ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ଟ୍ରେନ୍ ଟିକେଟ୍। ତେବେ କେଉଁ କେଉଁ ରେଲ୍ୱେ ଷ୍ଟେସନରେ ରିଜର୍ଭେସନ୍ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ। ପୂର୍ବତଟ ରେଲ୍ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ। ୧ ଲକ୍ଷ ୭୦ […]
ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ ୧ରୁ ରେଲ୍ୱେ ପକ୍ଷରୁ ୨୦୦ଟି ରେଗୁଲାର୍ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। IRCTC ୱେବ୍ସାଇଟ୍ କିମ୍ବା ଏହାର ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୭୩ଟି ପାସେଞ୍ଜର ଟ୍ରେନ୍ ପାଇଁ ୧ ଲକ୍ଷ ୪୯ […]
କୋଲକାତା: ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର। ବାତ୍ୟା ଅମ୍ପନ୍ ପ୍ରଭାବରେ ଗତକାଲି ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା। ଏତେ ପରିମାଣର ପାଣି ଯେ, ଯାଆସ କରିବା ଏକ ପ୍ରକାର ମୁସ୍କିଲ୍ ହୋଇପଡ଼ିଛି। ଏପରିକି ସ୍ଥାନେ ସ୍ଥାନେ ୪ରୁ ୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି। ସେହିପରେ ରନ୍ୱେ ନିକଟରେ ବି ପାଣି ଜମିଛି। ପାର୍କିଂ ଲଟ୍, hangar ପ୍ରଭୃତିରେ ବି ପାଣି ପଶି ଯାଇଛି। […]
କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ୍ଫଲ୍ କରିଥିବା ବାତ୍ୟା ‘ଅମ୍ପନ୍’ ପ୍ରଳୟ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏପରିକି ଇଲେକ୍ଟ୍ରିକ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୮୫ କି.ମି. ବେଗରେ ପବନ ବହିବା ସହ ୧୫ ଫୁଟ୍ ଉଚ୍ଚର […]
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’। ଅତି ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ଏହା ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩୦ କି.ମି. ବେଗରେ ଅମ୍ପନ୍ ଗତି କରୁଛି। ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର ୨୧୦ କି.ମି., ପଶ୍ଚିମବଙ୍ଗ ଦୀଘା ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୩୪୦ […]
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା ତାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା।ଶେଷରେ ଏସବୁ ରହସ୍ୟ ଉପରୁ ପରଦା ହଟିଛି। ଏହା ଏକ ସୋନିକ୍ ବୁମ୍ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟର ବେଙ୍ଗାଲୁରୁ ଲୋକ ସମ୍ପର୍କ […]
ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍ ୧ରୁ ରେଲ୍ୱେ ପକ୍ଷରୁ ୨୦୦ଟି ରେଗୁଲାର୍ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ IRCTC ୱେବ୍ସାଇଟ୍ କିମ୍ବା ଏହାର ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ reservation ରହିବ। Reservation Against Cancellation(RAC) ଏବଂ ୱେଟିଂ ଲିଷ୍ଟ ମଧ୍ୟ ପ୍ରସ୍ତୁତ […]
ବେଙ୍ଗାଲୁରୁ: ଗୋଟିଏପଟେ ସାରା ଦେଶ ମହାମାରୀ କରୋନାର ମୁକାବିଲା କରୁ ଥିବାବେଳେ ଅନ୍ୟପଟେ ବାତ୍ୟା ‘ଅମ୍ପନ’କୁ ନେଇ ଏକ ପ୍ରକାର ବିପଦ ସୃଷ୍ଟି ହୋଇଛି। ଏସବୁ ଭିତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆଜି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା, ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଶବ୍ଦ ଭୂକମ୍ପ […]
ନୂଆଦିଲ୍ଲୀ: ମହାବାତ୍ୟାର ରୂପ ନେଲା ‘ଅମ୍ପନ୍’। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୧୧ଟାରେ ବଙ୍ଗୋପସାଗର ମଧ୍ୟରେ ଅମ୍ପନ୍ ସୁପର୍ ସାଇକ୍ଲୋନ୍ରେ ପରିଣତ ହୋଇଛି। ଫଳରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୨୬୫ କି.ମି. ଯାଏ ରହିବ ବୋଲି ଆକଳନ କରାଯାଇଛି। ଯଦିଓ ଅମ୍ପନ୍ ମହାବାତ୍ୟାରେ ପରିଣତ ହୋଇଛି, କିନ୍ତୁ ଆସନ୍ତାକାଲି ସ୍ଥଳଭାଗକୁ ଗତି କରି ବଙ୍ଗୋପସାଗରର ଉତ୍ତର ଭାଗରେ ପହଞ୍ଚିବା ସମୟରେ ପବନର ବେଗ କ୍ରମଶଃ କମି ଯିବ। ମେ’ […]
ନୂଆଦିଲ୍ଲୀ: ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ଅର୍ଥାତ ଏହି ଲକଡାଉନ ବେଳେ ଗାଇଡଲାଇନ୍ସରେ ଥିବା ନିୟମ ସବୁ ପାଳନ ହେବ। ଆସନ୍ତାକାଲିଠୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବ। କ’ଣ ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଗାଇଡଲାଇନ୍ସ…. ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କେଉଁ ଅଞ୍ଚଳକୁ […]