• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jail
ଅଭିଯୁକ୍ତ କରୋନା ପଜିଟିଭ, ହୋମ୍‌ ଆଇସୋଲେସନ୍‌ରେ ପୋଲିସ କର୍ମଚାରୀ

ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍‌କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଛି। ଏଥିସହ ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍‌ରେ ଥିବା କଟକ DCP ସୂଚନା ଦେଇଛନ୍ତି।

covaxin
ଚେନ୍ନାଇରେ ଆରମ୍ଭ ହେଲା 'କୋଭାକ୍ସିନ'ର ହ୍ୟୁମାନ୍ ଟ୍ରାଏଲ୍

ଚେନ୍ନାଇ: ଚେନ୍ନାଇରେ ଭାରତର କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଛି। ପୂର୍ବରୁ ଦିଲ୍ଲୀ ଏମ୍ସରେ ଏହାର ମାନବ ପରୀକ୍ଷଣ କରାଯାଇଛି। ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ ‘କୋଭାକ୍ସିନ’କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଦେଶର ୧୨ଟି […]

phytanb
ଛେଳିଛୁଆକୁ ଗିଳିଥିବା ଅଜଗର ଉଦ୍ଧାର

ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ।  ଘଟଣା ଯାଜପୁର ଜିଲ୍ଲା  ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ୍ ହେଲ୍ପଲାଇନର ସୌମ୍ୟାଜିତ ଗ୍ରାମ ବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଜଗରଟିର ଲମ୍ବ […]

acs
'ରାଜ୍ୟବାସୀ ଚିନ୍ତା କରନ୍ତୁନି, କରୋନାକୁ ଆମେ ଗୋଡ଼ାଇ ଧରୁଛୁ'

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। କେସ୍‌ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା ଚିନ୍ତା କରୁନ୍ତୁନି ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ […]

santosh-babu
ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

ହାଇଦ୍ରାବାଦ: ଗଲୱାନ ହିରୋ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ବାବୁ ହେଲେ ଡେପୁଟି କଲେକ୍ଟର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ହାଇଦ୍ରାବାଦ୍ କଲେକ୍ଟର ଶ୍ୱେତା ମହାନ୍ତି ସନ୍ତୋଷୀଙ୍କୁ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ଫ୍ଲାଟର କାଗଜପତ୍ର ପ୍ରଦାନ କରିଛନ୍ତି। ସନ୍ତୋଷୀଙ୍କ ଦୁଇ ନାବାଳକ ପିଲା ଥିବାରୁ ହ୍ରାଇଦ୍ରାବାଦ୍ ଆଖପାଖରେ ତାଙ୍କ ନିଯୁକ୍ତି କରିବା ଲାଗି କୁହାଯାଇଛି। ସେହିପରି ସେ କିଭଳି ପ୍ରଶାସନିକ ସେବା ତାଲିମ ପାଇବେ, […]

igp
ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ରାଉରକେଲା: ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି।  ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ।  ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି।  […]

tea
ମହଙ୍ଗା ହେବ କପେ ଚା' !

ନୂଆଦିଲ୍ଲୀ: ଏଥର ମହଙ୍ଗା ହେବ ଚା’ କପ୍‌। କାରଣ ବର୍ଷାରେ ଏଥର ଚା’ ଚାଷକୁ ପ୍ରବଳ କ୍ଷତି ପହଞ୍ଚାଇଛି। ବର୍ଷାରେ ପାଖାପାଖି ୨୦ କୋଟି କିଲୋଗ୍ରାମ ଚା’ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଫଳରେ ନିଲାମି ଭାଉ ବଢ଼ିବାରୁ ବଜାରରେ ଚା’ର ଦାମ୍ କିଲୋପ୍ରତି ୧୦୦ ଟଙ୍କା ହୋଇଛି। ତେଣୁ ଚା କପ୍‌ର ମୂଲ୍ୟ ବଢ଼ିପାରେ ବୋଲି କୁହାଯାଇଛି। ବିଭିନ୍ନ କମ୍ପାନୀ ମଧ୍ୟ ଚା’ ପକେଟ୍‌ ୧୦ରୁ ୧୫ ପ୍ରତିଶତ ଲେଖାଏ ବୃଦ୍ଧି କରିଛନ୍ତି। ମିଳିଥିବା […]

bank
ରାଜ୍ୟରେ ଖୋଲିବ ଆଉ ୨ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର। କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କ ପ୍ଲାଜମା ଥେରାପି ସଫଳ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଆଉ ୨ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିବ। ବ୍ରହ୍ମପୁର ଏମକେସିଜି ମେଡିକାଲରେ […]

netindian_2020-07_2756e154-a836-4e79-be2b-fd162c4ac28f_56a7f8904c765625416776e2db103dcd
ଆସାମ ସ୍ଥିତି ସଙ୍ଗୀନ, ୮୯ ମୃତ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ବନ୍ୟା ଯୋଗୁଁ ଆସାମରେ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ୩୩ରୁ ପ୍ରାୟ ୨୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ବିହାର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି […]

jaypur
ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ନାବାଳକର ମୃତ୍ୟୁର […]

narayan
କଂଗ୍ରେସକୁ ପୁଣି ଝଟ୍‌କା

ଭୋପାଳା: ରାଜସ୍ଥାନରେ କଂଗ୍ରେସକୁ ସଚିନ ପାଇଲଟଙ୍କ ନାଁରେ ଶକ୍ତ ଆଘାତ ଲାଗିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। କଂଗ୍ରେସ ବିଧାୟକ ନାରାୟଣ ପଟେଲ୍‌ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରେଟେମ୍ ସ୍ପିକର ରାମେଶ୍ୱରଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ନାରାୟଣ। ସ୍ପିକର ମଧ୍ୟ ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିନେଇଛନ୍ତି। ତେବେ ନାରାୟଣ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଗୁନାର ଆଉ ଜଣେ ନେତା […]

turn
କରୋନାରୁ ସୁରକ୍ଷିତ ରହିବାକୁ ସରକାରଙ୍କ ୫ ଫର୍ମୁଲା

ଭୁବନେଶ୍ୱର: ଲୋକଙ୍କୁ ୫ଟି ଅପିଲ କଲେ ରାଜ୍ୟ ସରକାର। ଏହି ନିୟମ ମାନିଲେ କରୋନା ଦାଉରୁ ଆମେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ ଓଡ଼ିଶା ହିଁ ଏକମାତ୍ର ଚାଜ୍ୟ ଯେଉଁଠି ଜଣେ କରୋନା ରୋଗୀର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏପରିକି ୪ଟି ମେଡିକାଲ ଫାର୍ମାକୁ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଛି। ଏପରି କ୍ଷେତ୍ରରେ ଜନସାଧାନରଣଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର।  ଲକ୍ଷଣ ଲୁଚାନ୍ତୁନି, ଟେଷ୍ଟିଂ ପାଇଁ […]

aiims
ଧାରଣାରେ ବସିଲେ ଏମ୍ସର ୪୦୦ ନର୍ସ

ପାଟଣା: କରୋନା ଯୋଗୁ ବେହାଲ୍ ହୋଇଛି ବିହାର ସ୍ଥିତି। ରାଜ୍ୟରେ କରୋନା ରୋଗୀଙ୍କୁ ବେଡ୍ ମିଳିପାରୁନାହିଁ। ଅନ୍ୟପଟେ ଯେଉଁମାନଙ୍କୁ ବେଡ୍ ମିଳୁଛି, ସେମାନଙ୍କୁ ସ୍ୱାସ୍ଥ୍ୟଜନିତ କୌଣସି ସୁବିଧା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ମଧ୍ୟରେ ପାଟଣା ଏମ୍ସର ୪୦୦ଜଣ ଚୁକ୍ତିପ୍ରାପ୍ତ ନର୍ସ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ପାଟଣା ଏମ୍ସ ଏକମାତ୍ର କେନ୍ଦ୍ରୀୟ ହସ୍ପିଟାଲ୍, ଯେଉଁଠାରେ ଅନେକ ଭିଭିଆଇପି କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି। ଧାରଣାରେ ବସିଥିବା ନର୍ସ ନିଜର ଚାକିରିକୁ ସୁରକ୍ଷିତ, ଦରମା […]

aditya das
ଆଦିତ୍ୟ ମୃତ୍ୟୁ ମାମଲାର ଠୋସ୍ ପ୍ରମାଣ ମିଳିବ କେବେ?

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ ନୋଟ୍‌କୁ ନେଇ ବଡ଼ ଖୁଲାସା। ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଦାଶ ଲେଖିଥିବା ଫରେନସିକ୍ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଫରେନ୍ସିକ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ ହିଁ ଜବତ ଡାଏରୀରେ ନିଜ ଶେଷ କଥା […]

corona
ସୁସ୍ଥ ହେଲେ ୬୪୩ 'କରୋନା' ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪, ୩୯୨ରେ ପହଞ୍ଚିଛି। କେଉଁଠି କେତେ ଆକ୍ରାନ୍ତ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଂଜ ୨୮, କଟକରୁ ୨୭ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୫, ବରଗଡ଼ ଓ କଳାହାଣ୍ଡିରୁ ୧୪ ଲେଖାଏଁ, ଢେଙ୍କାନାଳ ଓ କେନ୍ଦୁଝରରୁ ୧୧ ଲେଖାଏଁ, ଭଦ୍ରକରୁ ୮ […]

amitabha
ଅମିତାଭଙ୍କ କରୋନା ରିପୋର୍ଟକୁ ନେଇ ଗୁଜବ, ଟ୍ୱିଟ କରି ସ୍ପଷ୍ଟ କଲେ BIG B

ନୂଆଦିଲ୍ଲୀ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି! ସେ ଖୁବ୍‌ଶୀଘ୍ର ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ! ଏପରି ଏକ ଗୁଜବ ଖବର ଭାଇରାଲ୍‌ ହେବା ପରେ ଏଥିରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତାଭ।  ଏ ନେଇ ବୁଧବାର ସେ ଟ୍ୱିଟ୍ କରି ଖବରକୁ ମିଛ ବୋଲି କହିଛନ୍ତି। ଜୁଲାଇ ୧୧ ତାରିଖ ରେ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠୁ ସେ ମୁମ୍ବାଇର ନାନାବତୀ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି। […]

lalkila
ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଗାଇଡଲାଇନ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ। ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ  ଉତ୍ସବ ଶେଷ ହେବ। ରାଜ୍ୟସ୍ତରରେ ମଧ୍ୟ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ […]

ganeshi
ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି। କିଛି ବ୍ୟସ୍ତ, ବିବ୍ରତ ହେବାର ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ ଓ କାଲି ଫେରିବେ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ୩୧ ଯାଏ ଜନସାଧାରଣଙ୍କ ପାଇଁ ରାଜଭବନ ନିଷେଧ କରାଯାଇଛି।  

swarupanand-saraswati
'ରାମ ମନ୍ଦିର ଭୂମି ପୂଜା ପାଇଁ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତ ଅଶୁଭ'

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ। ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତକୁ ଅଶୁଭ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀରାମଙ୍କ ମନ୍ଦିର ସଠିକ ଭାବେ ନିର୍ମାଣ ହେଉ ଏବଂ ଭୂମି ପୂଜନ ଶୁଭ ବେଳାରେ ହେଉ ବୋଲି ସେ କହିଛନ୍ତି। ତାଙ୍କୁ ରାମ ମନ୍ଦିର ଟ୍ରଷ୍ଟିରେ କୌଣସି ପଦ ପଦବୀ ଦରକାର ନଥିବା ମଧ୍ୟ ସେ କହିଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୨ ଟା […]

ambulance
ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଲା କରୋନା

ଆସ୍କା:  ଗୋଟିଏ ପରିବାରର ୩ ଜଣଙ୍କ ମୁଣ୍ଡ ନେଲା କରୋନା।  ଗୋଟିଏ ପରିବାର ବାପା, ମା ଓ ପୁଅର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନଏସିରେ। ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଏକ ପରିବାର ଲୋକଙ୍କ ଠାରୁ ଗତ ୯ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସ୍ୱାମୀ ପାତ୍ର, ସ୍ତ୍ରୀ, ପୁଅ ଓ ବୋହୂଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ […]

aryna
ଯୁକ୍ତି ଦୁଇ ଛାତ୍ରଙ୍କ କମାଲ; ମାତ୍ର କେଇ ମିନିଟ୍‌ରେ ଜଣାପଡ଼ିବ କରୋନା ରିପୋର୍ଟ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ ଦ୍ୱାରା ଆୟୋଜିତ ଆତ୍ମନିର୍ଭର ଭାରତ ଆଇଡିଆଥୋନ୍‌ର ସସ୍‌ଷ୍ଟେନେବଲ ଏନ୍‌ଭାରମେଣ୍ଟ କ୍ୟାଟେଗୋରୀର ବିଜୟୀ ହୋଇଛନ୍ତି ଦିଲ୍ଲୀ ଆର୍‌କେ ପୁରମର ଆର୍ଯ୍ୟନ୍‌ ଗୁଲାଟି। କାରଣ ସେ ଏମିତି ଏକ ଚମତ୍କାର କରି ଦେଇଖାଇଛନ୍ତି ଯାହାଦ୍ୱାରା ମାତ୍ର କେଇ ମିନିଟ୍‌ରେ କୋଭିଡ୍‌-୧୯ ରୋଗକୁ ଚିହ୍ନିବା ସହିତ ଫୁସ୍‌ଫୁସ୍ ସମ୍ବନ୍ଧିୟ ଅନ୍ୟ ରୋଗକୁ ମଧ୍ୟ ଚିହ୍ନାଯାଇପାରିବ। ଯୁକ୍ତ ଦୁଇରେ ପଢ଼ୁଛନ୍ତି ଆର୍ଯ୍ୟନ। ହେଲେ ଏତେ କମ୍‌ ବୟସରେ ଚମତ୍କାର ଆବିଷ୍କାର କରି ଦେଖାଇଛନ୍ତି ସେ। ଆର୍ଯ୍ୟନ […]