ଢେଙ୍କାନାଳ : ଶିବ ମନ୍ଦିରରେ ଶବ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଚିତ୍ତଲପୁରରେ ଥିବା ଉଗ୍ରେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ନୂଆପାଟଣା ଗାଁର ନିରଞ୍ଜନ ସାହୁ। ମନ୍ଦିର ପରିସରରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିରଞ୍ଜନ ୨୧ ଦିନ ଧରି ମାନସିକ ପୂରଣ ଉଦ୍ଦେଶ୍ୟରେ ଏହି ମନ୍ଦିରରେ ଅଧିଆ ପଡ଼ିଥିଲେ। ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁଛି ରାସୋଳ ଥାନା ପୋଲିସ।
ନୂଅାଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସୋସିଅାଲ ମିଡିଅାରେ ଏକ ଭିଡିଓ ସେଅାର କରଛନ୍ତି I ଲୋକସଭା ସାଂସଦ ତଥା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ବୁଧବାର ଦିନ ଟୁଇଟର ପେଜରେ ଏହି ଭିଡିଓ ସେୟାର କରିଛନ୍ତି I ଏଥିରେ ତାଙ୍କ ରାଜନୈତିକ ବିରୋଧି ମାନଙ୍କୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି I ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରସାଇଜ ଓ ଯୋଗ କରୁଥିବା ଦେଖାଯାଇଛି […]
ଖୋର୍ଦ୍ଧା : ଖୋର୍ଦ୍ଧା ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ବାଲୁଗାଁ ଓ ବାଣପୁର ବନ୍ଦ। ବାଲୁଗାଁ-ବାଣପୁର-ଚିଲିକା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏଠାରେ ସମସ୍ତ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି ଆନ୍ଦୋଳନକାରୀ । ତେବେ ଗାଡି ଚଳାଚଳ ସ୍ୱାଭାବିକ ରହିଛି। ଦୀର୍ଘ ଦିନ ହେଲା ବାଣପୁରକୁ ସବଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି।
ଭୁବନେଶ୍ୱର : ୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍ ପ୍ରସ୍ତୁତି। ଏହି ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ। ଦୁଇ ଦିନ ଧରି ଚାଲିବ ଏହି ବୈଠକ। ଆଜିର ବୈଠକରେ ରାଜ୍ୟର ୩୩ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଯୋଗ ଦେଇଛନ୍ତି। ଗତ ୯ ତାରିଖରେ ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମେନପୁରିର ଦାନହରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟିର ବେଗ ଏତେ ଜୋରରେ ଥିଲା ଯେ, ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସ୍ରେ ଆବଶ୍ୟକତାରୁ ଅଧିକ ଅର୍ଥାତ୍ ପ୍ରାୟ ୮୦ରୁ ୯୦ ଯାତ୍ରୀ […]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି। ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ଜାମ୍ମୁ : ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ ଜାମ୍ମୁ ଓ କାଶ୍ମୀର ସାମ୍ବା ସେରର ଚାମ୍ବଲିୟାଲ ନିକଟରେ ପାକିସ୍ତାନ ପଟୁ ଘନ ଘନ ଗୁଳି ମାଡରେ ୪ଜଣ BSF ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଗୁରୁତର ଆହତ ହୋଇଛନ୍ତି । ଦିନକ ତଳେ ଚୀନର କିଙ୍ଗଦାଓରେ ଅନୁଷ୍ଠିତ ସଂଘାଇ କୋପରେସନ୍ ଅର୍ଗାନାଇଜେସନ SCO ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ମମ୍ ନୁନ୍ ହୁସେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ ଏବଂ କିଛି ଦିନ […]
ଭୁବନେଶ୍ୱର : ୨୦୩୦ ସୁଦ୍ଧା ଓଡ଼ିଶାରେ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏଥି ସହିତ ଓଡ଼ିଶାର କଳିଙ୍ଗ ନଗର ହେବ ଷ୍ଟିଲ ହବ୍। ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିରେନ୍ଦ୍ର ସିଂ ଏହା କହିଛନ୍ତି। ୨୦୩୦ ସୁଦ୍ଧା ସାରା ଦେଶରେ ୩୦୦ ମିଲିୟନ ଟନ ଇସ୍ପାତ ପ୍ରଡକ୍ସନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରେ ଓଡ଼ିଶାରୁ ଶହେ ମିଲିୟନ ଟନ […]
ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଆକାଶ ପାତାଳ ଫରକ। ଅଞ୍ଚଳ ସମାନ, ହେଲେ ବଦଳି ଯାଇଛି ଚିତ୍ର। ଯେଉଁ ଗାଁକୁ ପାଦଚଲା ରାସ୍ତା ନଥିଲା, ସେଠାକୁ ଏବେ ଲମ୍ବିଛି ସବୁଦିନିଆ ପକ୍କା ରାସ୍ତା। ମୁଣ୍ଡ ଗୁଞ୍ଜିବାକୁ ଚାଳ ନଥିଲା, ହେଲେ ଏବେ ପ୍ରତି ପରିବାର ପାଇଁ କଂକ୍ରିଟ୍ ଛାତ। କେଉଁଠି ନିର୍ମାଣ ସରିଛି, ତ ଆଉ କେଉଁଠି ଜୋରସରରେ ଜାରି ରହିଛି ନିର୍ମାଣ କାମ। ସେହିଭଳି ପିଇବା ଲାଗି ହୋଇଛି ପାଇପ ପାଣିର ବ୍ୟବସ୍ଥା ସହ […]
ଭୁବନେଶ୍ୱର : ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲ୍ରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି। ଏଥିସହ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କ ଘରୁ […]
ଭୁବନେଶ୍ୱର : ଦୁର୍ବଳ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ କମିପାରେ ବର୍ଷାର ପ୍ରଭାବ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟର କିଛି ସ୍ଥାନରେ କେବଳ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବ ରହିବ। ତେବେ ଆଜିବି ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ମୌସୁମୀ ବର୍ଷାର ପ୍ରଭାବ […]
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି I ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଦିଲ୍ଲୀ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି I ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥିଲେ ଦାତି ମହାରାଜ I ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା କୁହାଯାଉଛି I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ। ନବଜାତ ପୁଅ ବଦଳରେ ମୃତ ଶିଶୁକନ୍ୟା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏକ ଦମ୍ପତ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି କାଶୀପୁର କୁମ୍ଭାରଶିଳାର ଜଣେ ପ୍ରସୂତି ରାୟଗଡ଼ା ମେଡିକାଲରେ ପ୍ରସବ କରିଥିଲେ। ଶିଶୁର ସ୍ୱାସ୍ଥାବସ୍ଥା ଖରାପ ହେବାରୁ ତାକୁ କୋରାପୁଟ ମେଡିକାଲର ଏସଏନ୍ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଦମ୍ପତ୍ତିକୁ ମେଡିକାଲ ତରଫରୁ ମୃତ ଶିଶୁକନ୍ୟା ଦିଆଯାଇଥିବାରୁ, ଶିଶୁଟିକୁ ଗ୍ରହଣ କରିନଥିଲେ ଦମ୍ପତ୍ତି। ମେଡିକାଲରେ ତାଙ୍କ […]
ମୟୁରଭଞ୍ଜ : ମୟୁରଭଞ୍ଜ ନିଚୁଆପଦାରେ ଆରମ୍ଭ ହୋଇଛି ସୁର୍ ତାଲ୍ ମହୋତ୍ସବ। ବିଧାୟକ ପ୍ରବୀଣ ଭଂଜଦେଓ ଏହାର ଉଦଘାଟନ କରିଥିଲେ। ଗ୍ରାମାଂଚଳରେ ଥିବା କଳାକାରମାନଙ୍କୁ ସୁଯୋଗ ଦେବା ଏହାର ଉଦ୍ଦେଶ୍ୟ ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଂସ୍କୃତିକ ତଥା ଲୋକକଳା ଅନୁଷ୍ଠାନ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ତେବେ ନିଚୁଆପଦା ସୁରତାଲ୍ ମହୋତ୍ସବର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା, ବିଭିନ୍ନ କଳାକରଙ୍କ ଦ୍ୱାରା ଓଡିଶୀ ଏବଂ ମୟୁରଭଞ୍ଜର ଛଉ ନୃତ୍ୟ ପ୍ରଦର୍ଶନୀ। ୩ଦିନ […]