• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

justice
କରୋନା ପ୍ରଭାବ: ନିଜ ରାୟ ନିଜେ ଟାଇପ୍ କଲେ ସୁପ୍ରିମ୍ କୋର୍ଟ ବିଚାରପତି

ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରି ଯେଉଁ ରାୟ ଦିଅନ୍ତି, ତାହା ସେ ନିଜେ ଲାପଟପରେ ଟାଇପ୍ ମଧ୍ୟ କରନ୍ତି। […]

sachin
ପାଇଲଟଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି

ଜୟପୁର: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବାଚସ୍ପତି ତିନି ଦିନ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବନି। ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ମାମଲାରେ ଶୁଣାଣି କରି ଆଜି ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀକୁ ଏହି ଆଶ୍ୱସ୍ତି ଦେଇଛନ୍ତି। ଜୁଲାଇ ୨୪ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତି ସିପି ଜୋଶୀଙ୍କୁ କହିଛନ୍ତି। ଆଜି କୋର୍ଟରେ ସଚିନ […]

luckdown
ଆସନ୍ତାକାଲି ଠାରୁ ଉଠିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ୧୧ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କହିଛନ୍ତି ଯେ ବେଙ୍ଗାଲୁରୁରେ ବୁଧବାର ଠାରୁ ଲକ୍‌ଡାଉନ୍‌ ହେବ ନାହିଁ। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ତାଲାବନ୍ଦ ଜାରି ରହିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ୟେଦୁରୁପ୍ପା। People who came […]

bijaya
ଓଲିଉଡ୍‌ର ବିଗ୍‌ ମ୍ୟାନ୍‌ ବିଜୟଙ୍କୁ ଶେଷ ବିଦାୟ

ଭୁବନେଶ୍ୱର: ଶତାଧିକ ଫିଲ୍ମ, ଶତାଧିକ ଛାତ୍ରଛାତ୍ରୀ, ଶହ ଶହ ଅବିସ୍ମରଣୀୟ ସଂଳାପ ଓ ଚରିତ୍ର। ଏ ସବୁକୁ ପଛରେ ଛାଡ଼ି, ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ବିଜୟ ମହାନ୍ତି। ଓଲିଉଡ୍‌ର ଯୁଗପୁରୁଷଙ୍କୁ ଅନ୍ତିମ ସମ୍ମାନ ଜଣାଇଛି ଓଡ଼ିଶା। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ସିନେପ୍ରେମୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ, ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ବର୍ଷିୟାନ ବିଜୟଙ୍କ […]

coorna
ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ ୫୮, ଖୋର୍ଦ୍ଧା ୪୬, କୋରାପୁଟ ୪୧, ଯାଜପୁରରୁ ୩୭ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି କେନ୍ଦୁଝର ୧୪, କେନ୍ଦ୍ରାପଡ଼ା ୧୦, ମୟୂରଭଂଜରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ […]

lava
ନଦୀ ବହୁଛି ହେଲେ ପାଣିର ନୁହେଁ ନିଆଁର, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ସାଧାରଣତଃ ନଦୀରେ ପାଣି ବହିବା ହିଁ ପ୍ରକୃତିର ନିୟମ। ଏଠି କିନ୍ତୁ ବହୁଛି ନିଆଁର ନଦୀ। କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ନଦୀ ଭଳି କ୍ଷୀପ୍ରଗତିରେ ବୋହିଯାଉଛି ଡହ ଡହ ନିଆଁର ସ୍ରୋତ। Hawaii: This is not a time-lapse video. A river of lava moving at an incredible speed…https://t.co/jPzoWPoOKw — Rex Chapman🏇🏼 (@RexChapman) July 20, 2020 ଲାଭା ନିର୍ଗତ ସ୍ଥଳର ଦୃଶ୍ୟ […]

rahul
ମୋଦି ସରକାରଙ୍କ ୬ ଉପଲବ୍ଧି ଦର୍ଶାଇଲେ ରାହୁଲ୍ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ଟପିଲାଣି। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏମିତି କି, ରାହୁଲ୍ କଟାକ୍ଷ କରି ମହାମାରୀ କରୋନା ସମୟରେ କେନ୍ଦ୍ର ସରକାରଙ୍କ ୬ଟି ଉପଲବ୍ଧି ଦର୍ଶାଇଛନ୍ତି। कोरोना काल में सरकार की उपलब्धियां: ● फरवरी- नमस्ते ट्रंप● मार्च- […]

bji
ବିଜୟଙ୍କ ବିଜୟ ଯାତ୍ରା ଥିଲା ଏମିତି...

ଭୁବନେଶ୍ୱର: ସବୁ ଚରିତ୍ରକୁ ନିଖୁଣ ଭାବେ ନିଭେଇବାର କଳା ଯଦି କାହା ପାଖରେ ଥିଲା, ସେ ହେଉଛନ୍ତି ବିଜୟ ମହାନ୍ତି। କେବେ ରୂପା ଶଗଡ଼ିରେ ସୁନା କନିଆଁକୁ ବସାଇ ଆପଣଙ୍କ ପାଖକୁ ଆସିଥିଲେ, ଆଉ କେବେ ଜଗା ହାତରେ ପଘା ମାଧ୍ୟମରେ ପହଞ୍ଚିଥିଲେ ସିନେ ପରଦାରେ। ସିନେମା ଆଉ ଅଭିନୟକୁ ସେଲୁଲଏଡ୍‌ରେ ସେଲିବ୍ରେଟ୍ କରିଥିବା ବିଜୟ ମହାନ୍ତିଙ୍କ ସମ୍ପର୍କରେ ଏମିତି ଅନେକ ଅସରନ୍ତି କଥା ଓ କାହାଣୀ ରହିଛିା ଆସନ୍ତୁ ଜାଣିବା ବିଜୟଙ୍କ ବିଜୟଯାତ୍ରା ସମ୍ପର୍କରେ ସଂକ୍ଷେପରେ। […]

