• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

board
କେନ୍ଦ୍ରୀୟ ବୋର୍ଡ ଫଣ୍ଡା ଆପଣାଇବ କି ସ୍କୁଲ ଓ ଗଣଶିକ୍ଷା ବିଭାଗ?

ଭୁବନେଶ୍ୱର: କରୋନା ମାଡ଼ରେ ସଂକୁଚିତ ହେବ ପିଲାଙ୍କ ପାଠ୍ୟକ୍ରମ। ପ୍ରଥମରୁ ଦଶମ ଏବଂ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସିଲାବସ୍ କମିବ। ତେବେ ସିଲାବସ୍ କେତେ ପ୍ରତିଶତ କମିବ ତାହା ଶିକ୍ଷାନୁଷ୍ଠାନ ଖୋଲିବା ପରେ ହିଁ ସ୍ପଷ୍ଟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ  ପିଲା ଏବଂ ଶିକ୍ଷାବିତ୍ ସ୍ୱାଗତ କରିଛନ୍ତି। କିନ୍ତୁ ପ୍ରକୃତରେ ସିଲାବସ୍‌ର କଣ ହେବ ରୂପରେଖ, ତାକୁ ନେଇ ଆଶଙ୍କାରେ ପଡ଼ିଯାଇଛନ୍ତି ସମସ୍ତେ। କେନ୍ଦ୍ରୀୟ ବୋର୍ଡ […]

adittya
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼; ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ

ସମାଜସେବୀ ଆଦିତ୍ୟ ଦାଶ ରହସ୍ୟଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼। ସାମ୍ନାକୁ ଆସିଛି ଘଟଣା ଦିନର ଏକ ସିସିଟିଭି ଭିଜୁଆଲ। ଯେଉଁଥିରେ ଆଦିତ୍ୟ ଚାଲି ଚାଲି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି।  ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛି ଆଦିତ୍ୟ ସଂଘ।   ଘଟଣାର ୧୭ ଦିନ ବିତି ଯାଇଥିଲେ ବି କିଛି ଠୋସ ପ୍ରମାଣ ଜିଆରପି ହାତରେ ଲାଗିନି। ନିରପେକ୍ଷ ତଦନ୍ତ କରାଗଲେ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ […]

coorna
ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ। ଖୋର୍ଦ୍ଧାରୁ ୮୩, ଗଂଜାମରୁ ୬୮ଓ ବାଲେଶ୍ୱରରୁ ୪୯ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାଲକାନଗିରି ୪୦, ଜଗତସିଂହପୁର ୨୩, ଭଦ୍ରକ ୨୧, ମୟୂରଭଂଜରୁ ୨୦ ସୁସ୍ଥ ହୋଇଥିବା ବେଳେ କୋରାପୁଟ ୧୮, ପୁରୀ ୧୭, କଟକ ୧୧, ବରଗଡ଼ରୁ ୧୦ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା, କେନ୍ଦୁଝର ଓ ନବରଙ୍ଗପୁରରୁ ୧୨ ଲେଖାଏଁ […]

rain 2
ଆଷାଢ଼ ଗଲା, ଶ୍ରାବଣ ବି ସରିବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ

ଭୁବନେଶ୍ୱର: ଆଷାଢ଼ ଗଲା, ଶ୍ରାବଣ ବି ସରିବା ସରିବା ହେଲାଣି। ହେଲେ ବର୍ଷାର ଦେଖାନାହିଁ। କାଁ ଭାଁ ଅସରାଏ, ଦିଅସରା ବର୍ଷୁଛି ସିନା ନିୟମିତ ହେଉନି। ଫଳରେ ପଛେଇ ଗଲାଣି ଚାଷକାମ। ଏଣେ କମ୍‌ ବର୍ଷାକୁ ନେଇ ଚାଷୀ ମନରେ ଦ୍ୱନ୍ଦ୍ୱରେ। ରୁଆରୁଇ କରିବା ନା ନାହିଁ। ଆଗକୁ ଯଦି ନ ବରଷେ କଣ ହେବ, ଚାଷୀଙ୍କୁ ସେଇ ଚିନ୍ତା ଘାରିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଚିତାଲାଗି ଅମାବାସ୍ୟା ବେଳକୁ ରୁଆ, ବେଉଷଣ ସରିବା କଥା। […]

odisha
ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ। ଏବଂ ସେଠାରେ ପ୍ଲାଜ୍‌ମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ […]

fff
ଥିଲାବାଲାଙ୍କର ସମ୍ଭଳ ଅଛି, ନଥିଲାବାଲାଙ୍କ ପାଇଁ ସରକାର, ମଧ୍ୟବିତ୍ତଙ୍କ ପାଇଁ କିଏ ?

ଭୁବନେଶ୍ୱର: ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି; ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା। ସେମାନେ ନା ଏ କୂଳର, ନା ସେ କୂଳର। କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପର୍ଯ୍ୟାୟରେ ଲାଗୁ ହେଉଥିବା ଲକ୍‌ଡାଉନ, ସଟ୍‌ଡାଉନ ଭଳି କଟକଣା ଭିତରେ, କାହାର ବେପାର ବେଉସା ଠପ୍ ପଡ଼ିଛି, […]

asit tripathy
କରୋନା ମୁକାବିଲା ପାଇଁ ୪ ମାସରେ ଖର୍ଚ୍ଚ ହୋଇଛି ୧୯ଶହ କୋଟି

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କରୋନା ପାଇଁ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ପୁନର୍ବିନ୍ୟାସ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହେଉନଥିବାରୁ ଏହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟସେବା ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ ସରକାର। ଏଥିପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ବଜାରରୁ ଋଣ ଉଠାଇବେ। କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ରହିଛି। ବର୍ତ୍ତମାନ କୋଭିଡ ମୁକାବିଲା ଲାଗି ସରକାର […]

china
ପୁଣି ଥରେ ଧୋକା ଦେଉଛି କି ଚୀନ?

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି କି ଚୀନ? ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେବି ହଟିନି ଚୀନ ସେନା। LAC ନିକଟରେ ଏବେବି ଅନେକ ସ୍ଥାନରେ ଚୀନ ସେନାର ଉପସ୍ଥିତି ନଜର ଆସିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ଦେଶ ଏହାର ସେନା ହଟାଇଦେଇଛି। କିନ୍ତୁ ଫିଙ୍ଗର -୫ରୁ ଫିଙ୍ଗର -୮ ଭିତରେ ଥିବା […]

usa
ଆମେରିକା ଓ ଚୀନ ମଧ୍ୟରେ ଆହୁରି ବିଗିଡ଼ିଲା ସଂପର୍କ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ହଷ୍ଟନରେ ଥିବା ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବା ଲାଗି ଚୀନ୍‌କୁ ନିର୍ଦ୍ଦେଶ ଦେଇଛି ଆମେରିକା। ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ଅନ୍ଧାରରେ କିଛି କାଗଜପତ୍ର ଜଳାଇ ଦିଆଯାଉଥିବା ଏବଂ ପୁଣି ପାଣି ଢାଳି ନିଆଁ ଲିଭାଯାଉଥିବା ଘଟଣା ପ୍ରଚାର ହୋଇଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ଏସମ୍ପର୍କରେ ଖବର ପାଇବା ପରେ ଦୂତାବାସ ପରିସରରେ ପଶିବାକୁ ଚାହିଁଥିଲେ।  ତେବେ ଏଥିପାଇଁ […]

ghrabhda
କେତେ ନିର୍ଦ୍ଦୟୀ ଏହି ଘର ମାଲିକ

ଅନୁଗୁଳ: କରୋନା ସଂକ୍ରମଣ ଭଳି କଠିନ ସମୟରେ ସମାଜରୁ ମରିଯାଉଛି ମାନବିକତା। ମଣିଷ ଭୁଲି ଯାଉଛି ମଣିଷ ପଣିଆ। ଅନୁଗୁଳ ପୌରାଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ଅଭାବନୀୟ ଓ ନିନ୍ଦନୀୟ। ଘରଭଡ଼ା ଦେଇ ନ ପାରିବା ସହ ଗତ କିଛିଦିନ ପୂର୍ବରୁ ମହିଳାଙ୍କ ଏକ ସନ୍ତାନ ପ୍ରସବ ହୋଇଥିବାରୁ ଘର ମାଲିକ ଦମ୍ପତିଙ୍କୁ ଘରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଆଉ ଏବେ ଅନୁଗୁଳ ସାପ୍ତାହିକ ହାଟ ପିଣ୍ଡିରେ ଅତି ଦୟନୀୟ […]

accident
ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ।  ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ୬୫% ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ(ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ) ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ୮୩୬ଟି ଦୁର୍ଘଟଣା ହୋଇଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି। ୨୦୧୯ ରେ ଏହି ସମୟରେ ଦୁର୍ଘଟଣାରେ […]

୨୫ ଟଙ୍କାର ଲୋଭ ଦେଖାଇ ଶିଶୁକୁ ନେଇଗଲେ ମହିଳା, ତା’ପରେ...

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ନେଇ ଅଭିଯୋଗ ହୋଇଛି। ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ଗୁଣିଗାରେଡ଼ି ସ୍ଥଳକୁ ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ଶିଶୁକୁ ବଳି ପାଇଁ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଶନିବାର ଦିନ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଜଣେ ମହିଳା ଆସି ସମ୍ପୃକ୍ତ ଶିଶୁକୁ ୨୫ ଟଙ୍କାର ଲୋଭ ଦେଖାଇ ଗୁଣିଗାରେଡ଼ି […]

ମୋବାଇଲ୍‌ ଦେଖୁଥିଲେ ଯୁବତୀ, ହଠାତ୍‌ ବାହାରିଲା ଧୂଆଁ...

ନୂଆପଡ଼ା: ମୋବାଇଲ୍‌ ଦେଖୁଥିବା ବେଳେ ହଠାତ୍‌ ମୋବାଇଲଟି ଗରମ ହୋଇଯାଇଥିଲା, ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଭୟରେ ମୋବାଇଲ୍‌କୁ ତଳେ ଫିଙ୍ଗିବା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ହାଇସ୍କୁଲପଡାରେ ରହୁଥିବା ଯମୁନା ମେହେର ନାମକ ଜଣେ ଯୁବତୀ ୪ ମାସ ତଳେ ଅନ୍‌ଲାଇନ୍‌ରେ ଏହି ଦାମୀ କମ୍ପାନୀର ମୋବାଇଲ୍ ଅର୍ଡର କରିଥିଲେ। ମଙ୍ଗଳବାର ଦିନ ସେ ମୋବାଇଲ୍‌ ଚଲାଉଥିବା ବେଳେ ଫୋନ୍‌ଟି ଗରମ […]

journalist--1
କରୋନା ଭୟରେ ପର କରିଦେଲେ ଆତ୍ମୀୟସ୍ୱଜନ, ସହାୟତାର ହାତ ବଢ଼ାଇଲେ ୪ ସାମ୍ବାଦିକ

ଆସିକା: ପାଖରେ ପଡ଼ିଛି ସ୍ୱାମୀର ମୃତଦେହ, ଆଉ କୋହଭରା କଣ୍ଠରେ କଇଁ କଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ। ପାଖରେ କେହି ନାହାନ୍ତି ସ୍ୱାମୀଙ୍କ ଶବକୁ କାନ୍ଧ ଦେବାକୁ। ଦୁଃଖ ସମୟରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା କେହିବି ମୁହଁକୁ ଚାହିଁଲେନି। ଉପାୟଶୂନ୍ୟ ହୋଇ କାନ୍ଦୁଛନ୍ତି ମହିଳା ଜଣକ। ହେଲେ ମହିଳାଙ୍କ ଏଭଳି ଦୁଃଖ ସମୟରେ ପ୍ରକୃତ ବନ୍ଧୁ ସାଜି ଠିଆହେଲେ ୪ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଗାଁର ବଡ଼ଦାଣ୍ଡ ସାହି ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ […]

china
LACରୁ ହଟୁନି ଚୀନ; ଏବେ ବି ଠୁଳ କରିଛି ୪୦ ହଜାର ସୈନ୍ୟ

ନୂଆଦିଲ୍ଲୀ: ପୁଣି ଥରେ ଧୋକା ଦେଉଛି ଚୀନ ! ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ପାଇବା ସତ୍ତ୍ୱେ ପୂର୍ବ ଲଦାଖର କିଛି ଅଞ୍ଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି। LAC ନିକଟରେ ଅନେକ ସ୍ଥାନରେ ଏବେ ବି ଚୀନ ସେନାର ଉପସ୍ଥିତି ଦେଖିବାକୁ ମିଳିଛି। ଗଲୱାନ ଘାଟୀ, ହଟ୍ ସ୍ପ୍ରିଙ୍ଗ, ଏବଂ ପାନଗଙ୍ଗ ହ୍ରଦ ନିକଟର କିଛି ଅଞ୍ଚଳରୁ ଡ୍ରାଗନ ତାହାର ସେନା ହଟାଇଦେଇଛି ସିନା କିନ୍ତୁ […]

bihar flood
ବିହାରରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପାଣିଘେରରେ ଲୋକ

ପାଟନା: ବନ୍ୟା ଜଳରେ ଉବୁଟୁବୁ ହେଉଛି ବିହାର। କିଛି ଦିନ ଧରି ହେଉଥିବା ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୋସି ନଦୀ ଓ ତିଲଯୁଗାର ଜଳସ୍ତର ବଢିବା ଯୋଗୁଁ ଏବେ ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ଲାଗି ରହିଛି। ଏହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୋଜପୁର, […]

assam
ଆସାମ ବନ୍ୟା; ଗଲାଣି ୮୯ ଲୋକଙ୍କ ଜୀବନ

ଦିଶପୁର: ଆସାମର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।  ବନ୍ୟାରେ ୨୬ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୮୯ ଜଣଙ୍କ ଜୀବନ ଯାଇଛି। ଦିବ୍ରୁଗଡ, କୋକ୍ରାଝର ଭଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି ଘରଦ୍ୱାର, ଚାଷ ଜମି ଓ ରାସ୍ତା ଘାଟ ସବୁଠି ପ୍ରକୃତିର ବିଭୀଷିକା ।ବହୁ ସଂଖ୍ୟକ ଲୋକଙ୍କ ଘର, ଦ୍ୱାର ପାଣିରେ ବୁଡି ରହିଛି।  ଏମିତିକି ସ୍ଥାନେ ସ୍ଥାନେ ରାସ୍ତାରେ ୩/୪ ଫୁଟ୍ ଉଚ୍ଚରେ […]

corona 1
ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଅଛନ୍ତି। ସୂଚନାଥାଉ କି,  ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ […]