ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଚିତାଲାଗି । ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣଚିତା ଲାଗି ହୋଇଥାଏ । ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ। ତାକୁ ପୁଣି ଥରେ ଲାଗି କରାଯାଏ॥ ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି। ଏହା ପରେ ଶ୍ରୀଜିଉଙ୍କ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍ ପାଇଁ ଯଦି କାରରେ ଯିବାକୁ ଚାହାଁନ୍ତି ତେବେ ୧୭୦୦ କିମି ରାସ୍ତାକୁ ଲାଗିବ ୩୪ ଘଣ୍ଟା। ଯଦି ରହି ରହି ଆସିବାକୁ ଚାହିଁବେ ହୁଏତ ଆଉ କିଛି ଘଣ୍ଟା ଅଧିକ ଲାଗି ପାରେ। ହେଲେ ଏକ ଟ୍ରକ୍କୁ ଏହି ରାସ୍ତା ଅତିକ୍ରମ କରିବା ପାଇଁ ଲାଗିଲା ଦୀର୍ଘ ଏକବର୍ଷ। ଆଶ୍ଚର୍ଯ୍ୟ ଲାଗୁନି ? ଏମିତି ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏକ ଟ୍ରକ୍କୁ ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍ ଆସିବା […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଯେମିତି ଦିନକୁ ଦିନ ନିୟନ୍ତ୍ରଣ ବହାରକୁ ଚାଲି ଯାଉଛି। ପ୍ରତିଦିନ ଚିହ୍ନଟଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ହୋଇଥିବାବେଳେ ୬୮୧ଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୨୭ ହଜାର ୪୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ଦଶରେ ଆକ୍ଟିଭ କେସ୍ ୩,୯୦,୪୫୯ […]
ନାଇଜର: ନାଇଜେରିଆର ଉତ୍ତର ପଶ୍ଚିମ ଜମ୍ଫାରା ପ୍ରାନ୍ତରେ ଆତଙ୍କ ରଚିଛନ୍ତି ଏକ ଡକାୟତ ଗ୍ୟାଙ୍ଗ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ନିଦ ହଜି ଗଲାଣି ଏଇ ଡକାୟତ ଗ୍ୟାଙ୍ଗଙ୍କ ପାଇଁ। ଶେଷରେ ପୋଲିସ ଏମାନଙ୍କ ପାଇଁ ଏକ ଅଜବ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପୋଲିସ ଡକାୟତ ଗ୍ୟାଙ୍ଗଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛି। ଆତ୍ମସମର୍ପଣ କରିଥିବା ଅପରାଧୀଙ୍କୁ ଗୋଟିଏ ଏକ-୪୭ ବଦଳରେ ଦୁଇଟି ଲେଖାଏ ଗାଈ ଦେବ ବୋଲି ପ୍ରତିଶ୍ରୁତି ଦେଇଛି […]
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ହେଲେ ଶୈଳ ବାଲ୍ମୀକି ଓ ତାଙ୍କ ପତ୍ନୀ ସମ୍ବାରୀ। ଆଜି ସକାଳେ ଏହି ଘଟଣା ଘଟିଛି। ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗି ୫ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ୍,ସାଇଣ୍ଟିଫିକ୍ ଟିମ୍ ଓ ଯାଜପୁର ଏସ୍ପି ପହଞ୍ଚିଛନ୍ତି। […]
ଭୁବନେଶ୍ୱର: ଜୁଲାଇରେ ବଢ଼ିଚାଲିଛି ମହାମାରୀ କରୋନାର ଯନ୍ତ୍ରଣା। ଡେଞ୍ଜର ଜୁଲାଇରେ ଆଜି ସୁଦ୍ଧା ଅର୍ଥାତ ଗତ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି । କେବଳ ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ। କେବଳ ସେତିକି ନୁହଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ […]
ଭୁବନେଶ୍ୱର: ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି। ପ୍ଲାଜ୍ମା ଥେରାପି ସଫଳ ହେବା ପରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ […]
ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍ଡାଉନ୍ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ […]
ନୀଳଗିରି(ବିଶ୍ୱମ୍ବର ଦାସ) : ମହାପ୍ରଭୁଙ୍କ ଅପାର ଲୀଳା । ଭାବ ଓ ଭକ୍ତିରେ ବନ୍ଧା କାଳିଆ ଠାକୁର । କେତେବେଳେ କାହାପାଖରେ ଯାଇ ପହଞ୍ଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା । ଏଇ ଯେଉଁ ଭଳି ନୀଳଗିରିର ଜଣେ ଦିବ୍ୟାଙ୍ଗ…
ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୯୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬କୁ…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ମାସେ ବିତି ଗଲାଣି। ହେଲେ ଏବେ ବି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁ। କେଉଁ କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ ଦାବି କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏବେ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତଙ୍କୁ ମନେ ପକାଇ ରିୟା ଇନ୍ଷ୍ଟାଗ୍ରାମରେ ଏକ ଇମୋସ୍ନାଲ୍ ପୋଷ୍ଟ ଶେଆର୍ କରିଥିଲେ। ହେଲେ ଏହି […]
ନବରଙ୍ଗପୁର: ଆସନ୍ତାକାଲିଠୁ ଦୁଇ ଦିନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କାଲି ସକାଳ ୫ରୁ ୨୨ ତାରିଖ ମଧ୍ୟରାତ୍ର ଯାଏ ସଟ୍ଡାଉନ୍ କଟକଣା ଲାଗୁ ହେବ। ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସଟ୍ଡାଉନ୍ ସମୟରେ ସକାଳ ୬ରୁ ଦିନ ୧ଟା ମଧ୍ୟରେ ଦୋକାନ ଖୋଲା ରହିବ। କେବଳ କ୍ଷୀର, ପରିବା, ଗ୍ରୋସେରୀ ଦୋକାନ ଏହି ସମୟରେ ଖୋଲା […]
ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି। Just Loved the #SistersDuet!❤️ A worthy welcome of Elder Sis, returned after […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୮ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ୱାଶିଂଟନ: ୧୨ ବର୍ଷର ପିଲାଟିଏ ଚୋଟି କରି ନେଇଛି ଏକ ପିକଅପ ଗାଡ଼ି। ପୋଲିସ ପିଲାଟିକୁ ଧରିବା ସହ ଗିରଫ ମଧ୍ୟ କରିଛି। ଆମେରିକାର ଦିଲାବରେ ପୋଲିସ ଏହି ଛୋଟ ପିଲାଟିକୁ ଗିରଫ କରିଛି। ପୋଲିସର କହିବା ଅନୁଯାୟୀ ଗାଡ଼ି ଚୋରି କରିବା ପରେ ଏତେ ତୀବ୍ର ଗତିରେ ପଳାଇ ଯାଇଥିଲା, ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲା। ଶେଷରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଶେଷରେ ଗାଡ଼ିରୁ ଓହ୍ଲାଇ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସ […]