• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

77777
ଆନନ୍ଦୀ ବେନ୍ ପଟେଲ ହେଲେ ୟୁପି ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର କେତୋଟି ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ଏହା ବ୍ୟତୀତ ଜଗଦୀପ ଧନଖର ହୋଇଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ। ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିପରି ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

pho
ପିଲାଙ୍କ ମୋବାଇଲ ନିଶା ଚିନ୍ତା ବଢାଉଛି କି ? ଜାଣନ୍ତୁ କେମିତି କରିବେ ସମାଧାନ

ଲକ୍ଷ୍ନୌ: ଆଜିର ଯୁଗରେ ମୋବାଇଲ୍‌ ନାହିଁ ତ କିଛି ନାହିଁ। ଯଦି ହାତରେ ମୋବାଇଲ୍‌ ଅଛି, ତା’ହେଲେ ସାରା ଦୁନିଆ ହାତରେ ରହିଛି। କିନ୍ତୁ ମୋବାଇଲ୍‌କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କଲେ ତାହା ଖରାପ ପ୍ରଭାବ ପକାଇଥିଏ। ଏହା ଅନେକ ମାନସିକ ରୋଗର କାରଣ ହୋଇଥାଏ। ଏବେ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ସବୁ ସ୍ଥାନରେ କାଉନ୍‌ସେଲିଂ ସେଣ୍ଟର […]

444444444
ସିଦ୍ଧୁଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଅମୃତସର: ଗତ ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଏହା ସହିତ ସେ ଇସ୍ତଫାପତ୍ରଟିକୁ ରାଜ୍ୟପାଳ ବିଜୟେନ୍ଦର ପଲ ସିଂହଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ କେବଳ ଗୋଟିଏ ଧାଡ଼ି ଲେଖିଛନ୍ତି। କେଳବ ଇସ୍ତଫା ଦେଉଛନ୍ତି ବୋଲି ସିଦ୍ଧୁ ଲେଖିଥିବା […]

୪୪୪୪୪
ଶେଷରେ ସୋନଭଦ୍ରା ହତ୍ୟାକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସୋନଭଦ୍ରା ଜମିଜମା ଗଣ୍ଡଗୋଳରେ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ  ଶେଷରେ ଭେଟିଲେ ପ୍ରିୟଙ୍କା ଗାନ୍ଧି।  ମିର୍ଜାପୁର ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଚୁନାର ଅତିଥି ଭବନକୁ ଆଣିଥିଲା। ସଠାରେ ସେମାନେ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ  ଗୁଳିକାଣ୍ଡ ସଂପର୍କରେ ଆଲୋଚନା ହୋଇଥିଲା। ଏହି ଘଟଣାରେ ପୋଲିସ ଓ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ଅନ୍ୟାୟ ଓ ଅବହେଳା କରିଥିବା ପ୍ରିୟଙ୍କା କହିଛନ୍ତି । ତେବେ ସେ ମାତ୍ର ଦୁଇଜଣ ମୃତକଙ୍କ […]

333333
ପୋତା ଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ କଲା ପୁଲିସ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଗତ ୪ ଦିନ ତଳେ ମାଟିରେ ପୋତାଯାଇଥିବା ଏକ ଶବକୁ ଖୋଳି ପୋଲିସ ବ୍ୟବଚ୍ଛେଦ କରିଛି। ମୃତ ଶବ ଉମରକୋଟ୍ ବ୍ଲକ ପତିଆଗୂୁଡ଼ା ଗ୍ରାମର କିଶୋର ମାଝୀଙ୍କର ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ୧୮ ବର୍ଷୀୟ କିଶୋର ମାଝୀଙ୍କର ମୃତ୍ୟୁ ହୋଇଥିଲା।  ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କହି ତାଙ୍କ ବଡ଼ବାପା ଓ ପୁଅମାନେ ଗ୍ରାମବାସୀଙ୍କ ସହ ମିଶି ଗାଁ ମଶାଣିରେ ଶବ ପୋତି […]

222222222
ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ ଜମି ଅଧିଗ୍ରହଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ  ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ୨୦୧୭ରେ ଏହାର ଶିଳାନ୍ୟାସ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କାମ ଆଗେଇ ପାରୁ ନ ଥିଲା। ତେବେ ଆଜି ଆପ୍ରୋଚ୍ ରୋଡ୍ ପାଇଁ  ଦଣ୍ଡିଆପାଲିରେ […]

1111111111
ପ୍ରଶାସନ ଶୁଣିଲାନି, ଗାଁ ପାଇଁ ରାସ୍ତା ତିଆରି କଲେ ଗ୍ରାମବାସୀ

ମାଲକାନଗିରି: ଗ୍ରାମବାସୀଙ୍କ ପ୍ରୟାସରେ ଯୋଡି ହେଲା ରାଞ୍ଚି-ବିଜୟଓ୍ବାଡା କରିଡର । ମାସ ମାସ ଧରି ଦାବି କରିବା ସତ୍ତ୍ୱେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି ରାସ୍ତାକୁ ମୋଟୁ ଗ୍ରାମବାସୀ ଗୋଟିଏ ଦିନରେ କରି ଦେଖାଇଛନ୍ତି। ଗତ ଡିସେମ୍ବରରେ ସିଲେରୁ ନଦୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବ୍ରିଜ ନିର୍ମାଣ  କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୩୩୨ ମିଟର ରାସ୍ତା ନିର୍ମାଣ ହୋଇପାରିନଥିଲା। ବାରମ୍ବାର ଜିଲ୍ଲାବାସୀ ଏହି ରାସ୍ତା ନିର୍ମାଣ […]

55555555555555555555
ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ଚେନ୍ନାଇ:ଚେନ୍ନାଇର ଏଇ ଯୁବକଙ୍କୁ  ନେଇ ଆଜି ସବୁ ଆଡେ ଚର୍ଚ୍ଚା। ସେମିତି କିଛି କାମ ବି ସେ କରିଛନ୍ତି। ନିକଟରେ ସୋସାଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଥିବା ବଡ ଧରଣର ତ୍ରୁଟିକୁ ସେ ଖୋଜି ବାହାର କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଡଲାର (୨୦ ଲକ୍ଷ ଟଙ୍କା) ଦିଆଯାଇଛି। ଯୁବକଙ୍କ ନାଁ ଲକ୍ଷ୍ମଣ ମୁଥୈୟା। ସେ ଜଣେ ସିକ୍ୟୁରିଟି ରିସର୍ଚ୍ଚର। ଲକ୍ଷ୍ମଣ କହିଥିଲେ ଯେ, ଇନ୍‌ଷ୍ଟାଗ୍ରାମରେ ଥିବା ଏହି ତ୍ରୁଟି ଯୋଗୁ […]

44444444444
ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଛନ୍ତି ଅଭିନେତା ଏଜାଜ ଖାନ୍‌। ସୋଶାଲ ମିଡିଆରେ ଏଜାଜ ଦେଇଥିବା ବୟାନ ଓ ଭିଡିଓ ଯୋଗୁ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏଥିପାଇଁ ମୁମ୍ବାଇ ପୁଲିସ୍‌ର ସାଇବର ୱିଙ୍ଗ ତାଙ୍କୁ ଗିରଫ କରିଛି। ଏଜାଜ ପୋଷ୍ଟ କରିଥିବା କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିଗ ବସ୍‌ର ଏହି ବିବାଦୀୟ ଅଭିନେତା ଜଣଙ୍କୁ ନିଶା କାରବାର ମାମଲାରେ ମୁମ୍ବାଇ […]

haki0-750x4
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍: ଭାରତୀୟ ମହିଳା ଟିମ୍ ଫାଇନାଲରେ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଟିମ୍। ସିଙ୍ଗାପୁରକୁ ୩-୦ ରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ପାଇଛି। ମହିଳା ଟିମ୍ ୱେଲସ୍,ମାଲେସିଆ ଓ ନାଇଜେରିଆକୁ ପରାସ୍ତ କରି ଗ୍ରୁପ୍ ଟପ୍ପର ହୋଇଥିଲା। ଅନ୍ୟ ଏକ ସେମିଫାଇନାଲରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନାଇଜେରିଆ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଜିତିବ, ସେ ଫାଇନାଲରେ ଭାରତକୁ ଭେଟିବ। ପୁରୁଷ ବିଭାଗରେ ମଧ୍ୟ ଭାରତୀୟ ଟିମ୍ ସେମି […]

802945-pm-modi-lead
ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା ଦିବସ ପାଇଁ ମୋଦି ଏଭଳି ମତାମତ ଆହ୍ୱାନ କରି ଆସୁଛନ୍ତି। ସ୍ୱାଧୀନତା ଦିବସରେ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଆଜି ମୋଦି ଟ୍ୱିଟ କରି କହିଛନ୍ତି, “ଅଗଷ୍ଟ ୧୫ ଦିନ ମୋ ଉଦ୍‌ବୋଧନ ପାଇଁ ମୁଁ ସମସ୍ତଙ୍କ ମତାମତ […]

mumbai1
ଅଧାରାସ୍ତାରେ, ବିନା ସିଗ୍‌ନାଲରେ ମୋଟରମ୍ୟାନ୍‌ ଟ୍ରେନ ଅଟକାଇଲେ କାହିଁକି ?

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ମୋଟରମ୍ୟାନ୍‌ଙ୍କର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସେ ଟ୍ରେନ୍‌ ଅଟକାଇ ଟ୍ରାକ୍‌ ଉପରେ ପରିସ୍ରା କରୁଛନ୍ତି। ଏହା ପରେ ଟ୍ରେନ୍‌ର ମୋଟରମ୍ୟାନ୍‌ ଏବଂ ଗାର୍ଡଙ୍କ କ୍ୟାବିନ୍‌ରେ ପରିସ୍ରାଗାର ନିର୍ମାଣର ଆବଶ୍ୟକତା ଅଛି ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁଧବାର ଉଲ୍ଲାସନଗର ଷ୍ଟେସନ୍‌ ଏବଂ ବିଠଲୱାଡି ଷ୍ଟେସନ୍‌ ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା। ଟ୍ରେନ୍‌ଟି ସେତେବେଳେ ମୁମ୍ବାଇ ଆଡ଼କୁ ଯାଉଥିଲା। ଏହି ଭାଇରାଲ ଭିଡିଓ ଶୁଟ୍‌ କରିଥିବା […]

222222222
ଆଉ ଏକ ସମ୍ମାନର ଅଧିକାରୀ ହେଲେ ସଚିନ୍

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ‘କ୍ରିକେଟର ଭଗବାନ’ କୁହାଯାଉଥିବା ଏହି ପୂର୍ବତନ କ୍ରିକେଟ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲ୍ଡ ଆଇସିସିର ‘ହଲ୍‌ ଅଫ୍ ଫେମ୍‌’ରେ ସ୍ଥାନ ପାଇଛନ୍ତି। ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ଅବସରରେ ସଚିନ କହିଥିଲେ ସେ “ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି […]

Capture-11
ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ମୁମ୍ବାଇ: ସଲମାନ ଖାନ୍ ଓ ଗୋବିନ୍ଦା-ଦୁଇ ସୁପରଷ୍ଟାରଙ୍କ ସୁପରିହଟ୍‌ ଫିଲ୍ମ ‘ପାର୍ନଟର’ ରେ ଦୁଷ୍ଟାମି କରୁଥିବା ସେଇ କୁନି ପିଲା କଥା ଆପଣଙ୍କର ମନେ ଅଛି ? ତା ହେଲେ ଚିହ୍ନନ୍ତୁ ତ ଏବେ ସେଇ ସୈତାନକୁ। ଚିହ୍ନି ପାରିବେନି ନିଶ୍ଚୟ । କାରଣ ଏହା ମଧ୍ୟରେ ସେ ଏତେ ବଡ଼, ଏତେ ଶାନ୍ତ ଆଉ ଏତେ ଭଲ ପିଲା ହୋଇ ଯାଇଛନ୍ତି ଯେ, ଚିହ୍ନିଲେ ବି ବିଶ୍ୱାସ କରିବେ ନାହିଁ। ସେ ହେଉଛନ୍ତି ଅଲୀ ହାଜୀ। […]

11111111111111111111
ବିଶ୍ୱର ଶ୍ରେଷ୍ଠ ଚର୍ଚ୍ଚିତ ବ୍ୟକ୍ତିତ୍ୱ ନରେନ୍ଦ୍ର ମୋଦି, ପଛରେ ପଡ଼ିଲେ ଅମିତାଭ ଓ ଶାହରୁଖ

ନୂଆଦିଲ୍ଲୀ:ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଏବଂ ସଲମାନ ଖାନ୍‌ଙ୍କୁ ପଛରେ ପକାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ଦୁନିଆର ସବୁଠୁ ଅଧିକ ଚର୍ଚ୍ଚିତ ଭାରତୀୟ । ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ ମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ଚର୍ଚ୍ଚତ ବ୍ୟକ୍ତିତ୍ୱକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବିଶ୍ଵ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ନମ୍ୱର ସ୍ଥାନରେ ରହିଛନ୍ତି।ରାଜନେତା ଭାବରେ ମୋଦି ହିଁ ଭାରତରୁ […]

kumarswami
କର୍ଣ୍ଣାଟକ ରାଜନୀତି: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଂଗ୍ରେସ-ଜେଡିୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମେଣ୍ଟ ସରକାରର ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ତାଙ୍କ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରି ପାରିବେ ନାହିଁ। ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି […]

shivlekh
‘ଶଶୁରାଲ ସିମର କା’ର ଶିଶୁ କଳାକାର ଶିବଲେଖ ଆଉ ନାହାନ୍ତି

ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ  ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍‌ ଓ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଶିବଲେଖଙ୍କ ସହିତ ତାଙ୍କ ବାପାମା’ ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା […]

15
ଅବ୍ୟବସ୍ଥା ଘେରରେ ମହୁପାଳ ଓ ଡୁମାଡାହି ଗାଁ

ଦେଓଗଡ଼/ମୟୂରଭଞ୍ଜ: ଭୂୟାଁ ଓ କନ୍ଧ ସଂପ୍ରଦାୟର ଆଦିବାସୀଙ୍କର ୨୫ଟି ପରିବାରକୁ ନେଇ ରହିଛି ମହୁପାଳ ଗାଁ। ଦେଓଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ମହୁପାଳ ଗ୍ରାମ ରହିଛି। ଏହି ଗାଁକୁ ଯିବାକୁ ହେଲେ ୩ଟି ନାଳ ଓ ୨ଟି ଉଚ୍ଚ ପାହାଡ଼ ଡେଇଁ ଯିବାକୁ ପଡ଼ିଥାଏ। ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତା ହୋଇପାରିନାହିଁ। କେବଳ ରାସ୍ତା ନୁହେଁ, ବିଜୁଳି ବି ଏହି ଗାଁର ଲୋକଙ୍କ ପାଇଁ ସ୍ୱପ୍ନ ହୋଇରହିଛି। ଦେହ ଖରାପ ହେଲେ ରୋଗୀଙ୍କୁ ଖଟିଆରେ ବୋହି ନେବା […]

14
ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରିଲା ଓଡ଼ିଶା ନିବାରଣ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କାର ଘୋଷଣାକୁ ବିରୋଧ କରି ବିକ୍ଷୋଭ ଦେଖାଦେଇଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରିବା ସହ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଅତ୍ୟଧିକ ମଦ ବିକ୍ରି କରିବା ଓ ଏନେଇ ପୁରସ୍କାର ଘୋଷଣା ନିଷ୍ପତ୍ତି ନିନ୍ଦନୀୟ ବୋଲି କହି ସଦସ୍ୟମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ପୁଲିସ ଏ ସମ୍ପର୍କରେ ଜାଣିବା […]

13
ଏସ୍‌ବିଆଇ ଅଧିକାରୀଙ୍କୁ ଲୁଟିଲେ ଦୁବୃର୍ତ୍ତ

ଢେଙ୍କାନାଳ: ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କଠାରୁ ଲୁଟ୍ ଅଭିଯୋଗ ହୋଇଛି। ଢେଙ୍କାନାଳ କଙ୍କଡ଼ାହାଡ଼ ଛକରେ ଏପରି ଘଟଣା ଘଟିଛି। ଗୋଟିଏ ବାଇକ୍‌ରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟି ନେଇ ଥିବା ସେ ଅଭିଯୋଗ କରିଛନ୍ତି। କାମାକ୍ଷାନଗର ବାସଭବନରୁ ଟଙ୍କା ନେଇ ସେ ଗ୍ରାହକ ସେବା କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ତାଙ୍କଠାରୁ ଲୁଟ୍ ହୋଇଥିଲା। ଘଟଣା ପରେ କାମାକ୍ଷାନଗର ପୋଲିସ୍ ପହଞ୍ଚି ଖୋଲତାଡ଼ […]

11
୩ ହଜାର ୩୨୩ ଗାଁରେ ରାସ୍ତା ନାହିଁ

ଭୁବନେଶ୍ୱର: ରାଜ୍ୟରେ ରାସ୍ତା ସମସ୍ୟାକୁ ନେଇ ବିଧାନଭାରେ ଉଦ୍‌ବେଗ ଦେଖାଦେଇଛି। ୩ ହଜାର ୩୨୩ ଗାଁକୁ ରାସ୍ତା ନ ଥିବା ନେଇ ଆଜି ଗୃହରେ ଖୋଦ୍ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଛନ୍ତି। ପ୍ରଶ୍ନକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପଞ୍ଚାୟତ କାର୍ଯ୍ୟକାଳ ସହ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ […]

karnataka-assembly-session_d8ee8444-a6c4-11e9-a026-e5ea8cdc4f4a
ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଆରମ୍ଭ

ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା ଏବଂ କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା ହେବ। କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦେବ ଫ୍ଲୋର୍ ଟେଷ୍ଟ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା […]

R.-Roshan-Baig-PTI
କଂଗ୍ରେସର ସସ୍‌ପେଣ୍ଡ ବିଧାୟକ ରୋଶନ ବିମାନବନ୍ଦରରେ ଅଟକ

ବେଙ୍ଗାଲୁରୁ: ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା ସସପେଣ୍ଡ କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ କର୍ଣ୍ଣାଟକ ଏସଆଇଟି ଅଟକ ରଖିଛି। ବେଙ୍ଗାଲୁରୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଏସଆଇଟି ପକ୍ଷରୁ ରୋଶନଙ୍କୁ ଅଟକ ରଖାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଆଏମଏ ଚିଟଫଣ୍ଡ ଠକେଇ ଘଟଣାରେ ରୋଶନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ […]