ଭୁବନେଶ୍ୱର: ବଦଳିଲା ପାଗର ମିଜାଜ୍। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ବର୍ଷା ହେବା ଫଳରେ ରାଜ୍ୟର ସବୁ ଅଞ୍ଚଳର ତାପମାତ୍ରା କମିଛି। କେବଳ ବଲାଙ୍ଗିର ଓ ଟିଟିଲାଗଡ଼କୁ ଛାଡ଼ି ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଗତକାଲି ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି କାରଣରୁ ତାପମାତ୍ରା କମିଛି। ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ପୁଣି ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ […]
ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲ୍ଦାର ଧନଞ୍ଜୟ ଦତ୍ତ ଗିରଫ। ଧନଞ୍ଜୟ ଡ୍ୟୁଟି ଛାଡ଼ି ମହିମାଙ୍କ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଯାଉଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରୁ ପୋଲିସ ଗିରଫ କରିଛି। ତାଙ୍କ ଠାରୁ ଏୟାରଫିଲ୍ଡ ପୋଲିସ୍ ୨୦ ରାଉଣ୍ଡ ଗୁଳି ଜବତ କରିଛି। ମହିମା ମିଶ୍ର ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଥାଉ କି, ପାରାଦୀପ ସିୱେଜ୍ ସିପିଂ କମ୍ପାନୀର ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ପୋଲିସ ଶିଳ୍ପପତି ମହିମା […]
ନାସିକ: ଏକ ଘରୋଇ ବ୍ୟାଙ୍କ ATM ରେ ବୈଷୟିକ ତ୍ରୁଟି ଯୋଗୁଁ ଗ୍ରାହକମାନେ ଥରେ ବଟନ ଚିପି 5 ଗୁଣା ଟଙ୍କା ପାଇଛନ୍ତି I ବ୍ୟାଙ୍କ ଖବର ପାଇବା ବେଳକୁ 3.5 ଲକ୍ଷ ଡ୍ର ହୋଇସାରିଥିଲା I ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ସହରରେ I ସୂଚନା ମୁତାବକ, ମଙ୍ଗଳବାର ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କ ATMରେ ହଠାତ ଭିଡ଼ ହୋଇଯାଇଥିଲା I ବ୍ୟାଙ୍କ କର୍ମଚାରୀ ATMରେ ଟଙ୍କା ଭର୍ତ୍ତି କଲା ପରେ ଜଣେ ବ୍ୟକ୍ତି […]
ଭୁବନେଶ୍ୱର : ଯୋଗ ମୁଦ୍ରାରେ ସାରା ବିଶ୍ୱ। ନଥିଲା ବୟସ କି ବର୍ଗର ଫରକ୍। କିଏ ଶିଖୁଥିଲା ତ କିଏ ଶିଖାଉଥିଲା ସୁସ୍ଥ ଓ ନିରୋଗ ରହିବାର ଏ ମହାନ ପ୍ରାଚୀନ କଳା। ଡେରାଡୁନ୍ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ ଯୋଗ ମୁଦ୍ରାରେ ନିମଗ୍ନ ହେବା ସହ ବଖାଣିଥିଲେ ଯୋଗର ମାହାତ୍ମ୍ୟ। ସେହିପରି ଯୋଗଗୁରୁ ରାମଦେବ ରାଜସ୍ଥାନ କୋଟାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଶିଖାଇଥିଲେ ଭିନ୍ନ ଭିନ୍ନ ପ୍ରକାର […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ନୌ ପାସପୋର୍ଟ ସେବା କେନ୍ଦ୍ରରେ ଧର୍ମକୁ ନେଇ ମହିଳାଙ୍କ ଅପମାନ ପ୍ରସଙ୍ଗ। ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ମହିଳାଙ୍କୁ ମିଳିଛି ନ୍ୟାୟ । ଗତକାଲି ଲକ୍ଷ୍ନୌର ପାସପୋର୍ଟ ସେବା କେନ୍ଦ୍ରକୁ ତନଭି ନାମକ ଜଣେ ମହିଳା ତାଙ୍କର ସ୍ୱାମୀ ଏବଂ ୬ ବର୍ଷର ଝିଅ ପାଇଁ ପାସପୋର୍ଟ ଆବେଦନ କରିବାକୁ ଯାଇଥିଲେ। ଦୁଇଟି କାଉଣ୍ଟରରେ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ତୃତୀୟ କାଉଣ୍ଟରରେ ମହିଳାଙ୍କୁ ଧର୍ମଙ୍କୁ ନେଇ ବିକାଶ ମିଶ୍ର ନାମକ […]
କୋରାପୁଟ : କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତ ଦୁଇ ଜଣ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଓ ଧନପତି ମୁଦୁଲି। ଦୁହେଁ ସ୍ଥାନୀୟ ମୁଣ୍ଡିପଦର ଗାଁର ବୋଲି ସୂଚନା ମିଳିଛି। ଗତକାଲି ଧନପତି ତାଙ୍କ ପିଉସୀଙ୍କ ସହ କୁସୁମି ହାଟକୁ ଯାଇଥିଲେ। ହାଟରୁ ଫେରିଲା ବେଳେ ପର୍ଶୁରାମଙ୍କ ସହ ପଳାଇଥିବା ଅଭିଯୋଗ ହୋଇଛି। ତେବେ ଏହା ଆତ୍ମହତ୍ୟା […]
ଭୁବନେଶ୍ୱର: ଖରାରେ ସିଝୁଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲା ଭଳି ଖବର ଦେଇଛି ପାଣିପାଗ ବିଭାଗ । ପାଗ ଅନୁକୂଳ ରହିଛି ଓ ଜୁନ ୨୩ ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପୁଣି ସକ୍ରିୟ ହେବାକୁ ଯାଉଛି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡିଶା ସମେତ […]
ବାଲେଶ୍ୱର : ତତଲା ପେଜ ପାତ୍ରରେ ପଡି ୫ ବର୍ଷର ଶିଶୁପୁତ୍ର ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କଣ୍ଟିଆଟିକର ଗାଁରେ। ଗାଁର ବିଦ୍ୟାଧର ବେହେରାଙ୍କ ୫ ବର୍ଷର ପୁଅ ତନ୍ମୟ ବଡ଼ମା ଘରକୁ ଖେଳି ଯାଇଥିଲା। ହେଲେ ସେଠାରେ ରଖା ଯାଇଥିବା ପେଜ ପାତ୍ରରେ ପଡ଼ି ଯିବାରୁ ତନ୍ମୟ ଗୁରୁତର ହୋଇଥିଲା। ଚିକିତ୍ସା ଲାଗି ତାକୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ପିଠି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ତା ଅବସ୍ଥା ଗୁରୁତର ରହିଛି। […]
ନୂଆଦିଲ୍ଲୀ : 2019 ଲୋକସଭା ଅାସନ ପାଇଁ ସବୁ ଦଳ ଋଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି I ଏହା ଭିତରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା ବୋଲି ବୟାନ ଦେଇଛନ୍ତି I ସେ କହିଛନ୍ତି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନି I କିନ୍ତୁ ଉତ୍ତରପ୍ରଦେଶରେ ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ବିକାଶ କରିବାକୁ ଚାହୁଁଛି I 2019 ରେ ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନରେ ଅଖିଳେଶ କହିଲେ […]
ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ମହାବଳ ବାଘ। ଏଥିପାଇଁ ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନରୁ ଆସିଥିବା ମହାବଳ ବାଘ ଓଡ଼ିଶାରେ ପହଞ୍ଚିଛି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଏହି ବାଘକୁ ଆଜି ଓଡ଼ିଶା ଅଣାଯାଇଛି। ଏକ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇ ବାଘକୁ ଅଣାଯାଇଛି। ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା […]
ଭୋପାଳ: ଶବ ଦାହ କରିବାକୁ ଯାଇ ନିଜେ ହୋଇଗଲେ ଶବ। ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୧୫ ଜୀବନ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ୪୫୬ କିଲୋମିଟର ଦୂର ମୋରେନାଠାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୋଟିଏ ପରିବାରର ୨୦ଜଣ ସଦସ୍ୟ ଏକ ଜିପ୍ରେ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଯାଉଥିଲେ। ମୋରେନା ଘୁରଘାନ୍ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଜିପ୍କୁ […]
ଭୁବନେଶ୍ୱର: ମୌସୁମୀ ସଅଳ ଆସିଥିଲେ ମଧ୍ୟ ରାଜ୍ୟବ୍ୟାପି ଗ୍ରୀଷ୍ମପ୍ରବାହ ଜାରି ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ମଧ୍ୟ ପବନ ବହୁଛି । ଗତ କିଛି ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୪ଟା […]