• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

12071_pti7_12_2019_000174b
ବନ୍ୟାରେ ଉବୁଟୁବୁ ଆସାମ, ୧୧ ମୃତ

ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିନକୁ ଦିନ ସ୍ଥିତି ବିପଦଜ୍ଜନକ ହେଉଥିବାରୁ ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ […]

rice
ପ୍ରଧାନଶିକ୍ଷକଙ୍କ ନାମରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର୍‌ ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ମୋହନା ପାଣିଗାଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ହୋଇଛି। ଏହି ଘଟଣାରେ ଗ୍ରାମବାସୀ ୪୨ ବସ୍ତା ଚାଉଳ ଜବତ କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ମାର୍କ ଦଳବେହେରା ଗତ ୧୧ ତାରିଖରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୪୨ ବସ୍ତା ଚାଉଳ ସ୍କୁଲକୁ ନ ଆଣି ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ଗୋଦାମରେ ରଖିଥିବା ଅଭିଯୋଗ ହୋଇଥିଲା। ଗ୍ରାମବାସୀ ଓ ଯୁବକ ସଂଘ ଉକ୍ତ […]

patamundai.jpg111-750x420
ପ୍ରେମିକାର ଭିଡିଓ ଭାଇରାଲ୍‌ କରି ବନ୍ଧା ହେଲେ ପ୍ରେମିକ

ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକ ପ୍ରବର ଶେଷରେ ବନ୍ଧା ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବକ ଜଣେ କଲେଜ ପଢ଼ୁଆ ଛାତ୍ରୀଙ୍କୁ […]

Manchester: Cricket icon Sachin Tendulkar ahead of the 22nd match of 2019 World Cup between India and Pakistan at Old Trafford in Manchester, England on June 16, 2019. (Photo: Surjeet Yadav/IANS)
ସଚିନ୍‌ଙ୍କ ରେକର୍ଡ ରହିଲା ଅତୁଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ରୋହିତ ଶର୍ମା,ଡେଭିଡ୍ ୱାର୍ଣ୍ଣର, ଜୋ ରୁଟ୍ ଓ କେନ୍ ୱିଲିୟମ୍‌ସନ୍‌। ରୋହିତ ଓ ଡେଭିଡ୍‌ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡର ପାଖାପାଖି ପହଞ୍ଚିଥିଲେ ବି ଏହାକୁ ଭାଙ୍ଗିବାରେ ସଫଳ ହୋଇ ନାହାନ୍ତି। ସେହିପରି ରୁଟ୍ ଓ ୱିଲିୟମ୍‌ସନ୍‌ଙ୍କ ପାଖରେ ମଧ୍ୟ ସୁଯୋଗ ଥିଲା। ତେବେ ସେମାନେ ବି ବିଫଳ ହୋଇଛନ୍ତି ସଚିନ୍‌ଙ୍କ ଏହି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବାରେ। ୧୬ ବର୍ଷ ତଳେ ୨୦୦୩ […]

AP19195563024834-770x433
ଆସାମରେ ବନ୍ୟା ଯୋଗୁ ୧୫ ଲକ୍ଷ ଲୋକ ପ୍ରଭାବିତ

ଦିସପୁର: ଆସାମରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨୮ରୁ ଅଧିକ ଜିଲ୍ଲା ପାଣି ଘେରରେ ରହିଛନ୍ତି। ୩ ହଜାର୧୮୧ଟି ଗାଁ ସହ ପ୍ରାୟ ୧୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ବନ୍ୟା ଏବେ ଲୋକଙ୍କୁ ପ୍ରଭାବିତ କରିଛି। ଏଥିରେ ବାର୍ପେଟା ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ […]

karnataka-assembly-session_d8ee8444-a6c4-11e9-a026-e5ea8cdc4f4a
କର୍ଣ୍ଣାଟକ ରାଜନୀତି: ଗୁରୁବାର ହେବ ଆସ୍ଥା ଭୋଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଅସ୍ଥିରତା ଏବେ ବି ଲାଗି ରହିଛି। ଆସନ୍ତା ଗୁରୁବାର ୧୧ଟାରେ ଆସ୍ଥା ଭୋଟ ହେବ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସରକାରଙ୍କ ବହୁମତ ସାବ୍ୟସ୍ତ କରିବା ପାଇଁ ଆସ୍ଥା ଭୋଟ ନିବେଦନ କରିଥିଲେ। ସେପଟେ ବିରୋଧୀ ବିଜେପି ମଧ୍ୟ ବାଚସ୍ପତିଙ୍କୁ ଭେଟିଥିଲେ। ବିଜେପିର ସମସ୍ତ ୧୦୫ ବିଧାୟକ ବିଧାନସଭା ପହଞ୍ଚିଥିଲେ ଏବଂ ଏକ ସ୍ୱତନ୍ତ୍ର ବସ୍ ଯୋଗେ […]

23
ବିଜେପି ବିଧାୟକଙ୍କ ଝିଅର ବାହାଘର ବୈଧ: କୋର୍ଟ

ପ୍ରୟାଗରାଜ, ୟୁପି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଯୋୖନପୁର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କ ବିବାହ ଆଇନସମ୍ମତ। ଆହ୍ଲାବାଦ କୋର୍ଟ ମାମଲାର ଶୁଣାଣି କରି ଏହି ବାହାଘରକୁ ଆଇନସମ୍ମତ ବୋଲି ଘୋଷଣା କରିଛନ୍ତି। ଏଥିସହ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦମ୍ପତି ଆସୁଥିବା ବେଳେ ଅଜିତେଶ ମାଡ଼ପିଟର ଶିକାର ହୋଇଥିଲେ। ହେଲେ କିଏ […]

Hrithik-Tiger-War
ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ମୁମ୍ୱାଇ: ପ୍ରଥମଥର ପାଇଁ ସିଲଭର୍‌ ସ୍କ୍ରିନ୍‌ରେ ଏକାଠି ନଜର ଆସିବେ ଦୁଇ ଆକ୍ସନ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶରାଫ୍‌। ଅପକମିଙ୍ଗ୍‌ ହିନ୍ଦୀ ଫିଲ୍ମ ‘ୱାର୍‌’ରେ ଦୁହିଁଙ୍କର ଅଭିନୟ ଦେଖିବାକୁ ମିଳିବ। ଆଜି ‘ୱାର୍‌’ ପିଲ୍ମର ଟିଜର ରିଲିଜ୍‌ ହୋଇଛି। ୫୪ ସେକେଣ୍ଡର ଏହି ଟିଜର୍‌ରେ ଦୁଇ ସୁପରଷ୍ଟାରଙ୍କର ଫୁଲ୍‌ ଆକ୍ସନ୍‌, ଫାଇଟ୍‌ ସହିତ ଡ୍ୟାନ୍ସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟିଜର୍‌ ରିଲିଜ୍‌ ନେଇ ହ୍ରିତ୍ୱିକ୍‌ ଓ ଟାଇଗର୍‌ ନିଜ ଟ୍ୱିଟର୍‌ […]

Picture-Rasagulla-960x640
ଆଜି ରସଗୋଲା ଦିବସ

ପୁରୀ: ଆଜି ହେଉଛି ରସଗୋଲା ଦିବସ। ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ତିଥିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁ ଜଗନ୍ନାଥ ଅଭିମାନିନୀ ମା’ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ ପାଳନ କରାଯାଉଛି। ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ବିବାଦ ଲାଗି ରହିଥିବାବେଳେ ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହେଉଥିବାର ପରମ୍ପରା […]

otet-2019-application-form
OTET ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନ୍‌ ଆବେଦନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(OTET) ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୨୬ ହେଉଛି ଅନ୍‌ଲାଇନ୍‌ ଆବେଦନର ଶେଷ ଦିନ। ସେହିପରି ଅନଲାଇନ୍‌ ପେମେଣ୍ଟର ଶେଷ ଦିନ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ମଧ୍ୟ ସାନି ଆବେଦନ କରିପାରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆପଉ […]

pic1
ପାରାମେଡିକାଲ୍‌ କର୍ମଚାରୀ ଓ ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍‌ କର୍ମଚାରୀ ଓ ନର୍ସମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି ପାରାମେଡିକାଲ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ ୬ଜଣଙ୍କ ନାଁରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ […]

5555555555
ଟସ୍ ହାରିଥିବା ଟିମ୍ ହେବ ଚାମ୍ପିଅନ୍..ଏମିତି କହେ ଲର୍ଡ୍ସର ଇତିହାସ

ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ […]

222222222222222222
ପୁଣି ଝଟ୍‌କା: ୩ ୱିକେଟ ହରାଇଲା ନ୍ୟୁଜିଲ୍ୟାଣ୍ଡ

ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍। ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। […]

basant-patra
ମନେ ପଡେ ସେଇ ଚକା ଆଖି..ଆଉ ତା’ର ଆଶ୍ୱାସନା

ତାଙ୍କ ପାଇଁ ନନ୍ଦିଘୋଷ କେବେ ଅଟକି ଯାଇନି…କିନ୍ତୁ ତାଙ୍କ ଦରଦୀ କଣ୍ଠର ଯାଦୁରେ ମନ ନନ୍ଦିଘୋଷ ଆପେ ଆପ ଅଟକି ଯାଏ ବଡ଼ଦାଣ୍ଡରେ..। ହାତପାଆନ୍ତରେ ଅବଢା ମୁଠାଏ ମିଳୁ ବା ନ ମିଳୁ, ତାଙ୍କ କଣ୍ଠରୁ ‘ଅବଢା ମୁଠିଏ ମୋତେ ମିଳୁ…ମହାବାହୁ..’ ଗୀତ ଥରେ ଶୁଣି ଦେଲେ ମହାପ୍ରସାର ମହମହ ବାସ୍ନାରେ ପେଟ ପୂରିଯାଏ…ସେ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ବସନ୍ତ ପାତ୍ର...।ଜଗନ୍ନାଥଙ୍କୁ ନେଇ ତାଙ୍କ ଅନୁଭୂତି ଆସନ୍ତୁ ଜାଣିବା…. ଓଡ଼ିଶାରେ ରହିବାର ଅଦମ୍ୟ ଇଚ୍ଛା ମୋତେ […]

TELEMMGLPICT000203735203_trans++YGGZxE-BlFTHPG6FlsHtqzoe3yVowsApoK4-KBfJXPY
ନ୍ୟୁଜିଲ୍ୟାଣ୍ଡର ପ୍ରାରମ୍ଭିକ ବିପର୍ଯ୍ୟୟ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଓପ୍ନର ମାର୍ଟିନ୍ ଗପ୍ଟିଲ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସେ ମାତ୍ର ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି। ତେବେ ଅନ୍ୟତମ ଓପ୍ନର ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍ ଧୈର୍ଯ୍ୟ […]

ka.........
କର୍ଣ୍ଣାଟକ ରାଜନୀତି: ବିଧାୟକ ଦଳ ବୈଠକ ଡାକିଲା କଂଗ୍ରେସ

ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍‌ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଆସନ୍ତାକାଲି ଦଳର ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ବେଙ୍ଗାଲୁରୁ ଠାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆସ୍ଥା […]

dddddddddddd
ଭାରତର ପରାଜୟ ନୁହେଁ, ବିଫଳ ପ୍ରେମ ଥିଲା ଆତ୍ମହତ୍ୟାର କାରଣ

ଧର୍ମଗଡ଼: ବିଶ୍ୱକପ୍ ସେମି ଫାଇନାଲରେ ଭାରତର ପରାଜୟ ଅସହ୍ୟ ଥିଲା।  ଏହି ପରାଜୟ ଦୁଃଖ ସହି ନ ପାରି କ୍ରିକେଟ ପ୍ରେମୀ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରାଜୟ ପରେ କ୍ରିକେଟପ୍ରେମୀ ବିଷ ପିଇବା କିମ୍ବା ସେଇଭଳି କିଛି ଅଘଟଣ ଘଟାଇବା ନଜୀର ଆଗରୁ ରହିଛି। ତେଣୁ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମକୁ ସେହିପରି ଭାବେ ଗ୍ରହଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଏବେ ଘଟଣା ଉପରୁ ପରଦା ହଟିଛି । ଯୁବକ ଜଣକ କ୍ରିକେଟ ପାଇଁ […]

sssssssss
କେବିସି ନାଁରେ ଠକି ନେଲେ ୪୦ ଲକ୍ଷ

ସମ୍ବଲପୁର: କେବିସି ବା କୌନ୍ ବନେଗା କରୋଡପତି କରାଇ ଦେବା ନାଁରେ ଠକେଇ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ,  ଅନ୍ ଲାଇନ୍‌ରେ ଠକି ନେଇଛନ୍ତି ୪୦ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଶିକାର ହୋଇଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି।  ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ସମ୍ବଲପୁର ହିରାକୁଦ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ,  ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍‌ପତି’ କାର୍ଯ୍ୟକ୍ରମରୁ […]

63134-miyxwrcjvc-1500035566
ଆସାମରେ ବନ୍ୟା ସ୍ଥିତି ଭୟଙ୍କର: ବୁଡ଼ିଗଲା କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ

ବାକସା: ଲଗାଣ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଏବେ ଉତ୍କଟ ରୂପ ଧାରଣ କରିଛି। ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଓ ୯୫ଟି କ୍ୟାମ୍ପ ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ି ଯାଇଛି। ଫଳରେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି। ବନ ବିଭାଗ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ହେଁ, ଏବେ ବି ଶହଶହ ବାଘ, ଜଳହସ୍ତୀ, ହାତୀ ଏବଂ ଗଣ୍ଡା ଭଳି ପଶୁଗୁଡ଼ିକ ପାଣିରେ […]

1563013867-7895
ନେପାଳରେ ବନ୍ୟା ବିତ୍ପାତ: ୪୩ ମୃତ, ୨୪ ନିଖୋଜ

କାଣ୍ଠମାଣ୍ଡୁ: ଗତ କିଛି ଦିନ ଧରି ନେପାଳରେ ପ୍ରବଳ ବର୍ଷା ଲାଗ ରହିଛି। ଫଳରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ୨୦ ଜଣ ଲୋକ ଆହତ ହୋଇଛନ୍ତି।  ବନ୍ୟା ଯୋଗୁ ନେପାଳର ଅଧିକାଂଶ ସ୍ଥାନ ଏବେ ଜଳମଗ୍ନ ହୋଇ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ କିଛି ଦିନ ଧରି ଏଠାରେ ପ୍ରବଳ […]

11111
ଆଜି ୱାର୍ଲଡ୍‌ କପ୍‌ ବିଗ୍‌ ଫାଇଟ୍‌, ଯିଏ ଜିତିବ ରଚିବ ଇତିହାସ

ନୂଆଦିଲ୍ଲୀ:ସ୍ପୋର୍ଟସ୍‌ ୱାର୍ଲଡ୍‌ର ଆଜି ସୁପର ସଣ୍ଡେ। ୪୪ଦିନର ସଂଘର୍ଷ ଓ ରୋମାଞ୍ଚ ଶେଷ ହେବା ପରେ ଆଜି ଅନୁଷ୍ଠିତ ହେବ କ୍ରିକେଟ୍ ବିଶ୍ୱକପ୍‌ର ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ-ନ୍ୟୁଜିଲାଣ୍ଡ। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ହେବ। ଆଜି ସାରା ବିଶ୍ୱ ଦେଖିବ କିଏ ହେବ ଚାମ୍ପିଅନ୍‌। ଯିଏ ବି ହେଉନା କାହିଁକି ୱାର୍ଲଡ କପ୍‌ ଇତିହାସରେ ଜଣେ ନୂଆ ଚାମ୍ପିଅନଙ୍କ ନାଁ ସାମିଲ୍‌ ହେବ। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱକପ୍ ଫାଇନାଲ୍ […]

D_V_tCFWkAAI8lh
ସୋମାଲିଆରେ ଆତଙ୍କୀ ଆକ୍ରମଣ, ସାମ୍ବାଦିକଙ୍କ ସମେତ ୨୬ ମୃତ

କିସ୍‌ମାୟୋ: ସୋମାଲିଆର କିସ୍‌ମାୟୋ ହୋଟେଲରେ ଏକ ଆତଙ୍କବାଦୀ ହମ୍‌ଲାରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଏବଂ କିଛି ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ଆତ୍ମଘାତୀ ଆତଙ୍କବାଦୀ କାର୍‌ ବିସ୍ଫୋରଣ କରିବା ପରେ କିଛି ବନ୍ଧୁକଧାରୀ ହୋଟେଲ ଭିତରେ ପଶି ଅତର୍କିତ ଭାବେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମୃତ ସାମ୍ବାଦିକଙ୍କ ନାମ ହୋଡାନ୍‌ ନାଲେୟା ବୋଲି ଜଣାପଡ଼ିଛି। ଅଲ୍‌ କାଏଦା ସହିତ ଜଡ଼ିତ ଆତଙ୍କବାଦୀ ସଂଗଠନ ଅଲ୍‌-ସବାବ୍‌ ଏହି […]

bjp-22
ସଂସଦରେ ସ୍ୱଚ୍ଛତା ଅଭିଯାନ: ଝାଡ଼ୁ ମାରିଲେ ବିଜେପି ନେତା

ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, […]