• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

aditya
‘ସତ ସାମ୍ନାକୁ ଆସିବା ଦରକାର’

ଭୁବନେଶ୍ୱର: ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ରହସ୍ୟ ଉପରୁ ଏଯାଏ ପର୍ଦ୍ଦା ଉଠିପାରି ନାହିଁ। ହତ୍ୟା ନା ଆତ୍ମହତ୍ୟା, କୌଣସି ନିଷ୍କର୍ସରେ ପହଞ୍ଚିପାରୁନି ଜିଆର୍‌ପି। ଇତିମଧ୍ୟରେ ପୋଲିସ୍‌ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ, ପ୍ରୀତମ, ଦୀପୁଙ୍କ ସହ ଆଦିତ୍ୟଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବି ପୋଲିସ୍‌ ପଚରାଉଚରା କରି ସାରିଲାଣି। ଏପରିକି ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଡାକି ଜିଆର୍‌ପି ଜେରା କରିଛି।  କିନ୍ତୁ ଏଯାଏ ସ୍ପଷ୍ଟ ହୋଇପାରିନି […]

dcp
ଟ୍ୱିନ ସିଟି ଦାୟିତ୍ୱ ନେଲେ ୨ ନୂଆ ଡିସିପି

ଭୁବନେଶ୍ୱର: ଟ୍ୱିନ  ସିଟିରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨ ନୂଆ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ । ସେ ବିଦାୟୀ ଡିସିପି ଅନୁୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ । ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ […]

soonu-sood
ସୋନୁ ସୁଦ୍‌ଙ୍କ ସାହାଯ୍ୟ ଭୂଲିବାର ନୁହେଁ, ତେଣୁ ଦୋକାନର ନାଁ ଦେଲେ...

କେନ୍ଦ୍ରାପଡା: ସାହାଯ୍ୟ ପାଇଥିଲେ, ସମ୍ମାନ ଜଣାଇଲେ। ଅଭିନେତା ସୋନୁ ସୁଦ୍ ଙ୍କ ନାଁରେ ଦୋକାନ ଖୋଲି ଚର୍ଚ୍ଚାରେ ଏବେ ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ। ଲକଡାଉନ ବେଳେ ଘରକୁ ଫେରିବାକୁ ଚାହୁଁଥିଲେ କେନ୍ଦ୍ରାପଡ଼ାର ହାତିନା ଅଂଚଳର ପ୍ରଶାନ୍ତ। ମାତ୍ର ବିଭିନ୍ନ ଆଡୁ ନିରାଶ ହେବା ପରେ ଶେଷରେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । କେରଳ କୋଚିରୁ ବିମାନରେ ପ୍ରଶାନ୍ତ ଓ ଅନ୍ୟ କିଛି ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା […]

vaccine
ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଟିକା

ଭୁବନେଶ୍ୱର: ୨୦୨୧ ଫେବ୍ରୁଆରୀ ବେଳକୁ ଉପଲବ୍ଧ ହୋଇପାରେ କରୋନା ଭ୍ୟାକ୍‌ସିନ। ଗଞ୍ଜାମରେ ସ୍ଥିତି ଉଦବେଗ ରହିଥିଲେବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି ଯେ ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ପଶୁ ଠାରେ ଭ୍ୟାକସିନ୍ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ ହେବ। ଏବେ ଫାଷ୍ଟ ଟ୍ରାଏଲ୍ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ୍ ହେବ। ଯଦି ସଫଳତା ମିଳେ ଡିସେମ୍ବର, […]

dance-in-covid-care
ନାଚି ନାଚି କୋଭିଡ୍ ବିରୋଧରେ ସଚେତନ କରାଇଲେ ଲକ୍ଷଣ ନଥିବା ରୋଗୀ

ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯ ଲକ୍ଷଣ ନଥିବା ଥିବା କିଛି ରୋଗୀ ଖୁବ୍ ଡାନ୍ସ କରି ଏହି କରୋନା ବିରୋଧରେ ସଚେତନ କରାଇଛନ୍ତି। ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତା ପାଳନ କରି […]

corona-cure
ଭୁବନେଶ୍ୱରରୁ ଆଉ ୪୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୩୪ ହୋଇଥିବା ବେଳେ ଲୋକାଲ୍ କେସ୍ ୧୫ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ବରମୁଣ୍ଡା, ଗଙ୍ଗନଗର, ୟୁନିଟ୍-୩ରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ଏଜି ଛକ ନିକଟ ସରକାରୀ ଅଫିସ୍‌ରେ ଜଣେ କର୍ମଚାରୀ, ବିଜେବି ନଗର, କାରଗିଲ୍ ବସ୍ତି, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। […]

kartik
ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଓଡ଼ିଆ କଳାକାର ବିକୁଛନ୍ତି ପିଆଜ

କରୋନା ଛଡ଼ାଇ ନେଇଛି ଜଣେ କଳାକାରଙ୍କ ମୁହଁରୁ ହସ। ବଲିଉଡରେ ଏଣ୍ଟ୍ରି ମାରି ସାରିବା ପରେ ବି ଶେଷରେ ପିଆଜ ବିକୁଛନ୍ତି ଜଣେ କଳାକାର। ତାଙ୍କ ନାଁ କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ। ଏହି ଓଡ଼ିଆ ପୁଅ କାର୍ତ୍ତିକ ବଲିଉଡରେ ଅନେକ ବଡ ବଡ କଳାକାଙ୍କର ସହ ଫିଲ୍ମରେ ଫାଇଟର୍ ମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି। ଏମିତିକି ବଲିଉଡର ନାମୀଦାମୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ମଧ୍ୟ କାର୍ତ୍ତିକ ଅଭିନୟ […]

helicaptor
'ମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ବହନ କରିଛି କିଏ?'

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ହେଲିକପ୍ଟରରେ ଗସ୍ତ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ। କରୋନା ଭଳି ମହାମାରୀ ସମୟରେ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଲକଡାଉନ୍‌ରେ କିପରି ସେ ହେଲିକପ୍ଟରରେ ଆସିଲେ ଏ ଅର୍ଥ କିଏ ବହନ କରିଛି? ସରକାର ନା ଦଳ, ଏଭଳି ପ୍ରଶ୍ନ ଉଠାଇଛି ବିଜେପି। ଗତ ୧୮ ତାରିଖରେ ନବରଙ୍ଗପୁରରୁ ଭୁବନେଶ୍ୱରକୁ ହେଲିକପ୍ଟର ଯୋଗେ ଆସିଥିଲେ ସଂଜୟ […]

susanta
ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ସେ ଦାବି କରୁଛନ୍ତି। ନେପୋଟିଜିମ୍ କାରଣରୁ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କଙ୍ଗନାକୁ ସାହାଯ୍ୟ କରିବା ପାଇଁ ବିଜେପି ନେତା […]

amar
ଝିଅ ମୁଣ୍ଡ ଉପରୁ ଉଠିଗଲା ଆଶୀର୍ବାଦର ହାତ, ଅସମୟରେ ସ୍ତ୍ରୀ ମୁଣ୍ଡରୁ ସିନ୍ଦୂର ପୋଛିଦେଲା ଭାଇରସ୍

ନବରଙ୍ଗପୁର(ନବଘନ ବିଷୋୟୀ) :  ’ବାପା ଥିବା ସମୟରେ କିଛି ଅସୁବିଧା ହେଉନଥିଲା । ସ୍ୱଳ୍ପ ରୋଜଗାରରେ ଗେଲବସରରେ ବଢ଼ାଇଥିଲେ । ଟ୍ରକ୍ ଡ୍ରାଇଭର ହୋଇକି ମଧ୍ୟ କିଛି ଅଭାବ ରଖି ନଥିଲେ । ସମସ୍ତ ଅଳିଅର୍ଦ୍ଦଳୀ ସହି ପାଠ ପଢ଼ାଇଥିଲେ । …

cm-sir
ହଟ୍‌ସ୍ପଟ୍ 'ଗଂଜାମ'ର କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଥିବା ଗଂଜାମ ଜିଲ୍ଲାର ସ୍ଥିତି ଅଣାୟତ ହୋଇଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାର ସବୁ ବିଧାୟକଙ୍କ ସହିତ ଆଲୋଚନା କରାଯାଇଛି। ଏହି ଭିଡିଓ କନ୍ଫରେନସିଂରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଇଛନ୍ତି। ଗଂଜାମ ଜିଲ୍ଲାରେ ଭୟାନକ ସ୍ଥିତିରେ ପହଞ୍ଚିଛି କରୋନା। ଲଗାତର ଭାବେ ପ୍ରତିଦିନ ଏହି ଜିଲ୍ଲାରୁ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ୯୭ ଜୀବନ […]

cocrocha
୧୪ ଗୋଡ଼ ଥିବା ଅସରପା, ଯାହାର ଫଟୋ ଏବେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍‌ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍‌ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ […]

vss
ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ଭିସୁଟ୍ ୩୧ ଯାଏ ବନ୍ଦ

ସମ୍ୱଲପୁର: ସମ୍ବଲପୁର ୟୁନିଭରସିଟି ଓ ବୁର୍ଲା ଭିସୁଟ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ।  କରୋନା ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ହୋଇଛି। ଆଗରୁ ଏହି ଦୁଇ ଶିକ୍ଷାନୁଷ୍ଠାନକୁ ୧୯ ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟର କରୋନା ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନଥିବାରୁ ୩୧ ତାରିଖ ଯାଏ ଉଭୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି। କ୍ୟାମ୍ପସର ଯେଉଁମାନେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି, ସେଇ […]

trolly
ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲେ

ଗଞ୍ଜାମ: କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି  ରକ୍ତ ସଂପର୍କୀୟ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡ଼ାରେ। ଖବର ଅନୁଯାୟୀ, ଜଣେ ହୋଟେଲ ମାଲିକଙ୍କ ପୁଅ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଗତକାଲି ସଂଧ୍ୟାରେ ଘରକୁ ଫେରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ କାନ୍ଧ ଦେବାକୁ କେହି ରକ୍ତ ସଂପର୍କୀୟ ଆସିନଥିବାରୁ ଏକ ଟ୍ରଲିରେ ମୃତଦେହ ଶ୍ମଶାନକୁ ନିଆଯାଇଥିଲା […]

plasma
କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା […]