ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା। ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭା ଅଧିବେଶନ। ଆଜି କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା। ଆଜି କିଛି ସାଂସଦ ଶପଥ ନେଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ତେବେ ପ୍ରଥମଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସ୍ମୃତି ଇରାନୀ […]
ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଅନନ୍ତନାଗର ଏକିଂଗମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା […]
ପାଟଣା: ବିହାର ପାଇଁ ବଡ଼ ବିପତ୍ତିର ରୂପ ନେଇଥିବା ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ ରୋଗରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ବିଭିନ୍ନ ମେଡ଼ିକାଲରେ ୧୧୦ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତ। ଗତକାଲି ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମୁଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଯାଇଥିଲେ। ଗସ୍ତ ସମୟରେ ଜଣେ ଶିଶୁ […]
ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଲେ। ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ। ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍ରେ ଯାଉଥିବା ବେଳେ ଏ ଘଟଣା ଘଟିଥିଲା। ପଛରେ ବସିଥିବା ପ୍ରେମିକା ହେଲ୍ମେଟ୍ ଖୋଲିବାକୁ ପ୍ରେମିକଙ୍କୁ କହିଥିଲେ। ସେ ତାଙ୍କ ମୁହଁକୁ ଭଲ ଭାବେ ସ୍ପର୍ଶ କରିପାରୁ ନଥିବା କହି ହେଲ୍ମେଟ୍ ଖୋଲିବାକୁ କହିଥିଲେ। ପ୍ରେମିକ ହେଲ୍ମେଟ୍ ଖୋଲିବା ପରେ ପ୍ରେମିକା […]
ନୂଆଦିଲ୍ଲୀ: ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଅଧିବେଶନ। ପ୍ରଥମ ଦିନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ପାଠ କରିଥିଲେ। ଏହାପରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସଦାନନ୍ଦ ଗୌଡା, ନରେନ୍ଦ୍ର […]
ନୂଆଦିଲ୍ଲୀ: କୋଲକାତାର ନୀଲ ରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ନେଇ ସାରା ଦେଶରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ(ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଆଇଏମ୍ଏର ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ସୂଚନା ଅନୁଯାୟୀ,ପ୍ରଥମେ ଏମ୍ସ ଡାକ୍ତରମାନେ ଆଇଏମ୍ଏ ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ। ହେଲେ ଗତକାଲି […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ହରିହରପୁର ଗାଁରେ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଭାଟି ମାଲିକ ଓ ଅନ୍ୟ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ମୃତ ଇଟାଭାଟି ମାଲିକ ହେଲେ ଅନନ୍ତ ଚରଣ ସାହୁ ଏବଂ ମୃତ ଶ୍ରମିକ ଜଣକ ହେଉଛନ୍ତି ମିଞ୍ଜରୀ ମୁଣ୍ଡା। ମିଞ୍ଜରୀଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ସୂଚନା ଅନୁସାରେ, ଇଟାଭାଟିରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍ ତାର ଯାଇଥିଲା। ପୋଷା କୁକୁରକୁ ବାନ୍ଧିବା ପାଇଁ […]
ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]
ମାଞ୍ଚେଷ୍ଟର: ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ଥିଲା ଭାରତ ଓ ପାକିସ୍ତାନ ମ୍ୟାଚ୍। ସାରା ବିଶ୍ୱର ନଜର ଥିଲା ଏହି ଖେଳ ଉପରେ। ଶେଷରେ ବିରାଟ୍ ବାହିନୀ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇ ନିଜର ରେକର୍ଡକୁ ବଜାୟ ରଖିଲା। ଭାରତକୁ ହରାଇବା ପାଇଁ ପାକିସ୍ତାନ ଟିମ୍ ବି ଫୁଲ ଦମ୍ରେ ଥିଲେ। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଖେଳାଳୀମାନଙ୍କୁ ଟିପ୍ସ ଦେଉଥାନ୍ତି। ଏପରିକି ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମଧ୍ୟ ସେ […]
ମାଞ୍ଚେଷ୍ଟର:ଭାରତ-ପାକିସ୍ତାନ ମ୍ୟାଚ୍ ସରିଯାଇଛି। ପାକିସ୍ତାନକୁ ହରାଇ ଭାରତ ତାର ରେକର୍ଡ ବଜାୟ ରଖିଛି। ଏବେ ମ୍ୟାଚ ସରିବା ପରେ ଆରମ୍ଭ ହୋଇଛି ମାନସ ମନ୍ଥନ। ଏହି ମାନସ ମନ୍ଥନରୁ ଜଣାପଡ଼ିଛି ମ୍ୟାଚ୍ରେ କୋହଲି ଆଉଟ ହୋଇ ନ ଥିଲେ। ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ୭୭ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ସର୍ଫରାଜ ଅହମ୍ମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ରିପ୍ଲେ’ରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ବିରାଟଙ୍କ […]
ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତକୁ ମିଳିଛି ମହାବିଜୟ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ଏହା ସହିତ ବିଶ୍ୱକପ୍ରେ ଭାରତ ୭ ଥର ପାକିସ୍ତାନକୁ ହରାଇଛି, ଯାହା ଏକ ରେକର୍ଡ। କାରଣ ଏଯାବତ୍ ପାକିସ୍ତାନ କୌଣସି ଥର ଭାରତକୁ ବିଶ୍ୱକପ୍ରେ ହରାଇ ପାରିନି। ତେବେ ଗତକାଲି ମ୍ୟାଚ୍ ବେଳେ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ଗୋଟିଏ ଭୁଲ୍ କରି ଦେଇଥିଲେ। କୁହାଯାଏ, ଧୋନି ହେଉଛନ୍ତି ଡିଆର୍ଏସ୍ ଏକ୍ସପର୍ଟ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆର୍ଏସ୍କୁ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍’ […]
ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ଭଲ ଷ୍ଟାର୍ଟ ମିଳିଛି । ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ଓପନ୍ କରୁଥିବା ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ପାକିସ୍ତାନର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଛନ୍ତି । ବିଶେଷକରି ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମ୍ୟାଚରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୦ […]
ଭୁବନେଶ୍ୱର: ପୁଣି ଥରେ ବିଦେଶରେ ଚମକିଲେ ଓଡିଆ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କତାରର ଦୋହାରେ ଏକ ସାଣ୍ଡ ଆନିମେଶନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସି । ୩୦ ମିନିଟ୍ର ଏହି କାର୍ଯ୍ୟକ୍ରମରେ ମାନସଙ୍କ ଆନିମେଶନ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ଭାରତ ଓ କତାରର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଏହି ଅବସରରେ ଦର୍ଶାଇଥିଲେ ମାନସ। ବହୁ ସଂଖ୍ୟାରେ ବିଦେଶୀ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପୁରୀ: ଆଜି ବିଶ୍ୱକପ୍ କ୍ରିକେଟରେ ମହାମୁକାବିଲା। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ଜବରଦସ୍ତ ଲଢେଇ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କଳାରେ ବିରାଟକାୟ ବ୍ୟାଟ୍ ଏବଂ ବିଶ୍ୱକପର ପ୍ରତିକୃତି ତିଆରି କରିଛନ୍ତି। ସୁଦର୍ଶନ ପ୍ରାୟ ୩ ଟନ ବାଲି ବ୍ୟବହାର କରି ସେ ଏହି ବାଲିର ପ୍ରତିକୃତି ନିର୍ମାଣ କରିଛନ୍ତି।
ଭୁବନେଶ୍ୱର: ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍। ୱାର୍ଲଡ୍ କପ୍ ମ୍ୟାଚ୍ରେ ୭ମ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦେଶ। ଏହି ମ୍ୟାଚ୍କୁ ନେଇ ଦୁଇ ଦେଶ ନୁହେଁ ବରଂ ସାରା ବିଶ୍ୱ ଉତ୍ସାହିତ। ଏମିତିକି ଅଫ ଫିଲ୍ଡରେ ବି ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଢେର ଉତ୍ସାହିତ କ୍ରିକେଟ୍ ପ୍ରେମୀ। ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଡଗ୍ ଫାଇଟ୍ । ସେପଟେ ଓଡ଼ିଶାରେ ମଧ୍ୟ ଏହି ବିଗ୍ ଫାଇଟକୁ ନେଇ […]
ପାଟନା: ବିହାରର ମୁଜାଫରନଗର ଓ ଅନ୍ୟ କେତେକ ଜିଲ୍ଲାରେ ଏକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ବେକାବୁ ହୋଇଛି। ଆଜି ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରନଗର ଯାଇ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି। ଗତକାଲି ଏହି ଏଇଏସ ରୋଗରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ଶନିବାର ସୁଦ୍ଧା ୧୫ ଦିନରେ ୯୫ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବରେ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ମୁଜାଫରନଗର ସ୍ଥିତ […]
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କୁ ନିପାତ କରିବା ପୂର୍ବରୁ ତାଙ୍କର ଗତିବିଧି ଓ ଉଦ୍ଦେଶ୍ୟ ଉପରେ ଅଧିକ ଓ ଆଗୁଆ ସୂଚନା ହାସଲ କରିବା ଉପରେ ଜୋର ଦେଇଛନ୍ତି ଅମିତ ଶାହ। ଏଥିପାଇଁ ସେ ଏକ ‘ଟେରର ମନିଟରିଂ ଗ୍ରୁପ'(ଟିଏମଜି) ତିଆରି କରିଛନ୍ତି। ଏହି ଗ୍ରୁପର ମୁଖ୍ୟ ହୋଇଛନ୍ତି ଜମ୍ମୁ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ […]
ନୂଆଦିଲ୍ଲୀ: ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ସୂଚନା ରହିଛି। ଏ ନେଇ ପାକିସ୍ତାନ ଉଭୟ ଭାରତ ଏବଂ ଆମେରିକାକୁ ଅବଗତ କରାଇଥିବା ଜଣାପଡ଼ିଛି। ଗତମାସ ଭାରତରେ ନିର୍ବାଚନ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୀମାରେ ଜୋରଦାର ଅପରେସନ ଜାରି […]
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ପୁଲିସର କହିବା ଅନୁଯାୟୀ, ଉଭୟ ବିବାହିତ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି […]
କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି
ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପାକିସ୍ତାନ ଇତିହାସ ରଚିପାରିବ ନା ଭାରତ ତା’ର ରେକର୍ଡ ଜାରି ରଖିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତା’ହେଲେ କ’ଣ ଏହି ରେକର୍ଡ, ଆସନ୍ତୁ ସେ ବିଷୟରେ ଜାଣିବା। ଦିନିକିଆରେ ଭାରତ ଓ […]
ବିଜୟୱାଡ଼ା: ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଏୟାର ପୋର୍ଟରେ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ଗନ୍ନାଭରମ୍ ଏୟାରପୋର୍ଟରେ ତାଙ୍କୁ କଡ଼ା ଯାଞ୍ଚ କରାଯାଇଥିବାବେଳେ ସେ ଭିଆଇପି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏପରିକି ତାଙ୍କୁ ସାଧାରଣ ଯାତ୍ରୀଙ୍କ ସହିତ ବସ୍ରେ ଯାତ୍ରା କରିବାକୁ ପଡ଼ିଛି। ପ୍ରବେଶ ଦ୍ୱାର ପାଖରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ତାଙ୍କ ଉପରେ ମାଓବାଦୀ […]
ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]