ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ଦୁହିତା । ଜଳି ପୋଡ଼ି ପାଉଁଶ ହୋଇଗଲା ସବୁ ସୁନେଲୀ ସ୍ବପ୍ନ । ମହାକାଳପଡ଼ା ବଡ଼ମଠରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ଦାବି କରି ଗର୍ଭବତୀଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ।
ଗୋଟେ ମାଆ ଆଜି କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାରଣ ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର ।
ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]