ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ସଫଳତା ଅର୍ଜନ କରିଛନ୍ତି। ଏଥିସହ ବ୍ରଡ୍ ଦୁନିଆର ସପ୍ତମ ବୋଲର ଭାବେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ସେ ମଧ୍ୟ ଇଂଲଣ୍ଡର ୨ୟ ବୋଲର […]
ଭୁବନେଶ୍ୱର: ରାଜ୍ୟରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ବିଭିନ୍ନ ଡାକ୍ତରଖାନାରେ ଅଣ-କୋଭିଡ୍ ରୋଗୀ ଉପଯୁକ୍ତ ଚିକିତ୍ସା ପାଉନଥିବା ନେଇ ଆସୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ସ୍ଥିତି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ହୋଇଥିବାରୁ ଏହା ଉପରେ ସବୁ ପଦକ୍ଷେପ କେନ୍ଦ୍ରୀତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତାସହ ରାଜ୍ୟରେ ଆମ୍ବୁଲାନ୍ସ ନେଟ୍ୱାର୍କକୁ ସୁଦୃଢ କରିବାକୁ ମଧ୍ୟ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟୁଇଷ୍ଟ। ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ବିହାର ପୋଲିସ୍ ମାମଲା ରୁଜୁ କରିଛି। ରିଆଙ୍କ ବିରୋଧରେ ଆଉ କେହି ନୁହନ୍ତି ବରଂ ସୁଶାନ୍ତଙ୍କ ପିତା କେ.କେ. ସିଂ ଏହି ଏଫଆଇଆର୍ ଦାଖଲ କରିଛନ୍ତି। ସେ ପାଟଣାର ରାଜୀବ ନଗର ଥାନାରେ ଏହି ଏଫଆଇଆର ଦାଖଲ କରିଛନ୍ତି। କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ଟଙ୍କା ପାଇଁ ଏବଂ ତାଙ୍କୁ (ସୁଶାନ୍ତ)ଙ୍କୁ ଆତ୍ମହତ୍ୟା […]
ଭୁବନେଶ୍ୱର: ଓଡ଼ିଶା ରେଳ ମାନଚିତ୍ରରେ ଯୋଡ଼ିହେବ କେନ୍ଦ୍ରାପଡ଼ା। ବହୁ ପ୍ରତୀକ୍ଷିତ ହରିଦାଶପୁର-ପାରାଦୀପ ନୂଆ ବ୍ରଡଗେଜ୍ ଲାଇନରେ ଖୁବଶୀଘ୍ର ଆରମ୍ଭ ହେବ ଯାତ୍ରୀ ସେବା। ଏ ନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ୮୨ କିଲୋମିଟର ଲମ୍ବ ଏହି ରେଳ ଲାଇନ୍ ଓଡ଼ିଶା ସରକାର, ରେଳ ଓ ଜାହାଜ ଚଳାଚଳ ମନ୍ତ୍ରାଳୟର ମିଳିତ ଭାଗିଦାରୀରେ ତିଆରି କରାଯାଇଛି। ଏହି ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ […]
ଝାରସୁଗୁଡ଼ା: କେବେ ଦେଖଛନ୍ତି ଭର୍ଚୁଆଲ ବାହାଘର? ଯେଉଁଠି ସାଙ୍ଗ, ସାଥୀ ଓ ପରିବାର କେହି ବି ନଥିବେ। କେବଳ ଭିଡିଓ କଲିଂ ମାଧ୍ୟମରେ ବିବାହ। ହଁ, ଏପରି ନିଆରା ଢଙ୍ଗରେ ବାହାଘର କୋଉ ବିଦେଶରେ ନୁହେଁ ବରଂ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ବର ଝାରସୁଗୁଡାରେ ଥିବା ବେଳେ କନ୍ୟା ତାଙ୍କ ଠାରୁ ହଜାରେ କିମି ଦୂରରେ ରହିଛନ୍ତି। କିନ୍ତୁ ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ସମ୍ପନ୍ନ ହୋଇଥିଲା। କଥାଟା ବିଶ୍ୱାସ ନ […]
ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା, ଯାହାକୁ ଇଂଲଣ୍ଡ ନିଜ ନାଁରେ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୧୯୭ ରନରେ ଅଲଆଉଟ୍ […]
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଲକଡାଉନ ଓ ସଟଡାଉନ ଭିତରେ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ। ୱେବସାଇଟ ଗୁଡ଼ିକ ହେଲା www. bseodisha.ac.in ଏବଂ www.bseodisha.nic.in ସେହିପରି 5676750 ନମ୍ବର ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ […]
