• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nayagarh
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌; ୧୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲୁଣିସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍‌ର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, […]

  • Saturday, 17 July 2021
bjp--1
ଆଜିଠୁ ବିଜେପିର ମେଗା ସଦସ୍ୟତା ଅଭିଯାନ

ନୂଆଦିଲ୍ଲୀ/ ଭୁବନେଶ୍ୱର  : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହେଉଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଅଭିଯାନ ଆରମ୍ଭ କରିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଜଣାଇଛନ୍ତି। ଏହାଛଡ଼ା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା […]

  • Saturday, 17 July 2021
monsoon
ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶାକୁ ଛୁଇଁପାରେ ମୌସୁମୀ। ଏହାର ପ୍ରଭାବରେ ଆଜିଠାରୁ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ।  ଏଥିସହ ପବନର ବେଗ ୨୫ରୁ ୩୦ କିଲୋମିଟର ମଧ୍ୟରେ ରହିବ। ଫଳରେ ଏନେଇ ମତ୍ସଜୀବୀ ମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ ୪ କିମ୍ବା ୫ରେ ରେ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ମୌସୁମୀ ବର୍ଷା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। […]

  • Saturday, 17 July 2021
koraput
ପଥର ଖୋଳିବା ବେଳେ ଧସିଲା ପାହାଡ: ପଥର ତଳେ ୨ଜଣ ଚାପି ରହିଥିବା ସନ୍ଦେହ

କୋରାପୁଟ: କୋରାପୁଟର ଜିଲ୍ଲା ବରିପୁଟରେ ପଥର ଖୋଳିବା ବେଳେ ପାହାଡ ଧସି ୨ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପଥର ଖୋଳାଯାଉଥିବା ବେଳେ ହଠାତ ପାହାଡ ଧସି ଯାଇଥିଲା। ଖବର ପାଇଁ ବୋରିଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।  କିନ୍ତୁ ବଡ ବଡ ପଥର ଖଣ୍ଡ ଖସି ପଡିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା।  […]

  • Saturday, 17 July 2021
petrol pump
ବଢ଼ିଲା ପେଟ୍ରୋଲ ଦାମ ; ପେଟ୍ରୋଲ ୨ଟଙ୍କା ୫୦ ଓ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ ଆସୁ ଆସୁ ବଢ଼ିଲା ପେଟ୍ରୋଲ ଦାମ। ଲୋକେ ଆଶା କରିଥିଲେ ମହଙ୍ଗା ମାଡ଼ରୁ ତ୍ରାହି ମିଳିବ। ହେଲେ ତାର ଓଲଟା ହୋଇଛି। ତେଲ ପାଇଁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]

  • Saturday, 17 July 2021
thai-2
୮ ଥାଇ ଯୁବତୀଙ୍କୁ ବିଦା କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଟୁରିଷ୍ଟ ଭିସାରେ ଆସି ଭୁବନେଶ୍ୱରରେ ସେକ୍ସ କାରବାରରେ ଲିପ୍ତ ଥିବା ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଆଜି ବିଦା କରିଛି କମିଶନରେଟ ପୋଲିସ। ‘କୁଇଟ୍ ଇଣ୍ଡିଆ’ ନୋଟିସ ଜାରି ହେବାର ୪୮ ଘଣ୍ଟା ଭିତରେ ଆଜି ସମସ୍ତେ ସ୍ୱଦେଶ ଫେରିଯାଇଛନ୍ତି। ସଂପୃକ୍ତ ଯୁବତୀମାନେ ଟୁରିଷ୍ଟ ଓ ବ୍ୟବସାୟ ଭିସାରେ ଆସିଥିଲେ ଓଡ଼ିଶା। ଆଉ ସମସ୍ତ ଆଇନକୁ ଉଲଂଘନ କରି ଜାରି ରଖିଥିଲେ ଦେହ ବ୍ୟବସାୟ। କିଛି ଦିନ ତଳେ ଭୁବନେଶ୍ୱର ବାପୁଜୀନଗର ଅଞ୍ଚଳର ଏକ ସ୍ପା […]

  • Saturday, 17 July 2021
chanda-kochhar
ଭିଡିଓକନ୍ ଗ୍ରୁପ୍‌କୁ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କ ସିଇଓଙ୍କ ବିରୋଧରେ ତଦନ୍ତ ହେବ

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ, ଚନ୍ଦାଙ୍କ ସ୍ୱାମୀଙ୍କ ପରିଚାଳିତ କମ୍ପାନୀରେ ଭିଡିଓକନ କମ୍ପାନୀର ପ୍ରମୋଟର ନିବେଶ କରିଛନ୍ତି । ତେଣୁ ସେ ଅନୁକମ୍ପା ପ୍ରଦର୍ଶନ କରି ଭିଡିଓକୋନ୍‌କୁ ଏତେ ବଡ଼ […]

  • Saturday, 17 July 2021
by election
ବାଜିମାରିଲେ ମହାମେଣ୍ଟ : ବିଜେପିଠୁ ଛଡ଼ାଇନେଲେ ଦୁଇଟି ଆସନ

ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍‌କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି। ତବସୁମ୍ ହସନଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା। ବିଏସପି ମଧ୍ୟ ଭିତିରିଆ ଭାବେ ତାଙ୍କୁ ସମର୍ଥନ କରିଥିଲା। ଏକାଠି ହୋଇ ବିଜେପିଠାରୁ ଏହି ଆସନକୁ […]

  • Saturday, 17 July 2021
film
ଚଳଚ୍ଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ଓଡିଶାର କଳା, ସାହିତ୍ୟ, ଚଳଚିତ୍ର,ଯାତ୍ରା, ନୃତ୍ୟ, ସଂଗୀତ, ଟିଭି ସିରିଏଲ ଓ ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୭ […]

  • Saturday, 17 July 2021
son killed mother
ରୋଗଗ୍ରସ୍ତ ମା’କୁ ମାରି ପୋତି ଦେଲା ପୁଅ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା ସୂଚନା ଅନୁସାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଝାମ୍ପି। ତାଙ୍କର ଦେହ ଦିନକୁ ଦିନ ବେଶି ଖରାପ ହେବରେ ଲାଗିଥିଲା। ସେ ଚଲାବୁଲା କରିପାରୁନଥିଲେ। ଏପରି ଅବସ୍ଥାରେ ମା’ର ଚିକିତ୍ସା ନକରି ପୁଅ ତାଙ୍କୁ ମାରିବା ପରେ ଗାଁ […]

  • Saturday, 17 July 2021
punjilal
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ; ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଶୁଣାଣି ଶେଷ

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଶେଷ ହୋଇଛି। ବଲାଙ୍ଗିର ଏଡିଜେ କୋର୍ଟରେ ଏନେଇ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜେଲରେ ଅଛନ୍ତି। ଗତ ଏପ୍ରିଲ ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ତାପରେ ପର୍ଯ୍ୟାୟକ୍ରମେ ରାଜ୍ୟ ଓ ରାଜ୍ୟ […]

  • Saturday, 17 July 2021
sambalpur student
ପଶ୍ଚିମ ଓଡ଼ିଶାର ବଳସିଂହା ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ସାଧାରଣ ପରିବାରରୁ ଆସିଥିବା ଶେଷା କିଶାନ୍ ନାମକ ଜଣେ ଯୁବକ ଆଜି ଜର୍ମାନୀର ଗଟିନ୍‌ଜେନ୍‌ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସୋସିଏଟ୍। ତାଙ୍କର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସାଧନା ଯୋଗୁ ଏକ ଚାଟଶାଳୀରୁ ପାଠପଢ଼ି ଆଜି ସେ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ ଯୋଗଦାନ କରିପାରିଛନ୍ତି। ତେବେ ପଢ଼ନ୍ତୁ ସମ୍ବଲପୁରର ବଳସିଂହା ଗାଁରୁ ଜର୍ମାନୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶେଷାଙ୍କ ସାଧନା ଓ ତପସ୍ୟାର ପ୍ରେରଣାଦାୟକ କାହାଣୀ… ବାଲ୍ୟକାଳରୁ ବାପା-ମାଆଙ୍କୁ ହରାଇଥିବା […]

  • Saturday, 17 July 2021
bengaluru
ଓଟିଭିର ପ୍ରଭାବ: ବେଙ୍ଗାଲୁରୁରେ ପାରିଶ୍ରମିକ ପାଉନଥିବା ଓଡ଼ିଆ ଶ୍ରମିକଙ୍କୁ ପାରିଶ୍ରମିକ ଦେବାକୁ ଭରସା ଦେଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର/ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠ ଚନ୍ଦାପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ପ୍ରସଙ୍ଗରେ ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା କର୍ଣ୍ଣାଟକ ପ୍ରଶାସନ। ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୭ ମାସ ଧରି ସମସ୍ତ ଶ୍ରମିକ ଏଠାରେ କାମ କରିଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦିଅଯାଇନଥିଲା। ପାଉଣା ପାଇଁ ପୋଲିସ ନିକଟରେ ଅଭିଯୋଗ କରିବାରୁ ସମ୍ପୃକ୍ତ ଠିକାସଂସ୍ଥା ଶ୍ରମିକମାନେ ରହୁଥିବା ଘରର ପାଣି ଓ […]

  • Saturday, 17 July 2021
baripada
ଥମୁନି ପିଲା ଚୋରି ଗୁଜବ: ପିଲା ଚୋର ଭାବି ଜଣେ ଅଣ ଓଡ଼ିଆଙ୍କୁ ନିର୍ଧୂମ ପିଟିଲେ

ବାରିପଦା: ପିଲା ଚୋରି ଗୁଜବ ନେଇ ପୋଲିସର ଚେତାବନୀ ଏବଂ ଆଡଭାଇଜରି ସତ୍ତ୍ୱେ ବି ଜାରି ରହିଛି ଅଚିହ୍ନା ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାକୁରତୋଟା ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ରାତି ଅଧରେ ଜଣେ ଅଣ ଓଡ଼ିଆଙ୍କୁ ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ ମାରିବା ସହ ନିର୍ଯାତନା ଦେଇଛନ୍ତି। ସୂଚନା ଅନୁସାରେ, ୩ଜଣ ବ୍ୟକ୍ତି ବୈଶିଙ୍ଗା ଆସିଥିଲେ। […]

  • Saturday, 17 July 2021
thailand girl
ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ୮ ଥାଇଲାଣ୍ଡ ଯୁବତୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ପା ସେଣ୍ଟରରୁ ୮ ଥାଇଲାଣ୍ଡ ଯୁବତୀ ଧରାପଡ଼ିବା ଘଟଣାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ। ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି।  ଗତ ୧୯ତାରିଖରେ ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ବଡ ସେକ୍ସ ରାକେଟ୍‌କୁ କମିଶନରେଟ୍ ପୋଲିସ ଧରିଥିଲା।  ଏହି ରାକେଟ୍‌ରେ […]

  • Saturday, 17 July 2021
airport
ଭୁବନେଶ୍ୱରରେ ହେବ ଆଉ ଏକ ଏୟାରପୋର୍ଟ

ଭୁବନେଶ୍ୱର: ଖୁବ୍‌ ଶ୍ରୀଘ୍ର ରାଜଧାନୀ ଭୁବନେଶ୍ୱରରେ ହେବ ଆଉ ଏକ ବିମାନ ବନ୍ଦର। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଟ୍ୱିଟ୍‌ରେ ଏହି ସୂଚନା ଦିଆଯାଇଛି। Identification of a suitable land to build a second airport near Khurda on the outskirts of Bhubaneswar has been initiated. The set-up process will be fast-tracked. The new airport […]

  • Saturday, 17 July 2021