• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

nag-missile
'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି। #WATCH Trials of Helicopter-launched Nag Missile (HELINA), now named Dhruvastra anti-tank guided missile in direct and top attack […]

gajapati
ଗତକାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ରିପୋର୍ଟ ପଜିଟିଭ

ପାରଳାଖେମୁଣ୍ଡି: ଗତକାଲି  ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି  ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ଗତ କିଛିଦିନ ହେଲା କରୁଣାକର ଅସୁସ୍ଥ ଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା କୋଭିଡ ହସ୍ପିଟାଲ ଓ […]

naveen
ଓଡ଼ିଶାକୁ ଆଗ ମିଳିବ କରୋନା ଟିକା!

ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ। ଏହାଛଡ଼ା କରୋନା ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଛନ୍ତି। Hon'ble Sri @Naveen_Odisha today […]

sameer
ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ

ଭୁବନେଶ୍ୱର: କରୋନା ଯୋଗୁଁ ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଲାବସ୍ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ପିଲାଙ୍କୁ ଆଗୁଆ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ […]

rajyasabha1
ଶପଥ ନେଲେ ଓଡ଼ିଶାର ୪ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ମୁନ୍ନା ଖାଁ, ସୁଜିତ୍ କୁମାର, ମମତା ମହନ୍ତ, ସୁବାସ ସିଂହ ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଓଡ଼ିଶାର ୪ଜଣଙ୍କ ବ୍ୟତୀତ ରାଜ୍ୟସଭାର ୩୯ଜଣଙ୍କୁ ଶପଥ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ଯାକ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। […]

koraput
ଲକ୍‌ଡାଉନ୍‌ ସମୟରେ ଚାଷୀ ସାଜିଲେ ବିଧାୟକ

କୋରାପୁଟ: ଚାଷୀ ସାଜିଲେ ବିଧାୟକ।  ଲକ୍‌ଡାଉନ୍ ସମୟରେ ବିଧାନସଭା ତ ବନ୍ଦ, ସଭା ସମିତି ମଧ୍ୟ ବନ୍ଦ।  ତେଣୁ ଘରେ ନ ବସି ଚାଷ କାମରେ ମନ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ପ୍ରତିଦିନ ସେ କ୍ଷେତକୁ ଯାଉଛନ୍ତି । ନିଜେ ଚାଷ କାମ କରୁଛନ୍ତି। ରଘୁରାମ କହିଛନ୍ତି, ମୁଁ ଚାଷୀ ଘର ପିଲା। ଲକ୍‌ଡାଉନ୍‌ ସମୟରେ କାମ କିଛି ନାହିଁ। ଲୋକମାନଙ୍କ ସୁବିଧା ଅସୁବିଧା କଥା ଫୋନ୍‌ […]

PTI03-03-2020_000069A
କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ତା ସହିତ ୨ଟି ଲୋକାଲ କେସ୍ ରହିଛି। ସେହିଭଳି ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮ ଚିହ୍ନଟ ହୋଇଛନ୍ତି। ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କଟକ ସହର ପାଇଁ ଚିନ୍ତାର କାରଣ ପାଲଟିଛି ଖଟବିନ […]

jay-panda
ପାକ୍ ସେନା ଓ ଆଇଏସ୍‌ଆଇ ସହ ବଲିଉଡ୍ ଲିଙ୍କ୍!

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା […]

harichan
ସରକାରଙ୍କୁ ବିଜେପିର ପ୍ରଶ୍ନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ?

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ ଓ ଡାଲି ଯୋଗାଣ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। NFSAର ୧୩ ଲକ୍ଷ କାର୍ଡ ଏସେଫେସ ରେ ମିଶିବା ପରେ ଆଉ ଯୋଜନା କେଉଁଠି ଅଛି ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ […]

mitravanu
ରଙ୍ଗବତୀ ଗୀତର ନାଁ ଅନୁସାରେ ବଦଳିଲା ଗାଁର ନା

ଭୁବନେଶ୍ୱର: ଗୀତର ନାମ ରଙ୍ଗବତୀ ଅନୁସାରେ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ ହେଲା। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ। ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ  ହେଉଛି ବିଲୁଙ୍ଗ। ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ଦେଶ […]

pradipta nayak
କରୋନା ପରିଚାଳନାରେ ପଶ୍ଚିମ ଓଡ଼ିଶାକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି। ଆଗ ଅପେକ୍ଷା ବର୍ତ୍ତମାନ ବହୁ ମାତ୍ରାରେ ସଂକ୍ରମିତ ଏହି ସବୁ ଜିଲ୍ଲାରୁ ଆସୁଛି। ଏଠି କିଛି ବ୍ୟବସ୍ଥା କରାଯାଇନାହିଁ ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ଅଧାରୁ ଅଧିକ ଡାକ୍ତର ଗଞ୍ଜାମକୁ ପଠାଇଛନ୍ତି ସରକାର। ସେପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟେଷ୍ଟ ମଧ୍ୟ ଅଧିକ ପରିମାଣରେ ହେଉନାହିଁ। […]

gamat
ଶ୍ୱଶୁର ଘରେ ଜ୍ୱାଇଁ ପାଇଁ ମେନ୍ୟୁରେ ୧୦୫ ଆଇଟମ୍‌  

ପୁରୀ: ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାକୁ ନେଇ କେତେ କଥା କେତେ କାହାଣୀ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ। ବାହାହୋଇ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ,ତାହାହେଲେ ଚର୍ଚ୍ଚାଟା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ପରଷିଥାନ୍ତି। ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। କିନ୍ତୁ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ରକମର ଜ୍ୱାଇଁ ଚର୍ଚ୍ଚା। ଯାହା ଆପଣ କେବେ ଭାବି ନଥିବେ କି […]

ମୁସଲିମ୍ ମହିଳାଙ୍କୁ ବନ୍ଧ୍ୟା କରୁଛି ଚୀନ୍!

ବେଜିଂ: ଉଇଘୁର ମୁସଲିମ୍ ସମ୍ପ୍ରଦାୟ ପ୍ରତି ଚୀନର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଉଠୁଛି। ଉଇଘୁର ସମ୍ପ୍ରଦାୟ ଲୋକଙ୍କ ପରିଚୟକୁ ନଷ୍ଟ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ନରସଂହାରର ଅଭିଯୋଗକୁ ନେଇ ଚୀନ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏବେ ଆମେରିକାରେ ରହୁଥିବା ଜଣେ ଉଇଘୁର ଲେଖକ ରେୟାନ୍ ଅସତ୍ ଚୀନରେ ଉଇଘୁର ମୁସଲିମ୍ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ବଡ଼ ଖୁଲାସା କରିଛନ୍ତି। ରେୟାନଙ୍କ କହିବା […]

coronavirus
ଘରେ ପତ୍ନୀ ଓ ପିଲା, ଗଛ ତଳେ ଜୀବନ ବିତାଉଛନ୍ତି କରୋନା ଯୋଦ୍ଧା

ରେଢ଼ାଖୋଲ: କରୋନା କାଳରେ ସାମ୍ନାକୁ ଆସିଲା ଆଉ ଏକ କରୁଣା କହାଣୀ। ରେଢ଼ାଖୋଲ ମେଡିକାଲରେ ଡ୍ରେସର ଭାବେ କାମ କରୁଥିବା ୪୦ ବର୍ଷୀୟ ଅକୃର ସେଠୀଙ୍କୁ ଏବେ ଗଛ ତଳେ ଜୀବନ ବିତାଇବାକୁ ପଡ଼ୁଛି।  କାହିଁକିନା ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି। ଘରେ ସ୍ତ୍ରୀ, ପିଲାମାନେ ବାପାଙ୍କୁ ଦେଖିଥିଲେ ମଧ୍ୟ ପାଖକୁ ଆସିପାରୁନାହାନ୍ତି। ଗତ ୫ ଦିନ ହେବ ଏମିତି ଭାବେ ଜୀବନ ବିତାଉଛନ୍ତି ଡବାହାଲ ପଚାଂୟତ ଟାଲ ଗାଁର ଅକୃର ସେଠୀ। ରେଢାଖୋଲ […]

ଈଓଊପୋ
ଜଗନ୍ନାଥ ବଲ୍ଲଭରେ ରଖାଯିବ ଶ୍ରୀଜିଉଙ୍କ ୩ ରଥ

ପୁରୀ: ଜଗନ୍ନାଥ ବଲ୍ଲଭରେ ରଖାଯିବ ଶ୍ରୀଜିଉଙ୍କ ୩ ରଥ। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ତିନି ରଥକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଜଗନ୍ନାଥ ବଲ୍ଲଭରେ ଉପଯୁକ୍ତ ସ୍ଥାନ ମାପଚୁପ ପରେ ତିନି ରଥକୁ ଖୋଲାଯିବ। ତାହାକୁ କିଭଳି ଢଙ୍ଗରେ କାଢ଼ି ପୁଣି ଯୋଡାଯିବ ସେ ନେଇ ବୈଠକ ହୋଇଥିଲା। ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଏସମ୍ପର୍କିତ ଆଲୋଚନା […]

rahul
ରାହୁଲ୍ ଗାନ୍ଧି ଦେଲେ ୩୫୦ ଟିଭି ସେଟ୍

ୱେନାଡ୍: କରୋନାଭାଇରସ୍ ଯୋଗୁ ସବୁଠି ଲକଡାଉନ୍ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ପକ୍ଷରୁ ଭର୍ଚ୍ୟୁଆଲ୍‌ କ୍ଲାସ୍ ଦିଆଯାଉଛି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ୱେନାଡ଼ରେ ପ୍ରାୟ ୩୫୦ ଟିଭି ସେଟ୍ ଦେଇଛନ୍ତି, ଯାହାଦ୍ୱାରା ପିଲାମାନଙ୍କୁ ପାଠପଢ଼ାରେ ଯେପରି କୌଣସି ସମସ୍ୟା ନହେବ। വയനാട്ടിലെ കുഞ്ഞുകൂട്ടുകാരുമായി സംസാരിച്ചു. പഠിച്ചുയരാൻ കൂടെയുണ്ടാകും……. pic.twitter.com/xq1rU085ip — Rahul Gandhi – Wayanad (@RGWayanadOffice) July […]

cp
ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜସ୍ଥାନ ବିଧାନସଭା ବାଚସ୍ପତି

ଜୟପୁର: ରାଜସ୍ଥାନରେ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଚସ୍ପତି ସି ପି ଜୋଶୀ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ ମୁଁ କେବଳ ନୋଟିସ ପଠାଇଛି, କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। କୌଣସି ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାର କ୍ଷମତା ବାଚସ୍ପତିଙ୍କ ନିକଟରେ ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୋର୍ଟ ଏହି […]

journalist
ଆଖି ବୁଜିଲେ ଗାଜିଆବାଦର ଆହତ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ସୋମବାର ବିଚ ରାସ୍ତାରେ ନିଜର ଦୁଇ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ଦୃର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ହୃଦୟ ବିଦାରକ ଚିତ୍ର ସିସିଟିଭରେ କଏଦ […]