କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। […]