• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rukuna ratha
ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାରେ ବିଭ୍ରାଟ

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଏକାମ୍ରକ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ରଥଟଣାରେ ମହାବିଭ୍ରାଟ। ବାରମ୍ବାର ରଥ ଦଉଡ଼ି ଛିଡ଼ିବାରୁ ମାତ୍ର କେଇ ଫୁଟ ଗଡ଼ିବା ପରେ ବନ୍ଦ ହୋଇଛି ରଥଟଣା। ଆଜି ପାରମ୍ପରିକ ରୀତିନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ପାଇଁ ନିର୍ଧାରିତ ହୋଇଥିଲେ ବି ୫ଟା ୧୫ରେ ରଥଟଣା ଉଦ୍ୟମ ହୋଇଥିଲା। ହେଲେ ଆରମ୍ଭରୁ ରଥ ଦଉଡ଼ି ଛିଡ଼ିବାରୁ ପରବର୍ତ୍ତି ସମୟରେ ଆଉ ଦୁଇଟି ଦଉଡ଼ି ଆସିଥିଲେ ବି ସେ ଦୁଇଟି ବି ଛିଡ଼ିଯାଇଥିଲା। ଏହାପରେ ଆଉ […]

photo
ପ୍ରଥମ ଓଡ଼ିଆ ଭାବେ ଭୂତତ୍ତ୍ୱ ବିଜ୍ଞାନରେ ଟପ୍ପର ହେଲେ ପାର୍ଥ ସାରଥୀ

ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୋଲଡ ମେଡାଲ ହାସଲ କରିଛନ୍ତି। ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ […]

drawn-in river
ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକରେ ଅଘଟଣ। ବୈତରଣୀ ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ। ନେରଡ଼ା ନିକଟରେ ଗାଧୋଇଲା ବେଳେ ଏମାନେ ସମସ୍ତେ ବୁଡ଼ି ଯାଇଛନ୍ତି। ମୃତକ ବାଳକମାନେ ହେଲେ ଜଗନ୍ନାଥ ବୋଇତେଇ, ଦିପ୍ତିରଂଜନ ବୋଇତେଇ ଓ କୁନା ଭୋଳ। ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡିଛି। ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଏମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ […]

bus accident
ପୋଲ ତଳକୁ ଖସିଲା ବସ୍: ୧୫ ଓଡ଼ିଆ ତୀର୍ଥଯାତ୍ରୀ ଆହତ

ଭୁବନେଶ୍ୱର: ଝାଡ଼ଖଣ୍ଡର ଟାଟା ନଗର ପାଖରେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରା ସାରି ଆଜମେରରୁ ଫେରୁଥିବା ବେଳେ ଶ୍ରୀରାମ ବେଞ୍ଜ ବସ୍ ଝାଡ଼ଖଣ୍ଡର ଟାଟା ସହର ନିକଟରେ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୧୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏହି ବସ୍‌ରେ କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳ ଲୋକ […]

encounter
ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଅଂଚଳରେ ଏନକାଉଣ୍ଟର।  ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ସେମାନଙ୍କଠାରୁ ଦୁଇଟି AK 47 ରାଇଫଲ, ପିସ୍ତଲ, ଗ୍ରେନେଡ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ, ସିଆରପିଏଫ୍ ଓ ସ୍ପେସିଆଲ ଅପରେସନସ ଗ୍ରୁପ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଗତକାଲି ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନ ଆରମ୍ଭ  ହୋଇଥିଲା। ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ […]

parcel bomb
ପାର୍ସଲ ବୋମା ଘଟଣା: ପାଟଣାଗଡ଼ରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ। ଗତକାଲି SCBରେ ରୀମାଙ୍କୁ ପଚରାଉଚରା କରିଥିଲା ଏହି ଟିମ୍। ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ […]

lalu yadav
ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ୍

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ  ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି।  ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]

Bhadrak
ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ

ଭଦ୍ରକ: ୧୪୪ ଧାରା ଜାରି ସତ୍ତ୍ୱେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟକୁ  ନେଇ ଲାଗିଥିବା କଟକଣା ହଟିବା ପରେ ଗତକାଲି ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଥିଲା। ୨ ହଜାରରୁ ଅଧିକ ମହିଳା ହନୁମାନ ଘାଟରୁ କଳସ ବୁଡ଼େଇ ଗାନ୍ଧିପଡ଼ିଆ ମହାଯଜ୍ଞସ୍ଥଳୀକୁ ଫେରିଥିଲେ। ଘଟ ସ୍ଥାପନ ପରେ ଗାନ୍ଧିପଡ଼ିଆରେ ଆରମ୍ଭ ହୋଇଥିବା ମହାଯଜ୍ଞ ଆସନ୍ତାକାଲି ଅର୍ଥାତ୍ ରାମ ନବମୀରେ ଶେଷ ହେବ। ପୂର୍ଣ୍ଣାହୂତି ସହ […]

