• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

cure
ଦିନକରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୨,୯୧୦କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରେ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮ ସୁସ୍ଥ ହୋଇଛନ୍ତି। […]

students
ୱେବ୍‌ ପୋର୍ଟାଲରେ ପାଠ ପଢ଼ିବେ ଯୁକ୍ତ ୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁ ସ୍କୁଲ, ଟିଉସନ ସବୁ ବନ୍ଦ ଥିବାରୁ ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଯେଭଳି କୌଣସି ଅସୁବିଧା ନହୁଏ ଏହା ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା…

cova
ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ […]

t20
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ […]

take
ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର। ଗୁରୁତର ହେବାରୁ ତାଙ୍କୁ ଘରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ଧରି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଗରୁ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସେତେବେଳେ ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ତାଙ୍କୁ ହୃଦଘାତ୍‌ […]

hbsdj
ଆଉ ନାହାନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର: ଫିଲ୍ମ ଦୁନିଆରେ ବିଜୟ ଲାଭ କରିଥିବା ବିଜୟ ମହାନ୍ତି ଜୀବନ ଲଢେଇରେ ହାରିଯାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ରାଜ କରିଥିବା ବିଜୟ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ସଂନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି […]

russia
ଏପ୍ରିଲରୁ କରୋନା ଭ୍ୟାକସିନ୍ ନେଇସାରିଛନ୍ତି ରୁଷ୍‌ର ପ୍ରଭାବଶାଳୀ ବ୍ୟକ୍ତି!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ ଛଡ଼ାଯିବ। କିନ୍ତୁ ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ରୁଷରେ ଏହି ଭ୍ୟାକସିନ୍ ରାଷ୍ଟ୍ରପତି ପୁତିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ […]

sara01
ଏ ସମ୍ପର୍କ କଟିବନି, ସାରାଙ୍କୁ ଝୁରୁଛି ଗଜପତି

ଗଜପତି(ଆଦର୍ଶ ଦାଶ): ଗଜପତି ଜିଲ୍ଲା ଗଠନ ହେବାର ୨୮ ବର୍ଷ ବିତିଲାଣି। ଏହାରି ଭିତରେ ଜିଲ୍ଲାବାସୀ ୧୫ରୁ ଅଧିକ ଏସପିକୁ ଦେଖିଲେଣି। କିନ୍ତୁ ୧୭ ମାସର ଚାକିରି ଆଜି କିନ୍ତୁ ୧୭ ବର୍ଷର ସଂପର୍କ ଭଳି ମନେହେଉଛି। ସେ ଗଜପତି ଜିଲ୍ଲାବାସୀଙ୍କ ମଧ୍ୟରୁ କାହାର ଝିଅ, କାହାର ଭଉଣୀ ପୁଣି କାହାର ମା’ ଭଳି ଥିଲେ। କିନ୍ତୁ ତାଙ୍କ ବଦଳି ଗଜପତିବାସୀଙ୍କୁ ବ୍ୟଥିତ କରିଛି। ଏଇ ଦୁଃଖ ମଣିଷର କୋହ ଠାରୁ ବି ଆହୁରି ଅଧିକ। ଗଜପତି […]

assam
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]

indo-america
ଭାରତ-ଆମେରିକାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା। ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ ରେଗାନ ସହ ମାଲ୍ଲାକା ଉପସାଗର ଅତିକ୍ରମ କରି ଭାରତ ମହାସାଗରରେ ପ୍ରବେଶ କରିଥିଲା। ଏଥିରେ ଭାରତର ଡେଷ୍ଟ୍ରୟର କ୍ଲାସ ଯୁଦ୍ଧ ଜାହାଜ ସମେତ ଫ୍ରିଗେଟ, ବୁଡା ଜାହାଜ […]

vijay
ବିଜୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସାରା ଓଡ଼ିଶା ଲୁହରେ ଭିଜିଛି। ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ନେତା, ଅଭିନେତା ଓ ବହୁ  ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି। ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର […]

bijay
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଜୟ ମହାନ୍ତି ଭୁବନେଶ୍ୱରର କେୟାର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତର ଶିକାର ହୋଇ […]

water scarcity
ପାକିସ୍ତାନରେ ଜଳାଭାବ ଯୋଗୁଁ ସୃଷ୍ଟି ହୋଇପାରେ ଦୁର୍ଭିକ୍ଷ ପରି ସ୍ଥିତି

ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ…

LALJI
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ

ଲକ୍ଷ୍ମୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କୁ ଲକ୍ଷ୍ମୌର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। बाबूजी नहीं रहे — Ashutosh Tandon (@GopalJi_Tandon) July 21, 2020 ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା। ଏ ସମ୍ପର୍କରେ ଲାଲଜି […]

plsma
ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ଗଞ୍ଜାମ: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହୋଇଥିବାରୁ ଗଂଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହୋଇଛନ୍ତି। ତେଣୁ ରାଜ୍ୟର କରୋନା ହଟସ୍ପଟ୍ ଗଂଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି […]

vaccine-oxford
ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକ୍ସିନ ସୁରକ୍ଷିତ; ଖୁବ୍‌ ଶୀଘ୍ର ଭାରତରେ ଆରମ୍ଭ ହେବ ଉତ୍ପାଦନ

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍‌କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି । ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍‌ଟ ଏହା ପ୍ରକାଶ ପାଇଛି […]

pri
ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ। ଆଜି ସକାଳ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ଧରି ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ମିଳିଛି। ୧୯୭୬ ବ୍ୟାଚର ଆଇଏଏସ ଅଫିସର ତାଙ୍କ କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର […]

corona
କରୋନା ନେଇଗଲା ମା’ ସହ ୫ ପୁଅଙ୍କ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ  ଝାଡଖଣ୍ଡରୁ ଆସିଥିବା ଏଇ ଖବର ହୃଦୟକୁ ଥରାଇ ଦେବ। ଏକ ହସଖୁସିର ପରିବାରକୁ କରୋନା ଛାରଖାର କରିଦେଇଛି। କରୋନା ସଂକ୍ରମଣରେ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ମା’ଙ୍କର ମୃତ୍ୟୁ ଘଟିଛି।  ଦୁଃଖର କଥା ହେଉଛି, ମା’ଙ୍କ ଶବକୁ କାନ୍ଧ ଦେବା ପାଇଁ କେହି ପୁଅ ଆଉ ନାହାନ୍ତି। ଗୋଟିଏ ପରେ ଗୋଟିଏ ହୋଇ ୫ ପୁଅଙ୍କର ଜୀବନ ନେଇ […]

hana
ଜମି ପାଇଁ ହଣାହଣି, ୧୦  ଗୁରୁତର

ମାଲକାନଗିରି: ଜଙ୍ଗଲ ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ହଣାକଟା। ପରସ୍ପର ହଣାହଣି ହୋଇ ୧୦ ଗୁରୁତର। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍‌ପିଭି -୮୧ରେ ଜମି ବିବାଦ ତେଜିଥିଲା। ପ୍ରାୟ ୬ ଏକର ଜମିରେ ଗୋଟିଏ ଗୋଷ୍ଠୀ ଚାଷ କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ସେହି ଜମି ଉପରେ ଧାନ ବୁଣୁଥିଲେ। ଏହାକୁ […]

coronavirus-odisha
ରଥଯାତ୍ରାରେ ସାମିଲ ୨ ସେବାୟତ କରୋନାରେ ଆକ୍ରାନ୍ତ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ୨ ସେବାୟତ କରୋନାରେ ଆକ୍ରାନ୍ତ। ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିଲା। ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି। ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। […]

COV
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୬୪୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୩ ଜିଲ୍ଲାରୁ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫରିଥିବା ଜଣାଯାଇଛି। […]

doctor
କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଲା

ଭୁବନେଶ୍ୱର: ମୃତ୍ୟୁ ସଂଖ୍ୟାରେ ଶହେ ପାର କଲା ଓଡ଼ିଶା। ଆଜି ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଆଜି ୬ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଡେଇଁଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଗତକାଲି ୬ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା […]

comunity-spred
ଦେଶରେ ୧୧ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି। ସେହିପରି  କରୋନା ମୃତ୍ୟ  ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ୍ କେସ୍ ୪,୦୨,୫୨୯ ଥିବାବେଳେ ବର୍ତ୍ତମାନ ସୁଦ୍ଧା  ୭,୨୪,୫୭୭ ଜଣ ସୁସ୍ଥ ହୋଇ […]

ଜେଲ ଭିତରେ ରାଜୀବ ହତ୍ୟାକାରୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାନୁସାରେ, ନଳୀନି ଶାଢୀରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଜେଲରେ ଝଗଡା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି।  ସୂଚନାଥାଉ କି, ନଳିନୀ ତାମିଲନାଡୁର ଭେଲୋର ଜେଲରେ ନଳୀନି ସଜା ଭୋଗୁଛନ୍ତି। ଚେନ୍ନାଇର ଭେଲୋର ଜେଲରେ ନଳିନୀ […]