Advertisment

ପୁଣି ଚିନ୍ତା ବଢାଇଲା କରୋନା ମୃତ୍ୟୁ, ଆଜି ହଜାରେ ଟପିଲା

କରୋନାର ୨ୟ ଲହର ଫେରିନି। ସଂକ୍ରମଣ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ। ଏପରି ସ୍ଥଳେ ଅନେକ ଲୋକ କୋଭିଡ-୧୯ କଟକଣା ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି। ଲୋକଙ୍କର ଏପରି ମନୋଭାବ ଭାଇରସକୁ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।

author-image
Minati Mishra
ଅଦ୍ୟତନ ହୋଇଛି
ପୁଣି ଚିନ୍ତା ବଢାଇଲା କରୋନା ମୃତ୍ୟୁ, ଆଜି ହଜାରେ ଟପିଲା

corona virus

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ହେଲେ ମୃତ୍ୟୁ ସଂଖ୍ୟା ପୁଣି ଚିନ୍ତା ବଢାଇଛି।  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପୁଣି ହଜାରେ ଟପିଛି  । ଆଜିର ପରିସଂଖ୍ୟାନ ଅନୁସାରେ ଦିନକରେ ୧୨୦୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏହା ସହିତ ଦିନକରେ ଚିହ୍ନଟ ହୋଇଛନ୍ତି ୪୨ ହଜାର ୭୬୬ ପଜିଟିଭ। ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ୪୫ ହଜାର ୨୫୪ ଜଣ।
ଆଜିର ସଂଖ୍ୟାକୁ ମିଶାଇ ଦେଶରେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭ ହଜାର ୧୪୫କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୩ କୋଟି ୮ ଲକ୍ଷ।  ଏବେ ଦେଶରେ ଆକ୍ଟିଭ କେସ୍ ୪ ଲକ୍ଷ ୫୫ ହଜାର ଉପରେ ଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୯୯ ଲକ୍ଷ ୩୩ ହଜାରରୁ ଅଧିକ । ଏପର୍ଯ୍ୟନ୍ତ  ପ୍ରାୟ ୩୭ କୋଟି ୨୨ ଲକ୍ଷ ଡୋଜ୍ ଟିକାକରଣ ହୋଇଛି।
ଦେଶର ଏପରି ସ୍ଥିତି ଦେଖି ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ କୋଭିଡ୍ ଟାସ୍କ ଫୋର୍ସର ମୁଖ୍ୟ ଭି.କେ. ପଲ। ସେ କହିଛନ୍ତି,  ଦେଶରୁ ଏଯାଏଁ କରୋନାର ଦ୍ୱିତୀୟ ଲହର ଦୂର ହୋଇନି । ତେଣୁ ଏବେ ବି ଗହଳି ଏଡାଇବା ସହ ମାସ୍କ ପରିଧାନ ପ୍ରତି ଆଦୌ ଅବହେଳା ନ କରିବାକୁ ସତର୍କ କରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କୋଭିଡ୍ ଟାସ୍କ ଫୋର୍ସର ମୁଖ୍ୟ ଭି.କେ. ପଲ କହିଛନ୍ତି, କରୋନା ବିରୋଧୀ ଯୁଦ୍ଧ ଏବେ ବି ସରିନି । ଦେଶରେ ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବାରୁ ଏହାକୁ ଦୂରେଇବାକୁ ହେଲେ ଜନସାଧାରଣଙ୍କୁ କୋଭିଡ୍ ପ୍ରୋଟୋକଲ ମାନିବା ନିହାତି ଜରୁରୀ।

Advertisment

ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନସ୍ଥଳ ମସୁରୀର ଉଦାହରଣ ଦେଇଛନ୍ତି । ଏଠାରେ ବହୁ ସଂଖ୍ୟାରେ ଲୋକେ ଏକାଠି ବୁଲାବୁଲି କରିବା ସହ ବିନା ମାସ୍କରେ ବେପରୁଆ ଭାବେ ବିଚରଣ କରୁଥିବାରୁ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଭଳି ଅସାବଧାନତା ଦେଶରେ ସଂକ୍ରମଣକୁ ବ୍ୟାପକ କରିବ ବୋଲି ଚେତାଇ ଦେଇଛନ୍ତି । ସେପଟେ ଭାଇରସକୁ ଏହା କ’ଣ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।

Advertisment

ସୂଚନା ଥାଉ କି, ଦେଶର ବିଭିନ୍ନ ହିଲ୍ ଷ୍ଟେସନରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ କରୋନା କଟକଣା କୋହଳ ହେବା ପରେ ଲୋକେ ବହୁ ସଂଖ୍ୟାରେ ଛୁଟି ବିତାଇବାକୁ ପହଞ୍ଚିଛନ୍ତି । ତେବେ ଏହି ସମୟରେ ଭୁଲି ଯାଇଛନ୍ତି କରୋନା କଟକଣା । ଉତ୍ତରାଖଣ୍ଡ ଧର୍ମଶାଳାରେ ବହୁ ଲୋକେ ପର୍ଯ୍ୟଟନସ୍ଥଳୀରେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳିଛି । ମାସ୍କ, ସାମାଜିକ ଦୂରତା ଖୋଲାଖାଲି ଉଲ୍ଲଂଘନ ହେଉଛି ।

ସେହିପରି କୋଭିଡ୍ କଟକଣା କୋହଳ ହେବା ପରେ ଉତ୍ତରାଖଣ୍ଡ ହରିଦ୍ୱାରସ୍ଥିତ ହର କି ପୌର ଘାଟରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।  

Coronavirus India COVID19 Updates COVID-19 Cases
Advertisment
Advertisment