ଜେରୁସାଲେମ: ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ଡୁ ୱେଇ(୫୭)ଙ୍କ ମୃତଦେହ ମିଳିଛି। ରବିବାର ଦିନ ଇସ୍ରାଏଲର Tel Aviv ସ୍ଥିତ ଘରେ ଡୁ ୱେଇଙ୍କର ମୃତଦେହ ମିଳିଥିଲା। କେଉଁଭଳି ପରିସ୍ଥିତିରେ ଡୁ ୱେଇଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଜଣାପଡିନାହିଁ। ଇସ୍ରାଏଲ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀରେ ଡୁ ୱେଇ ଚୀନ ରାଷ୍ଟ୍ରଦୂତ ଭାବେ ଇସ୍ରାଏଲରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ୟୁକ୍ରେନରେ ଚୀନ ରାଷ୍ଟ୍ରଦୂତ ଭାବେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହାର ନାଁ ‘ଅମ୍ଫାନ୍’ ରଖାଯିବ। ପ୍ରଥମେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର ଦିଗରେ ପରିବର୍ତ୍ତନ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର, ଉତ୍ତର-ପୂର୍ବରେ ଦିଗରେ ଗତି କରିବ। ୨୦ ତାରିଖ ସକାଳେ ଏହା ପଶ୍ଚିମବଙ୍ଗ ଉପକୂଳ ଓ ଏହାର […]
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। ଏହି ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। ଯଦିଓ କରୋନା ଯୋଗୁ ଆମେରିକା ଅଧିକ ପ୍ରଭାବିତ ହୋଇଛି, ତେବେ ଏଭଳି ଦୁଃସମୟରେ କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, “ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରେୟାରେ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ-ଆଗ୍ରା ଏନ୍ଏଚ୍ରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୪ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ଆହତ ଶ୍ରମିକଙ୍କୁ ସ୍ଥାନୀୟ […]
ନୂଆଦିଲ୍ଲୀ: ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ କିନ୍ତୁ ଏଥର ସାମାନ୍ୟ ବିଳମ୍ବ ହୋଇ ଜୁନ ୫ରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କେରଳରେ ମୌସୁମୀର ପ୍ରବେଶ ସହ ଦେଶରେ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମୌସୁମୀ ଉତ୍ତର ଦିଗକୁ ଗତି କରିବା ପରେ […]
ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍ପୁରା ବୋଲି ସୂଚନା ମିଳିଛି। National Centre for Seismologyର ସୂଚନା ଅନୁସାରେ, ଆଜି ଦିନ ୧୧ଟା ୧୮ମିନିଟ୍ରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ୮ କି.ମି. ଥିଲା। ମେ’୧୦ରେ ଦିଲ୍ଲୀ-ଏନ୍ସିଆର୍ର କିଛି ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ […]