• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sssssssssss
ସ୍କୁଲ ଫଳକ ତଳେ ଚାଲିଗଲା ଛାତ୍ରଙ୍କ ଜୀବନ

ବ୍ରହ୍ମପୁର: ସ୍କୁଲର ମଧ୍ୟାହ୍ନ ବିରତି ଚାଲିଥିଲା। ମନଖୁସିରେ ଖେଳୁଥିଲେ ପିଲାମାନେ । ହେଲେ କିଏ ଜାଣିଥିଲା ଏଇ ଖେଳଛୁଟି ୬ଷ୍ଠ ଶ୍ରେଣୀର ଶ୍ୟାମଙ୍କ ପାଇଁ ମୃତ୍ୟୁକୁ ଡାକି ଆଣିବ ବୋଲି ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆଙ୍ଗୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଫଳକ ଭାଙ୍ଗି ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ  ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଶ୍ୟାମ ସୁନ୍ଦର ଦାସ। ମଧ୍ୟାହ୍ନ ଭୋଜନ ବିରତି ବେଳେ ସାଙ୍ଗମାନଙ୍କ ସହ ଶ୍ୟାମ ଖେଳୁଥିଲେ। ଏହି […]

ccccccccccccc
ଇଞ୍ଜିନିୟରଙ୍କ କାର୍‌ କାଚ ଭାଙ୍ଗି ଲୁଟିନେଲେ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପାସପୋର୍ଟ ଅଫିସ ଆଗରେ ଇଞ୍ଜିନିୟରଙ୍କ କାର ଭାଙ୍ଗି ଲୁଟ୍ । ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି। ଘଟଣା ଘଟିଛି ବୁଧବାର ମଧ୍ୟାହ୍ନରେ। ନିମାପଡାର ଗୋଟିଏ ପରିବାର ପାସ୍‌ପୋର୍ଟ ଅଫିସକୁ ଆସିଥିଲେ ପୁଅର ପାସପୋର୍ଟ ପାଇଁ। ଏକ ବ୍ୟାଗ୍‌ ଭିତରେ ଟଙ୍କା ବ୍ୟାଗ, ମୋବାଇଲ୍ ଓ ଅଳଙ୍କାର ରଖି ଏହାକୁ କାର୍‌ ଭିତରେ ରଖି ପାସପୋର୍ଟ ଅଫିସକୁ ଯାଇଥିଲେ।  କେହି ନ ଥିବାର […]

download
ବିମାନବନ୍ଦରରୁ ୫ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବୁଧବାର  ବିପୁଳ ପରମାଣର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶର ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି । ଜବତ ସୁନାର ପରିମାଣ ୧୫୦.୯୨୦ ଗ୍ରାମ ହେବ । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୩୩ହଜାର ୩୫୧ଟଙ୍କା ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ଟିସାର୍ଟ କଲାରରେ ଏହି ସୁନାକୁ ଲୁଚାଇ ଆଣୁଥିଲେ। ଅଭିଯୁକ୍ତ ଜଣକ ଏୟାର ଏସିଆରେ ବ୍ୟାଙ୍କକରୁ ଆସୁଥିଲେ।  […]

rrrrr
ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଦର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଅକ୍ଷୟ ସ୍ୱାଇଁ। ତା ଘର ପୁରୀ ଜିଲ୍ଲା ଅସ୍ତରଙ୍ଗରେ। ସେ ଏକ କ୍ରସରରେ କାମ କରେ। ସୂଚନା ଅନୁସାରେ, ଭିନ୍ନକ୍ଷମ ଯୁବତୀଙ୍କ ମା’ ଏହି କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। […]

PO11YM1Tax-saGT25HU31J3jpgjpga
ସେପ୍ଟେମ୍ୱର ଶେଷ ସୁଦ୍ଧା ଭାରତୀୟ ଜମାକାରୀଙ୍କ ସୂଚନା ଦେବ ସ୍ୱିସ୍ ବ୍ୟାଙ୍କ୍!

ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ […]

802422-nia-asiya
ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତାଙ୍କ ଘର ସିଲ୍

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ତାଙ୍କ ଘରେ ବେଆଇନ କାମ ଚାଲିଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସଂପୃକ୍ତ ଘରକୁ ସିଲ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି।  ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ମାସରେ […]

kumarswami
କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇସ୍ତଫା ଦେଇଥିବା ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ।  କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ମେଣ୍ଟ ସରକାରରେ ଗୋଷ୍ଠୀ କନ୍ଦଳ ଥିବା କଥା କହି ନିଜ ଉପରୁ ଦୋଷ ହଟାଉଛି। […]

duti
ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଦୌଡ଼ରାଣୀ ଦୂତୀ

ଭୁବନେଶ୍ୱର: ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍‌ମୋପଲିଟାନ୍‌’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍‌ମୋଇଣ୍ଡିଆ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି। ସଦ୍ୟ ସଂସ୍କରଣର କଭର୍ ପେଜ୍ ପୋଷ୍ଟ୍ କରି ‘କସ୍‌ମୋଇଣ୍ଡିଆ’ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଖୋଲାଖୋଲି ତାଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ପ୍ରକାଶ କରିଥିଲେ। […]

333
ଟମାଟର ବିରୋଧରେ ଚାଲିଥିଲା ମକଦ୍ଦମା, ଆଉ ତା ପରେ..

ନ୍ୟୁୟର୍କ: ଲାଲ ଲାଲ୍‌ ଟମାଟର। ଯାହାର ଛୁଆଁରେ ବଦଳି ଯାଏ ତରକାରୀର ସ୍ୱାଦ। ସାଲାଡ୍‌ରେ ପକାଇଲେ ସ୍ୱାଦ ସହ  ତା’ର ସୌନ୍ଦର୍ଯ୍ୟ ବି ବଢିଯାଏ।   ଫାଷ୍ଟଫୁଡ ହେଉ ବା ଦେଶୀ…ବିନା ଟମାଟରରେ ରାନ୍ଧିବାକୁ କହିଲେ ଚିନ୍ତା କରିବାକୁ ପଡ଼ିବ ନିଶ୍ଚୟ। ମୋଟାମୋଟି କହିବାକୁ ଗଲେ, ଟମାଟର କେବଳ ଖାଦ୍ୟର ସ୍ୱାଦକୁ ବଢାଏନି ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ହେଲେ ଏକଥା ଜାଣନ୍ତି, ଏକଦା ଟମାଟରକୁ ଲୋକେ ଘୃଣା କରୁଥିଲେ ଆଉ ଭୟ ବି । ଏପରିକି […]

22222222222
କଳାଜାଇ ଥିଲା ବୋଲି...ଜନ୍ମବେଳେ ଡାକ୍ତରଖାନାରେ ବଦଳ ହୋଇଯାଇଥାନ୍ତେ ଗାଭାସ୍କର !

ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍‌କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍‌ରେ ହେଲ୍‌ମେଟ୍‌ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ […]

22222
କାଳିଆ ଯୋଜନାକୁ ବିରୋଧ କଲା ସିପିଆଇ: କହିଲା, ଚାଷ କାମ ପୂର୍ବରୁ ଟଙ୍କା ଦିଅ

ନୀଳଗିରି: ବାଲେଶ୍ୱର ଜିଲ୍ଳା ନୀଳଗିରିରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ତୀବ୍ର ବିରୋଧ କରିଛି ସିପିଆଇ। ସଂଗଠନର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ନୀଳଗିରି ପାର୍ଟି ଅଫିସରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାକୁ ଯାଇଥିଲେ। ସେଠାରେ ସେମାନେ ଗଣଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ କାଳିଆ ଯୋଜନାରେ କୌଣସି ଲାଭ ପାଇପାରୁ ନାହାଁନ୍ତି। ତେଣୁ କାଳିଆ ଯୋଜନାର ଟଙ୍କା ଚାଷ କାମ […]

999
ବିଦ୍ରୋହୀଙ୍କୁ ସିଦ୍ଧରମୈୟାଙ୍କ ଚରମବାଣୀ: ତୁରନ୍ତ ନ ଫେରିଲେ ଅଯୋଗ୍ୟ ଘୋଷଣା କରାଯିବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି।  ବାଚିସ୍ପତି କେ. ଆର. ରମେଶ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ବିଧାୟକଙ୍କ ଉପସ୍ଥିତି ଆବଶ୍ୟକ । ବିଦ୍ରୋହୀ ବିଧାୟକମାନେ ତାଙ୍କ ଆଗରେ ଉପସ୍ଥିତ ରହି ନିଜର ଇସ୍ତଫା ସଂପର୍କରେ ସ୍ପଷ୍ଟ କରିବେ। ସେମାନେ ନିଜ ଇଛାରେ ଇସ୍ତଫା ଦେଉଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ବିଷୟରେ ଜାଣିବା ଲାଗି ତାଙ୍କର ଆଇନଗତ […]