ଭୁବନେଶ୍ୱର: ଯୁକ୍ତ ୩ ଆଡମିଶନ୍ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି।ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟରେ ହେବ ଆଡମିଶନ୍। SAMS ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଇଲ ଓ ଇ-ମେଲ୍ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ। ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ୍ ଆଉ ଅପଲୋଡ୍ କରିବାକୁ ପଡ଼ିବନି। ଯଦି ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି, ତା’ହେଲେ ଅନ୍ଲାଇନ୍ ଫର୍ମରେ ଏହା ଉଲ୍ଲେଖ […]
ବ୍ରହ୍ମପୁର: ମୃତ୍ୟୁ ପରେ ବି ଏହି ଖବର ପରିବାର ଲୋକଙ୍କୁ ଜଣାଯାଉ ନାହିଁ। ଏପରିକି ମୃତ୍ୟୁର ୪ ଦିନ ପରେ ମଧ୍ୟ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କୁ କୁହାଯାଉଛି। ଶେଷରେ ଭିଡିଓ କଲିଂରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଦେଖିବାକୁ ପରିବାର ଲୋକେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗଞ୍ଜାମ ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ବଡବଜାର […]
ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍ରେ ପହଞ୍ଚିବ । ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଭାରତ ଆଣୁଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ। ରାଫେଲ ଭାରତୀୟ ବାୟୁସେନାରେ ପରାକ୍ରମ ବଢାଇବାରେ ସହାୟକ ହେବ । ବିଶେଷ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି। ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ […]
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ , ୮,୪୫୮ଜଣ A2 ଗ୍ରେଡ୍, ୧୮,୧୮୮ଜଣ […]
ବ୍ରହ୍ମପୁର: ‘ଲୋକ ଏଠି ପୋକମାଛି ଭଳି ମରୁଛନ୍ତି। ଯଦି ସେହି ରୋଗୀ ଭୁବନେଶ୍ୱର ଯାଉଛନ୍ତି, ତା’ହେଲେ ବଞ୍ଚିକି ଆସୁଛନ୍ତି। ଏଥିପାଇଁ ଏଠି ଏତେ ଲୋକ ମରୁଛନ୍ତି କାରଣ ଏଠି ଠିକ୍ ଭାବେ ଚିକିତ୍ସା ହେଉନାହିଁ। ହେଲ୍ପ୍ଲାଇନ୍ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ’ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ବିଜିପୁର […]
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ଦିୱାଲି ବେଳକୁ ରୂପା ଦର […]
ଭୁବନେଶ୍ୱର: ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୦୬ ରହିଛି। ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି। ମୃତକ ୫ ଜଣକ ମଧ୍ୟରେ ଅଛନ୍ତି ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ ଓ ମାଲକାନଗିରିରୁ ଜଣେ ଲେଖାଏ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ବାଲେଶ୍ୱରରେ ମୃତ୍ୟୁ ବରଣ କରିଛନ୍ତି ଜଣେ ୬୪ ବର୍ଷ ବୟସ୍କ […]
ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍
ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ ଆସିଲେ କିନ୍ତୁ ଭକ୍ତ ତାଙ୍କର ଚର୍ମ ଚକ୍ଷୁରେ ଦର୍ଶନ ପାଇଲେନି। ଆଗକୁ ଆସୁଛି ନାଗାର୍ଜ୍ଜୁନ ବେଶ। ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଭକ୍ତ କ’ଣ […]
ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି । ଏହି କ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ […]