• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଲକ୍‌ଡାଉନ୍‌ କଟକଣାରେ କେମିତି ପୁରୀ ଗଲା ଏହି କାର୍ ?

ପୁରୀ: ଲକ୍‌ଡାଉନ୍‌ କଟକଣା ଭିତରେ ପୁରୀ ଯାଇଥିବା ଏକ କାର୍‌କୁ ଅଟକ ରଖାଯାଇଛି। ଭୁବନେଶ୍ୱରର ଏହି କାର୍‌ଟି ସନ୍ଦେହଜନକ ଭାବେ ପୁରୀ ଆସିଥିଲା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଆଜି ଭୋର ସମୟରେ କାର୍‌ଟି ପୁରୀ ଆସିଥିଲା ବୋଲି ସୂଚନା ମିଳିଛି। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ହିନ୍ଦୀରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ସନ୍ଦେହଘେରକୁ ଆସିବା ପରେ କାର୍‌କୁ ପିପିଲି ଟୋଲ୍ ଗେଟ୍‌ରେ ଅଟକା ଯିବାସହ କାର୍‌ରେ ଥିବା ୩ଜଣଙ୍କୁ ପଚରାଉଚରା କରଯାଇଥିଲା। ଗାଡ଼ିରେ […]

Ed0tomdU0AMRLNm (1)
କାରଗିଲ ବିଜୟ ଦିବସ; ଦେଶପାଇଁ ସହିଦ ହୋଇଥିଲେ ବୀର ଓଡ଼ିଆ ଯବାନ

ଭୁବନେଶ୍ୱର: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା ଆଉ ଏଥିରେ ସହିଦ୍ ହୋଇଥିଲେ ଆମ ରାଜ୍ୟର ଅନେକ ଯବାନ। କଟକ ନିଶ୍ଚିନ୍ତକୋଇଲିର ଗୋପୀନାଥ ମହାରଣା ହୁଅନ୍ତୁ କି ବାଲେଶ୍ୱରର ଗଙ୍ଗାରାମ କିମ୍ବା ଭଦ୍ରକର ନିରଞ୍ଜନ, […]

jajpur
ମିଥ୍ୟା ସତ୍ୟପାଠ ଦେଇଛନ୍ତି କି ଯାଜପୁର ଧର୍ମଶାଳା ବିଡିଓ ?

  ଯାଜପୁର: ବ୍ଲକରେ ପିଡିଏସ୍ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗରେ ଯାଜପୁର ଧର୍ମଶାଳା ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବି ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି। ଧର୍ମଶାଳା ବ୍ଲକର ଚୋରମୁହାଁ ଗାଁରେ ରମାଦେଇଙ୍କ ପକ୍କା ଘର ଥିବା ନେଇ ବିଡିଓ କୋର୍ଟଙ୍କୁ ଜଣାଇଛନ୍ତି। ହେଲେ ବାସ୍ତବାରେ ତାହା ସତ ନୁହେଁ। ରମାଦେଇଙ୍କ ଗୋଟିଏ ଚାଳ ଘର ରହିଛି। ତାହା ପୁଣି ଏବେ ଭାଙ୍ଗି ରୁଜି ଯାଇଛି। […]

coorna
ଆଜି ଦେଶରେ ୪୮,୬୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୭୦୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ; ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ […]

ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟ୍‌

ଭୁବନେଶ୍ୱର: ଡିଏସ୍‌ପିଙ୍କ ଘରୁ ଚୋରି। ତା’ବି ପୁଣି ରାଜଧାନୀ ଭୁବନେଶ୍ୱରରେ। ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ ୩ ସ୍ଥିତ ମହିଳା ଡିଏସ୍‌ପି ତନୁଜା ମହାନ୍ତିଙ୍କ ସରକାରୀ କ୍ୱାର୍ଟର୍ସ ଭିତରକୁ ଆଜି ସକାଳେ ୨ଜଣ ଲୁଟେରା ପ୍ରବେଶ କରିଥିଲେ। ସେମାନେ ଡିଏସ୍‌ପିଙ୍କ ବେକରୁ ସୁନା ଚେନ୍‌ ନେବା ପାଇଁ ପ୍ରୟାସ କରିଥିଲେ। ଡିଏସ୍‌ପି ଏହାକୁ ପ୍ରତିରୋଧ କରିବା […]

modi
ମନ୍‌ କି ବାତ୍‌; 'ସର୍ବସାଧାରଣରେ ମାସ୍କ ଖୋଲିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ କଥା ଟିକେ ଭାବନ୍ତୁ'

ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର […]

sonu
ପୋଖରୀର ନାଁ ‘ସୋନୁ ସୁଦ୍‌’!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଅସୁବିଧାରେ  ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍‌ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। कभी आएँगे आपके इस सोनू सूद को देखने। ❣️🙏 https://t.co/ypQLfbRWX6 — sonu sood (@SonuSood) July 26, 2020 ଖାଲି ସେତିକି ନୁହେଁ, ଯେଉଁମାନଙ୍କ ପାଖରେ ରୋଜଗାର କରିବାର କୌଣସି ମାଧ୍ୟମ […]

ଭୁବନେଶ୍ୱର ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ହୋଇଥିଲା ୨ ଲକ୍ଷ ଟଙ୍କା ଡିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ସୂଚନା ଅନୁସାରେ, ଭୁବନେଶ୍ୱର ଏମ୍ସରେ ଷ୍ଟାଫ୍ ନର୍ସ ଚାକିରି କରାଇ ଦେବା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହୋଇଥିଲା। ବ୍ରହ୍ମପୁରର ଜଣେ ଯୁବକ ଏହି ଡିଲ୍‌ କରିଥିଲେ। ଗତ ୨୪ରେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କ ଠାରୁ ୧୦ ହଜାର ଟଙ୍କା ନେଇଥିଲେ। ଆଜି ବାକି ଟଙ୍କା ନେବା ପାଇଁ ଦୁଇ ଜଣ ମହିଳା […]

jaypur
ଏହି ସହରରେ ଆରମ୍ଭ ହେଲା ‘ଡୋର୍ ଟୁ ଡୋର୍’ ସର୍ଭେ

ଜୟପୁର: କୋରାପୁଟ ପରେ ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ । ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ୍ ଟିମ୍।  ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି।  ଏଥିରେ ଜଣେ ଲେଖାଏଁ ଏଏନଏମ, ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା […]

students
ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ୭ମ ଶ୍ରେଣୀ ଛାତ୍ର

ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍। ପ୍ରସ୍ତୁତ କରିଥିବା ଏହି ଟନେଲ୍‌କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍‌ଘାଟନ କରିଥିଲେ । ନିଜ ପରିବାରରୁ ପ୍ରେରଣା ପାଇ ଅନଲାଇନରୁ ଏକ ସେନସର୍ […]

ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍

ଯୋଧପୁର: ମଝି ରାସ୍ତାରେ ହଠାତ୍ ଫାଟିଗଲା ପାଣି ପାଇପ୍ ଲାଇନ୍। ବିସ୍ଫୋରଣ ଶବ୍ଦ ଏତେ ଜୋର୍‌ ଥିଲା ଯେ, ଏହାଶୁଣି ଲୋକମାନେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ରାଜସ୍ଥାନର ଯୋଧପୁର ସହରରେ ଏହି ଘଟଣା ଘଟିଛି। ଯୋଧପୁର ସହରରେ ୨୪ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଗତକାଲି ସକାଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ପିଏଚ୍‌ଡି ପାଣି ଟାଙ୍କିରୁ ଭିନ୍ନ ଭିନ୍ନ ସମୟରେ ପାଇପ୍‌ ଲାଇନ୍ […]

isis
ସତର୍କ କରାଇଲା ଜାତିସଂଘ; ଭାରତର ଏହି ଦୁଇ ରାଜ୍ୟରେ ସକ୍ରିୟ ଅଛନ୍ତି ISIS ଆତଙ୍କବାଦୀ

ନୂଆଦିଲ୍ଲୀ: କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଜାତିସଂଘ ଭାରତକୁ ସତର୍କ କରାଇଛି। କେବଳ ISIS ନୁହେଁ, ଭାରତୀୟ ଉପମହାଦେଶୀୟ ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି, ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି। ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ସଂଗଠନର […]

odisha
ରାସ୍ତାରେ ପଡିଛି ପିପିଇ କିଟ୍, ମାସ୍କ; ଭୟରେ ଯାଉ ନାହାନ୍ତି ଲୋକେ

ପାରଳାଖେମୁଣ୍ଡି: ରାସ୍ତା କଡ଼ରେ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋଭ୍ସ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟ ରାସ୍ତାକଡ଼ରେ ଏସବୁ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ବ୍ୟବହାର ହେଉଥିବା ଏହି ସାମଗ୍ରୀଗୁଡିକୁ ପରେ ନଷ୍ଟ କରାଯିବା କଥା। ହେଲେ କିଛି ବେପରୁଆ ବ୍ୟକ୍ତି ଏହାକୁ ରାସ୍ତା କଡ଼ରେ ଫୋପାଡି […]