲୀ: ଦେଶରେ ବଦଳିଲା ଶିକ୍ଷାନୀତି। ବ୍ୟାଙ୍କ ପାସ୍ ବୁକ୍ ଭଳି ଉଚ୍ଚ ଶିକ୍ଷା ପାଇଁ ବି କ୍ରେଡିଟ୍ କୋର୍ସ ବ୍ୟବସ୍ଥା ରହିବ। ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟ ବ୍ୟବସ୍ଥା ରଖିବାକୁ କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଆଜି ଏନେଇ ଏକ ସାମ୍ବିଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ। ନୂଆ ନୀତି ଅନୁସାରେ, ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ମିଳିବ। ଯଦି କୌଣସି […]
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ସବୁଠୁ ଶକ୍ତଶାଳୀ ଅସ୍ତ୍ର। ପ୍ଲାଜମା ଦାନ କରି ଆଶା ଦେଲେ ରାଜ୍ୟର ପ୍ରଥମ ମହିଳା। ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ମହିଳା କୋଭିଡ୍ ଯୋଦ୍ଧା ଭାବେ ସେ ମଧ୍ୟ ରାଜ୍ୟରେ ପ୍ରଥମ। ମହାମାରୀ କରୋନାରୁ ଆରୋଗ୍ୟ ହେବା ପରେ ସେ ଆଜି ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା […]
ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ରାଜ୍ୟରେ କରୋନା ସଂକ୍ରମଣ। କରୋନା ଚେନ୍ରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କରୋନା ସଂକ୍ରମଣ ବଢୁଥିବାରୁ ବଲାଙ୍ଗିର ଜିଲ୍ଲାକୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ୩୧ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସାରା ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଜିଲ୍ଲା ଭିତରେ ଘରୋଇ ଗାଡି ମୋଟର ଚଳାଚଳ ବନ୍ଦ ରହିବ। ହେଲେ ମେଡିକାଲ, ମେଡିସିନ୍ […]
ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖରୁ ଦେଶରେ ଅନ୍ଲକ୍-୩ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଅନ୍ ଲକ୍-୩ ଗାଇଡଲାଇନ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି। ଗାଇଡ୍ଲାଇନ୍ ଅନୁସାରେ, କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍ଡାଉନ ଲାଗୁ ହେବ। ତେବେ ରାତ୍ରୀକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର। ରାତିରେ ସାଧାରଣ ଲୋକଙ୍କ ଯା-ଆସ ଉପରୁ କଟକଣା ଉଠିଛି। ଫଳରେ ରାତିରେ ବି ସାଧାରଣ ଲୋକ ଯା-ଆସ […]
ମୁରାଦାବାଦ୍: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍ରେ ଅଚେତ୍ ଅବସ୍ଥାରେ ପଡ଼ିଥିବା ମାଆ ଓ…
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନକୁ ସବୁ ବଡ଼ ବଡ଼ ଦଳର ନେତାଙ୍କୁ ଡକାଯିବା ଦରକାର। ସମସ୍ତେ ଭୂମି ପୂଜନରେ ସାମିଲ୍ ହେବା କଥା ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ୍। ଏହାର ଠିକ୍ ପରେ ସଲ୍ମାନଙ୍କର ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି AMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଏହି ଘଟଣାରେ ପ୍ରକୃତରେ ଯାହାଙ୍କୁ କ୍ରେଡିଟ୍ ଦେବା କଥା ତାଙ୍କୁ କ୍ରେଡିଟ୍ ଦିଆଯାଉ। ତାଲା […]
ଭୁବନେଶ୍ୱର: ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ। ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୮,୯୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୩୯୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁରରୁ ୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୩୫, ବାଲେଶ୍ୱରରୁ […]
ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଫେରାର ହୋଇ ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରେହା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଫେରାର୍ ଥିବା କୁହାଯାଉଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ପଟନା ଥାନାରେ ଏକ ମାମଲା ରୁଜୁ କରିବା ପରେ ପୁଲିସ ରିୟାଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ଏନେଇ ମଙ୍ଗଳବାର ବିହାର ପୁଲିସର ଏକ ୪ ଜଣିଆ ଟିମ୍ ମୁମ୍ବାଇରେ ଆସି […]
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକଳ୍ପର ଉଦଘାଟନ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭ ଉଦଘାଟନ ପାଇଁ ସେ ଅନୁରୋଧ କରିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, “ବିଗତ ବର୍ଷମାନଙ୍କରେ ଅନେକ ଜନପ୍ରତିନିଧି ଓ ସାଂସଦ […]
ଭୁବନେଶ୍ୱର: ମାଟ୍ରିକ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଥିବାବେଳେ ଆଉ ଜଣେ ଫେଲ୍ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଦାର ଜଣେ ଛାତ୍ରୀ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କେହି ଜଣେ ତାଙ୍କୁ ଫେଲ୍ ହୋଇଥିବା କହିଥିଲେ। ଆଉ ଏହି ମିଛ ଖବର ପାଇ ଛାତ୍ରୀ ଜଣକ ଜୀବନ ହାରିଦେଇଥିବା […]
ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ […]
ଚେନ୍ନାଇ: ବହୁ ଲୋକପ୍ରିୟ ଫିଲ୍ମ ‘ବାହୁବଳି’ର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ଓ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ରାଜମୌଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ କିଛିଦିନ ହେଲା ତାଙ୍କୁ ଜ୍ୱର ଲାଗି ରହିଥିବା ମଧ୍ୟ ଟ୍ୱିଟ୍ରେ ଜଣାଇଛନ୍ତି ବାହୁବଳି ନିର୍ଦ୍ଦେଶକ। କିଛିଦିନ ଜ୍ୱର ହେବା ପରେ ଔଷଧ ଖାଇବା ଦ୍ୱାରା ଜ୍ୱର ଟିକେ କମିଥିଲା। ଜ୍ୱର କମିବା ପରେ ରାଜମୌଲି କୋଭିଡ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଟେଷ୍ଟ ପରେ […]