ଲକ୍ଷ୍ନୌ: ରେଲ୍ୱେ ଷ୍ଟେସନ୍ରୁ ପାଣି ବୋତଲ ପ୍ୟାକେଟ୍ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍ୱେ ଷ୍ଟେସନ୍ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ […]
କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନା ତୃତୀୟ ଲହରୀ ପହଞ୍ଚିଗଲାଣି ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଥିବା ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବ୍ଲାକ୍ ପ୍ୟାନ୍ଥର(କଳା ବାଘ)କୁ ଠାବ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି କଳାବାଘ କଏଦ ହୋଇଛି। ଗତ ୨୫ ମାର୍ଚ୍ଚରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରେକର୍ଡ ହୋଇଥିବା ଟ୍ରାପ୍ କ୍ୟାମେରାର ତଥ୍ୟରୁ ଏହା ଜଣାପଡ଼ିଛି। ଏହି ପ୍ରଜାତିର ବାଘ ବିରଳ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାଘ ସହ ଅନ୍ୟ କିଛି ବାଘ ରହୁଛନ୍ତି ନା ନାହିଁ, […]
ପାଟନା: ଲକ୍ଡାଉନ୍ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ […]
ନୂଆଦିଲ୍ଲୀ: ଏଣିକି ଉମଙ୍ଗ ଆପ୍(UMANG App) ମାଧ୍ୟମରେ ଘରେ ବସି ପାଇପାରିବେ ପାଣିପାଗ ସମ୍ପର୍କିତ ସୂଚନା। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଡିିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ। ଏହି ଆପ୍ ମାଧ୍ୟମରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନ ବେଗ ସମ୍ପର୍କରେ ଜାଣିପାରିବେ। ୧୫୦ଟି ସହରର ପାଣିପାଗ ବିଷୟରେ ଦିନକୁ ୮ଥର ସୂଚନା ଦିଆଯିବ। ୪୫୦ଟି ସହରରେ ଗତ ୨୪ ଘଣ୍ଟା ଓ ଆଗାମୀ ୭ ଦିନ ପର୍ଯ୍ୟନ୍ତ […]
ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଗତକାଲି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଯାହା ଅତି ଭୟଙ୍କର ଥିଲା ବୋଲି ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ଭିଜୁଆଲ୍ରୁ ଜଣାପଡ଼ିଛି। ୯୯ଜଣ ଯାତ୍ରୀଙ୍କୁ ଧରି PK-8303 ବିମାନଟି ଗତକାଲି ଅପରାହ୍ଣରେ ଲାହୋରରୁ ଉଡ଼ାଣ ଭରିଥିଲା। ତେବେ କରାଚି ସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବାର […]