ଭୁବନେଶ୍ୱର (ବଳରାମ ମହାନ୍ତି) : ଲକଡାଉନରେ ଜୀବିକା ଗଲା ପରେ ଏବେ ଜୀବନ ସହିତ ଲଢେଇ କରୁଛନ୍ତି ଜଣେ କଳାକାର l ଓଲିଉଡ଼ର ଅନେକ ଫିଲ୍ମ, ସିରିଏଲ ଓ ଆଲବମରେ ଅଭିନୟ କରିଥିବା କଳାକାର ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଶଯ୍ୟାଶାୟୀ ।…
ଭୁବନେଶ୍ୱର: ମୃତ୍ୟୁ ପାଖରେ ହାରି ଯାଇଛନ୍ତି ବିଜୟ। ଜିତି ଯାଇଛି ମୃତ୍ୟୁ । ଓଡ଼ିଆ ସିନେମା ଜଗତର ଜଣେ କିମ୍ବଦନ୍ତୀ ନେତା ବିଜୟ ମହାନ୍ତି। ନିଜ ଅଭିନୟ କଳାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ କିଣି ନେଇଥିବା ବିଜୟ ଆଜି ବାହୁଡି ଯାଇଛନ୍ତି ଅଫେରା ରାଜ୍ୟକୁ । ମାସାଧିକ କାଳ ରୋଗ ଶଯ୍ୟାରେ ପଡ଼ିବା ପରେ ଗତକାଲି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। କେତେବେଳେ ନାୟକ ତ କେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରି ସର୍ବାଧିକ […]
ମାଲାକାନଗିରି: କରୋନା ମୁକ୍ତି ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଦିଆଯାଉଛି ମଦ। ଜଣେ କି ଦୁଇ ଜଣ ନୁହେଁ, ୫୦ରୁ ଅଧିକ ପିଲାମାନଙ୍କୁ ପିଇବାକୁ ଦିଆଯାଉଛି ସଲପ ମଦ। ଏଭଳି ଅଭାବନୀୟ ଘଟିଛି ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ୍ ଅନ୍ତର୍ଗତ ପାର୍ସନପାଲ୍ଲୀ ଗ୍ରାମରେ। ସୂଚନା ଅନୁସାରେ ମାଲକାନଗିରିରେ କରୋନା ବ୍ୟାପୁଥିବାରୁ କିଛି ଲୋକେ ଉଚିତ ପଦକ୍ଷେପ ନେଇ ବିଚିତ୍ର ଅନ୍ଧବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନାରୁ ମୁକ୍ତି ପାଇବା ପାଇଁ ପାର୍ସନପାଲ୍ଲୀ ଗାଁରେ ସଲପ ମଦ ପିଉଛନ୍ତି। […]
ଭୁବନେଶ୍ୱର: ଆଜିଠୁ ଗଡ଼ିଲା OSRTC(Odisha State Road Transport Corporation) ବସ୍। ୪୩ଟି ରୁଟ୍ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କିଛି ବସ୍ ସକାଳୁ ସକାଳୁ…
ପାଲେଷ୍ଟାଇନ୍: ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଛି। ତେବେ କାହିଁକି ମା’ର ଅନ୍ତିମ ଦର୍ଶନରେ ପୁଅ ସାମିଲ୍ ହୋଇପାରିଲା ନାହିଁ, ଆସନ୍ତୁ ଜାଣିବା। ସାରା ଦୁନିଆରେ କରୋନାଭାଇରସ୍ ଦିନକୁ ଦିନକୁ […]
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଆଜି ଦିଆଯିବ ଅନ୍ତିମ ବିଦାୟ। ତାଙ୍କର ପାର୍ଥିବ ଶରୀରକୁ ମେଡିକାଲରୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାର ବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଏଥିସହ ଓଲିଉଡ଼୍ର ଅନେକ କଳାକାର ମଧ୍ୟ ବିଜୟଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ବିଜୟଙ୍କ କର୍ମମୟ ଜୀବନ ବିତିଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଅନେକ ଓଲିଉଡ୍ କଳାକାର […]
ବ୍ରହ୍ମପୁର: କରୋନା ସହ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ୯୫ ବର୍ଷୀୟ ବୟସ୍କ। ଗଞ୍ଜାମ ସୋରଡ଼ା ବ୍ଲକ ସାରାବଡ଼ିର ବୟସ୍କ ଉଦୟନାଥ ବିଷୋୟୀ କରୋନାରେ ସଂକ୍ରମିତ ହୋଇଥିଲେ। ବ୍ରହ୍ମପୁର ଟାଟା କୋଭିଡ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଗତ ୧୮ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Udayanath Bisoyi.. age 95 years. From Sarabadi, chakunda village, Surada Block […]
ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଦାହ ସଂସ୍କାରରେ ମୁଖାଗ୍ନି ତାଙ୍କର ଜ୍ୱାଇଁ ଦେଇଛନ୍ତି। କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ। ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କର ପାର୍ଥିବ ଶରୀରକୁ ମେଡିକାଲରୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାର ବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। […]
ଚମୋଲି: ଉତ୍ତରାଖଣ୍ଡର ଚାମୋଲିରେ ମୌସୁମୀ ସହ ଆରମ୍ଭ ହୋଇ ଯାଇଛି ପ୍ରାକୃତିକ ବିପର୍ଯ୍ୟୟ। ଚାମୋଲିର ପିପଲକୋଟି ନିକଟରେ ଏକ ଭୂସ୍ଖଳନ ହୋଇଛି। ଫଳରେ ୭ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ସମୟରେ ଲୋକଙ୍କ ଅବହେଳା ମଧ୍ୟ ଦେଖିବାକୁ ମିଳିଛି । ଜୀବନ ପ୍ରତି ବିପଦ ସତ୍ତ୍ୱେ ଲୋକେ ଭୁଶୁଡ଼ି ପଡ଼ିଥିବା ପର୍ବତର ଦୃଶ୍ୟ ଦେଖିବା ତଥା ସେଲ୍ଫି ନେବା ଏବଂ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ […]
ଭୁବନେଶ୍ୱର: ‘ମୁଁ ଯାହା ସବୁ ପାଇଛି ଲୋକଙ୍କ ପାଇଁ। ଯେଉଁଠି ପହଞ୍ଚିଛି ଲୋକଙ୍କ ପାଇଁ। ଲୋକଙ୍କଠାରୁ ଏତେ ବେଶି ପାଇ ତାଙ୍କ ପାଖରେ ଋଣୀ ହୋଇଯାଇଛି। ଯଥେଷ୍ଟ ସମୟ ହୋଇଗଲାଣି। ଏମାନଙ୍କ ଭଲ ପାଇବାର, ଋଣ ଶୁଝିବାର ବେଳ ଆସିଗଲାଣି। ସେଥିପାଇଁ ରାଜନୀତିକୁ ଆସିଥିଲି।….’ ରାଜନୀତିକୁ କାହିଁକି ଆସିଲେ ପ୍ରଶ୍ନର ଏମିତି ଏକ ସରଳ ଉତ୍ତର ଦେଇ ନିଜର ନିଷ୍କପଟ ହୃଦୟର ପରିଚୟ ଦେଇଥିଲେ ଦିନେ ବିଜୟ। ଓଲିଉଡର ବେତାଜ ବାଦଶାହ ବିଜୟ ମହାନ୍ତି। ଫିଲ୍ମ ଦୁନିଆରେ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Omg!!!! What a narrow escape for that biker pic.twitter.com/W9eX0kBZzd — Nandini Idnani (@idnani_nandini) July 19, […]
ସମ୍ବଲପୁର: ୧୦ ଦିନ ପାଇଁ ସଟ୍ଡାଉନ୍ ହେବ ସମ୍ୱଲପୁର। କାଲିଠୁ ୩୧ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ୧୦ ଦିନିଆ ସଟ୍ଡାଉନ୍ ୨ ଦଫାରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟ୍ଡାଉନ୍ ହେବ। ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟ୍ଡାଉନ୍ ହେବ। ଏହି ସମୟରେ ଦୋକାନ […]
ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଆଜି ପରଲୋକ ହୋଇଯାଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁତର ହେବାରୁ ଆଜି ଭୋର ସମୟରେ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ କରୁଣାକର। ଗତ ମାର୍ଚ୍ଚ ମାସରେ ସେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ […]
ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୨୧ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ ୧୬ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୫ ଲୋକାଲ କଣ୍ଟାକ୍ଟ ବୋଲି ବିଏମସି ପକ୍ଷରୁ କୁହଯାଇଛି। ଲୋକାଲ ୫ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ ହସ୍ପିଟାଲରୁ ୨ ଓ ଅନ୍ୟ ଘରୋଇ ହସ୍ପିଟାଲରୁ ଜଣେ। ସେହିପରି କ୍ୱାରେଣ୍ଟିନ୍ କେସ୍ ମଧ୍ୟରୁ ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଲଭ୍ ଥିବା N95 ମାସ୍କ ବ୍ୟବହାର ଉପରେ କଟକଣା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି। ସାଧାରଣ ଲୋକ ଠିକରେ N95 ମାସ୍କ ବ୍ୟବହାର କରୁନାହାନ୍ତି। ଏଥିଯୋଗୁଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ। ସଂକ୍ରମିତ ଠାରୁ ଭଲଭେଡ୍ ଦେଇ ଭୂତାଣୁ ବାହାରିଯିବା ସମ୍ଭାବନା ରହିଛି। ତେଣୁ N95 ବ୍ୟବହାର ନକରି ଘର ତିଆରି କପଡ଼ା ମାସ୍କ ବ୍ୟବହାର ପାଇଁ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି। ଏଭଳି ସମୟରେ କରୋନା ଟେଷ୍ଟ ଏବଂ ପଜିଟିଭ୍ ଘୋଷଣାରେ ତ୍ରୁଟି ରହୁଥିବା ଅଭିଯୋଗ କରି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ରାଜ୍ୟ ସରକାର ବେଡ୍ର ସଂଖ୍ୟା କମ୍ ଥିବାରୁ ପଜିଟିଭି ଏବଂ ନେଗେଟିଭରେ ତାଳମେଳ ରହୁନି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଭୃଗୁ। ରାଜ୍ୟ ସରକାର ଖାମଖିଆଲି ଭାବେ ପଜିଟିଭ ନେଗଗେଟିଭ୍ ଦେଖାଯାଉଥିଲେ ସ୍ଥିତି ଭୟାବହ ହେବ ବୋଲି ସେ ଚେତାଇ […]
ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍ ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ ୨୫ ଦିନରେ ୨୦୦ କାର ଜବତ ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା ସୁରତ (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ…
ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି ‘ରୋଶନୀ’। […]
ନୂଆଦିଲ୍ଲୀ: କୌଣସି ପଶୁ ପକ୍ଷୀ ବା ସରୀସୃପକୁ ଦେଖି ବାଘ ସ୍ଥିର ରହିବାର ଆପଣ କେବେ ଦେଖିଛନ୍ତି କି ? କାରଣ ଜଙ୍ଗଲରେ ବାଘର ପତିଆର ବେଶ୍। ସେ କାହାର ଉପସ୍ଥିତିକୁ ସହିପାରେନା। କେବେ କେବେ ବିଶାଳ ଅଜଗର ଓ ବାଘର ମୁହାଁମୁହିଁ ଦୃଶ୍ୟ ଆପଣ ଭିଡିଓରେ ଦେଖିଥିବେ। କିଛି ଭିଡିଓରେ ଆପଣ ଦେଖିଥିବେ ଯେ ବାଘ ଏବଂ ଅଜଗର ସାପ ମଧ୍ୟରେ ଲଢ଼େଇ ଲାଗିଥିବାର ଏବଂ ଶେଷରେ ବାଘ ଅଜଗରର ସାମ୍ନା କରିନପାରି ଜଙ୍ଗଲକୁ ପଳାଇବାର। […]
ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି। ଏବେ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବିଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। […]
କଟକ: କଟକରେ ଆଜି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩୨ ପଜିଟିଭଙ୍କ ମଧ୍ୟରେ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ୫ ଜଣ ଥିବା ବେଳେ, ୨୧ ଜଣ ଥିଲେ ହୋମ୍ କ୍ୱାରେଣ୍ଟିନରେ। ସେହିଭଳି ଜଣେ ପେଡ୍ କ୍ୱାରେଣ୍ଟିନରେ ଥିଲେ ଏବଂ ବାକି ୫ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଆଜି ୩୨ ପଜିଟିଭଙ୍କୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ୨୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୬୫ […]
ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରିପାରିବ। କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। କିପରି ଭାବେ ଜଣେ ଅଫିସରଙ୍କ ଜରିଆରେ ଗୋଟିଏ ସାର୍କ ମାଛ କବଳରୁ ଛୋଟ ପିଲାଟିର ଜୀବନ ମୃତ୍ୟୁମୁଖରୁ ବଞ୍ଚିଯାଉଛି ଏହି ଭିଡିଓରେ ଦେଖନ୍ତୁ.. ଆମେରିକାର କୋକୋଆ ବିଚ ନିକଟସ୍ଥ ସମୁଦ୍ରରେ ଏହି ଘଟଣାଟି ଘଟିଛି। ଛୋଟ ପିଲାଟି […]