ନୂଆଦିଲ୍ଲୀ:ଆଜକୁ ଠିକ୍ ୪୪ ବର୍ଷ ତଳର କଥା। ଭାରତ ଇତିହାସର ଏ ଥିଲା ଏକ କଳା ସମୟ । ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଜ୍ୟ ଭାରତରେ ଗଣତନ୍ତ୍ରର ହତ୍ୟା ! ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଛଡ଼ାଇ ନିଆ ଯାଇଥିଲା। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ସ୍ଥିତି ଘୋଷଣା କଲେ ବରିଷ୍ଠ ଗଂଗ୍ରେସ ନେତ୍ରୀ ତଥା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି। ତା ପରେ ସମ୍ବିଧାନରେ ସାଧାରଣ […]
ମୁମ୍ୱାଇ: କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦ ଦଶକରେ ନିଜ କ୍ୟାରିଅର ଟପ୍ରେ ଥିବା ଏହି ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କର ଆଜି ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ଜୀବନୀ ସହ […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। ହେଲେ ଏବେ ଆଣ୍ଟିଗୁଆ ସରକାର ଚୋକସିଙ୍କ ନାଗରିକତ୍ୱକୁ ଖୁବ୍ଶୀଘ୍ର ରଦ୍ଦ କରିବାକୁ ଯାଉଛନ୍ତି। ଯଦି ତାଙ୍କ ନାଗରିକତ୍ୱ ରଦ୍ଦ ହୋଇଯାଏ, ତା’ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଚୋକିସଙ୍କୁ ଆଉ କେହି ବି ଅଟକାଇ […]
ମୁମ୍ବାଇ: ମୀରା ରୋଡ୍ ଅଞ୍ଚଳରେ ଥିବା ଏକ ଘରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ମଧ୍ୟରେ ଥିବା ଏକ ଲ୍ୟାପଟପ୍ରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଏଥିରେ ପୁଅ ଜଣଙ୍କ ପ୍ରଥମେ ତା’ ମା’କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି। ମୃତକ ଦ୍ୱୟ ହେଲେ ବୈକଟେଶ୍ୱରନ ଗୋପାଲ ଆୟର(୪୨) ଓ ମୀନାକ୍ଷୀ ଆୟର(୭୫)। ମୃତଦେହ ଗୁଡ଼ିକ ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ଲୋକମାନେ ହିଁ ଗତକାଲି ରାତିରେ ପୁଲିସ୍କୁ […]
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରାଧମୂଳକ କାମ ରୋକିବା ତଥା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବ୍ରଜରାଜନଗର ଗାନ୍ଧି ଛକରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ବ୍ରଜରାଜନଗର ବସ୍ଷ୍ଟାଣ୍ଡ ନିକଟରେ ଗୁଳିମାଡ଼ରେ ଅମିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଣାରେ […]
ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ଚଳଚଞ୍ଚଳ ହୋଇଉଠିଛି ରଥଖଳା। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ । ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି । ଇତିମଧ୍ୟରେ ତିନି […]
ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ପାଢୀଙ୍କ ନାଁରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ପାଢୀଙ୍କ ଘର, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢଉ ହୋଇଛି। ଭିଜିଲାନ୍ସ ଟିମ୍ ପାଢୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କରିଛି ।
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ ସରକାର ବୀର ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ମଧ୍ୟ କହିଛନ୍ତି। ଲୋକସଭାରେ ନିଜର ମତ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଦେଶ […]
ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସ୍ଏନଏଲ୍ ଏବେ ଘାଟାରେ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଜୁନ୍ ମାସରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ। ଏପରିକି ଯଦି କେନ୍ଦ୍ର ସରକାର ସହଯୋଗ ନ କରିବେ, ତା’ହେଲେ କମ୍ପାନୀ ଆଗକୁ ଆଉ ସେବା ଯୋଗାଇ ପାରିବ ନାହିଁ। କମ୍ପାନୀ ପକ୍ଷରୁ sos ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ଗୁହାରି କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “କମ୍ପାନୀ ପାଖରେ ଟଙ୍କା […]
ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ବସ୍’ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ ଦାବି କରିଛନ୍ତି ‘ମୋ ବସ୍’ କର୍ମଚାରୀ। ‘ମୋ ବସ୍‘ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ‘ମୋ ବସ’ ଗତବର୍ଷଠାରୁ ଚଳାଚଳ ଆରମ୍ଭ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୯୫ଟି ବସ୍ ଚଳାଚଳ କରୁଛି। ଏଥିରେ ୧୯୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।
କୋରାପୁଟ: ଅଙ୍ଗନବାଡି କର୍ମୀଙ୍କୁ ନିର୍ଯାତନା ଅଭିଯୋଗ ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ପ୍ରତି ଅଙ୍ଗନବାଡି କେନ୍ଦ୍ରରୁ ରନ୍ଧା ଖାଦ୍ୟ ବାବଦରେ ସିଡିପିଓ ପିସି ମାଗୁଛନ୍ତି। ଏଥିସହ ଛତୁଆ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ମଧ୍ୟ ପିସି ମଗାଯାଉଛି। ଏନେଇ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ […]
ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୩୧ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୬୩ ରନ୍ କରିବାକୁ ପଡ଼ିବ। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିବା ବେଳେ ସାକିବ୍ ମଧ୍ୟ ନିଜର ଜବରଦସ୍ତ ଫର୍ମ ଜାରି […]
ଲର୍ଡ୍ସ: ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେହି ସମୟରେ ଦୁଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ପ୍ରଶଂସକ ଗ୍ରାଉଣ୍ଡ ଭିତରେ ସାମ୍ନାସାମ୍ନି ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ଭାରତର ସହଯୋଗ ମିଳିଥିଲା। #SpiritOfCricket ? #CWC19 pic.twitter.com/CKgnDEAWBF — Cricket World Cup (@cricketworldcup) 23 June 2019 ଐତିହାସିକ […]
ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗନ୍ଦି ନାଲି’ ବା ‘ଅଳିଆ ଆବର୍ଜନାପୂର୍ଣ୍ଣ ନାଳ’ ସହ ତୁଳନା କରିବା ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏଥିପାଇଁ କ୍ଷମା ମାଗିଛନ୍ତି। “ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ, ତାଙ୍କୁ ମୋର ମନ୍ତବ୍ୟ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି” ବୋଲି କହିଛନ୍ତି। ତାଙ୍କର ହିନ୍ଦୀ ଭାଷାରେ ଦକ୍ଷତା କମ୍। ଏଥିପାଇଁ ଏପରି ଭୁଲ୍ ହୋଇଛି ବୋଲି ଅଧୀର କହିଛନ୍ତି। ସୂଚନାଯୋଗ୍ୟ, ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ […]
ଭୁବନେଶ୍ୱର: ଭୁବନେଶ୍ୱରରେ ମୋ ବସ କର୍ମଚାରୀମାନ ବିଭିନ୍ନ ଦାବି ନେଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ କର୍ମଚାରୀମାନ ଦାବି କରିଛନ୍ତି। ମୋ ବସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଥାଉ କି, ଗତବର୍ଷଠାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଛି। ଏବେ ରାଜଧାନୀ […]
ମୁମ୍ବାଇ: ରିଲିଜ ହୋଇଯାଇଛି ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂହ’। ଫିଲ୍ମର ଟିଜର୍ ରିଲିଜ୍ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ବକ୍ସ ଅଫିସ୍ରେ ଧୂମ୍ ମଚାଇ ଦେଇଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ତିନି ଦିନରେ ୭୦ କୋଟିରୁ ଅଧିକ ଆୟ କରିସାରିଲାଣି। ପ୍ରଥମ ଦିନରେ ହିଁ ଏହା ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଦେଇଥିଲା। ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ […]
କଟକ: ଚୌଦ୍ୱାର ଜେଲ୍ରେ ଜଣେ ବିଚାରଧୀନ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କଟକ ତୁଳସୀପୁରର ରମେଶ ପ୍ରଧାନ। ଅନ୍ୟପକ୍ଷେ ରମେଶଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରମେଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରମେଶଙ୍କୁ କଟକ ଏସସିବି ମେଡିକାଲକୁ ଅଣାଯାଇଛି ବୋଲି ଜେଲ ପକ୍ଷରୁ ଖବର ଦିଆଯାଇଥିଲା। ପରିବାର ଲୋକେ ହସ୍ପିଟାଲ କାଜୁଆଲଟିରେ ପହଞ୍ଚି ରମେଶଙ୍କ ବେକରେ ଗଭୀର ଆଘାତ ଲାଗିଥିବା ସହ ମୁଣ୍ଡର ପଛ ପଟେ ରକ୍ତ […]
କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ […]
ଲକ୍ଷ୍ନୌ: ଜାନୁଆରୀରେ ମିତ୍ର ହୋଇଥିଲେ। ଜୁନରେ ମୁହଁମୋଡ଼ି ପୁଣି ପରସ୍ପରର ଶତ୍ରୁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି ହାଓ୍ୱାରେ ବ୍ରେକ୍ ଲଗାଇବା ପାଇଁ ଭତିଜା ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ବୁଆ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏକାଠି ହୋଇଥିଲେ। ଏବେ ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବା ସଙ୍ଗେସଙ୍ଗେ ପରାଜୟ ପାଇଁ ଅଖେଲଶଙ୍କ ନେତୃତ୍ୱକୁ ଦାୟୀ କରି […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍ କଲୋନୀରେ ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଛନ୍ତି। ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁଯାୟୀ, ହୁଣ୍ଡୁ ଓରାମ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ। ପୁଅକୁ ନିଜର ବୋଲି ଭାବୁ ନ ଥିଲେ। ଆଜି ତାଙ୍କ ସ୍ତ୍ରୀ […]