• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

111111
ହସୁଥାରେ ଚକାଡ଼ୋଳା, ତୋର ଆଜି ରଥଯାତ୍ରା...

ପୁରୀ: ହସୁଛି ରଥ, ହସୁଛି ପଥ।  ଆଉ ଭକ୍ତର ହସହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ  ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର..   ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତି ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ […]

Capture
ସିକନ୍ଦର ଆଲାମ୍‌, ମହାପ୍ରସାଦ, ଚପଳା ଓ ଶ୍ରଦ୍ଧାର କଥା

“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।” ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି। ‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ବିଷୟରେ ଲେଖକ ଅନେକ ସୁନ୍ଦର ସୁନ୍ଦର ଉଦାହରଣ ଦେଇଛନ୍ତି। ଆଉ ସେଥିରେ ସ୍ଥାନିତ ହୋଇଛି, ଚପଳା ବସ୍ ଓ […]

୩
ଅଭିମାନର ଭାଷା ବୁଝିପାରେ କାଳିଆ...

ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ ଗୋଟିଏ  ଏଠାରେ ପ୍ରକାଶ କରିବାକୁ ଯାଉଛି।… ବର୍ଷେ ତଳର କଥା। ସକାଳୁ ସକାଳୁ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ(ତାଳଚେର) ଯାଉଥାଏ। ଘରେ ପହଞ୍ଚିବା ପରେ ସାଙ୍ଗ ଚଗୁଲୁର ଫୋନ‌ […]

ratha
୧୮୭୩: ଗଜପତିଙ୍କୁ ତଣ୍ଡ

ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]

daud
ଆମେରିକା ଦେଲା ତଥ୍ୟ: ଦାଉଦ୍‌ କରାଚିରେ ଆରାମ୍ କରୁଛି

ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର […]

D-fUbHaXoAIW2mE
ଆହତ ଫ୍ୟାନ୍‌ଙ୍କୁ ଅଟୋଗ୍ରାଫ ଥିବା ଟୋପି ଉପହାର ଦେଇ ମନ ଜିଣିଲେ ରୋହିତ୍‌

ନୂଆଦିଲ୍ଲୀ: ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗତକାଲିର ବାଂଲାଦେଶ-ଭାରତ ମ୍ୟାଚ୍‌କୁ ମନଭରି ଉପଭୋଗ କରିଥିଲେ କ୍ରିକେଟ ପ୍ରେମୀ। ମ୍ୟାଚ୍‌ରେ ବେଶି ରୋଚକ ଥିଲା ରୋହିତ ଶର୍ମାଙ୍କ ଶତକ। ୯୨ ବଲରେ ୫ଟି ଛକା ସହ ୧୦୪ ରନ କରି ରୋହିତ ରେକର୍ଡ କରିଥିଲେ। ହେଲେ ଛକା ମାରିବା ବେଳେ ଗୋଟଏ ବଲ୍ […]

222222222
ପୁଣି ମୃତଦେହକୁ ଅସମ୍ମାନ: ପାର୍କିଂ ସ୍ଥାନରେ ରଖିଲେ, ବାଇକ୍‌ରେ ବାନ୍ଧି ଘରକୁ ନେଲେ

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫ ଗ୍ରାମର ସୁବାଷ ବୈଦ୍ୟଙ୍କ ମୃତ୍ୟୁ  ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେହି ଦିନ ପୋଷ୍ଟମାର୍ଟମ ହୋଇ ପାରି ନ ଥିଲା। ଫଳରେ ମୃତଦେହକୁ […]

111111111111
ସରୁନି ଜନନୀ ଯନ୍ତ୍ରଣା, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପାହାଡ଼ ତଳେ ପ୍ରସବ

ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଶେଷରେ ପାହାଡ଼ ତଳେ ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବ୍ଲକ ସମାଟପଦର ଗାଁରେ। ସମାଟପଦର ଗାଁର ଏହି ମହିଳା ଜଣକ ଆଜି  ପ୍ରସବଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆମ୍ବୁଲାନ୍ସ ଡାକିଥିଲେ ହେଁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ତେଣୁ ପରିବାର ଲୋକେ ସଂପୃକ୍ତ ମହିଳାଙ୍କୁ ମେଡ଼ିକାଲ ନେବା ପାଇଁ […]

12tik-tok-2
ଏଣିକି ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍‌କୁ ମୋବାଇଲ ମନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍‌ଟକ୍‌  ଭିଜୁଆଲ୍ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି । SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ।  ଏହି ସବୁ ସ୍ଥାନକୁ କେହି ମୋବାଇଲ ନେଇପାରିବେ ନାହିଁ ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । କିଛି […]

in-1
୧୦୦ ଟପିଲା ଟିମ୍ ଇଣ୍ଡିଆ ସ୍କୋର

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି । ରିପୋର୍ଟ ଲେଖା ହେଲା ବେଳକୁ […]

manorama
ମୃତ୍ୟୁର ଯନ୍ତା ଭିତରେ ଜଗନ୍ନାଥ ..ଜଗନ୍ନାଥ… ଡାକୁଥିଲି , ଆଉ ଶେଷରେ…

ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ  ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି। ମନରେ କୌଣସି […]

ratha3
୧୮୭୩: ପୂଜାପଣ୍ଡାଙ୍କ କ୍ରୋଧ

ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‌ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୩ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]

KOHLI-MEET-FINCH
ଟସ୍ ପଡ଼ିବା ପୂର୍ବରୁ ଦୁଇ ଦଳର ଅଧିନାୟକ ପରସ୍ପରକୁ ଭେଟନ୍ତି କାହିଁକି ?

ଭୁବନେଶ୍ୱର :  ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି। ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ ନିୟମ। ଏହି ଭେଟଘାଟ ବେଳେ ସବୁ ଦଳର ଅଧିନାୟକ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହି ସମୟରେ ଉଭୟ ଦଳ ନିଜ ନିଜର ଖେଳାଳି ତାଲିକା ପରସ୍ପରଙ୍କୁ […]

virat-kohli
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ

ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ। ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶଫିକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ […]

BangladeshCrciketer
ଵିଶ୍ଵକପ୍: ଭାରତକୁ ଚ୍ୟାଲେଞ୍ଜ ଦେବେ ବାଂଲାଦେଶର ଏହି ପାଞ୍ଚ ଖେଳାଳି

ଭୁବନେଶ୍ୱର : ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି ଉପୁଜିବ। […]

lok_sabha_elections_
ଜୟାପ୍ରଦାଙ୍କୁ ନେଇ ପୁଣି ଅଶାଳୀନ ମନ୍ତବ୍ୟ ଦେଲେ ଆଜମ୍ ଖାନ୍

ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ ସଂସ୍ଥା। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ […]

maxresdefault
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନରେ ଥିବା ଗାଈଙ୍କ ପାଇଁ ଖାଦ୍ୟ ନାହିଁ

ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ ଗୋଶାଳାରେ ୮ଟି,  ମୁଖ୍ୟମନ୍ତ୍ରୀଙ୍କ ଗୋଶାଳାରେ ୪ଟି ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି। ଏ […]

naveen-patnaik
ପୋଲାଭରମ କାମ ବନ୍ଦ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ତୁରନ୍ତ ପୋଲାଭରମ ଡ୍ୟାମ ନିର୍ମାଣ ବନ୍ଦ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବା ସହ କାମ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ମାମଲା ଥିବାରୁ ଏହାର ଫଇସଲା ନହେବା ଯାଏ କାମ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ପୋଲାଭରମ ନିର୍ମାଣ ପୂର୍ବରୁ ରାଜ୍ୟ ସରକାର […]

bangldesh
ଆଜି ଭାରତ-ବାଂଲାଦେଶ ଲଢେଇ, ସେମି ପାଇଁ ସ୍ଥାନ ପକ୍କା କରିବ ବିରାଟ ବାହିନୀ

ବର୍ମିଂହାମ୍‌: ଆଜି ବର୍ମିଂହାମ୍‌ରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ। ଆଜିର ମ୍ୟାଚ୍ ଜିତି ସେମିରେ ନିଜ ସ୍ଥାନ ପକ୍କା କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଏହି ମ୍ୟାଚ୍‌କୁ କବ୍‌ଜା କରି ବାଂଲାଦେଶ ସେମିକୁ ଯିବା ପାଇଁ ଶେଷ ପ୍ରୟାସ କରିବ। ପଏଣ୍ଟ ତାଲିକାକୁ ଯଦି ନଜର ପକାଇବା ତାହେଲେ ୧୧ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୭ ପଏଣ୍ଟ ସହ ସପ୍ତମରେ ରହିଛି। ତେଣୁ ଏହି ମ୍ୟାଚ୍ ବାଂଲାଦେଶ […]

sri
ୱେଷ୍ଟଇଣ୍ଡିଜ୍ ବିରୋଧରେ ଶ୍ରୀଲଙ୍କାର ଦମ୍‌ଦାର ଓପେନିଂ

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦୁଇ ଓପ୍ନର ତଥା ଅଧିନାୟକ ଦିମୁତ କରୁଣାରତ୍ନେ ଓ କୁଶଲ ପରେରା ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା […]

river
୧୦ ବର୍ଷରେ ଶୁଖିଗଲାଣି ୩୦ ପ୍ରତିଶତ ନଦୀ

ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା […]

sidhhu
ସିଦ୍ଧୁଙ୍କ ପଗଡ଼ିରେ ପାକିସ୍ତାନ ଜାତୀୟ ପତାକା ଚିହ୍ନ !

ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ପାଇଁ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଇସ୍‌ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି। ଏହି ପଗଡ଼ି ପାକିସ୍ତାନର ଜାତୀୟ ପତାକା ଭଳି ହୋଇଛି। ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି। ଏହି ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍‌ ମିଡିଆରେ […]

CONTROVERY-FOR-TEAM-INDIA-NEW-JURSEY
ଟିମ୍‌ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବିବାଦ ପରେ ସଫେଇ ଦେଲେ ମେହବୁବା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍‌ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]

Assembly
ବିଧାନସଭାରେ ଉଠିଲା ଘରୋଇ ଡାକ୍ତରଖାନାର ଶୋଷଣ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ। ଶୂନ୍ୟକାଳରେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇଥିଲେ। ଉଦାହରଣ ପ୍ରସଙ୍ଗରେ ଶ୍ରୀ ମାଝି ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲର ନାଁ ନେଇଥିଲେ। ବିଧାୟକ ନିଜେ ଏହାର ଅନୁଭବୀ ବୋଲି ଗୃହରେ କହିଥିଲେ॥ ବିଧାୟକଙ୍କ ଅଭିଯୋଗ ଉପରେ ବାଚସ୍ପତି ରୁଲିଂ ଦେଇଥିଲେ। ପ୍ରତିଦିନ ଏଭଳି ଅଭିଯୋଗ ଆସୁଛି । ମନ୍ତ୍ରୀ ଓ ଅଧିକାରୀ ସ୍ତରୀୟ କମିଟି ଗଢି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବାଚସ୍ପତି […]

rain-in-Odisha-website-2
ଭିଜିଲା ସାରା ରାଜ୍ୟ, ରାଇଘରରେ ଢାଳିଲା ସର୍ବାଧିକ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ୨୪ ଘଣ୍ଟାରେ ହାରାହାରି ୯ ଦଶମିକ ୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ନବରଙ୍ଗପୁରର ରାଇଘରରେ ସର୍ବାଧିକ ୭ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରିର କାଲିମେଳା, କନ୍ଧମାଳର ଫୁଲବାଣୀ, ଜି. ଉଦୟଗିରି, ଗଂଜାମର ଆସ୍କା ଓ ଖୋର୍ଦ୍ଧାର ବାଲିଅନ୍ତାରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ […]