ନୂଆଦିଲ୍ଲୀ: ମେ’ ୩୧ରୁ ଜୁନ୍ ୪ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍ ୧ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। କର୍ଣ୍ଣାଟକ, ମହାରାଷ୍ଟ୍ରରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀର ଆଗମନ ପରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ କହିଛି। […]
ନୂଆଦିଲ୍ଲୀ: ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ପଙ୍ଗପାଳକୁ ନେଇ ଚିନ୍ତା ଆହୁରି ବଢ଼ି ଯାଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିଆଣା ପରେ ଏବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳକୁ ନେଇ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରର ଭଣ୍ଡାରା ଅଞ୍ଚଳରେ ଅନେକ ଜମିରେ ଏହି ପଙ୍ଗପାଳ ମାନେ ଫସଲ ନଷ୍ଟ କରି ଦେଇଛନ୍ତି। ସେମାନଙ୍କୁ ମାରିବା ପାଇଁ ମେସିନ୍ ମାଧ୍ୟମରେ କୀଟନାଶକ ସିଞ୍ଚନ କରାଯାଉଛି। ଏପରିକି କିଛି ଲୋକ ବାଜା ବଜାଇ ପଙ୍ଗପାଳଙ୍କୁ […]
ଇସ୍ଲାମବାଦ:ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ପାଇଁ ବଢୁଛି ଅଡୁଆ। କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। କରାଚିରେ ରହୁଥିବା ନଓ୍ୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଅଓ୍ୱାନଙ୍କୁ ପୋଲିସ ଏକ ହୋଟେଲରୁ ଗିରଫ କରି ନେଇଛି। ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଝିଅ ତଥା ପାକିସ୍ତାନ ମୁସ୍ଲିମ ଲିଗ (ନୱାଜ)ର ଉପାଧ୍ୟକ୍ଷ […]
ଗୁଆହାଟୀ: ମିଜୋରାମ ସୀମାରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ରରୂପ ନେଉଛି। ଗତକାଲି ମିଜୋରାମର କୋଲସିବ ଜିଲ୍ଲା ଓ ଆସାମର କଚର ଜିଲ୍ଲାର ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲ॥ ଉଭୟପକ୍ଷ ପରସ୍ପରର ଘର ପୋଡିଦେବା ସହ ଆକ୍ରମଣ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରାଳୟକୁ […]
ଥିରୁଅନନ୍ତପୁରମ: କେରଳ ସୁନା ସ୍ମଗଲିଂ ମାମଲାରେ ରହିଛି ଆତଙ୍କୀ ଲିଙ୍କ୍। ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମଙ୍କ ସହ ରହିଛି ସୁନା ସ୍ମଗଲିଂରେ ସାମିଲ ଥିବା ଅଭିଯୁକ୍ତଙ୍କ ସମ୍ପର୍କ। ଆଜି ଏନେଇ ସ୍ପେଶାଲ୍ କୋର୍ଟକୁ ଜଣାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA। ଅଭିଯୁକ୍ତ କେ.ଟି. ରମେଶ ଏବଂ ସରାଫୁଦ୍ଦିନଙ୍କର ସିଧାସଳଖ ଦାଉଦ୍ ସହ ସମ୍ପର୍କ ରହିଛି । ବହୁବାର ଉଭୟେ ଦାଉଦକୁ ଦେଖା କରିଛନ୍ତି। ତାଞ୍ଜାନିଆରେ ଉଭୟଙ୍କ ମଧ୍ୟରେ ବୈଠକ ବି ହୋଇଛି। ଏନେଇ NIA ଆଜି କୋର୍ଟରେ […]
ପ୍ୟାରିସ:କରୋନା ସଂକ୍ରମଣ ରୋକିବାକୁ ଫ୍ରାନସର ପ୍ୟାରିସ ସମେତ ବିଭିନ୍ନ ସହରରେ ପୁଣି କର୍ଫ୍ୟୁ ଜାରି କରାଯାଇଛି । ଆସନ୍ତା ଶନିବାର ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବା । ୪ ସପ୍ତାହ ପାଇଁ ଏହି କଟକଣା ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଘୋଷଣା କରିଛନ୍ତି । ସୂଚନା ଥାଉ କି, ଫ୍ରାନ୍ସରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି। ଏହା ସମସ୍ତଙ୍କ ପାଇଁ ମାରାତ୍ମକ ହୋଇପାରେ । ଏଥିପାଇଁ ଆମ […]
ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍ ଓ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକର ଆଗୁଆ ରିଜର୍ଭେସନ୍ ଟିକେଟ୍ ବୁକିଂ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। Indian Railways has decided that for all trains notified to run, the advance reservation period (ARP) shall be […]