• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

841318-mamata-banerjee-5
ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବି‌ଜ୍ଞପ୍ତି ଦେଇ ବିବାଦରେ ମମତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍‌ ନିର୍ମାଣ କରିବେ। ଏହି ଡାଇନିଂ ହଲ୍‌ରେ […]

pjimage-2019-06-28T120758.515
ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି। ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି […]

dalailama
ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ସମାଲୋଚନା କଲେ ଦଲାଇଲାମା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ କହିଛନ୍ତି। ଅହିଂସା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ମାନବିକ ଅଧିକାର ପାଇଁ ବହୁଦିନ ଧରି ଲଢ଼ି ଆସିଥିବା ଦଲାଇଲାମା ଏହି ଅବସରରେ କହିଛନ୍ତି, ଟ୍ରମ୍ପ ଦିନେ ଗୋଟିଏ କଥା […]

new-zealand-v-pakistan
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୋଚିଂ ଦେବାକୁ ଚାହୁଁଛନ୍ତି ରଜାକ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ମ୍ୟାଞ୍ଚେଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ହରାଇ ବୃହତ ବିଜୟ ହାସଲ କରିଥିଲା। ହାର୍ଦ୍ଦିକ୍ ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନ୍ କରିଥିଲେ । ଏହା ପରେ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ହାସଲ କରିଥିଲେ। କିନ୍ତୁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ଥିବା ଦୁର୍ବଳତାକୁ ବାହାର କରିଛନ୍ତି। ସୋଶାଲ ମିଡିଆରେ ୩୯ ବର୍ଷୀୟ […]

rabada
ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା ୪ ୱିକେଟ୍ ହରାଇ ୧୦୦ ରନ୍ କରିଛି । ଦକ୍ଷିଣ ଆଫ୍ରିକାର ପେସ୍ ବୋଲର […]

amit_shah_660_062819011756
ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ନେହେରୁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାର ଅନୁମୋଦନ ପାଇଛି। ଏହି ସଂରକ୍ଷଣ ବିଲ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ସୀମାନ୍ତୀରେ ଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ। ଜମ୍ମୁ-କଶ୍ମୀର ପାଇଁ ଆଗତ ବିଲ୍‌ ଉପରେ […]

pic7
ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ମୁମ୍ୱାଇ

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସମଗ୍ର ସହର ଉବୁଟୁବୁ […]

Vaughan
ଭାରତୀୟ ଟିମ୍‌କୁ ପ୍ରଶଂସା କରି ଏମିତି କହିଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ୍‌

ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ସମେତ ଭାରତର ଅନେକ କ୍ରିକେଟର୍ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଭନ୍ ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରିଛନ୍ତି, ‘ ମୁଁ ମୋର ପୂର୍ବ କଥାରେ […]

Vadra-land-deal11805
ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ ପରିବାରର ସ୍ଥିତି ଓ ସମ୍ମାନ ରଖିବାରେ ଫେଲ ମାରନ୍ତି, ତାହେଲେ ବୟସାଧିକ୍ୟ ଓ ଅସୁସ୍ଥତା ସତ୍ତ୍ୱେ କୁଳକୁ ଉଦ୍ଧାର କରିବା ପାଇଁ ବାପା-ମାଆ ପୁଣି ଆଗକୁ ଆସିଥାନ୍ତି। […]

ww-8
ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଝିଅ ମୃତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି ବିନିମୟ ଚାଲିଥିବା ବେଳେ ଭୁଲବଶତଃ ପାଖ ଗାଁର ଦୁଇ ଜଣ ଝିଅଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ […]

pic4
ପଙ୍ଖା, କାର୍‌ ଭିତରୁ ବାହାରିଲା ନାଗ ସାପ

ପୁରୀ : ବର୍ଷା ଦିନରେ ସାପଠୁ ସତର୍କ ରୁହନ୍ତୁ। ଏହି ସମୟରେ ସାପ ଆପଣଙ୍କ ଘରେ, ଜୋତା ଭିତରେ, ଏପିରିକି ଟେବୁଲ୍ ଫ୍ୟାନ୍ ଭିତରେ କେଉଁଠି ବି ରହିପାରେ। ଏମିତି ଏକ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ସାମ୍ନାକୁ ଆସିଛି। ଏକ ଟେବୁଲ ଫ୍ୟାନ୍ ଭିତରୁ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଡେଲାଙ୍ଗ ଥାନା ଶ୍ରୀପତିପୁର ଗାଁର ଗଦାଧର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଘରେ ଥିବା ଟେବୁଲ ଫ୍ୟାନ୍ ଲଗାଇବା ପାଇଁ […]

train-3
ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ

ରାୟଗଡ଼ା: ସମଲେଶ୍ୱରୀ ଟ୍ରେନ ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଆଜି ରାୟଗଡ଼ା ଯାଇ କୋଲକତା ସ୍ଥିତ ସେଫ୍ଟି କମିଶନର ଆର୍‌.କେ. ଶର୍ମା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ତଦନ୍ତକାରୀ ଟିମ୍‌ରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲେଓ୍ୱର ଚିଫ୍ ସେଫ୍ଟି ଅଫିସର, ଇଲେକ୍ଟ୍ରିକାଲ୍‌ ଓ ଟେକନିକାଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ରହିଛନ୍ତି। ଏହି ତଦନ୍ତକାରୀ ଟିମ୍ ସିଙ୍ଗାପୁର ରୋଡ ଓ କେଉଟକଗୁଡ଼ା […]

pic2
ବ୍ୟାଙ୍କ୍‌ ଲୁଟ୍‌ କରିନପାରି ଫେରିଗଲେ ଦୁର୍ବୃତ୍ତ

କଟକ: କଟକ ମଙ୍ଗଳାବାଗ SBI ଶାଖାରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ସୂଚନା ଅନୁସାରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ପରେ ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ରୁମ୍‌ର ତାଲାକୁ ଭାଙ୍ଗିଥିଲେ। ଏହାପରେ ବ୍ୟାଙ୍କରୁ ଟଙ୍କା ଲୁଟ୍ ପାଇଁ ଦୁର୍ବୃତ୍ତମାନେ ଲକର୍‌ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସାଇରନ୍ ବାଜିବାରୁ […]

pic1
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଅଭିଯୋଗର ତଦନ୍ତ କରିବା ସହ ମାସକ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ଅଭିଯୋଗ ଅନୁଯାୟୀ, ୟୁନିଭର୍ସିଟି ଲ’ କଲେଜରେ ଗେଷ୍ଟ ଫାକଲଟି ମାନଙ୍କୁ କିଛି ମାସ ଧରି ଦରମା ଦିଆଯାଉ ନ ଥିବା ସହ ନିର୍ଦ୍ଧାରିତ ପରିମାଣର ଟଙ୍କା ଦିଆଯାଉ ନାହିଁ। ସେହିଭଳି ରେଗୁଲାର ଟିଚର ମାନେ ଏକ୍ସଟ୍ରା କ୍ଲାସ କରି […]

fridge
ଫ୍ରିଜ୍‌ ବିସ୍ଫୋରଣରେ ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମା' ମୃତ !

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ଟିଭି ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି। ବୁଧବାର ଦିନ ସାମ୍ୱାଦିକଙ୍କ ପରିବାର ଲୋକେ ଘରୁ ନବାହାରିବାରୁ ଗତକାଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଆସି ଘର ଖୋଲି ମୃତଦେହ ଉଦ୍ଧାର କରିଥିଲା। ମୃତ ସାମ୍ୱାଦିକ ଜଣଙ୍କ ତାମିଲନାଡୁର ଏକ ଆଞ୍ଚଳିକ ଟିଭି ଚାନେଲ୍‌ ଜେ ତାମିଲର ସାମ୍ୱାଦିକ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘରେ ଥିବା […]

_03fd2c28-988b-11e9-8cf5-d8c3e6deb331
ଅନ୍ତରଙ୍ଗ ଫଟୋ ଶେଆର୍‌ କରି ପୁଣି ଚର୍ଚ୍ଚାରେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି- ଟାଉନ୍‌ର ଚର୍ଚ୍ଚିତ ଲଭ୍ ବାର୍ଡ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଗତକାଲି ମଲାଇକା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଜୁନଙ୍କ ସହ ଏକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିବା ପରେ ଏବେ ଦୁହିଁଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।   View this post on Instagram   Happy bday my crazy,insanely funny n […]