ନୂଆଦିଲ୍ଲୀ: ସିକିମ୍ରେ ହିମ ସ୍ଖଳନ ଯୋଗୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଉତ୍ତର ସିକିମ୍ର ଲୁଗନାକ ଲା ଅଂଚଳରେ ଏହି ଦୁଃଖଦ ଘଟଣା ହୋଇଛି। ସେନା ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ହିମ ସ୍ଖଳନ ହୋଇଥିଲା। ଫଳରେ ୧୮ଜଣ ସୁରକ୍ଷାକର୍ମୀ ବରଫ ଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ୧୬ଜଣଙ୍କୁ ସୁରକ୍ଷିତ […]
ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]
ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ୱେଲ୍ ମାର୍କଡ୍ ଲୋ’ ପ୍ରେସର୍ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍ରେ ଅର୍ଥାତ୍ ବାତ୍ୟାରେ ପରିଣତ ହୋଇପାରେ। ମେ’ ୧୭ ତାରିଖ […]
ନୂଆଦିଲ୍ଲୀ: ଜୁନ୍ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି। ହେଲେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଶ୍ରମିକ ଟ୍ରେନ୍ ଓ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ମଚଳାଚଳ କରିବ। ଗତ ସପ୍ତାହରେ ଦିଲ୍ଲୀ ସମେତ ଦେଶର ୧୫ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍ […]
ନୂଆଦିଲ୍ଲୀ: ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଜଣ ଶ୍ରମିକ। ଲକ୍ଡାଉନ୍ ଯୋଗୁ ଫସି ରହିଥିବା ଏହି ଶ୍ରମିକମାନେ କିଛି ଉପାୟ ନ ପାଇ ଘରକୁ ଫେରୁଥିବା ବେଳେ ଅକାଳରେ ସେମାନଙ୍କର ପ୍ରାଣହାନୀ ଘଟିଛି। ୭୦ଜଣ ଶ୍ରମିକ ଏକ ଟ୍ରକ୍ରେ ମହରାଷ୍ଟ୍ରରୁ ଉତ୍ତରପ୍ରଦେଶ ସ୍ଥିତ ସେମାନଙ୍କର ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଏକ ବସ୍ ସେମାନଙ୍କର ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ […]