ନୂଆଦିଲ୍ଲୀ : ବୋଇଂ 737-MAX ସମସ୍ୟାକୁ ନେଇ ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ। ସମସ୍ତ ଏୟାର୍ ଲାଇନ୍ସକୁ ନେଇ ଅପରାହ୍ନ ୪ ଟାରେ ବୈଠକ ଡକାଯାଇଛି। ୫ ମାସ ଭିତରେ ଏହି ମଡେଲ୍ର ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବା ପରେ DGCA ଏହାର ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଆଜି ଅପରାହ୍ନ ୪ଟା ସୁଦ୍ଧା ସମସ୍ତ 737-MAX ବିମାନ ବନ୍ଦ କରିବାକୁ କୁହାଯାଇଛି। ଡିଜାଇନ୍ରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା […]
ସୁନ୍ଦରଗଡ଼ : ବାଣ ଫୁଟି ୨ ଶିଶୁ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଘଟିଛି ଏହି ଅଘଟଣ। ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବାଣ ରହିଥିବା ଏକ ଗାଡିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ଶିଶୁଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡିରେ ବାଣ ରଖିଥିବା ନେଇ ସୂଚନା ମିଳିଛି। କୌଣସି କାରଣବଶତଃ ବାଣରେ ନିଆଁ […]
ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ। ଭାଇଚାରାର ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି। ସେପଟେ ହୋଲିରେ ସହରରେ କିଭଳି ଆଇନ […]
ଭୁବନେଶ୍ୱର : ପରମ୍ପରା ଓ ରୀତିନୀତିର କଥା ପଡ଼ିଲେ ମନକୁ ଛାଏଁ ଆସିଯାଏ ଶ୍ରୀକ୍ଷେତ୍ରର କଥା। ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି। ବିମାନରେ ବିରାଜିତ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ସହ ମାତିଛନ୍ତି। ଫଗୁ ଅବିରର ଖେଳରେ ସେପଟେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି। ରଙ୍ଗୀନ୍ ବିମାନରେ ବସି ଗାଁକୁ ଗାଁ ,ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ। ହେଲେ କଟକ ମହାଙ୍ଗାର ଓଳକଣାରେ […]
ଭୁବନେଶ୍ୱର : ସୁବଳଙ୍କ ପତ୍ନୀ ରୀତାଙ୍କୁ ବିଜେଡି ଆଣିବା ଥିଲା ବିଜେପୁର କବଜା ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିର ପ୍ରଥମ ସଫଳ ଫର୍ଦ୍ଦ। ରିତାଙ୍କ ଆଖିରୁ ଲୁହ ଯେତିକି ଝରିଲା ବିଜେଡି ଖାତାକୁ ଅନୁକମ୍ପାର ଭୋଟ ସେତିକି ଚଢିଲା। ରୀତାଙ୍କୁ ଆଣିବା ଆଗରୁ ବିଜେପୁର ବାଜିରେ ଏକ ଗୋଟି ବି ଚଳାଇଥିଲା ବିଜେଡି। ପଶ୍ଚିମ ଓଡିଶାରେ ଦଳର ଚେହେରା କୁହାଯାଉଥିବା ନେତାଙ୍କ ଜରିଆରେ ଲୋକଙ୍କ ସମସ୍ୟାର କାରଣ ଖୋଜିଥିଲା ଦଳ। କେଉଁ ଗାଁରେ କ’ଣ କାମ ଦରକାର […]
ରାଉରକେଲା : ସର୍ବଭାରତୀୟ ଦୌଡ଼ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ସୋମେଶ ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲ ପଡିଆରେ କୋଚ ଧୀରେନ ସାମନ୍ତ ସିଂହାରଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ସୋମେଶ। ଏହାପରେ ଜମାଇକାରେ ବିଦେଶୀ କୋଚଙ୍କ ଠାରୁ ପ୍ରଶିକ୍ଷଣ ନେବାକୁ ତାଙ୍କୁ ଚୟନ କରିଛନ୍ତି। ଆୟୋଜକ ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼। ଏବେ ସେ […]
ଭୁବନେଶ୍ୱର : ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମିରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଖାଲି ଗାଉନଥିଲେ ତ ନିଜ ଅନ୍ତରରୁ ନିସୃତ ଅନାବିଳ ଜଗନ୍ନାଥ ଭକ୍ତି ରସକୁ ନେଇ ରଚନା କରିଛନ୍ତି ଅନେକ କାଳଜୟୀ ଭଜନ। ଏମିତି ଅବେଳାରେ […]
ନୂଆଦିଲ୍ଲୀ : ଆଉ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି DGCA ପକ୍ଷରୁ କୁହାଯାଇଛି। ବୋଇଂ 737 MAX 8 ବୋଇଂ କମ୍ପାନୀର ଅତ୍ୟାଧୁନିକ […]
ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ଲୋକପାଳ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀଙ୍କ ସ୍ୱରକୁ ଦବାଇ ତାକୁ ସାମିଲ ନ କରିବାକୁ ଜାଣିଶୁଣି କେନ୍ଦ୍ର ସରକାର ଏପରି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଲୋକପାଳ […]
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। pic.twitter.com/D7g126bPqG — Naveen Patnaik (@Naveen_Odisha) March 1, 2018 ତାଙ୍କୁ ଥଣ୍ଡା ହୋଇଥିବାରୁ ହୋଲି ଖେଳିବେ ନାହିଁ ବୋଲି ସେ କହିଛନ୍ତି। […]
ନୂଆଦିଲ୍ଲୀ: ପିଏନବି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗୀତାଞ୍ଜଳି ଜେମ୍ସର ପ୍ରମୋଟର ମେହୁଲ ଚୋକ୍ସିଙ୍କ ୪୧ ସଂପତ୍ତି (ଯାହାର ମୂଲ୍ୟ ୧,୨୦୦ କୋଟିରୁ ଅଧିକ) କୁ ବ୍ୟାଜାପ୍ତ କରିଛି। ଏନେଇ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଏକ ପ୍ରୋଭିସନାଲ ଅର୍ଡ଼ର ଜାରି କରିଛି। ବ୍ୟାଜାପ୍ତ ହୋଇଥିବା ସଂପତ୍ତିରେ ମୁମ୍ବାଇରେ ଥିବା ୧୫ଟି ଫ୍ଲାଟ ଓ ୧୭ଟି ଅଫିସ, କୋଲକାତାର ଏକ ମଲ୍, ଆଲିବାଗରେ ଥିବା ଚାରି […]
ଶ୍ରୀନଗର: ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ତଥା ଆତଙ୍କବାଦୀଙ୍କ ଆଶ୍ରୟ ସ୍ଥଳ ପାଲଟିଥିବା ପାକିସ୍ତାନକୁ ଭାରତୀୟ ସୁରକ୍ଷାକର୍ମୀ ଆଜି ଏକ କଡ଼ା ଜବାବ ଦେଇଛି। ଜାମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ହାଜିନ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଶାକୁରଦିନ୍ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନିହତ ହୋଇଥିବା ଆତଙ୍କବାଦୀ ଲସ୍କର-ଇ-ତୋଇବା (ଏଲଇଟି)ର ବୋଲି ମନେ କରାଯାଉଛି। ସର୍ଚ୍ଚ ଅପରେସନ ବେଳେ […]
ନୂଆଦିଲ୍ଲୀ : ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି। ୧୯୩୦ ମସିହା ଆଜିର ଦିନରେ ବ୍ରିଟିସ୍ ସରକାର ବିରୋଧରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରାରେ ବାହାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଆଜି ଏହି ଦାଣ୍ଡି ଯାତ୍ରାର ୯୦ତମ ବର୍ଷ ପୂର୍ତ୍ତି। ଅହମଦାବାଦ ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଗାନ୍ଧିଙ୍କ ଆହ୍ୱାନରେ ସାରା ଦେଶର ଲୋକେ ଏହି ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହା ଦେଶର ଅନ୍ୟ ପ୍ରାନ୍ତକୁ […]
ଅନୁଗୁଳ: ଠାକୁରଗଡ଼ ରଇଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକର ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ସ୍ୱାମୀକୁ ଗୁଳି ବେଳେ ସ୍ତ୍ରୀ ବଞ୍ଚାଇବାକୁ ଯାଇ ଗୁଳିରେ ଟଳି ପଡ଼ିଲେ। ସ୍ୱାମୀ ଗୋଡ଼ରେ ବାଜିଛି ଗୁଳି ବାଜିବା ସହ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଗୁଳିମାରି ସେହି ଗାଁର ଯୁବକ ଫେରାର ହୋଇଯାଇଥିବାର ସୂଚନା ମିଳିଛି।