dengue
ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଚିହ୍ନଟ ଡେଙ୍ଗୁ ବ୍ୟାପିବାର କାରଣ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଅଧିକାରୀ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲିଲେ ଭୁବନେଶ୍ୱର : ରାଜ୍ୟରେ କରୋନା କାୟା…

covid 19 report
ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍‌ରେ ନେଗେଟିଭ୍‌; ଘେରିଲେ ବିରୋଧୀ

ଭୁବନେଶ୍ୱର: ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍‌ରେ କୋଭିଡ୍ ଟେଷ୍ଟ କଲେ ଆସୁଛି ନେଗେଟିଭ୍। ପୁଣି କେଉଁଠି ଜଣଙ୍କ ନାଁରେ, ଅନ୍ୟ ଜଣଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ନିଆଯିବା ଭଳି ସାଙ୍ଘାତିକ ଅଭିଯୋଗ। କୋଭିଡ୍ ରିପୋର୍ଟରେ ଏଭଳି କିମ୍ଭୁତ କିମାକାର ତ୍ରୁଟିକୁ ନେଇ ସୋସିଆଲ୍ ମିଡିଆରେ ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇ ଚାଲିଥିଲା ବେଳେ ଆଜି ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ହେଲେ ବିଜେଡି କହିଛି ଯାହା ହେଉଛି ଆଇସିଏମ୍ଆର୍ ଗାଇଡ୍ […]

minor-girl
ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ; ଶରୀରରେ ଥିବା ଚିହ୍ନକୁ ନେଇ ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଗଚୁଆଁ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସଂଧ୍ୟାରୁ ଝିଅର ପତ୍ତା ନ ଥିଲା। ଆଜି ସକାଳୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି […]

doctor
ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: କୋଭିଡ ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁ ଦାୟିତ୍ୱ। ତେଣୁ ତାକୁ ନଜରରେ ରଖି ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର। OHMS କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି ନେଇ ଆଜି କରୋନା ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲାଗି ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା […]

paulse
ଆଗାମୀ ୫ ମାସ ଯାଏ ମଗଣାରେ ମିଳିବ ଡାଲି ଓ ଚାଉଳ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ଓ ଡାଲି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟକ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିବାବେଳେ […]

amaranath
ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଯୋଗୁ ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା-୨୦୨୦କୁ ବାତିଲ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଅମରନାଥ ଯାତ୍ର ଜୁନ୍ ୨୩ ଏବଂ ଏହା ପରେ ଜୁଲାଇ ୨୧ରୁ ଆରମ୍ଭ ହେବା ନେଇ କୁହାଯାଇଥିଲା, କିନ୍ତୁ ଏବେ ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ଆନୁଷ୍ଠାନିକ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ […]

4
'ମିସ୍ ୟୁ ବିଗ୍ ଅଙ୍କଲ୍'‌

ଭୁବନେଶ୍ୱର: ମୋ ଲାଇଫ୍‌ର ପ୍ରଥମ ହିରୋ ‘ମୋ ବିଗ୍ ଅଙ୍କଲ’ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ କରିହେଉନି। ଲାଗୁଛି ଯେମିତି ମୋ ଦୁନିଆ ଏଇଠି ଅଟକି ଯାଇଛି। କେହି ଆଉ ମୋତେ ମିଛ କହିନି ତ ? ଲାଗୁଛି ଏଇନେ ଫୋନ୍ କଲେ ବିଗ୍‌ ଅଙ୍କଲ ଫୋନ୍ ରିସିଭ୍ କରିବେ। ଆଉ କହିବେ ହ୍ୟାଲୋ ସିକ୍ସିଟିନ୍‌ ଇୟର୍‌। ଓଡ଼ିଆ ସିନେ ଜଗତର ବିଗ୍‌ ମ୍ୟାନ୍‌ ବିଜୟ ମହାନ୍ତି ଯେ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ […]

up
୨ ଝିଅଙ୍କ ଆଖି ସାମ୍ନାରେ ସାମ୍ବାଦିକଙ୍କୁ ଗୁଳିମାଡ଼ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଜଣେ ଜଣାଶୁଣା ସାମ୍ବାଦିକଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ୍‌ ୯ଜଣଙ୍କୁ ଗିରଫ କରିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସମ୍ପୃକ୍ତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିକ୍ରମ ଯୋଶୀ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବିକ୍ରମଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ସୋମବାର ବିକ୍ରମ ତାଙ୍କ ୨ ଝିଅଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ବିଜୟନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତା’ବି ପୁଣି ତାଙ୍କ […]

auto
‘ରାତିରେ ଗଡ଼ିବ ୨୨ ଅଟୋ’

ବ୍ରହ୍ମପୁର: ଲକ୍‌ଡାଉନ୍‌ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍‌ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର […]

bank
ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍ କ୍ୱାରେଣ୍ଟିନ୍ ବେଳେ ଯଦି କିଛି ଲକ୍ଷଣ ଦେଖାଯାଏ ତେବେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ଏହାସହ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ […]