ଯାଜପୁର : ପାନୀୟ ଜଳ ପାଇଁ ଗରା ବାଲତି ରଖି ମହିଳାଙ୍କ ରାସ୍ତା ଅବରୋଧ। ଏ ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପନ୍ତୁରି ଗାଁରେ। ଗାଁରେ ପ୍ରାୟ ୧୦୦ଟି ପରିବାର ରହୁଥିବା ବେଳେ ଏଠାରେ ଥିବା ଏକମାତ୍ର ଓଭରହେଡ଼୍ ଟ୍ୟାଙ୍କ ପାଣି ଉପରେ ସମସ୍ତେ ନିର୍ଭର କରିଥାନ୍ତି। ହେଲେ ଗତ ୩ ଦିନ ହେଲା ଟ୍ୟାଙ୍କ ଅଚଳ ହୋଇଯିବାରୁ ପିଇବା ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ନେଇ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ […]
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଜିଲ୍ଲା ଜଜଙ୍କୁ ସବୁ ତଥ୍ୟ ଦିଆଯିବ। ଦାନ ଅର୍ଥ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ହେବ। ଶ୍ରୀମନ୍ଦିର ପରିସର ୨୩ଟି ଜାଗାରେ ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ଓ ସୁପ୍ରିମକୋର୍ଟରେ କଣ ସତ୍ୟପାଠ ଦିଆଯିବ ସେନେଇ ଆଲୋଚନା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ […]
ମହାରାଷ୍ଟ୍ର : ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମାଆର ଜୀବନକୁ ବାଜି ଲଗାଇଛି ପୁଅ। ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଇଛି ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ୱାସିମ୍ ସହରରେ। ଯେଉଁଠି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳର ପରିଣତି ଏହି ବୃଦ୍ଧାଙ୍କୁ ଭୋଗିବାକୁ ପଡ଼ିଛି । ସବୁଠୁ ବଡ଼ କଥା ହେଲା, ନିଜ ପୁଅ ହିଁ ତାଙ୍କୁ ଟ୍ରାକ୍ଟର […]
ଚିଲିକା : ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପବନ ସହ ଡଙ୍ଗା ଓ ଡଙ୍ଗା ମାଲିକକୁ ଦୋଷ ଦେଇଛନ୍ତି ମନ୍ତ୍ରୀ ନୃସିଂହ ସାହୁ। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ଅବସ୍ଥା ଭଲ ନଥିଲା, ପାଣି ଗଳୁ ଥିଲା ବୋଲି ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଏଥିସହ ଡଙ୍ଗା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ତେବେ ଡଙ୍ଗା ବୁଡ଼ିବା ନେଇ ଝଡ଼ ବି ଏକ କାରଣ ବୋଲି କହିଛନ୍ତି ମନ୍ତ୍ରୀ। ଲାଇଫ ଜ୍ୟାକେଟ ବ୍ୟବହାର ନେଇ ଏଣିକି […]
ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଓ ବିହାରରୁ ଝାଡ଼ଖଣ୍ଡ ଦେଇ ଯାଇଥିବା ଟ୍ରପଲାଇନ୍ ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି କହିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି। ମୌସୁମୀ ସକ୍ରିୟ ହେବା ପରେ […]
ପୁରୀ: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଫଟୋ। ଆଉ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ୱ ଫଟୋ। ହାଇଦ୍ରାବାଦର ଆନନ୍ଦ ଗିନ୍କିଣ୍ଟ୍ଲା ନାମକ ଜଣେ ପର୍ଯ୍ୟଟକ ତାଙ୍କ ଫେସ୍ବୁକ୍ରେ ଏହି ଫଟୋ ଅପ୍ଲୋଡ଼ କରିଥିବା ଜଣାପଡିଛି। ସନ୍ଧ୍ୟା ସମୟରେ କୀର୍ତ୍ତନ ଚକଡ଼ାରୁ ଏହି ଫଟୋ ଉଠାଯାଇଛି। ତେବେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଗଲା, ସେ ବ୍ୟକ୍ତି ଜଣଙ୍କୁ କିଏ ଫଟୋ ଉଠାଇବାକୁ ଅନୁମତି ଦେଲା, ଆଉ ସେ […]
ଭୁବନେଶ୍ୱର: ଝାଡ଼ଖଣ୍ଡ ନୂଆମୁଣ୍ଡି-ଜଗନ୍ନାଥପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ନେସ୍କୋ ବିଭାଗରେ କାର୍ଯ୍ୟରତ ରବୀନ୍ଦ୍ରନାଥ ମହାପାତ୍ର, ତାଙ୍କ ପତ୍ନୀ ଓ ଝିଅ, ଜ୍ୱାଇଁଙ୍କ ସହ ଦେଢବର୍ଷର ନାତୁଣୀ ଏକ କାରରେ ସଢେଇକଳାରୁ ବଡବିଲ ଫେରୁଥିଲେ। ଗତକାଲି ମଧ୍ୟାହ୍ନରେ ଏକ ଟ୍ରକ୍ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା। […]
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ମୋଦି-ମମତା ଭେଟାଭେଟି। ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସକାରାତ୍ମକ ଉତ୍ତର ମିଳିଥିବା କହିଛନ୍ତି ମମତା। ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ମଧ୍ୟ ମୋଦିଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ମୋଦି ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ସମାଲୋଚନା କରିଆସୁଥିବା ମମତା, ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଟ୍ୱିଟ୍ କରି ଶୁଭେଚ୍ଛା ବାର୍ତ୍ତା […]
ଉଦଳା: ଯିଏ ସନ୍ତାନର ଭବିଷ୍ୟତ ଓ ଜୀବନକୁ ଆଲୋକିତ କରିବା ପାଇଁ ଦୀପ ପରି ପ୍ରତ୍ୟେକ ଦିନ ଜଳେ ସେ ହେଉଛି ମାଆ। ଆଉ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । ତେବେ ଏ କେମିତିକା ମାଆ? ଯିଏ କି ତା’ର ନବଜାତ ଶିଶୁକୁ ଅତି ନିର୍ଦ୍ଦୟ ଭାବେ ଅଳିଆ ଗଦାରେ ପୋତିଦେଲା। ପଢ଼ନ୍ତୁ ପୂରା ଘଟଣା… ମୟୂରଭଞ୍ଜ ଜିଲ୍ଲା ଉଦଳା ଢିପାସାହି ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ପ୍ରସବ ପରେ ନିଜର […]
ଗଜପତି: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ବା ଥାନା ଅନ୍ତର୍ଗତ ଡୁମିଗୁଡ଼ା ଗାଁର ଜଣେ ୨୩ବର୍ଷାୟ ଯୁବତୀଙ୍କ ସହ ଚିତ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଉକ୍ତ ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଜଣକ ଗାଁ […]
ସିମ୍ଲା: ପୁଣି ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍କା। ରାତି ପ୍ରାୟ ୨ଟା ୩୭ ମିନିଟ୍ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ରହିଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଚାମ୍ବା ଅଞ୍ଚଳ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶରେ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ୩ୟ ଭୂମିକମ୍ପ। ଏହାପୂର୍ବରୁ ଜୁନ୍ ୧୭ ଓ ୧୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୁବନେଶ୍ୱର: ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବବୋଲି ଜଣାପଡ଼ିଛି। ଫଳରେ ୨୫ ତାରିଖ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୪ଟି ଜିଲ୍ଲାରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ଜିଲ୍ଲା ହେଉଛି- ସମ୍ବଲପୁର, କେଉଁଝର, ମୟୂରଭଞ୍ଜ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ନୋଟ୍ବନ୍ଦୀ ଘୋଷଣାର ୫ଦିନ ଭିତରେ ବିଜେପି ବ୍ୟାଙ୍କରେ ୩ ହଜାର ୧୧୮ କୋଟିରୁ ଅଧିକ ଟଙ୍କା ଜମା କରିଛି। ଗୁଜରାଟ ଡିଷ୍ଟ୍ରିକ୍ଟ୍ କୋ-ଅପରେଟିଭ୍ ବ୍ୟାଙ୍କର ୧୧ଟି ଶାଖାରେ ଏହି ପରିମାଣର ଟଙ୍କା ଜମା ହୋଇଥିବା ଆରଟିଆଇ ତଥ୍ୟକୁ ଆଧାର କରି ବିଜେପିକୁ ଘେରିଛି କଂଗ୍ରେସ। ଏମିତିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ଦ୍ଦେଶକ ଥିବା ଅହମଦାବାଦ ଡିଷ୍ଟ୍ରିକ୍ଟ୍ କୋ-ଅପରେଟିଭ୍ ବ୍ୟାଙ୍କରେ ସର୍ବାଧିକ ୭୪୫ କୋଟି ୫୮ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିବା ଦର୍ଶାଇଛି କଂଗ୍ରେସ। अमित […]
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଡିଏଫ୍ଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଞ୍ଜନଗର ସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। ଆଜି ସକାଳୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁଙ୍କ ନେତୃତ୍ୱରେ ବିଜୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏହି ଚଢ଼ାଉ ଜାରି ରହିଛି। ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର […]
ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନ୍ଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାରା ଆସନ୍ତା ଜୁନ୍ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ ଏହାକୁ ରାଜ୍ୟ ସରକାର ଆଉ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ୨୦୧୭ ମସିହା ଡିସେମ୍ବର ୨୬ରେ ଗଠନ ହୋଇଥିଲା କୁନ୍ଦୁଲି କମିଶନ। ଗତ ମାର୍ଚ୍ଚରେ ପ୍ରଥମ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳ […]
ମାଲକାନଗିରି: କ୍ୱାକ୍ଙ୍କ ହାତରେ ଜୀବନ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଲୋକଙ୍କ ଭରସା ପାଲଟିଛନ୍ତି ନକଲିଡାକ୍ତର ବା କ୍ୱାକ୍। ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଯାହାର ଫାଇଦା ନେଉଛନ୍ତି କ୍ୱାକ୍। ଆଉ ଉପଯୁକ୍ତ ଚିକିତ୍ସା ଅଭାରୁ ଅକାଳରେ ଯାଉଛି ଅନେକ ଅମୂଲ୍ୟ ଜୀବନ। ପଢ଼ନ୍ତୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଓଟିଭିର ବିଶେଷ ରିପୋର୍ଟ। ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି କ’ଣ ମାଲକାନଗିରି ଚିତ୍ରକୋଣ୍ଡା ଦୃଶ୍ୟ ଦେଖିଲେ ତାହା ସ୍ପଷ୍ଟ ଜାଣିହେବ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତ […]
ଭୁବନେଶ୍ୱର: ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସରକାର ବିଧାନସଭା ଗୃହ କମିଟି ଗଠନ କରିଥିଲେ। କିନ୍ତୁ ଏହା ନିୟମିତ ବ୍ୟବଧାନରେ ବସୁ ନାହିଁ। ଯଦି ବା କେତେବେଳେ କେମିତି ବସୁଛି କିନ୍ତୁ ସଦସ୍ୟ ଆସୁ ନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳୁଛି। ଆଜି ବିଜୁଳି ଉତ୍ପାଦନ ଓ ସୀମା ବିବାଦ ଭଳି ଦୁଇଟି ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଗୃହ କମିଟିର ବୈଠକ ଥିଲା। ଏଭଳି ଏକ ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ଥିବା ସତ୍ତ୍ୱେ […]