SC Jamir
ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଛାଡିବା ପୂର୍ବରୁ ପୂର୍ବତନ ରାଜ୍ୟପାଳଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ପୂର୍ବତନ ରାଜ୍ୟପାଳଙ୍କୁ ବିଦାୟ ଜଣାଇବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ ବହୁ ରାଜନେତା, ଭୁବନେଶ୍ୱର ମେୟର, ପ୍ରଶାସନିକ ଅଧିକାରୀ ଓ ପୋଲିସ କମିଶନର ପ୍ରମୁଖ। ଗତ ୨୦ ତାରିଖରେ ଶେଷ ହୋଇଥିଲା ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ। ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବା ପରେ ଗତକାଲି […]

attack
ଲୁଟ୍ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଲୁଟ୍ ଉଦ୍ଦେଶ୍ୟରେ ଖୋର୍ଦ୍ଧାରେ ୪ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼। ବୋମାମାଡରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ପିକ୍ଅପ ଭ୍ୟାନରେ ଯାଉଥିବାବେଳେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ୨ ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ଗୋଡ଼ିଆପଲ୍ଲୀ ଛକ ନିକଟରେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ବାଇକରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅନୁମାନ କରାଯାଉଛି। ପୋଲିସର ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।  ତେବେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ […]

world tb day
ଆଜି ବିଶ୍ୱ ଯକ୍ଷ୍ମା ଦିବସ

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ” Wanted! Leaders for a TB free World ” ଉପରେ ଏକ ବାର୍ତ୍ତା ଦେଇଛନ୍ତି। Today is #WorldTBDay my […]

ICGS Sucheta Kriplani
ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି

ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି।  ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ […]

anna hazare
ଦ୍ୱିତୀୟ ଦିନରେ ଆନ୍ନାଙ୍କ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି। ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ […]

earth hour
ଆଜି ଆର୍ଥ ଆୱାର ପାଳିବ ସାରା ବିଶ୍ୱ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା।  ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି।  ଚଳିତ ବର୍ଷ […]

lingaraj temple
ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।  ଏଥିପାଇଁ  ଚଳଚଞ୍ଚଳ ଏକାମ୍ର କ୍ଷେତ୍ର।  ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ  ମନ୍ଦିର ଦ୍ୱାର ଖୋଲାଯାଇ  ମଙ୍ଗଳ  ଆଳତୀ ଓ ଅବକାଶ କରାଯିବା ପରେ  ୫ଟାରୁ  ଶ୍ରଦ୍ଧାଳୁଙ୍କ  ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ  ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ  ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ  […]

wedding gift
ପାଟଣାଗଡ଼ ପାର୍ସଲ ବୋମା ଘଟଣା : କ୍ରାଇମବ୍ରାଞ୍ଚ SIT ତଦନ୍ତ ଆରମ୍ଭ

କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି। ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର […]

budget-1
୨୦୧୮-୧୯ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପିତ : ୧ ଲକ୍ଷ ୨୦ ହଜାର ୨୮ କୋଟିର ବ୍ୟୟ ଅଟକଳ

ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍।  ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉପସ୍ଥାପିତ। ଏହି ବଜେଟରେ ମୋଟ ବ୍ୟୟ ଅଟକଳ ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ରଖାଯାଇଛି। ସେହିପରି  ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୦ ହଜାର ୭୬୧ କୋଟି ଟଙ୍କା। ସରକାରଙ୍କୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୦୦ କୋଟି ଟଙ୍କା  ରଣ ଏବଂ ଅନ୍ୟାନ୍ୟ ଉତ୍ସରୁ ୧୯ ହଜାର ୬୭୮ କୋଟି ମିଳିବ। ବଜେଟରେ ମାନବ […]

  • Friday, 16 July 2021
paradeep
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶ୍ରମିକ ଆନ୍ଦୋଳନ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।  ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳିର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ।  ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି।  ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜର ମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବାଯାଏ ଆନ୍ଦୋଳନ ଜାରି […]

teacher strike
ଆସନ୍ତା ୨୬ରେ ଆନ୍ଦୋଳନକୁ ଓହ୍ଲାଇବେ ସ୍କୁଲ ଶିକ୍ଷକ ମିଳିତ ମଞ୍ଚ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବ ଓଡିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।  ବାରମ୍ବାର ଆନ୍ଦୋଳନ ପରେ ଦାବି ପୁରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଦାବି ପୂରଣ ନହେବାରୁ ପ୍ରତିବାଦ କରି ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିଗତ ୩ ଦିନ ଧରି ଧାରଣାରେ ବସିଛନ୍ତି କର୍ମଚାରୀ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡମରାକୁ ବି […]

parliament
୨୬ଟି ରାଜ୍ୟସଭା ଆସନ ପାଇଁ ଚାଲିଛି ନିର୍ବାଚନ

ନୂଆଦିଲ୍ଲୀ:  ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି […]

Nagada
ନଗଡ଼ାରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ।  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା। ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା।  ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା।  ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର […]

wedding gift blast
ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରିବା ସହ ରାଜ୍ୟ ବାହାରକୁ ଯାଇ ବି ଖାଲି ହାତରେ ଫେରିଛି। ଘଟଣାର ତୁରନ୍ତ ନ୍ୟାୟ ଦାବିରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାବେଳେ ଦିନକ ତଳେ ଏକ ଭିଡିଓ ଜରିଆରେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ନବବଧୂ […]

swarnalata dalai
ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା

ଭୁବନେଶ୍ୱର: ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ।  ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ। ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ […]

electricity
ବଢ଼ିବନି ବିଦ୍ୟୁତ ଦର

ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର।  ଗତବର୍ଷ ଭଳି ଏବର୍ଷ ବି ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ  ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି […]

anna hazare
ଚାଷୀଙ୍କ ପାଇଁ ଆଜିଠୁ ପୁଣି ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଆଜିଠୁ ପୁଣି ଅନଶନକୁ ଓହ୍ଲାଇବେ ସମାଜସେବୀ ଆନ୍ନା ହଜାରେ। ଚାଷୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିବେ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ହେଉଛି ତାଙ୍କର ପ୍ରମୁଖ ଦାବି। ଦେଶରେ ଚାଷୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ  ପ୍ରାୟ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଚାଷୀମାନଙ୍କ ଅବସ୍ଥା ସୁଧାରିବାକୁ ହେଲେ ସରକାର ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ଆନ୍ନା ଦାବି କରିଛନ୍ତି।