mines-2
ଏସ୍‌ଟିଏଫ୍ ଭୟ: ଆତ୍ମସମର୍ପଣ କଲା ଖଣି ମାଫିଆ

ଖୋର୍ଦ୍ଧା: ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ ସମର୍ପଣ କରିଥିବା ଏହି ମାଫିଆଙ୍କ ନାଁ ପ୍ରକାଶ ନାୟକ ଓରଫ ଛୋଟା। ସେ ଖୋର୍ଦ୍ଧା କୋର୍ଟକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପ୍ରକାଶ ଓରଫ ଛୋଟା […]

888888
ପାଟକୁରା ପଲିଟିକ୍ସ: ବିଜେପିର ବିଜୟ ନେଇ ଏମିତି କହିଲେ ଭୃଗୁ

ପାଟକୁରା: ନିର୍ବାଚନ ପାଇଁ ସରଗରମ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ପ୍ରଚାର ମୈଦାନ। କିଏ ଜିତିବେ କିଏ ହାରିବେ, ତାହା ତ ନିର୍ବାଚନ ପରେ ଜଣାପଡ଼ିବ, ହେଲେ ତା ପୂର୍ବରୁ କିନ୍ତୁ ଜୋରସାର ଚାଲିଛି ବୟାନବାଜି। ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠିକାର ସାଧାରଣ ଲୋକ ଚାହୁଁଛନ୍ତି,  ପାଟକୁରାରେ ବିଜୟ ମହାପାତ୍ର ଜିତି ବିଧାନସଭାକୁ ଯାଆନ୍ତୁ। ବିଜେଡି ମଧ୍ୟ ସେଇଆ ଚାହୁଁଛି। ଏଠି ବିଜେଡିର କିଛି ରଣକୌଶଳ ନାହିଁ। […]

2222222222222
୧୮୯୩ ରଥଯାତ୍ରା: ଶହ ଶହ ସଂଖ୍ୟାରେ ଭକ୍ତ ରଥକୁ ଚଢ଼ିଲେ, ଶ୍ରୀଜିଉଙ୍କୁ ଛୁଇଁଲେ ଓ କୁଣ୍ଢେଇଲେ

୧୮୯୩ର ରଥ ଯାତ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ସେ ବର୍ଷ ତାହା ୨ଲକ୍ଷକୁ ଟପି ଯାଇଥିଲା। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି କ୍ରମରେ ସବୁ ନିୟମ କାନୁନ୍‌କୁ ମାନିବା […]

bumrah
୨ୟ ଓଭର୍‌ରେ ପ୍ରଥମ ଉଇକେଟ୍‌ ନେଲେ ବୁମ୍ରା

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନ୍ୟୁଜିଲ୍ୟାଣ୍ଡକୁ ମହଙ୍ଗା ପଡ଼ିଛି। ତେବେ ଟସ୍ ହାରିବା ଭାରତ ପାଇଁ ଶୁଭଙ୍କର ହୋଇଛି। ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ନିଜର ଦ୍ୱିତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଅଫ୍ ଫର୍ମ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ପୁଣିଥରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ସ୍ଲିପରେ […]

66666666
କର୍ଣ୍ଣାଟକ ସଙ୍କଟ : ବୈଠକକୁ ଆସିଲେନି ୧୨ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ସମୟ ଗଡ଼ିବା ସହିତ ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା ପାଇଁ ଆସି ପାରିନଥିବା ଦର୍ଶାଇଛନ୍ତି। ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର […]

55555555555
ବିଶ୍ୱକପ୍ ସେମିଫାଇନାଲ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ

ମ୍ୟାଞ୍ଚେଷ୍ଟର୍‌ : ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତନ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ଟିମରେ ଟିମ୍ ସାଉଦିଙ୍କ ସ୍ଥାନରେ ଲକି ଫର୍ଗୁସନ୍ ଏବଂ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ କ୍ୟାପଟେନ୍ ବିରାଟ୍‌ କୋହଲି […]

Capture
କାହିଁକି ପଦ୍ମଶ୍ରୀ ଫେରାଇ ଦେଇଥିଲେ ପିତା...ଉତ୍ତର ରଖିଲେ ଶବାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। କାରଣ ଭିନ୍ନ ଢ଼ଙ୍ଗରେ ସେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସାମାଜିକ ଘଟଣାବଳୀ ତଥା ସାଂପ୍ରତିକ ସମସ୍ୟାକୁ ନେଇ ମଧ୍ୟ ଟ୍ୱିଟ୍‌ କରିଥାନ୍ତି ଯାହା ତାଙ୍କୁ ସୋଶାଲ ମିଡିଆରେ ଚର୍ଚ୍ଚିତ କରାଇଥାଏ। ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍‌ କରିଛନ୍ତି ଯାହା ପ୍ରକୃତରେ ଏକ ଚର୍ଚ୍ଚାର ଯୋଗ୍ୟ। ସେ ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କାହିଁକି ପଦ୍ମଶ୍ରୀ […]

kapil
କପିଲ୍‌ଙ୍କ ଶୋ’କୁ ଆସିବେନି ଏହି ସବୁ ସେଲିବ୍ରିଟି!

ମୁମ୍ବାଇ: ‘ଦି କପିଲ୍‌ ଶର୍ମା ଶୋ’କୁ ବହୁ ସେଲେବ୍ରିଟି ସେମାନଙ୍କ ଫିଲ୍ମ ପ୍ରମୋସନ୍ କରିବାକୁ ଆସିଛନ୍ତି। ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ହୁଅନ୍ତୁ ବା ବିଗ୍‌ ବି ଅମିତାଭ୍‌ ବଚ୍ଚନ ସମସ୍ତେ ଏହି ଶୋ’କୁ ଫିଲ୍ମ ପ୍ରମୋସନ୍‌ କରିବାକୁ ଆସିଛନ୍ତି। ସେହିପରି କ୍ରୀଡ଼ା ସହ ଜଡ଼ିତ ଥିବା ଅନେକ ସେଲେବ୍ରିଟି ମଧ୍ୟ କପିଲ୍‌ଙ୍କ ଶୋ’କୁ ଆସି ନିଜେ ହସିବା ସହ ଦର୍ଶକଙ୍କୁ ହସାଇଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏମିତି କେତେ ଜଣ ବଡ଼ ସେଲେବ୍ରିଟି ଅଛନ୍ତି, […]

11111
ଟ୍ରେନ୍‌ ବିଳମ୍ବର କାରଣ ତଦନ୍ତ କରି ବାର ବର୍ଷ ପାଇଁ ନିଲମ୍ବନ ଦଣ୍ଡ ଭୋଗିଲେ ମାଜିଷ୍ଟ୍ରେଟ

ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କୋଲକାତା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି। ୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ […]

imran-khan-1562565364
ଇମ୍ରାନଙ୍କ ଖର୍ଚ୍ଚକାଟ୍‌ ନୀତି: ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନକୁ ଇମ୍ରାନଙ୍କ […]

pak
କଶ୍ମୀର ବାବଦରେ ଜାତିସଂଘ ରିପୋର୍ଟକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜାତିସଂଘ ମାନବିକ ଅଧିକାର ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନୂଆ ରିପୋର୍ଟକୁ କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛି ଭାରତ। ଏଥିରେ କଶ୍ମୀର ବାବଦରେ ଏଭଳି କିଛି ତଥ୍ୟ ରହିଛି ଯେଉଁଥିରେ ଭାରତ ଉତ୍‌କ୍ଷିପ୍ତ ହୋଇଛି। ଭାରତ ସରକାର ଏହି ରିପୋର୍ଟକୁ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତକୁ କୁହାଯାଇଥିଲା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଭାରତ କଶ୍ମୀରବାସୀଙ୍କ ଆତ୍ମସମ୍ମାନ ଅଧିକାରକୁ ସମ୍ମାନ ଜଣାଉ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମାନବିକ […]

5jus5i0g_indian-army_625x300_08_December_18
ରଜୌରୀରେ ଗୁଳି ବର୍ଷା, ଦୁଇ ଯବାନ ଆହତ

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି […]

nag
ନାଗ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର […]