ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]
ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍ଲା ପରେ ସିଆରପିଏଫ୍ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍ ମକବୁଲ ଭଟ୍ଟ ଫେରାର ଥିଲା। […]
ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]
ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ଲଣ୍ଡନ: ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଲଗାତାର ବିଫଳ ହେଉଥିବା ମଲିକଙ୍କୁ ଏବେ ପାକିସ୍ତାନର କିଛି ପୂର୍ବତନ ଖେଳାଳି ସମାଲୋଚନା କରିଛନ୍ତି। କିଛି କହିଛନ୍ତି, ମଲିକଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯାଇଛି ଏବଂ ତାଙ୍କୁ ତୁରନ୍ତ ସନ୍ନ୍ୟାସ ନେଇଯିବା ଦରକାର। ୩୭ ବର୍ଷୀୟ ମଲିକ୍ ଚଳିତ ବର୍ଷ ଆରମ୍ଭରୁ କହିଥିଲେ ଯେ, ବିଶ୍ୱକପ୍ ପରେ ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଦେବେ ଏବଂ […]
ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର ପ୍ରତିକ୍ରିୟା ରଖିଛନ୍ତି। ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, ଏନେଇ ନାଡା ନିକଟରେ ଅପିଲ କରିବେ। ଯେଉଁ ଉତ୍ପାଦ ସେ ସେବନ କରିଥିଲେ, ତାହା ବ୍ୟାନ୍ ହୋଇଥିବା ନେଇ ତାଙ୍କ ପାଖରେ ସୂଚନା ନଥିଲା। ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର ନଥିବା ସେ କହିଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି- NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ […]
ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି। ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ […]
ଝାରସୁଗୁଡ଼ା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପ୍ରମାଣିତ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଯାତ୍ରୀ। ଘଟଣାଟି ଥିଲା ଏମିତି। ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ ଅଟକିଲା। ଜଣେ ଯାତ୍ରୀ ଷ୍ଟେସନରେ ଓହ୍ଲାଇଲେ ପିଇବା ପାଇଁ। ଚା’ ପିଉଥିଲେ। ହଠାତ୍ ଟ୍ରେନ ଛାଡ଼ିଦେଲା। ଟ୍ରେନ ଗଡ଼ିବା ଆରମ୍ଭ ହେବା ଦେଖି ଯାତ୍ରୀ ଜଣକ ଦୌଡ଼ି ଆସି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନ […]
ଭୁବନେଶ୍ୱର: ଗତକାଲି ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଅତ୍ୟଧିକ ସ୍ନାନ କରି ପ୍ରବଳ ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର। ଏବେ ଅଣସର ଘରେ ଠାକୁରମାନେ ଥିବା ବେଳେ ୧୫ ଦିନ ଯାଏ ତାଙ୍କୁ ଦେଖିବା ମନା। ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ସୁଅ ଛୁଟିଛି ଏବେ ଅଲାରନାଥ ପୀଠକୁ। କଥାରେ ଅଛି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ଦେଇଥାଏ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ବୈଚିତ୍ୟ ବି କମ୍ […]
ଭୁବନେଶ୍ୱର: ଆସନ୍ତାକାଲି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନ୍ରେ ତାଙ୍କର ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଅଫ୍ଲାଇନ୍ରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନ୍ରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥଲେ।
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍ ଅଜବ୍ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍ମାନ୍ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍ କଲେକ୍ସନ୍କୁ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ରେ ସେ ସଲ୍ମାନ୍ଙ୍କୁ ‘ପେପର୍ ଟାଇଗର୍’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେ ଟ୍ୱିଟ୍ରେ […]
ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଣ୍ଡିରେ ପଡ଼ି ରହିଛି ଧାନ। ମିଲର ଧାନ କିଣୁ ନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଛନ୍ତି। ଜିଲ୍ଲାର ଜଲାମୁଣ୍ଡା ମଣ୍ଡି ବାହାରେ ୪୦୦୦ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି। ଚାଷୀମାନେ ଧାନକୁ ଜଗି ମଣ୍ଡି ବାହାରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଦିନରେ ପ୍ରବଳ ଖରା, ଅନ୍ୟପଟେ ସଂଧ୍ୟାରେ କାଳବୈଶାଖୀ। ୪ ଦିନ ଧରି […]
ବେଜିଂ: ଚାଇନାର ସିଚୁଆନାରେ ଗତକାଲି ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ […]
ନୂଆଦିଲ୍ଲୀ:ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ। ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେସନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ […]
ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଓଡ଼ିଆ ୱେଟ ଲିଫ୍ଟର କେ. ରବିକୁମାର। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ ସମେତ ମୋଟ୍ ୧୯ ଜଣ ଆଥଲେଟ୍ ବିଫଳ ହୋଇଛନ୍ତି । ଗତ ଫେବୃୟାରୀରେ ରବିକୁମାରଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ବିଶାଖାପାଟଣାରେ ହୋଇଥିବା ଜାତୀୟ ସିନିୟର ଭାରୋତ୍ତଳନ ଚାମ୍ପିନଶିପରେ ରବି କୁମାର ୮୯ କିଲୋଗ୍ରାମ ବର୍ଗରେ ଚାମ୍ପିୟାନ ହେବା ସହ ୱେଟଲିଫ୍ଟର ଅଫ ଦି ଚାମ୍ପିଅନ୍ଶିପ୍ ଆଖ୍ୟା ଅର୍ଜନ କରିଥିଲେ। […]
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ରହିଛି ଜୁନ୍ ୨୫ । ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ। ବର୍ତ୍ତମାନ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ରହିଛି। ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ପୂର୍ବରୁ ଇସ୍ତଫା ଦେଇଥିବାବେଳେ କିଛି ଦିନ ତଳେ ପ୍ରତାପ ଦେବ ମଧ୍ୟ ରାଜ୍ୟସଭା […]
ଭୁବନେଶ୍ୱର: ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ୨୦ରୁ ୨୨ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। […]
ଇସ୍ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସମାଲୋଚନା କରୁଥିଲେ। ଟ୍ୱିଟର୍ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ […]
ପାଟନା: ବିହାରରେ ଜାରି ରହିଥିବା ପ୍ରବଳ ଖରା ଓ ଲୁ’ ପାଇଁ ସମଗ୍ର ରାଜ୍ୟରେ ସ୍ଥିତି ବିଗିଡ଼ି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଲୁ ଯୋଗୁ ଗତ ୩ ଦିନ ମଧ୍ୟରେ ରାଜ୍ୟର ପ୍ରାୟ ୧୮୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ସେହିପରି ଶହଶହ ଲୋକ ଗ୍ରୀଷ୍ମ ପ୍ରବାହ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ପାଟଣା ସମେତ ରାଜ୍ୟର ବିଭିନ୍ନ ସହରରେ ପାରଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି […]
ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। […]