Advertisment

ଶ୍ରୀଲଙ୍କା କ୍ରିକେଟ ଟିମ୍‌ରେ ପଶିଲା କରୋନା, ଜୁଲାଇ ୧୩ରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍‌

ବିଳମ୍ବରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ। ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ଦୁଇଜଣ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।

author-image
Rajalaxmi Sahoo
ଶ୍ରୀଲଙ୍କା କ୍ରିକେଟ ଟିମ୍‌ରେ ପଶିଲା କରୋନା, ଜୁଲାଇ ୧୩ରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍‌

India vs Sri Lanka series

ନୂଆଦିଲ୍ଲୀ: ବିଳମ୍ବରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ। ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ଦୁଇଜଣ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଜୁଲାଇ ୧୩ରୁ ଦିନିକିଆ ସିରିଜ ଆରମ୍ଭ ହେବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ ଜୁଲାଇ ୧୭ରେ ଖେଳାଯିବ ବୋଲି ସୂଚନା ମିଳିଛି। 

Advertisment

ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍‌ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାଣ୍ଟ୍‌ ଓ ନିରୋଶାନ୍ ଇଂଲଣ୍ଡ ଗସ୍ତରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲେ ଓ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ଆସନ୍ତା ସୋମବାର ଶ୍ରୀଲଙ୍କା ଟିମ୍‌ର ସବୁ ଖେଳାଳି ଓ ଷ୍ଟାଫ୍‌ଙ୍କର RTPCR ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଯଦି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସେ, ତା’ହେଲେ ଖେଳାଳିମାନେ ବାଓବବଲ୍‌ରେ ରହି ମ୍ୟାଚ୍‌ ଖେଳିବେ ବୋଲି ସୂଚନା ମିଳିଛି।

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ଶିଖର ଧୱନ ନେଉଥିବା ବେଳେ ରାହୁଲ ଦ୍ରାବିଡ କୋଚ୍‌ ରହିଛନ୍ତି। 

Advertisment

ପୂର୍ବ ସିଡ୍ୟୁଲ୍‌ ଅନୁସାରେ, ୩ଟି ଲେଖାଏ ଦିନିକିଆ ମ୍ୟାଚ୍‌ ଜୁଲାଇ ୧୩ରୁ ଆରମ୍ଭ ହୋଇ ୧୮ ପର୍ଯ୍ୟନ୍ତ ହେବାର ଥିଲା। ଏହାସହ ଟି-୨୦ ସିରିଜ୍ ଜୁଲାଇ ୨୧ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା। କଲମ୍ବୋର R Premadasa ଷ୍ଟାଡିୟମରେ ଏହି ମ୍ୟାଚ୍‌ ହେବାର ଥିଲା। ହେଲେ ଏବେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ୨ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏବେ ଏହି ସିରିଜ୍ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। 

ନିକଟରେ ଇଂଲଣ୍ଡ ଟିମ୍‌ର ୭ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ୩ ଜଣ ଖେଳାଳି ଓ ୪ ଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏକାଥରକେ ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡର ସୀମିତ ଓଭର ଟିମ୍ ଆଇସୋଲେସନକୁ ଯାଇଛି।

India Vs Sri Lanka
Advertisment
Advertisment