ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯାଇଛନ୍ତି। ରାଇନାଙ୍କ ଓହରିଯିବା ଚେନ୍ନାଇ ସୁପର କିଙ୍ଗସ୍ ଟିମକୁ ବହୁତ ବଡ଼ କ୍ଷତି ହୋଇଛି। ତେବେ ହଠାତ୍ ରାଇନା କାହିଁକି ଦଳ ଛାଡ଼ି ଭାରତ ଫେରି ଆସିଲେ, ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ରାଇନା ସତରେ କ’ଣ ବ୍ୟକ୍ତିଗତ କାରଣରୁ ଟିମ୍ ଛାଡ଼ିଛନ୍ତି କି ନା ଏହା ପଛରେ ଆଉ କ’ଣ କାରଣ […]
ଭୁବନେଶ୍ୱର; ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ମୟୂରଭଂଜ ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ଏହି […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ଓଡ଼ିଶା ସହିତ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍ ପଠାଯିବ। ସଂପୃକ୍ତ ୪ ରାଜ୍ୟରେ ହଠାତ୍ କରୋନା କେସ୍ ବଢ଼ିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ରାଜ୍ୟଗୁଡ଼ିକରେ କରୋନା କେସ୍ ବଢ଼ିବା ସହିତ ମୃତ୍ୟୁହାର ବଢ଼ିଥିବାରୁ ଟିମ୍ ପଠାଇବାକୁ ନିଷ୍ପତ୍ତି ହୋଇଛି। ଆସିବାକୁ ଥିବା କେନ୍ଦ୍ରୀୟ ଟିମ୍ କୋଭିଡ୍ […]
ଭୁବନେଶ୍ୱର: ଧୀରେ ଧୀରେ ଅନ୍ୟ ସହରଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମୁଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗରରୁ ୨୪ ଘଣ୍ଟାରେ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୨୭ ନମ୍ବର ୱାର୍ଡରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୮ ନମ୍ବରରୁ ୧୯, ୨ ନମ୍ବର ଓ ୧୯ ନମ୍ବରରୁ ୧୭ ଲେଖାଏଁ ଚିହ୍ନଟ […]
ଭୁବନେଶ୍ୱର: ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ସ୍ଥଳରେ ଥିବା ଯାଏ ରନ୍ଧାଖାଦ୍ୟ ଯୋଗାଇ ଦେବା ସହିତ ଜଳମଗ୍ନ ପରିବାରକୁ ତୁରନ୍ତ ୫୦ କେଜି ଚାଉଳ, ୫ଶହ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ପଲିଥିନ ସିଟ୍ ମିଳିବ। SDRF ନିୟମାନୁସାରେ ଘରଭଙ୍ଗା ସହାୟତା ମଧ୍ୟ ଦିଆଯିବ। ତା ସହିତ ଜିଲ୍ଲାପାଳମାନେ ୧୫ ଦିନ ମଧ୍ୟରେ […]
ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ରହିଥିବା ପ୍ରଣବ ମୁଖାର୍ଜୀଙ୍କର ଆଜି ପରଲୋକ ହୋଇଛି। ଅଗଷ୍ଟ ୧୦ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବ ମୁଖାର୍ଜୀ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ପ୍ରଥମେ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା ପ୍ରଣବ ଦା’ଙ୍କ ପୂରା ଜୀବନୀ: ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ଛୋଟିଆ ଗାଁ ମିରାଟିରେ ଥିବା ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର (Pranab Mukharjee) ଆଜି ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର […]
ଭୁବନେଶ୍ୱର: ସେପ୍ଟେମ୍ବର (September) ମାସର କରୋନା ଗାଇଡଲାଇନ୍ (Corona Guideline) ଜାରି କଲେ ରାଜ୍ୟ ସରକାର। ଗାଇଡ୍ ଲାଇନ୍ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ- ଅନ୍ଲକ୍-୪ ଗାଇଡ୍ଲାଇନ୍ (Unlock 4.0 Guideline) କଣ୍ଟେନମେଣ୍ଟ ଜୋନ୍ରେ ସେପ୍ଟେମ୍ବର ୩୦ ଯାଏ ଲକ୍ଡାଉନ୍ ଲାଗିବ। ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍ସେ ପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ […]
ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇନ୍ତି। ସେଥିମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼- ୨୧୭, କୋରାପୁଟରୁ ୧୭୫, ଭଦ୍ରକ- ୧୭୨, କଳାହାଣ୍ଡି- ୧୬୫, ପୁରୀ- ୧୪୪, ନୟାଗଡ଼ରୁ ୧୪୧, ମୟୂରଭଞ୍ଜ- ୧୨୮, ମାଲକାନଗିରି- ୧୨୦, ବରଗଡ଼ରୁ […]
ଭୁବନେଶ୍ୱର: ଶେଷ ହେବାକୁ ଯାଉଛି ସବୁ ପ୍ରତୀକ୍ଷା, ଦୂର ହେବାକୁ ଯାଉଛି ସବୁ ଦ୍ୱନ୍ଦ୍ୱ। ରାତି ପାହିଲେ ଜେଇଇ ମେନ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରରେ ବସିବେ ହଜାର ହଜାର ଜେଇଇ ମେନ୍ ପରୀକ୍ଷାର୍ଥୀ। କୋଭିଡ୍ ମହାମାରୀ କଟକଣା ଭିତରେ ଦେଶରେ ପରୀକ୍ଷା ଦେବାକୁ ଯାଉଛନ୍ତି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଓଡ଼ିଶାରେ ବି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସେଣ୍ଟର ହୋଇଥିବା ସହରରେ ପହଞ୍ଚୁଥିବା ବେଳେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା ସେଣ୍ଟରରେ କୋଭିଡ୍ […]
ପୁରୀ: ପୁରୀ ଜିଲ୍ଲା କଣାସରେ ବନ୍ୟାର କରାଳ କାୟା। ଏଠାରେ ଦୟା ନଦୀ ନିର୍ଦ୍ଦୟ ହେବା ପରଠୁ କେମିତି ବଞ୍ଚିଛି ଜୀବନ ତାହା ନଦେଖିଲେ ବିଶ୍ୱା କରପାରିବେ ନାହିଁ। ବହୁ କଷ୍ଟରେ ଲୋକଙ୍କ ଦୁର୍ଦ୍ଦଶା ପରଖିବାକୁ ଆମେ ଦୟା ଓ ରାଜୁଆରେ ଘାଇ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବଡ଼ସାନପୁଟ ପଞ୍ଚାୟତରେ ପହଞ୍ଚିବା ବେଳକୁ ଉବୁଟୁବୁ ହେଉଥିଲା ପୂରା ଅଞ୍ଚଳ। କାଲି ରାତିଠୁ ଅସମ୍ଭାଳ ସ୍ଥିତି। ଯେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି, ସେଠି ଘର ବା […]
ଭୁବନେଶ୍ୱର: ରାଜ୍ୟରେ କରୋନାର ସାଙ୍ଘାତିକ ସ୍ଥିତି। ଡେଞ୍ଜର୍ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବା ସହ ୫୦୦ ମୁହାଁ ହୋଇଛି ମୃତ୍ୟୁ ସଂଖ୍ୟା। ତେବେ ସେପ୍ଟେମ୍ବରରେ କ’ଣ ହେବ ସ୍ଥିତି? ଅଗଷ୍ଟ ଭଳି କଲବଲ କରିବ ନା ସ୍ଥିତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ସ୍ଥିତି ସ୍ଥିର ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବ ବୋଲି ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜିସି ଗାଇଡଲାଇନ୍ ଅନୁଯାୟୀ, ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମ୍ଆର୍ ଫର୍ମାଟରେ କରାଯାଇପାରିବ। ତେବେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଉପରେ ସବୁ ନିଷ୍ପତ୍ତି ଛାଡ଼ି […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଲାଗି ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟ ସୀମାକୁ ବଢ଼ାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ନାମଲେଖା ପାଇଁ ସେପ୍ଟେମ୍ବର ୪ ଥିଲା ଅନ୍ଲାଇନ୍ ଆବେଦନର ଶେଷ ତାରିଖ। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର […]
ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। #WATCH Terrorists hurled a grenade on Army […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନଲକ୍ ୪ ଗାଇଡଲାଇନ୍ ଅନୁସାରେ ବନ୍ଦ ରହିବ ସ୍କୁଲ, କଲେଜ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ। ଅକ୍ଟୋବରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ୍, ବିଶ୍ୱବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚି ଅନୁଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦିରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲି ପାରିବ। ଅନଲାଇନ ଓ ଡିଷ୍ଟାନ୍ସ ଶିକ୍ଷା ପୂର୍ବ ଭଳି ଚାଲୁ […]
ନୂଆଦିଲ୍ଲୀ: ‘ଭାରତ ରତ୍ନ’ ଓ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। କେନ୍ଦ୍ର ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ୭ ଦିନିଆ ଅର୍ଥାତ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। Centre declares seven day national mourning as a mark of respect to Former President #PranabMukherjee — Prasar Bharati News Services पी.बी.एन.एस. (@PBNS_India) […]
ଭୁବନେଶ୍ୱର: ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ବର୍ତ୍ତମାନ ଘରେ ଆଇସୋଲେସନ୍ରେ ରହିଛି। ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ କରୁଛି ଯେ ଆବଶ୍ୟକତା ଦେଖି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ।” ଏହା ପୂର୍ବରୁ ଓଡ଼ିଶାରେ କେତେକ ବିଧାୟ କରୋନା […]
ମୁମ୍ବାଇ: କରୋନା ମହାମାରୀ ବଢ଼ୁଥିବାର ଦେଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ସୋମବାର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ସାମଗ୍ରୀ ଏବଂ ଲୋକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ଏସଓପି ଜାରି କରିବେ। ତେବେ ରାଜ୍ୟରେ ଗାଡ଼ି ଚଳାଚଳ ପାଇଁ କେଉଁ ପ୍ରକାର କଟକଣା ଲାଗୁ କରାଯିବା, ତାହା ପରିବହନ […]
ଭୁବନେଶ୍ୱର: ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଓଡ଼ିଶାର ୭ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।