• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

advani
ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ବୟାନ ରେକର୍ଡ କଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ଆଜି ସିବିଆଇ ସ୍ପେଶାଲ କୋର୍ଟରେ ଆଡଭାନୀ ନିଜର ବୟାନ ରେକର୍ଡ କରିଛନ୍ତି।  ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ଭାବେ ଆଡଭାନୀ ବିଭିନ୍ନ ପ୍ରଶ୍ନ ଉତ୍ତର ରଖିଛନ୍ତି। ସକାଳ ୧୧ଟାରୁ ସାଢ଼େ ୩ଟା ଯାଏ ଶୁଣାଣି ଜାରି ରହିଥିଲା। ଏହି ସମୟ ମଧ୍ୟରେ ଆଡଭାନୀଙ୍କୁ ଶହେରୁ ଅଧିକ ପ୍ରଶ୍ନ କରିଥିଲେ ସିବିଆଇ ସ୍ପେସାଲ […]

dill-bechara
ରିଲିଜ୍‌ ହେଲା ସୁଶାନ୍ତଙ୍କ ଫିଲ୍ମ 'ଦିଲ୍‌ ବେଚାରା'; ମାଗଣାରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ରିଲିଜ ହେଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ଡିଜ୍‌ନୀ ହଟ୍‌ଷ୍ଟାରରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ, ଏହାକୁ ମାଗଣାରେ ଦେଖିପାରିବେ ଦର୍ଶକ। ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଥାଇରଏଡ୍ କ୍ୟାନ୍ସର ଆକ୍ରାନ୍ତ ଜଣେ ଯୁବତୀଙ୍କ ପ୍ରେମ, ସଂଘର୍ଷ ଓ ସ୍ୱପ୍ନପୂର୍ତ୍ତିକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସାଂଘି ଅଭିନୟ କରିଛନ୍ତି। ଏଥିରେ […]

cuttack
କଟକ ସହରରୁ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେଉଁ ଅଞ୍ଚଳରୁ ଚିହ୍ନଟ:- ଲୋକାଲ୍‌ କେସ୍‌ ଗୁଡ଼ିକ ହେଲା- ବିଡ଼ାନାଶି ଶୌଚାଳୟ ଲେନ୍‌ରୁ ଜଣେ, ବାଉରି ସାହିରୁ ଜଣେ, ଓଡ଼ିଆ ବଜାରରୁ ୨ ଜଣ, ଓଲ୍‌ଡ‌ ରାଉସପାଟଣାରୁ ୨ ଜଣ, ଚାନ୍ଦିନୀ ଚୌକରୁ […]

plasma
ପ୍ଲାଜମା ଦାନ ପାଇଁ 'ଆରୋଗ୍ୟ'ଙ୍କୁ ବୁଝାଇବେ ମନ୍ତ୍ରୀ

ଭୁବନେଶ୍ୱର: ପ୍ଲାଜମା ଦାନ କଥା ଆରୋଗ୍ୟଙ୍କୁ ବୁଝାଇବେ ମନ୍ତ୍ରୀ। ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ ପାଇଁ କହିବେ। କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ:- ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ ଆରୁଖଙ୍କୁ କନ୍ଧମାଳ ଓ ଗଂଜାମ ଦାୟିତ୍ୱ ଦିଆଯାଇଛି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା; ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା, ବୌଦ୍ଧ; […]

doctotr
କରୋନା ଡ୍ୟୁଟି କରିବେ ପୋଷ୍ଟ ପିଜି ଡାକ୍ତର

ଭୁବନେଶ୍ୱର: କରୋନା ଡ୍ୟୁଟି କରିବେ ପୋଷ୍ଟ ପିଜି ଡାକ୍ତର। ମହାମାରୀର ମୁକାବିଲା ଦିଗରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପିଜି ପାସ୍ କରିବା ପରେ ଏବେ ୪୪୭ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲ୍  କଲେଜ ଏବଂ ପେରିଫେରିରେ ଚୁକ୍ତିଭିତ୍ତିରେ ଦୁଇବର୍ଷିଆ ନିଯୁକ୍ତି ଦିଆଯାଇଛି। ତେବେ ବର୍ତ୍ତମାନ କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ଡାକ୍ତରଙ୍କୁ କୋଭିଡ୍ ଡ୍ୟୁଟି ଦେବାକୁ ସ୍ଥିର କରାଯାଇଛି। ଏମାନେ ପ୍ରଥମେ […]

bmc
ଘରେ ରହି ସୁସ୍ଥ ହେଲେ ୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଘରେ ରହି କରୋନା ରୋଗୀ ହେଲେ ସୁସ୍ଥ। ହୋମ୍‌ ଆଇସୋଲେସନରେ ଥିବା ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି BMC କମିଶନର। କୋଭିଡ୍‌ ସମୀକ୍ଷା ପରେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ ରାଜଧାନୀରେ କୋଭିଡ୍ ଟେଷ୍ଟ ସଂଖ୍ୟା ବଢୁଥିବାରୁ ଆକ୍ରାନ୍ତ ସଂଖ୍ୟା ବଢୁଛି। ରାଜଧାନୀରେ ଆଉ ୪ଟି ରାପିଡ୍ ରେସପନ୍ସ ଟିମ୍ ସୃଷ୍ଟି କରାଯାଇଛି। ପୂର୍ବର ୧୦କୁ ମିଶାଇ ଏବେ ୧୪ଟି RRT ରାଜଧାନୀରେ […]

Untitled-1
ଭାରତରେ ତିଆରି ହେବ iPhone-11 ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଆପଲ ଭାରତରେ  iPhone 11 ମଡେଲ୍‌ର ମ୍ୟାନୁଫେକ୍ଚରିଂ  ଆରମ୍ଭ କରିଦେଇଛି। ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଏହି ମଡେଲ୍ ତିଆରି ଚାଲିଛି। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଭାରତରେ iPhone 11 ତିଆରି ହେଲେ ଏଥିରେ ଖର୍ଚ୍ଚ କମ୍ ହେବ। ତା ସହିତ ସରକାରଙ୍କୁ କମ୍ପାନୀ ଦେଉଥିବା ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ସଞ୍ଚୟ ହୋଇପାରିବ। ଫଳରେ ଆଗାମୀ ସମୟରେ ଭାରତୀୟ ବଜାରରେ […]

ganjam
ଚିନ୍ତା କରନ୍ତୁନି; ଗଞ୍ଜାମର ୮୩% ଗାଁ କରୋନା ମୁକ୍ତ

ବ୍ରହ୍ମପୁର: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି, ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରନ୍ତୁ। ସହଯୋଗ କଲେ କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ, ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି, ଆକ୍ରାନ୍ତଙ୍କୁ ଖୋଜି ଖୋଜି […]

ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ମିଳିବ ୫୭ ଦିନର ମଧ୍ୟାହ୍ନ ଭୋଜନ ଚାଉଳ। ଅର୍ଥାତ୍‌ ଜୁନ୍ ୧୪ରୁ ହିସାବକରି ଅଗଷ୍ଟ ୩୧ ଯାଏ ମୋଟ୍‌ ୫୭ଟି କାର୍ଯ୍ୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ଚାଉଳ ମିଳିବ। ସ୍କୁଲ୍‌ରେ ଗଚ୍ଛିତ ଥିବା ଚାଉଳକୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଯେଉଁଠି ଚାଉଳ ନିଅଣ୍ଟ ଥିବ ବା ନ ଥିବ ସେସବୁ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଏକ କୁପନ୍‌ ମିଳିବ।  ଏହି କୁପନ୍‌ ଦେଖାଇ ପିଡିଏସ୍‌ କାଉଣ୍ଟରରୁ ଚାଉଳ ନେଇପାରିବେ ଛାତ୍ରଛାତ୍ରୀ। ଏନେଇ […]

covid19
ଭୁବନେଶ୍ୱରର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଗତକାଲି ଭୁବନେଶ୍ୱରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କରୋନା ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟା୍ସ ଟ୍ରେସିଂ ମଧ୍ୟ ଚାଲିଛି। ବଡ଼ଗଡ଼ କେନାଲ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। […]

cinema hall
ଅଗଷ୍ଟରେ ଖୋଲିବ କି ସିନେମା ହଲ୍‌ ?

ନୂଆଦିଲ୍ଲୀ: କରୋନା ଯୋଗୁ ସାରା ଦେଶରେ ଏବେ ସିନେମା ହଲ୍‌ ବନ୍ଦ ରହିଛି। ତେଣୁ ଏହାକୁ ପୁଣିଥରେ ଆସନ୍ତା ଅଗଷ୍ଟରେ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛି। ଶୁକ୍ରବାର ଦିନ ଏସମ୍ପର୍କରେ CII ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ସଚିବ ଅମିତ୍‌ ଖେର୍‌ଙ୍କ ଆଲୋଚନା ହୋଇଥିଲା। ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗୃହ ସଚିବ ଅଜୟ ଭଲ୍ଲା ନେବେ ବୋଲି ଅମିତ୍‌ ଖେର୍ […]

veg
ରୋଷେଇ ଘରେ ଚୁଟ୍‌କିରେ ପନିପରିବାକୁ ସାନିଟାଇଜ୍‌ କରିବାକୁ ଚାହୁଁଛନ୍ତି ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ଆମକୁ ଗୋଟିଏ ଜିନିଷ ଉପରେ ସବୁଠାରୁ ବେଶି ଧ୍ୟାନ ଦେବାକୁ ହେବ। ଆଉ ତାହା ହେଉଛି ସ୍ୱଚ୍ଛତା। ତେଣୁ ବାହାରୁ କୌଣସି ଜିନିଷ ଆଣିଲେ  ତାହାକୁ ପରିଷ୍କାର କରି ଧୋଇବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ପନିପରିବା ଧୋଇ ତା’ ପରେ ଫ୍ରିଜ୍‌ରେ ରଖିବା ନିହାତି ଦରକାର।  ତେବେ ଏହି କାମକୁ କେତେ ସହଜରେ କରି ପାରିବେ ଜାଣନ୍ତି ? ଏଇ […]

kangana ranaut 1
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସାମ୍ନାକୁ ଆସିଲା କଙ୍ଗନା ଓ ମୁମ୍ବାଇ ପୋଲିସ୍‌ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ହେଲେ କେବେ ସେ ତାଙ୍କର ବୟାନ ପୋଲିସ୍‌କୁ ଦେବେ ଏନେଇ ବାନ୍ଦ୍ରା ପୋଲିସ୍‌ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ବୟାନ ରେକର୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଉ ବୋଲି କଙ୍ଗନାଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି। ଏସବୁ ଭିତରେ କଙ୍ଗନାଙ୍କ ଟିମ୍‌ ପକ୍ଷରୁ ଟ୍ୱିଟ୍‌ରରେ ଏକ ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ […]

woman
ଇଚ୍ଛାଶକ୍ତି ପାଖରେ ଏମିତି ହାର ମାନିପାରେ ବୟସ ! ଦେଖନ୍ତୁ ଭିଡିଓ

ପୁଣେ: ଆଗ୍ରହ, ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ପାଖରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। କରୋନା ଲକଡାଉନ ସମୟରେ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଛନ୍ତି। ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପେଟକୁ ଯୋଗାଡ କରିବା କଷ୍ଟ ହୋଇ ପଡ଼ିଛି। ଲାଗୁଛି, କରୋନା ଯେମିତି ଆମ ଜୀବନର ସବୁ ହସ, ଖୁସି, ସୁଖଶାନ୍ତି ଛଡ଼ାଇ ନେଇଛି। ହେଲେ ଦେଖନ୍ତୁ ଏଇ ୮୫ ବର୍ଷ ବୟସ୍କ ମହିଳାଙ୍କୁ। କାମ କରୁଛନ୍ତି, ପେଟକୁ ଦାନା ଯୋଗାଡ କରିପାରୁଛନ୍ତି। ତା […]

କେତେ ସଠିକ୍ କରୋନା ରିପୋର୍ଟ ? ସରକାରୀ ରିପୋର୍ଟ ପଜିଟିଭ୍‌, ଘରୋଇ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର: କେତେ ସଠିକ୍ କରୋନା ଟେଷ୍ଟ ରିପୋର୍ଟ ? ଓଡ଼ିଶାରେ ହେଉଥିବା କରୋନା ଟେଷ୍ଟିଂରେ ରହିଛି କି ତ୍ରୁଟି ? ଏବେ ଏପରି ଅନେକ ପ୍ରଶ୍ନ ପୁଣି ଥରେ ଉଠିଛି। କାରଣ ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବେସରକାରୀ ହସ୍ପିଟାଲ୍‌ରେ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୧୬ରେ ଭୁବନେଶ୍ୱର ଗଣପତି ବସ୍ତିର ଜଣେ ମହିଳାଙ୍କ କରୋନା ଟେଷ୍ଟ […]

ଦିନକରେ ଓଡ଼ିଶାରେ ୧୦ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେଉଁଠି କେତେ ମୃତ୍ୟୁସଂଖ୍ୟା ଗଞ୍ଜାମ-୩ ସୁନ୍ଦରଗଡ-୨ ବାଲେଶ୍ୱର-୨ ଝାରସୁଗୁଡା-୧ ଗଜପତି-୧ ରାୟଗଡ଼ା-୧ ଆଜି ଚିହ୍ନଟ […]

corona
ଓଡ଼ିଶାରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରୁ କେବଳ ୫୬୦

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୩୩  ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

cova
ଦେଶରେ କରୋନା ସ୍ଥିତି ଭୟାନକ; ଦିନକରେ ୪୮, ୯୧୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି କରୋନା । ଦିନକୁ ଦିନ କରୋନା ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭ ଜଣଙ୍କ ମୃତ୍ୟୁ ଘଟିଲାଣି।  ଏହା ସହିତ ଦିନକରେ ୪୮ ହଜାର ୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସାରା ଦେଶରେ ୪ ଲକ୍ଷ ୨୦ ହଜାର ୮୯୮ ସାମ୍ପଲ ଟେଷ୍ଟ ହୋଇଥିଲା।  ନୂଆ ତଥ୍ୟକୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି […]

child
ସ୍ୱାସ୍ଥ୍ୟ ବିଭାଗ ଆଇକାର୍ଡ ପକାଇ ଶିଶୁପୁତ୍ରକୁ ଅପହରଣ, ୪ କୋଟି ଦାବି କଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ କୁନି ପୁଅକୁ ଅପହରଣ କରି ନେଇ ଯାଇଥିଲେ ଦୁର୍ବୃତ୍ତ। ଶିଶୁ ପାଇଁ ୪ କୋଟି ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁପୁତ୍ରକୁ ଉଦ୍ଧାର କରିବା ୟୁପି ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା। ଏସ୍‌ଟିଏଫ ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଅପହରଣକାରୀଙ୍କୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଥିଲେ। ଶେଷରେ  ଅପହରଣୀକାରୀ ଓ ଉଦ୍ଧାରକାରୀ ଟିମ୍‌ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ୧୭ ଘଣ୍ଟା […]

assam
ଉଛୁଳୁଛି ନଦୀ; ବନ୍ୟାରେ ଗଲାଣି ୯୫ ଜୀବନ

ଦିଶପୁର: ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ ସାଂଘାତିକ ରୂପ ନେଇଛି। ବିଶେଷକରି ଆସାମ ଓ ବିହାରରେ ପ୍ରଳୟଙ୍କରୀ ବନ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ବନ୍ୟାସ୍ଥିତି ସାଙ୍ଗକୁ ଲଗାଣ ବର୍ଷା ଦୁଇ ରାଜ୍ୟର ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ବନ୍ୟାରେ ଆସାମର୨୬ଟି ଜିଲ୍ଲାର ପ୍ରାୟ ଅଢେଇ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ୯୫ରେ ପହଞ୍ଚିଛି।  ଭୀଷଣ ରୂପ ଧରି ସବୁକିଛି ଗ୍ରାସି ଚାଲିଛି ବ୍ରହ୍ମପୁତ୍ର […]