• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

chuda
ଲୋକଙ୍କୁ ମିଳୁନି, ପୋତା ହେଲା କୁଇଣ୍ଟାଲ କୁଇଣ୍ଟାଲ ଚୂଡ଼ା

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ପୋତି ଦିଆଯାଇଛି ହଜାର ହଜାର କୁଇଣ୍ଟାଲ ଚୂଡା। ଲୋକ ଖାଇବାକୁ ପାଉ ନ ଥିବାବେଳେ ଏତେ ପରିମାଣର ଚୂଡା ପୋତିଦେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫୋନି ବାତ୍ୟା ବେଳେ ବିପନ୍ନଙ୍କ ପାଇଁ ଆସିଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ରିଲିଫ ଚୂଡ଼ା। ଏହା ବଣ୍ଟା ନ ହୋଇ ପଡ଼ି ରହି ଖରାପ ହୋଇଯିବାରୁ ଏହାକୁ ପୋତି ଦିଆଯାଇଛି ବୋଲି କୁହାଯାଉଛି। ପୋତା ଯାଇଥିବା ଏହି ଚୂଡା କୃଷ୍ଣପ୍ରସାଦର ୭ଟି […]

coin
ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ବଜାରରେ ପ୍ରଚଳିତ ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତେଣୁ ଲୋକମାନେ ପୂର୍ବପରି ମୁଦ୍ରାର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ଦୋକାନୀ, […]

wqq-1 (1)
ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଅସୁସ୍ଥତା ଯୋଗୁ ସେ ପ୍ରାଣ ହରାଇଥିବା କହିଛନ୍ତି। ବିଜୟା ନିର୍ମଳା ୨୦୦ରୁ […]

we-4
ନଦୀ କୂଳରେ ବାପ-ଝିଅଙ୍କ ଶବ, ଭାଇରାଲ ଫଟୋ ପୁଣି ଥରେ ସାରା ବିଶ୍ୱକୁ ଦୁଃଖରେ ଭିଜେଇଲା

ସିଉଡାଡ୍‌ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ ଆଡ଼କୁ ଯାଉଥିଲେ ପ୍ରଶ୍ନର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ସେମାନେ ରିଓ ଗ୍ରେନେଡ୍‌ ନଦୀ ପାର ହୋଇ ମେକ୍ସିକୋରୁ ଆମେରିକା ଯାଉଥିଲେ। ଆଉ ଏହି […]

sw-5
ସହିଦ ଅଶ୍ରଦଙ୍କ ପରିବାରକୁ ଭେଟିଲେ ଶାହ, ୫ ବର୍ଷର ପୁଅକୁ ଦେଖି ଭାବପ୍ରବଣ ହେଲେ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ। ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଆତଙ୍କବାଦୀ ହମ୍‌ଲାରେ ସହିଦ ଇନ୍‌ସପେକ୍ଟର ଅଶ୍ରଦ ଖାନ୍‌ଙ୍କ ୫ ବର୍ଷୀୟ ପୁଅ ଓ ପରିବାର ଲୋକଙ୍କୁ ଶ୍ରୀ ଶାହ ସାକ୍ଷାତ କରିଛନ୍ତି। ଶ୍ରୀ ଶାହ ସହିଦ ଅଶ୍ରଦଙ୍କ ପୁଅ ଉବାନ ଖାନ୍‌ଙ୍କୁ ଯେତେବେଳେ ଭେଟିଥିଲେ ବେଶ ଭାବପ୍ରବଣ ହୋଇଯାଇଥିଲେ। ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ […]

