• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police dg
କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

କନ୍ଧମାଳ: କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଡିଜିପିଙ୍କ ସହ IG Operation ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର୍କେ ଶର୍ମା , DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ଦୁଇ ମାଓବାଦୀ ନୀହତ ହୋଇଥିଲା। ଏବଂ ମାଓ କ୍ୟାମ୍ପ ଠାବ ଘଟଣା ପରେ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ପୋଲିସର ରଣନୀତି […]

ପଞ୍ଜୁରୀ ଭିତରେ ନାଗ-ଚଢ଼େଇ ଛକାପଞ୍ଝା

ଭୁବନେଶ୍ୱର: ପଞ୍ଜୁରୀ ଭିତରେ ନାଗ ଓ ଚଢ଼େଇ ମଧ୍ୟରେ ଛକାପଞ୍ଝା। ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀରେ। ଗତକାଲି ରାତିରେ ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଥିବା ପଞ୍ଜୁରୀରେ ଏକ ନାଗ ସାପ ଫସି ଯାଇଥିଲା। ଫଳରେ ଚଢ଼େଇମାନେ ଭୟଭୀତ ହୋଇ ଶବ୍ଦ କରିଥିଲେ। ଏହାପରେ ପରିବାର ଲୋକ ପଞ୍ଜୁରୀ ଭିତରେ ଏକ ସାପ ଥିବା ଦେଖି ସ୍ନେକ ହେଲ୍‌ଫ୍‌ ଲାଇନ୍‌ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍‌ପ୍‌ […]

fighter
କରୋନା ସହ ଲଢିବାର କ୍ଷମତା ଭାରତର ରହିଛି-WHO

ଜେନେଭା: ବିଶ୍ୱର ୧୮୦ ଦେଶରେ ବ୍ୟାପିଛି କରୋନା। ଦେଢ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ପାର କରିଗଲାଣି। ଚୀନର ଉହାନ ସହରରୁ ବ୍ୟାପିଥିବା ଏଇ କରୋନା ଭାଇରସ୍‌ର ପ୍ରକୋପ ଆମେରିକାରେ ସବୁଠାରୁ ବେଶି ଦେଖିବାକୁ ମିଳିଛି। ଏହା ପରେ ବ୍ରାଜିଲ ଏବଂ ଭାରତରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଛି।  ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ତଥ୍ୟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି,କରୋନା ଭାଇରସ […]

ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି...

ଭଦ୍ରକ: ସାବଧାନ ! ଯଦି ଆପଣ ଘର ବାହାରକୁ କୌଣସି କାମରେ ଯାଉଛନ୍ତି, ତା’ହେଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। କାହିଁକି ନା ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନବାଡି ଓ ଆଶା ଦିଦି। ଭଦ୍ରକ ଜିଲ୍ଲା ଗୁଆମାଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି କିଛି ନିଆରା ଢଙ୍ଗ ଆପଣାଇଛନ୍ତି ଏମାନେ। ଯେଉଁମାନେ ବାହାରକୁ ଆସୁଛନ୍ତି ଓ ମାସ୍କ ପିନ୍ଧି ନଥିବା ନଜର ଆସୁଛନ୍ତି ଅଙ୍ଗନବାଡି କର୍ମୀ ସଂଯୁକ୍ତା […]

corona3
କରୋନାକୁ ଡରି ଶୁଦ୍ଧିକ୍ରିୟାକୁ ଆସିଲାନି ବାରିକ, ପରସ୍ପରକୁ ଲଣ୍ଡା କଲେ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ କରୋନାକୁ ନେଇ ଭୟାବୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ଘର ସାମ୍ନାରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ଚୁଟି କାଟିବାକୁ ମନା କରିଦେଇଥିଲେ। ପରେ ମୃତକଙ୍କ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବାକୁ ବାଧ୍ୟ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିମି ଦୂରରେ ଥିବା ଶେଗାଓଁ ବ୍ଲକର ରସଗାଓଁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ୫୨ ବର୍ଷୀୟ ଶ୍ରୀରାମ […]

coronavirus
ଓଡ଼ିଶାରେ ଆଉ ଜଣେ ବିଧାୟକଙ୍କୁ କରୋନା

ପୋଲସରା: ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ୩ ଜଣ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅନ୍ୟପକ୍ଷରେ, ଓଡ଼ିଶାରେ ଆଜି ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ କେବଳ ୭୩୨ […]

Untitled-1
କୋର୍ଟ ନିର୍ଦ୍ଦେଶ ପରେ ସଚିନଙ୍କ ଟିମ୍‌କୁ ଆଶ୍ୱସ୍ତି; ରାଜ୍ୟପାଳଙ୍କୁ ଭେଟିବାକୁ ଚାହିଁଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି ବୋଲି ବାଚସ୍ପତି ଆଜି  ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନାଥାଉ କି, ସଚିନ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ମୁଖ୍ୟମନ୍ତ୍ରୀ […]

sushant singh
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କଙ୍ଗନାଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ସମନ୍‌ ଜାରି କରିଛି। ବୟାନ ରେକର୍ଡ ପାଇଁ ବାନ୍ଦ୍ରା ଥାନାରେ ହାଜର ହେବାପାଇଁ କଙ୍ଗନାଙ୍କୁ କୁହାଯାଇଛି। ଏବେ ହିମାଚଳପ୍ରଦେଶରେ କଙ୍ଗନା ଅଛନ୍ତି। ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ କଙ୍ଗନା ୨ ମିନିଟ୍‌ର ଏକ ଭିଡିଓ ରିଲିଜ କରିଥିଲେ। ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର […]

tiger
୬ ଦିନ ଜଗିବା ପରେ ଉଠାଇଲେ ଏମିତି ଫଟୋ..ସୋସିଆଲ ମିଡିଆରେ ହେଲା ଭାଇରାଲ

ବେଙ୍ଗାଲୁର: ଆଜିକାଲି ସୋଶାଲ ମିଡିଆରେ ବ୍ଲାକ୍‌ ପାନ୍ଥରର ଏକ ଫଟୋ ଖୁବ ଭାଇରାଲ ହୋଇଛି। ଏହି ଫଟୋ କର୍ଣ୍ଣାଟକର କାବିନି ଜଙ୍ଗଲରେ ଉଠାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଫଟୋଟିକୁ ଉଠାଇବା ପାଇଁ ଫଟୋଗ୍ରାଫର ଶାଜ୍‌ ଜଙ୍ଗଙ୍କୁ ୬ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।  ସେ ଏହି ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛନ୍ତି। ଫଟୋଟି ବେଶ ଭାଇରାଲ ହୋଇଛି। ସୋଶାଲ ମିଡିଆରେ ୟୁଜର୍ସ ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି ‘ ଦ ଜଙ୍ଗଲ […]

dgp
'ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅ'

ଫୁଲବାଣୀ: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ। କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି। କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% […]

ipl
ଖୁସି ଖବର, ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା ନେଇ ଶୁକ୍ରବାର ଆଇପିଏଲ୍‌ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ, ଯେଉଁଥିରେ ଏହାକୁ ଅନ୍ତିମ ରୂପ ଦିଆଯିବା […]

bjp
ବିଜେପିର ଧମକ; ମଧ୍ୟବିତ୍ତଙ୍କୁ ପ୍ୟାକେଜ୍ ନ ଦେଲେ BMC ଅଚଳ କରିବୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଉଛି ବିଜେପି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ ଆଣି ବିଏମସିର ଉଦାସିନତା ଏବଂ ଟାଳଟୁଳ ନୀତିକୁ ସମାଲୋଚନା କରିଛି ଦଳ। ମହାନଗର ଅଂଚଳରେ ୨୧ ହଜାର ୪୮୩ ଉଠାଦୋକାନୀ ଓ ବୁଲାବେପାରି ରହିଛନ୍ତି। ଏହି ସମସ୍ତ ବୁଲା ବିକାଳୀଙ୍କୁ ଇ-ରେଜିଷ୍ଟ୍ରସନ କରିବାକୁ କୁହାଯାଉଛି, ଯାହା ଅସମ୍ଭବ। ବିଏମସିର ୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ […]

klia
କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ; ବିରୋଧୀ କହିଲେ ନ ଦେଖି ଟଙ୍କା ବାଣ୍ଟିଦେଲେ

ଭୁବନେଶ୍ୱର: କାଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ଥିବା ବେଳେ ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ। ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ […]

river
ବାହା ହେବା ପାଇଁ ଜିଦି ଧରିବାରୁ ନଦୀକୁ ଠେଲିଦେଲା ପ୍ରେମିକ

ଧର୍ମଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତାରଣା। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ପୋଲ ତଳକୁ ଠେଲିଦେଲା ପ୍ରେମିକ। ସୌଭାଗ୍ୟ କ୍ରମେ ପ୍ରେମିକା ବଞ୍ଚିଯାଇଛି ସତ ହେଲେ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତର ଟେର ପାଉନି ପୋଲିସ। ଏପଟେ ନ୍ୟାୟ ପାଇଁ ଅପେକ୍ଷାରେ ରହିଛନ୍ତି ପ୍ରତାରିତ ଯୁବତୀ। ଘଟଣା ଟି ଯେତିକି ହୃହୟସ୍ପର୍ଶୀ ସେତିକି ସମ୍ବେଦନଶୀଳ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେ. ଗାଁ ଅଞ୍ଚଳରେ। ଖଲିଆପାଲି […]

fdf
ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳି ଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ୍ ଟ୍ରାଏଲ ରନ୍ ହୋଇଥିଲା। ଆଜି ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାଏଲ ରନ୍ କରୁଛି। ଯଦି ଏହି ଟ୍ରାଏଲ୍ ରନ୍ ବେଳେ କୌଣସି ତୃଟି ବିଚ୍ୟୁତି ନ ହୁଏ, ତେବେ ଖୁବ୍‌ଶୀଘ୍ର ନିୟମିତ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହରିଦାସପୁରରୁ ପାରାଦୀପ ଦୀର୍ଘ ୮୨ କିଲୋମିଟର ପଥ ଅତିକ୍ରମ ବେଳେ ବିଭିନ୍ନ ସ୍ଥାନରେ ଏହାର ଯାଞ୍ଚ କରାଯାଉଛି। […]

tiger
ହଠାତ୍‌ ଗାଈପଲ ଭିତରକୁ ପଶିଆସିଲା ଚିତାବାଘ, ଆଉ ତା’ପରେ...  

ଦେବପ୍ରୟାଗ: ଉତ୍ତରାଖଣ୍ଡର ଦେବପ୍ରୟାଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ଉପରକୁ ହଠାତ୍‌ ଏକ ଚିତାବାଘ ଆସି ଗାଈପଲଙ୍କ ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଈମାନେ ସେଠାରୁ ଖସି ପଳାଇ ଯାଇଥିଲେ, ଯାହାର ଭିଡିଓ ସୋସିଆଲ୍‌ ମିଡିଆରୋ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ବୌଭବ ସିଂ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। ଚିତାବାଘ ରାତି ପ୍ରାୟ ୧ଟା ସମୟରେ ରାସ୍ତା ଉପରକୁ […]

electricity
ସ୍ୱାଧୀନତାର ୭୨ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳୀ

ପୁନେ: ଭାରତକୁ ସ୍ୱାଧୀନ ହେବାର ୭୨ ବର୍ଷ ବିତିଗଲାଣି। ଏହା ମଧ୍ୟରେ ଦେଶ ବହୁ ଆଗକୁ ମଧ୍ୟ ବଢ଼ିସାରିଲାଣି। କିନ୍ତୁ ଆଜିବି କିଛି କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି। ଆମେ କହୁଛୁ ମହାରାଷ୍ଟ୍ରର ଏକ ଗାଁ କଥା। ସ୍ୱାଧୀନତା ପରଠାରୁ ହିଁ ଏହି ଗାଁ ଅନ୍ଧକାରରେ ବିତାଉଥିଲା। କିନ୍ତୁ ଶେଷରେ ଏହିଁ ଗାଁରେ ବିଜୁଳୀ ପହଞ୍ଚିଛି। ଏହି ଗାଁ ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅବସ୍ଥିତ। ଅକୋଲା ଜିଲ୍ଲାର ନାଭି ତଲାଇ ନଦୀରେ ଅବସ୍ଥିତ ଏହି ଗାଁର […]

corona
ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୨୦୭ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେଉଁ ଅଞ୍ଚଳରେ ହେଲେ ଚିହ୍ନଟ:- ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]

vaccine
୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା କରୋନା ଭ୍ୟାକସିନର ପ୍ରଥମ ଡୋଜ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’ର ହ୍ୟୁମାନ୍ ଟ୍ରାଏଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଭ୍ୟାକସିନର ପ୍ରଥମ ଡୋଜ୍ ଜଣେ ୩୦ ବର୍ଷୀୟ ସୁସ୍ଥ ପୁରୁଷଙ୍କୁ ଦିଆଯାଇଛି। ପ୍ରାରମ୍ଭିକ ଯାଞ୍ଚ ଓ ପରୀକ୍ଷା ପରେ ଏହି ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଚୟନ କରାଯାଇଥିଲା। ଟ୍ରାଏଲର ପ୍ରଥମ ଫେଜରେ ୩୭୫ ଭଲ୍ୟୁଣ୍ଟିୟରଙ୍କୁ ଏହି ଭ୍ୟାକସିନ୍ ଦିଆଯିବ। ତେବେ ଦିଲ୍ଲୀର ଏମ୍ସରେ ୧୦୦ ଭଲ୍ୟୁଣ୍ଟିୟରଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ୍ ହେବ, ଏଥିରୁ ପ୍ରଥମେ ୫୦ ଜଣଙ୍କୁ ଭ୍ୟାକସିନ୍ ଦିଆଯିବ। […]

rain
ସାବଧାନ ! ବର୍ଷାଦିନରେ ଏସବୁ ଭୁଲ୍‌ କରନ୍ତୁ ନାହିଁ, ଅଯଥା ରୋଗରେ ପଡ଼ିବେ

ବର୍ତ୍ତମାନ ଦେଶରେ ମୌସୁମୀର ପ୍ରବାହ ଜାରି ରହିଛି। ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ମୌସୁମୀ ବା ବର୍ଷାଦିନ ଯେତିକି ଭଲ, ସେତିକି ସଂକ୍ରମଣର ଭୟ ବି ରହିଛି। ଏହି ସମୟରେ ଚର୍ମ ଓ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ଏପଟେ କରୋନା ସଂକ୍ରମଣ ଜାରି ରହିଥିବାରୁ ଶୀରରେ କିଭଳି ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି)କୁ ବଢ଼ାଇ ହେବ ସେଥିପ୍ରତି ଧ୍ୟାନ ଦେବା ନିହାତି ଦରକାର। ତେବେ ବର୍ଷାଦିନରେ କିପରି […]

cure
ଦିନକରେ ୮୦୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହେଲେ ଆଉ ୮୦୮ ଜଣ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୧୫,୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୬୧, କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତି ୨୨, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୧୯ ଲେଖାଏଁ ସୁସ୍ଥ ହୋଇଛନ୍ତି। Reaching another high […]

sachin
ରାଜସ୍ଥାନ ରାଜନୀତି: ରାଷ୍ଟ୍ରପତିଙ୍କ ପାଖକୁ ଯାଇପାରେ କଂଗ୍ରେସ କଳି

ଜୟପୁର: ରାଜସ୍ଥାନ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ସଚିନ ପାଇଲଟ ଓ ତାଙ୍କ ଟିମକୁ ମିଳିଛି ଆଶ୍ୱସ୍ତି । ସଚିନ ଓ ତାଙ୍କର ୧୮ ବିଧାୟକଙ୍କ ବିରୋଧରେ ସୋମବାର ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆଦେଶକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି ବୋଲି ବାଚସ୍ପତି ଆଜି  ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ଚିନ୍ତାର ଗେହଲୋଟ ସରକାର। ମାମଲା ଏବେ ରାଷ୍ଟ୍ରପତିଙ୍କ ପାଖକୁ […]