ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ଅୟୁବ ଖାଁଙ୍କ ସମ୍ପର୍କୀୟଙ୍କ ନାଁରେ ଅଭିଯୋଗ। ବିଧାୟକଙ୍କ ୩ ଜଣ ସମ୍ପର୍କୀୟ ଦୁଇ ଜଣ ଠିକାଦାରଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗିର ଏସ୍ପିଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲାଠୋର ଗାଁର ଦୁଇ ଠିକାଦାର ଭାଇ ନିଲେଶ ଅଗ୍ରଓ୍ୱାଲ ଏବଂ ଆକାଶ ଅଗ୍ରଓ୍ୱାଲ ଏକ ଠିକା କାମର କାଗଜ ପତ୍ର କରିବା ପାଇଁ ଆଜି ଦିନ ପ୍ରାୟ ୧୧ ଟାରେ ବଲାଙ୍ଗିର ଏମ୍.ଆଇ ଅଫିସ ଆସିଥିଲେ। ଏତିକିବେଳେ ବିଧାୟକଙ୍କ ତିନି ସମ୍ପର୍କୀୟ […]
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ଫଡ଼ିଛି। ପ୍ରତିଦିନ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରୁ ହଜାର ହଜାର ରୋଗୀ ଏହି ମେଡିକାଲକୁ ଆସନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବହୁ ସମୟରେ ଠିକ୍ ଚିକିତ୍ସା ନ ପାଇ ଫେରିଯାଆନ୍ତି ରୋଗୀ। ଏହି ଡାକ୍ତରଖାନାରେ ବର୍ଷ ତମାମ ପ୍ରତିଦିନ ହଜାରେରୁ ଅଧିକ ରୋଗୀ ଆଉଟଡୋରରେ ଚିକିତ୍ସିତ ହେଉଥିବା ବେଳେ ଇନଡୋରରେ ରୋଗୀଙ୍କ ସଂଖ୍ୟା ପ୍ରାୟ ତିନିଶହ ହେବ। କିନ୍ତୁ […]
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଚଣ୍ଡ ଖରାରରେ ଜଳ କଷ୍ଟ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ପଞ୍ଚାୟତର ନାରାୟଣ ନଗର ଗାଁ ଲୋକେ। ଗାଁରେ ସମୁଦାୟ ତିନିଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ଅଚଳ ହୋଇପଡ଼ିଛି। ଗାଁର ଲୋକସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ବାହାରୁଥିବା ପାଣି ନିଅଣ୍ଟ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଜଳାଭାବ ଦୂର କରିବା ପାଇଁ ପାନୀୟଜଳ ପ୍ରକଳ୍ପ ସିନା ଅଛି, କିନ୍ତୁ ତାହା […]
ପୁରୀ: ଚିଲିକାରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏକ ଫେରି ଅଟକି ଯାଇଥିଲା। ଫଳରେ ଫେରିରେ ଯାଉଥିବା ୧୦୦ରୁ ଅଧିକ ଲୋକ ଚିଲିକା ମଝିରେ ଅଟକି ରହିଥିଲେ। ଫେରିରେ ୧୦୦ରୁ ଅଧତ୍କ ଯାତ୍ରୀ ଓ ୨ଟି ବସ୍ ଏବଂ ୧୫ରୁ ଅଧିକ ବାଇକ୍ ଥିଲା। ପ୍ରାୟ ୨୦ ମିନିଟ ପରେ ଆଉ ଏକ ଫେରି ପହଞ୍ଚିବାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
କୋରାପୁଟ: ଓଡ଼ିଶାରେ ଗଡ଼ ମଝବୁତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ କଂଗ୍ରେସ। ଏ ନେଇ ମଙ୍ଗଳବାର ଦଳ କୋରାପୁଟରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ପିସିସି ନବନିଯୁକ୍ତ କମିଟି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିରାଟ ସମାବେଶ କରିଛନ୍ତି। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ। ଏଥିରେ କଂଗ୍ରେସର ବହୁ ବିଧାୟକ ଯୋଗ ଦେଇ ବିରାଟ ଶୋଭାଯାତ୍ରାରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ସେନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇଥିବା ବେଳେ ଜେଡ଼ିଏସ୍ ଓ କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି। ବୁଧବାର ଜେଡିଏସ୍ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାରସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି। ନିର୍ବାଚିତ ହେବାପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ବିଜେପି […]
ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ। ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ […]
ଭୁବନେଶ୍ୱର : ପୁଣି ଥରେ ସାରଥି ନିରାଶ। ବାରିମୂଳ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା। ତେବେ ମାମଲାରେ ସାରଥିଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା, ହେଲେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ଝାରସୁଗୁଡ଼ା : ଆଜିଠୁ ଆରମ୍ଭ ହେଉଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ ଆରମ୍ଭ କରିଛି ବିଜୁ ଜନତା ଦଳ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ଦଳ। ସୁଖାଶୋଡ଼ାରେ ମହାନଦୀ ସୁରକ୍ଷା ଯାତ୍ରା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ବର୍ତ୍ତମାନ ଏଠାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଆସନ୍ତାକାଲି ସମ୍ବଲପୁର, […]
ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍। କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ […]
ନୂଆଦିଲ୍ଲୀ : ଆଧାର କାର୍ଡ ପ୍ରଚଳନକୁ ଲୋକାଭିମୁଖି କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ୨୦୧୯ ମାର୍ଚ୍ଚରେ ଲାଗୁ ଅଧ୍ୟାଦେଶ ବଦଳରେ ଆସିବ ଆଧାର ବିଲ୍। ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଧାର ବିଲ୍ ଲୋକଙ୍କ ଆକାଂକ୍ଷା ପୂରଣ ନେଇ ସରକାର ଆଶାବାଦୀ ବୋଲି କହିଛନ୍ତି।
ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ […]
ବ୍ରହ୍ମପୁର :୨୦୦୮ରେ ଗଠନ ହୋଇଥିଲା ବ୍ରହ୍ମପୁର ମହାନଗର ନିଗମ। ୩୭ଟି ଓ୍ୱାର୍ଡରୁ ବଢି ହେଲା ୪୦ଟି ଓ୍ୱାର୍ଡ। ଗ୍ରେଟର ବ୍ରହ୍ମପୁର ଗଠନ ନେଇ ବ୍ରହ୍ମପୁରବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ସରକାର। ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁର କିଛି ଅଞ୍ଚଳ ମିଶାଇ ଗ୍ରେଟର ବ୍ରହ୍ମପୁର ଗଠନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି। ଯୋଜନା ଥିଲା ସହର ଚାରିପାଖର ୨ରୁ ୪ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳକୁ ମହାନଗରେ ମିଶାଇବା। ଲୋଚାପଡ଼ା, ଶକ୍ତିନଗର, ବ୍ରଜନଗର, କାଳୁଆନଗର, ଆମ୍ବପୁଆ ଏଭଳି ଅନେକ ପଞ୍ଚାୟତ […]
ବିଜୟୱାଡା : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନୌକାବୁଡ଼ି ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ପ୍ରାୟ ୨୩ଜଣ ନିଖୋଜ ଥିବା ସୂଚନା ମିଳିଛି। ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଛି। ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମ ଗଦାର ଦେବୀପାଟନମ୍ରୁ ମୋଟର୍ ବୋଟ୍ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯାଇଥିବା ବେଳେ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍ ତଲାକ୍ ବିଲ୍କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଗତ ଫେବୃଆରୀ ମାସରେ ପୂର୍ବର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ପକ୍ଷରୁ ଆଗତ ହୋଇଥିବା ବିଧେୟକର ସ୍ଥାନରେ ଏହି ବିଲ୍ ଆଗତ ହେବ। ସଦ୍ୟ ଅନୁମୋଦିତ ଟ୍ରିପଲ୍ ତଲାକ୍ ବିଲ୍ ସଂସଦର […]