568-2-750x430
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି-କଟକ ରାସ୍ତାର ତାରିଣୀ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହମ୍ପସ୍‌ ଦାବିରେ ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ବିନିତରା ଗାଁର ସୁବାସ ବିଶ୍ୱାଳ ଏକ ବାଇକ୍‌ରେ ଚାନ୍ଦବାଲିରୁ ଘରକୁ ଫେରୁଥିଲେ। ଏହି ସମୟରେ […]

rathayatra-1
ଜୋରସୋରରେ ଚାଲିଛି ରଥ ପ୍ରସ୍ତୁତି, ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ: ଆଉ ୭ ଦିନ ପରେ ରଥଯାତ୍ରା। ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଚାରି ନାହାକା ୬ କାଠ ଉଠାଯିବା ପରେ ୧୪ ନାହାକା, ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଉଠାଯାଇଥିଲା। ଦ୍ୱିତୀୟ ଭୂଇଁକୁ ବିଶ୍ୱକର୍ମା ମହାରଣା ରଥରେ ଖଞ୍ଜିଛନ୍ତି। ରୂପକାର ସେବାୟତ ମାନେ ଦୁଅର ବେଢା, ନାଟଗୋଡ଼ ଆଦି ଖୋଦେଇ କରୁଛନ୍ତି । ଚିତ୍ରକର ସେବାୟତମାନେ ପାର୍ଶ୍ୱଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ […]

0e2b4-15399540080715-800
ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଆଜି

ଲଣ୍ଡନ: ବିଶ୍ୱକପ୍ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ସହ ଭାରତର ମୁକାବିଲା ହେବ। ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍‌ରେ  ଅଭ୍ୟାସ କରିଛନ୍ତି।  କିନ୍ତୁ ଭୁବନେଶ୍ୱର କୁମାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ବୋଲିଂ କୋଚ ଭାରତ ଅରୁଣ କହିଛନ୍ତି।  ସେପଟେ  ପୂର୍ବ […]

pmmodi
ଜାପାନରେ ମୋଦି, “ବନ୍ଦେ ମା‘ତରମ“ ନାରା ଦେଇ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ କହି ସ୍ୱାଗତ କରିଥିଲେ। ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜି-20 ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ମୋଦି ଆଲୋଚନା […]

rahulgandhi
ରାହୁଲଙ୍କୁ ମନେଇ ପାରିଲେନି ୫୦ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି ରୋକଠୋକ ଏହାକୁ ମନା କରିଦେଇଥିଲେ। ସେ ପୂର୍ବ ପରି ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ପକ୍ଷରୁ ସଂସଦୀୟ ଦଳ ବୈଠକ ବସିଥିଲା। […]

samant-goel
‘ର’ ମୁଖ୍ୟ ହେଲେ ଆଇପିଏସ ସାମନ୍ତ ଗୋଏଲ

ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନୀଲ କୁମାର ‘ର’ରୁ ଅବସର ଗ୍ରହଣ କରିବା ପରେ ସାମନ୍ତ ପଦ ଭାର ସମ୍ଭାଳିବେ। ୧୩ ଜୁନ ୧୯୬୦ରେ ସାମନ୍ତ ଗୋଏଲ ଜନ୍ମଗ୍ରହଣ […]

Indian-womens-hockey-striker-Lalremsiami
ଦେଶ ପାଇଁ ଖେଳୁଥିଲେ, ଶେଷଥର ପାଇଁ ବାପାଙ୍କୁ ଦେଖି ପାରିଲେନି

ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଟିମ୍ ହକି ଏଫଆଇଏଚ ସିରିଜ୍ ବିଜୟୀ ହୋଇଛି। ସୋଶାଲ୍ ମିଡିଆରେ ଦଳ ଏବେ ଯେତିକି ଚର୍ଚ୍ଚାରେ ନାହିଁ, ତାଠୁ ଅଧିକ ଚର୍ଚ୍ଚାରେ ଦଳର ଏହି ମେଘାଳୟ ଖେଳାଳି ଲାଲରେମସିୟାମି। ମ୍ୟାଚ ବେଳେ ନେଇଥିବା ନିଜ ନିଷ୍ପତ୍ତି ପାଇଁ ଏବେ ସୋଶାଲ ମିଡିଆରେ ସାବାସି ସାଉଁଟିଛନ୍ତି ଲାଲରେମସିୟାମି। ସୂଚନାଯୋଗ୍ୟ, ଭାରତ ଏଫଆଇଏଚ ହକି ସିରିଜ୍ ଖେଳୁଥିବା ବେଳେ ଲାଲରେମସିୟାମିଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ହେଲେ ସେହି ସମୟରେ ଭାରତ ଭଲ ପ୍ରଦର୍ଶନ କରୁଥିଲା। […]

wa-13
୫୮ ଭାରତୀୟ ଶିଖ୍‌ଙ୍କୁ ଭିସା ଦେବାକୁ ମନାକଲା ପାକିସ୍ତାନ

ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍‌ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ […]

tr-4
ଭାରତକୁ ୨ ବର୍ଷ ପାଇଁ ୟୁଏନ୍‌ଏସ୍‌ସିରେ ମିଳିଲା ସଦସ୍ୟତା

ମିଳିତ ଜାତିସଂଘ: କୂଟନୀତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ସରକାର ଯେଉଁ ଉଦ୍ୟମ କରିଥିଲେ, ଶେଷରେ ଏହାକୁ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଆସନ୍ତା ୨ ବର୍ଷ ପାଇଁ ସଦସ୍ୟ ଭାବେ ମାନ୍ୟତା ମିଳିଛି। ମିଳିତ ଜାତିସଂଘରେ ଥିବା ୫୫ଟି ଏସିଆ ପ୍ୟାସିଫିକ୍‌ ରାଷ୍ଟ୍ରଗୁଡ଼ିକ ଭାରତକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ସମର୍ଥନ କରିଛନ୍ତି। ଏପରି କି ଚାଇନା ଓ ପାକିସ୍ତାନ ମଧ୍ୟ ଏ […]

cq1
ନେତା, ଅଭିନେତା ଓ କ୍ରିକେଟର୍‌ଙ୍କୁ କେମିତି ମାନୁଛି ଅଭିନନ୍ଦନଙ୍କ ନିଶ !

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି। ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ରେ ପାକିସ୍ତାନ ବିମାନକୁ ଆକ୍ରମଣ କରି ଭାରତ ଫେରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଂସଦ ଅଧୀର ରଞ୍ଜନ ପ୍ରଶଂସା କରିଥିଲେ। ଏଥିସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରିବାକୁ  […]

crocodile
ଭିତର କନିକାରେ ଠାବ ହେଲା କୁମ୍ଭୀରବସା, ଏଥର ୨ ଅଧିକ

ପଟ୍ଟାମୁଣ୍ଡାଇ: ଚଳିତବର୍ଷ କେନ୍ଦ୍ରାପଡ଼ା ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ ଥିବା ନଦୀ ଓ ନାଳ ଗୁଡ଼ିକରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ ହୋଇଛି। ଏଥର ମୋଟ ୧୦୩ ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୨ଟି ବସା ଅଧିକ ରହିଛି। କନିକା ରେଞ୍ଜରେ ସର୍ବାଧିକ ୯୧ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ଗହିରମଥାରେ ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ୨ଟି ବସା ଚିହ୍ନଟ କରାଯାଇଛି ବୋଲି […]

5612
ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି ନବଘନ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନବଘନ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ […]

odisha
ବିଧାନସଭାରେ ଅଶ୍ୱିନୀ ଝଡ଼ ! ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ଭୁବନେଶ୍ୱର: ବିଧାନସଭାରେ ଅଶ୍ୱିନୀ ଝଡ଼ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଗୃହରେ ଜୋର ଧରିଛି ହୋହଲ୍ଲା ହଟ୍ଟଗୋଳ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ଅଛି । ଏପରିକି ଖଣି ମାଫିଆଙ୍କ ସହ ଅଶ୍ୱିନୀଙ୍କ ସଂପର୍କ ଥିବା ଅଭିଯୋଗ […]

assembly
କେତେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛ ? ଏମିତି ପ୍ରଶ୍ନ ପଚାରି କୃଷିମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ସଂଖ୍ୟା କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏଇ ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଶାସକ ଦଳ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଥମ ପ୍ରଶ୍ନ ଥିଲା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର। ତାରା ପ୍ରଶ୍ନ କରିଥିଲେ, ରାଜ୍ୟରେ ୨୦୧୦ ବେଳକୁ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ, […]

hospita
ଅପରେସନ୍‌ ବେଳେ ପେଟରେ ରହିଗଲା ଛୁଞ୍ଚି

ଫୁଲବାଣୀ: ଟ୍ୟୁମର ଅସ୍ତ୍ରୋପ୍ରଚାର ବେଳେ ପେଟ ଭିତରେ ରହିଗଲା ଛୁଞ୍ଚି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସିରିପଡ଼ା ଗାଁର ଜଣେ ଛାତ୍ରୀ। ଝିଅର ଦୁଃଖ ଦେଖି ପରିବାର ଲୋକେ ସହି ପାରୁ ନାହାନ୍ତି। ହେଲେ କିଛି କରି ବି ପାରୁ ନାହାନ୍ତି। କାରଣ ପାଖରେ ଅର୍ଥ ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଜାନୁୟାରୀ ମାସରେ ଝିଅର ପେଟରେ ଟ୍ୟୁମର ଅସ୍ତ୍ରୋପ୍ରଚାର କରାଯାଇଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅସ୍ତ୍ରୋପ୍ରଚାର କରାଯାଇଥିଲା। ଅସ୍ତ୍ରୋପଚାର […]

hangman
ହରର୍‌ ଟିଭି ଶୋ'କୁ ନକଲ କରି ୧୨ ବର୍ଷର ଝିଅ ମୃତ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି। ଝିଅଟି ଗୋଟିଏ ଷ୍ଟୁଲ୍ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ ଶୋ’ରେ ଚାଲିଥିବା ଆତ୍ମହତ୍ୟାର ନକଲ କରୁଥିଲା। ହେଲେ ସତକୁ ସତ ସେ ଫାଶୀରେ ଝୁଲି ଯାଇଥିଲା। ଝିଅଟି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଗୋଟିଏ ହରର୍ ଟିଭି […]

finch
ଫିଞ୍ଚଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୨୮୫/୭

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ବିଜୟଧାରାକୁ ଫେରିବାକୁ ହେଲେ ଇଂଲଣ୍ଡକୁ ନିର୍ଦ୍ଧାରିତ ଓଭରରେ ୨୮୬ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆର ଦୁଇ […]

j i tag
ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ୍‌ ଦାବି

ନୟାଗଡ଼: ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ ପାଇଁ ଦାବି ଜୋର ଧରିଛି। ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ ପ୍ରସିଦ୍ଧ ନୟାଗଡ଼ ଛେନା ପୋଡ଼କୁ ଜି ଆଇ ଟ୍ୟାଗ ଦେବାକୁ ଦାବି କରିଛନ୍ତି। ସୁସ୍ୱାଦୁ ଓ ଉଚ୍ଚକୋଟିର ଗୁଣବତ୍ତା ଯୋଗୁ ରାଜ୍ୟରେ ନୟାଗଡ଼ ଛେନାପୋଡ଼ର ବେଶ ଚାହିଦା ରହିଛି। ଏପରିକି ନୟାଗଡ଼ ଅଞ୍ଚଳର ଅନେକ ବ୍ୟବସାୟୀ ଛେନାପୋଡ଼ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ୨୦୧୭ ଜୁନ ୫ ତାରିଖରେ ଓରମାସ ପକ୍ଷରୁ ରାଜ୍ୟ ସରକାରଙ୍କ […]

padatyatra
ଓଭରବ୍ରିଜ୍‌ ପାଇଁ ପଦଯାତ୍ରାରେ ବାହାରିଲେ ଜନଜାଗରଣ ମଞ୍ଚ ସଭାପତି

ପୁରୀ: ପୁରୀ ସହରର ମାଟିଆପଡା ଓଭରବ୍ରିଜ ଦାବି ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରୁ ମଞ୍ଚର ସଭାପତି ଜ୍ୟୋତି ରଞ୍ଜନ ନାୟକ ଦିଲ୍ଲୀ ପଦଯାତ୍ରାରେ ବାହାରିଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଜନଜାଗରଣ ମଞ୍ଚ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା। ପଦଯାତ୍ରାରେ ବାହାରିଥିବା ଜ୍ୟୋତିରଞ୍ଜନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରଣାଳୟ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦସ୍ତଖତ ଦଲିଲକୁ ପ୍ରଦାନ କରିବେ। ପ୍ରତିଦିନ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। […]