ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ […]
ସମ୍ବଲପୁର: ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠୁ ୨୫ ତାରିଖ ଯାଏ ପ୍ରଥମ ଦଫା ଓ ୨୬ ରୁ ୩୧ ତାରିଖ ଯାଏ ଦ୍ୱିତୀୟ ଦଫା ସଟ୍ଡାଉନ୍ କରାଯିବ। ସଟ୍ଡାଉନ୍ରେ ଜିଲ୍ଲା ଭିତରେ ଗମନାଗମନ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ। ଏଥିସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। […]
ନୂଆଦିଲ୍ଲୀ: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଭୟଙ୍କର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୩୭,୭୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୮ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍ କେସ୍-୪,୧୧,୧୩୩, ସୁସ୍ଥ-୭,୫୩,୦୫୦ ଓ ମୃତ୍ୟୁ ସଂଖ୍ୟା-୨୮,୭୩୨। ମହାରାଷ୍ଟ୍ରରେ ୩ ଲକ୍ଷ ୨୭ ହଜାର ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୨ ହଜାର ୨୭୬ରେ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଯେଉଁ କରୋନା ଭ୍ୟାକସିନର ଟ୍ରାଏଲ୍ କରିଥିଲା, ତାହା ପ୍ରାୟତ ସଫଳ ହୋଇଛି। କେବଳ ଏତିକି ନୁହେଁ, ଏହି ଭ୍ୟାକସିନର ଉତ୍ପାଦନର ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ତିଆରି କରାଯାଇଥିବା କରୋନାଭାଇରସ୍ ଭ୍ୟାକସିନ୍ ଭାରତରେ ଆସନ୍ତାବର୍ଷ ଆରମ୍ଭରେ ସାମୂହିକ ପ୍ରସ୍ତୁତି ଆରମ୍ଭ ହେବ। ଏନେଇ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। […]
ରାୟଗଡ଼ା: ସଟ୍ଡାଉନ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ଆଉ ଏକ ଜିଲ୍ଲା। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାୟଗଡ଼ା ଜିଲ୍ଲାକୁ ସଟ୍ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟାରେ ରାୟଗଡ଼ାରୁ ୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପ୍ରଶାସନ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩୯ଜଣ ସୁସ୍ଥ ହୋଇଥିବା ବେଳେ ୧୯୭ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ […]
ମୁମ୍ବାଇ: ସାରାଦେଶ ଏବେ କରୋନା ଭଳି ମହାମାରୀ ସମୟ ଦେଇ ଗତି କରୁଥିବା ବେଳେ ସୁନା ଦର ଆଜି ରେକର୍ଡ ସ୍ତରରେ ପହଞ୍ଚିଛି। Multi-Commodity Exchange (MCX)ରେ ସୁନା ଦର ଆଜି ରେକର୍ଡ ଭାଙ୍ଗିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ପାଖାପାଖି ୫୦ ହଜାର ଟଙ୍କାରେ ପହଞ୍ଚିଛି। ଆଜି ସକାଳେ ଶେଆର୍ ମାର୍କେଟ୍ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍ ସମୟରେ MCXରେ ସୁନା ଦର ୪୦୯ଟଙ୍କା […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନିର ନିଜ ଟ୍ୱିଟ୍ର ହ୍ୟାଣ୍ଡଲରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟେ ଛୋଟ ମା’ ମୂଷାଟି ବର୍ଷାରେ ଓଦା […]
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨। ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ […]
ଭୁବନେଶ୍ୱର: କରୋନା ମହାମାରୀ ବେଳେ ଓଡ଼ିଶାକୁ ଆଉ ଏକ ବିପଦ ଆସୁଛି। ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ୍ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍ କେସ୍ ୧୯ ରହିଛି। ଏନେଇ ଟ୍ୱିଟ୍ ବିଏମ୍ସି ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ତେବେ ୯୯ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୩ରେ ପହଞ୍ଚି ଥିବାବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଆକ୍ଟିଭ କେସ୍ ୬୦୬ ରହିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସେହି ମହାନ ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାଶ, ଯିଏ କ୍ୟାନସରରେ ମା’ ଏବଂ ସମ୍ପର୍କୀୟଙ୍କର ମୃତ୍ୟୁ […]
ଗୁଜରାଟ: ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଗୁଜରାଟର ସୁରତର ଜଣେ ବ୍ୟବସାୟୀ କରୋନା ରୋଗୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ସୁରତର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ କାଦର ଶେଖ(୬୩) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ମାଗଣା ଡାକ୍ତରଖାନା ସ୍ଥାପନ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଦର ଶେଖ୍ କରୋନାରେ ପଜିଟିଭ […]
ଭୁବନେଶ୍ୱର: ମୋଟିଭେସନ୍ନାଲ୍ ସ୍ପିକର ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ଏହି ଘଟଣାରେ ଜିଆର୍ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ବାସ୍ତବରେ ଏହା ଏକ ଆତ୍ମହତ୍ୟା ନ ହୋଇ ହତ୍ୟା ହୋଇଥାଏ, ତେବେ ଦୋଷୀଙ୍କୁ କଠୋର […]
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଜଣେ ସୁପର୍ ସ୍ପ୍ରେଡରଙ୍କୁ ନେଇ ଚିନ୍ତା ବଢ଼ିଛି। ମଞ୍ଚେଶ୍ୱରରେ ଥିବା ଏକ ଅଟାକଳରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୬ଜଣ ଉକ୍ତ ଅଟାକଳର କର୍ମଚାରୀ ଓ ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଆଜି ମଞ୍ଚେଶ୍ୱରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]