• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

kood
ଲୋକେ ଦେଖୁଥିଲେ ଟ୍ୟାଙ୍କର; କିନ୍ତୁ ଚାଲାଣ ହେଉଥିଲା ଆଉକିଛି

କୋରାପୁଟ: ଟ୍ୟାଙ୍କରରେ ଭର୍ତ୍ତି କରି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଦଶ କିଲୋ ନୁହେଁ କି ୫୦ କିଲୋ ନୁହେଁ, ତାପୁଣି ଶହ ଶହ କିଲୋ ଓଜନର ଗଂଜେଇ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ପୀତାଗୁଡ଼ା ଅଞ୍ଚଳରୁ ଏଭଳଇ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ଆସି ଗଂଜେଇ ମାଫିଆ ଏକ ଟ୍ରାକ୍ଟରରେ ଟ୍ୟାଙ୍କର ଯୋଡ଼ି ଗଂଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଖବର […]

mayabati
କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]

kendujhar
ସାମାଜିକ ଦୂରତା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ପୋଲିସ୍‌ ଚୁପ

କେନ୍ଦୁଝର: ଭୁଲି ଗଲେ ସାମାଜିକ ଦୂରତା ନିୟମ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ପୋଲିସ୍ ଅଛି ହେଲେ ଚୁପ୍, ପ୍ରଶାସନ ସବୁ ଜାଣି ଯେପରି ଆଖି ବୁଜି ଦେଇଛି। କୋଭିଡ୍ ମୁକାବିଲା ପାଇଁ ଏନ୍ଏମ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। ଯାହା ପାଇଁ ଆଜି ଇଣ୍ଟର୍‌ଭ୍ୟୁ ଡକାଇଥିଲେ ସିଡିଏମ୍। ଜିଲ୍ଲାର ୮୯ଟି ପଦବୀ ପାଇଁ ଶହ ଶହ ଆଶାୟୀ ଆଶି ଡାକ୍ତରଖାନାରେ ଅପେକ୍ଷା କରି ରହିଛନ୍ତି। ଆଶାୟୀମାନେ ଲମ୍ବା ଧାଡ଼ିରେ […]

white
ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍‌ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍‌ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍‌ ଯୁକ୍ତ ରଙ୍ଗକୁ […]

dgp
କରୋନା ସମୟରେ ଅଭିଯୋଗ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଡିଜିପି

ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଗାଇଡଲାଇନ ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଲୋକେ କିଭଳି ଅଭିଯୋଗ କରିବେ, ଥାନା ଅଧିକାରୀ କିପରି ଅଭିଯୋଗ ବୁଝିବେ ସେନେଇ ବିସ୍ତୃତ ଭାବେ ଗାଇଡଲାଇନ ଜାରି ହୋଇଛି। ଗାଇଡ୍‌ଲାଇନ୍‌ ଅନୁସାରେ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ୍। ଟ୍ୱିଟର, ଫେସବୁକରେ ଜିଲ୍ଲା ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ। ଥାନାକୁ […]

plasma
ବରଦାନ ସାଜିଲା ପ୍ଲାଜମା ଥେରାପି; ୩ ସୁସ୍ଥ ହେଲେ

ଗଞ୍ଜାମ: ବରଦାନ ସାଜିଲା ପ୍ଲାଜମା ଥେରାପି। ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ନେଇଥିବା ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ନେଇଥିବା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି। ଡାକ୍ତରଙ୍କ ଅତୁଳନୀୟ ଅବଦାନ ଓ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଥିବାରୁ ଏନେଇ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଯାଇଛି। ଗଞ୍ଜାମରେ ଅନ୍ୟ କିଛି କରୋନା ଆକ୍ରାନ୍ତଙ୍କୁ […]

Capture
ଜନ୍ମ ନେଲେ ‘ଦୀପା ସାହୁ’

ଭୁବନେଶ୍ୱର: ଆଲବମ୍‌ ଦୁନିଆର ଚୁଲ୍‌ବୁଲି ନାୟିକା ଦୀପା ସାହୁ ଆଉ ନାହାନ୍ତି।  ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢିବା ପରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀପାଙ୍କ ବିୟୋଗରେ ଆଲବମ୍‌ କଳାକାରଙ୍କ ସହ ଓଲିଉଡ୍‌ର ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି। ଓଲିଉଡ୍‌ କଳାକାର ସବ୍ୟସାଚୀ ମିଶ୍ର ମଧ୍ୟ ଦୀପାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୀପାଙ୍କ ବିୟୋଗ ପରେ ସେ ଟ୍ୱିଟ କରି କହିଥିଲେ-‘ଦୀପା ଆଲବମ୍‌ ଦୁନିଆର ଜଣେ ସଫଳ ଅଭିନେତ୍ରୀ ଥିଲେ। […]

suicide
'ସେ ମୋ ଜୀବନ, ତାକୁ କିଏ ମାରିଦେଇଛି'

ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କ ମୃତଦେହ ମିଳିବା ପରେ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାରଲୋକେ।  ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ମୃତକଙ୍କ ବାପା। ସେହିଭଳି ଭଉଣୀ ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ମୃତ ନାବାଲିକାଙ୍କ ଭଉଣୀ କହିଛନ୍ତି ଯେ ସେ ମୋର ଭଉଣୀ ନୁହେଁ, ସେ ମୋ ଜୀବନ ଥିଲା। ତାକୁ କିଏ ମାରିଦେଇଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-ଟୁରେ ଜଣେ ନାବାଳିକାଙ୍କ ସନ୍ଦେହଜନକ […]

kumkum`
ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ ‘ମଦର୍ ଇଣ୍ଡିଆ’, ‘ଉଜାଲା’, ‘ଏକ ସପେରା ଏକ ଲୁଟେରା’ ଏବଂ ‘ନୟା ଦୌର୍’ ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ। […]

light
ବଜ୍ରାଘାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିରରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ। ମୃତକ ତିନିଜଣ ମହିଳା ଅଟନ୍ତି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ  ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଚାଷ କାମ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଯାଇଛି। ତେବେ ସୌଭାଗ୍ୟବଶତଃ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ବଲାଙ୍ଗିର ସଦର ବ୍ଲକ ବଡ଼ତେଲେନପାଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ବଲାଗିଂର ସଦର ବ୍ଲକ ବଡତେଲେନପାଲି ଗାଁର ଚବିନ ଧରୁଆଙ୍କ […]

ccutack
କଟକ ସହରରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୪୧ କରୋନା ଆକ୍ରାନ୍ତ ଚିହ୍ନଟ। ୪୧ ମଧ୍ୟରୁ ୩୯ କ୍ୱାରେଣ୍ଟିନ ଓ ୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ ଲୋକାଲ କେସ୍: ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶଙ୍କରପୁରରୁ ୩, ସେକ୍ ବଜାରରୁ ୨, ସିଡିଏ ସେକ୍ଟର-୯ରୁ ୨ ଚିହ୍ନଟ ହୋଇଛନ୍ତି। ମଠସାହିରୁ ଜଣେ ଓ ପୋଲିସ କଲୋନିରୁ ଜଣେ ଲୋକାଲ […]

Untitled-1 copy
‘ମନରେଗା’ କାମରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଗଞ୍ଜାମ: ଓଡିଶାରେ ମନରେଗା କାମରେ ଦୁର୍ନୀତି ନେଇ ବିଜେପିର ଅଭିଯୋଗ।  ରାଜ୍ୟକୁ  ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ। ଶ୍ରମିକମାନଙ୍କ ବଦଳରେ ରାତି ଅଧିଆ ଜେସିବି ଓ ଟ୍ରାର ଲଗାଇ ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣି ଭିଡିଓ ଫୁଟେଜ୍ ମାଧ୍ୟମରେ ତଥ୍ୟ ପ୍ରମାଣ ଦେଇଛି ବିଜେପି। ଏପରିକି ମୃତ ବ୍ୟକ୍ତି, ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଲୋକ ଏବଂ ସ୍କୁଲ ଶିକ୍ଷକଙ୍କ ନାଁରେ ମଧ୍ୟ ଟଙ୍କା ହଡ଼ପ […]

tiger
ଓଡ଼ିଶାରେ ବାଘ ସଂଖ୍ୟା କେତେ?

ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ନାହିଁ ବାଘ ସଂଖ୍ୟା। ୨୦୧୪ରୁ ଏବେ ଯାଏ ବାଘ ବଢ଼ି ନାହାନ୍ତି। ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ରିପୋର୍ଟ ଅନୁସାରେ ଦେଶରେ ରହିଛନ୍ତି ୨ ହଜାର ୯୬୭ଟି ବାଘ। ୨୦୧୪ରେ ୨ ହଜାର ୨୨୬ଟି ବାଘ ଥିଲା। ୪ ବର୍ଷରେ ୭୪୧ଟି ବାଘ ବଢ଼ିଥିଲେ। ହେଲେ ଓଡ଼ିଶାରେ ୨୦୧୪ରେ ୨୮ଟି ବାଘ ଥିଲେ ଯାହା ୨୦୧୮ରେ ସମାନ ରହିଛନ୍ତି। ମଧ୍ୟପ୍ରଦେଶ, […]

blast
ପାଠ ପଢୁଥିବା ବେଳେ ଫାଟିଗଲା ମୋବାଇଲ

ପୁରୀ: ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହେଲା ମୋବାଇଲ। ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ମୋବାଇଲ ଫାଟି ଗଲା। ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ। ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି। ଛାତ୍ରୀ ଜଣକ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ବେଳେ ହତାଠ୍ ଫୋନ୍‌ଟି ଫାଟି […]

masa
କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶାମାନେ କ’ଣ ପାଇଁ ରକ୍ତ ପିଅନ୍ତି? ସେମାନେ କେବେଠାରୁ ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ?  ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ସାରିଛନ୍ତି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଜାଣି ପାରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଦୁନିଆ ଆରମ୍ଭରୁ ମଶାମାନେ ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ। ଏହା ଧୀରେ ଧୀରେ ମଶାଙ୍କର ଅଭ୍ୟାସ ହୋଇଛି। ମଶାମାନେ ଶୁଖିଲା ସ୍ଥାନରେ ବସବାସ କରୁଥିଲେ। ଏନେଇ ମଶାମାନେ ମଣିଷ ଓ ଅନ୍ୟପ୍ରାଣୀମାନଙ୍କର […]

ଦିନକରେ ଭୁବନେଶ୍ୱରରୁ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ରାଜ୍ୟ ରାଜଧାନୀ, ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ଭୁବନେଶ୍ୱର ଡବଲ ସେଞ୍ଚୁରୀ। ହୁ ହୁ ହୋଇ ବଢୁଛି ଲୋକାଲ କେସ୍। ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୫୦ ଓ ୬୫ ଲୋକାଲ କେସ୍‌ ରହିଛି। ଆଜି ଆଉ ୧୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଭୁବନେଶ୍ୱରରୁ ୨୩୬୫ ଚିହ୍ନଟ ହୋଇଥିବା ବେଳେ ୧୧୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। […]

police
ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]

lock
ଅଗଷ୍ଟ ୭ ଯାଏ ଏଇ ଜିଲ୍ଲାରେ ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲୁଛି କରୋନା ଆକ୍ରାନ୍ତ। ଏହାକୁ ଆଖି ଆଗରେ ରଖି ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ ଜାରି କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାକୁ ୧୦ ଦିନ ଲକଡାଉନ୍ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। All banks in lockdown areas will be functional w.e.f 01.08.2020 with minimum staff. Pls don’t make unwanted […]

vaccine
ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା ଆଇଏନସି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ଦିଆଯାଇଛି। ତେବେ ଏହି ଭ୍ୟାକସିନ୍ ମଣିଷକୁ ଭାଇରସରୁ ବଞ୍ଚାଇପାରିବ କି ନାହିଁ, ତାକୁ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇନାହିଁ। ଯେଉଁ ଭଲ୍ୟୁଣ୍ଟିୟରଙ୍କୁ […]

police susanta
କରନ୍‌ ଜୋହରଙ୍କ ସିଇଓଙ୍କୁ ଜେରା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଘନ ଘନ ଜେରା କରାଯାଉଛି। ଗତକାଲି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ହେବା ପରେ ଆଜି କରନ୍ ଜୋହରଙ୍କ ସଂସ୍ଥାର କର୍ମଚାରୀଙ୍କୁ ଜେରା ହୋଇଛି । କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍‌ର ସିଇଓ ଅପୂର୍ବା ମେହେଟ୍ଟାଙ୍କୁ ଆମ୍ବୋଲି ପୋଲିସ୍ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି । ସୁଶାନ୍ତଙ୍କ ଫିଲ୍ମ ଡ୍ରାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ତେବେ ଏହା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ରିଲିଜ୍ ହୋଇଥିବାରୁ ସୁଶାନ୍ତ ଏଥିପ୍ରତି […]

food
କାହା କଥା ସତ? କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଆମେ ଦେଉଛୁ ଏଭଳି ଖାଦ୍ୟ !

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ୱିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷର ଲମ୍ବା ଅଭିଯୋଗ। ଏହା ଭିତରେ କାହା କଥା ଠିକ୍ ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ। ଅନୁଗୁଳରୁ କୋରାପୁଟ, ଢେଙ୍କାନାଳରୁ ମାଲକାନଗିରି ଭଦ୍ରକରୁ କନ୍ଧମାଳ, […]