ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ ସାଂସଦ ଭୋଟ ଦାନରୁ ବିରତ ରହିଥିଲେ। ଏବେ ଏହି ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଶାହ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ, ଏହା ଜମ୍ମୁ ଓ କାଶ୍ମୀରକୁ ଭାରତ ସହ ଦଶନ୍ଧି ଦଶନ୍ଧି ଧରି ଯୋଡ଼ି ରଖିବ ଓ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତେବେ ବିଲ୍ର ଉପସ୍ଥାପନ ଶୈଳୀ ନେଇ ଆପତ୍ତି କରିଛି କଂଗ୍ରେସ। କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ରାତାରାତି ଗୋଟିଏ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମ୍ବିଧାନର ବିବାଦୀୟ ଧାରା ୩୫-ଏର ଭାଗ୍ୟ ଏବେ କ’ଣ ହେବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ ଉଚ୍ଛେଦ ହୋଇଯାଇଛି। ସମ୍ବିଧାନର ଧାରା ୧୪୫ ଅନୁଯାୟୀ, ସମ୍ବିଧାନର ଯେକୌଣସି ଧାରାକୁ ଚ୍ୟାଲେଞ୍ଜ କରାଗଲେ, ତାହାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବା କଥା। ତେଣୁ ୩୫-ଏ ସମ୍ବିଧାନର ମୂଳ ନିୟମକୁ ଉଲ୍ଲଙ୍ଘନ କରୁଛି କି ନାହିଁ, […]
ଶ୍ରୀନଗର : ରବିବାର ରାତିରୁ ଗୃହବନ୍ଦୀ ହୋଇ ରହିଥିବା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ପୁଲିସ୍ ଗିରଫ କରିଛି। ଗିରଫ ପରେ ଉଭୟ ଏକ ଗେଷ୍ଟ ହାଉସ୍କୁ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ କେଉଁ କାରଣ ପାଇଁ ଉଭୟଙ୍କୁ ଗିରଫ କରାଗଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରାଜ୍ୟସଭାରେ ଜମ୍ମୁକୁ ଦୁଇ ଭାଗ […]
ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ। ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ନିନ୍ଦା କରିବା ସହ ଏକପାଖିଆ କହି ପ୍ରତ୍ୟାଖ୍ୟାନ କରିଛି। ଭାରତ ଅଧିକୃତ ଜମ୍ମୁ ଓ କଶ୍ମୀର ଆନ୍ତର୍ଜାତିକ ସ୍ତରରେ ବିବାଦୀୟ ଅଂଚଳ ଭାବେ ମାନ୍ୟତା ପାଇଛି। ତେଣୁ ଏହା ପାକିସ୍ତାନ ଏବଂ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଭାରତ […]
ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟାର ମାରାଥନ ବିତର୍କ ପରେ ଶେଷରେ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଯାଇଛି। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀରକୁ ଏଣିକି ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭାବେ ଗଣତି କରାଯିବ। ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏବେ ଏହି ବିଲ୍ ଲୋକସଭାରେ ଆଗତ ହେବ। ଏଥିସହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ମଧ୍ୟ ଉଚ୍ଛେଦ ହୋଇଛି। ଏହାକୁ ରାଷ୍ଟ୍ରପତି […]
ଭୁବନେଶ୍ୱର : ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍ଙ୍କୁ ଏନେଇ ଆଲର୍ଟ ଜାରି କରିଛି । ଆବଶ୍ୟକ ସଂଖ୍ୟକ ଫୋର୍ସ ମହଜୁଦ୍ ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହାଛଡ଼ା କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ବଢ଼ାଇବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ନଜର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ହୋଇଛି।ଏବେ ଏହା ଏକ ରାଜ୍ୟ ନୁହେଁ, ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଲଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ମଧ୍ୟ ଏକ ପ୍ରସ୍ତାବ […]
ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଦଳୀୟ ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ସଂସଦର ଲାଇବ୍ରେରୀ ହଲ୍ରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ନା ଅଭ୍ୟାସ ବର୍ଗ ରଖାଯାଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିଜେପି ସାଂସଦମାନେ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ […]
ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ ଅପିଲ କରାଯାଇଥିଲା। ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇ ପାରିନଥିବା କୋର୍ଟକୁ ଜଣାଇଛନ୍ତି ଉଭୟ ପକ୍ଷ। ଏଥିସହ ବିଶେଷଜ୍ଞ […]
ନୂଆଦିଲ୍ଲୀ : ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ଆଇନକୁ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଅନ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆମେଣ୍ଡମେଣ୍ଟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହିତ ହେବା ପରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ତଦନ୍ତ ଏଜେନ୍ସିଗୁଡିକୁ ଏଣିକି ଅଧିକ କ୍ଷମତା ମିଳିବ। ପୂର୍ବରୁ ସଂଗଠନ ଓ ଏହା ସହିତ ଜଡିତ ଲୋକଙ୍କୁ ଆତଙ୍କବାଦୀ ରୂପେ ଚିହ୍ନଟ କରାଯାଉଥିଲା। ମାତ୍ର ନୂଆ ଆଇନ ଦ୍ୱାରା ଏଣିକି ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କୁ ବି ଆତଙ୍କବାଦୀ […]
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଲା। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି। ତେବେ ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁ ଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ […]
ଭୁବନେଶ୍ୱର : ଅକାଳରେ ଝଡ଼ିଗଲା ତିନି ତିନିଟି ଜୀବନ। ନିର୍ମାଣାଧୀନ ଓ୍ୱାଟର ସମ୍ପର ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ। ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଲେ ସମାରନ ମୁନିଆନ, ବସୁଦେବ ମଣ୍ଡଳ ଓ ଭିଗୁରାମ ମଣ୍ଡଳ । ଏମାନଙ୍କ ଘର ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳରେ ବୋଲି କୁହାଯାଉଛି। ସେଣ୍ଟ୍ରି ଖୋଲିବାକୁ ସମ୍ପ୍ ଭିତରକୁ ପ୍ରଥମେ ଜଣେ ଶ୍ରମିକ ପଶି ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କୁ ଉଦ୍ଧାର କରିବାକୁ […]
ନୂଆଦିଲ୍ଲୀ : ତିନ୍ ତଲାକ ବିଲ୍ର ରାଜ୍ୟସଭା ଟେଷ୍ଟ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହରେ ବିଲ୍ ଉପସ୍ଥାପନ କରିଛନ୍ତି। ଏହା ପରେ ରାଜ୍ୟସଭାରେ ବିଲ୍କୁ ନେଇ ଆଲୋଚନା ଚାଲିଛି। ଏହି ବିଲ୍ ଅନୁସାରେ ତିନ୍ ତଲାକ୍ ଜରିଆରେ ଛାଡ଼ପତ୍ର ଦେଲେ, ତାକୁ କ୍ରିମିନାଲ ଅଫେନ୍ସ ବୋଲି ଧରାଯିବ ଏବଂ ଦୋଷୀକୁ ୩ ବର୍ଷ ଜେଲ୍ ଦଣ୍ଡ ମଧ୍ୟ ମିଳିବ। ରାଜ୍ୟସଭାରେ ଆଜି ବିଲ୍ ଆଗତ କରି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ […]