• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bjd
ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ

ଆଠଗଡ଼  : ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ ହୋଇଛି। ଏହା ବିଧାୟକଙ୍କ ସମର୍ଥକମାନେ କରିଥିବା ଅଭିଯୋଗ କରିଛନ୍ତି ଅଭୟଙ୍କ ଗୋଷ୍ଠୀ।  ଅଭୟଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ସେମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ଆଜି ବ୍ଳକ ଆଗରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀ ଓ ପ୍ରଶାସନ […]

  • Saturday, 17 July 2021
miss america
ମିସ୍ ଅାମେରିକା ପ୍ରତିଯୋଗିତାର ଢାଞ୍ଚା ବଦଳିଲା: ସୌନ୍ଦର୍ଯ୍ୟ ନୁହେଁ, ବ୍ୟକ୍ତିତ୍ୱ ହେବ ମାପକାଠି

ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ। ଏଣିକି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ମହିଳାମାନଙ୍କୁ ସୁଇମ୍ ସୁଟ୍ ପିନ୍ଧିବା ଅାବଶ୍ୟକ ନାହିଁ । ପୂର୍ବତନ ମିସ ଅାମେରିକା ତଥା ସଂସ୍ଥାର ବୋର୍ଡ଼ ଅଫ୍ ଟ୍ରଷ୍ଟି […]

  • Saturday, 17 July 2021
dama--
ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗ: ଦାମ ଫିଙ୍ଗିଲେ ବବି ବମ୍‌

ଭୁବନେଶ୍ୱର : ବିଜେଡିରେ ଚାଲିଛି ପ୍ରବଳ ବିଶୃଙ୍ଖଳା। ଦଳରେ ବଢୁଛି ଅସନ୍ତୋଷ। ଏସବୁ ପଛରେ ଯେ କେବଳ ପି ନୁହଁନ୍ତି,ବରଂ ମୁଖ୍ୟ କାର୍ପଟଦାର ହେଉଛନ୍ତି ବବି। ଆଉ କେହି ନୁହେଁ ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ମନ୍ତବ୍ୟରୁ ଏହି କଥା ସ୍ପଷ୍ଟ ହେଉଛି। ବୈଜୟନ୍ତଙ୍କ ସମର୍ଥକ ସଲିମ୍ ଖାଁ ଓ ଦେବୁ ମଲ୍ଲିକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍‌ରେ ମଧ୍ୟ ବବିଙ୍କ ଭୂମିକାର ଖୁଲାସା ହୋଇଥିଲା। ଏବେ ଦଳର ବରିଷ୍ଠ ନେତା ଦାମୋଦର […]

  • Saturday, 17 July 2021
mao
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଦେବଗଡ଼  : ଦେବଗଡ଼ ଜିଲ୍ଳା ବାରକୋଟ ଥାନା କେଲଡା ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏସପିଙ୍କ ନିର୍ଦ୍ଦେଶରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଚାଲିଥିବା ବେଳେ ଜଙ୍ଗଲରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ମାଓ ପତାକା, ମାଓ ପୋଷାକ, ଟେଣ୍ଟରେ ବ୍ୟବହାର ତାରପୋଲିନ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ରହିଛି। ଜଙ୍ଗଲରେ ମାଓ ନେତା ସୁଶାନ୍ତ ଓରଫ ସମରଜୀଙ୍କ ନେତୃତ୍ୱରେ ମାଓ […]

  • Saturday, 17 July 2021
MINOR
ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର  : ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତର ଚିତ୍ତଳ ଗାଁରେ ଘଟିଛି ଏ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ ଦୁର୍ଷ୍କମ କରିଥିବା ନେଇ ଥାନାରେ  ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନାବାଳିକା ଜଣକ ଅଜା ଘରେ ରହି ପାଠ ପଢ଼ୁଥିବା ବେଳେ ଗାଁର ପ୍ରକାଶ ଜେନା ନାମକ ଜଣେ ବ୍ୟକ୍ତି ଫୋନ କରି ଡାକିଥିଲା। ଏହାପରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ […]

  • Saturday, 17 July 2021
jagatsingpur
ମା ଓ ଝିଅଙ୍କ କଟୁରୀ ଚୋଟରେ ବାପା ଗୁରୁତର

ଜଗତସିଂହପୁର : ଘରୋଇ କଳିର କରୁଣ ପରିଣତି। ମା ଓ ଝିଅଙ୍କ କଟୁରୀ ଚୋଟରେ ବାପା ଗୁରୁତର। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଳାଂଶ ଗାଁରେ। କୌଣସି କାରଣରୁ ଓଳାଂଶ ଗାଁର ନିତ୍ୟାନନ୍ଦ ଗୋଛାୟତ ଓ ତାଙ୍କ ସ୍ତ୍ରୀ କବିତା ଗୋଛାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କବିତା ଓ  ଝିଅ ସରସ୍ୱତୀ କଟୁରୀ ଓ ପନିକିରେ ନିତ୍ୟାନନ୍ଦଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ନିତ୍ୟାନନ୍ଦଙ୍କୁ ଜଗତସିଂହପୁର […]

  • Saturday, 17 July 2021
congress-1
କଂଗ୍ରେସକୁ ଫେରୁଛନ୍ତି ପୁରୁଣା ନେତା

ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶ୍ରଣ ପର୍ବ। ଦଳ ଛାଡି ଚାଲିଯାଇଥିବା କିଛି ନେତା ପୁଣି ଥରେ ଆଜି କଂଗ୍ରେସକୁ ଫେରୁଛନ୍ତି। ଏଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ। ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି ପ୍ରମୁଖଙ୍କ ସହ ଅନେକ ନେତା ଦଳକୁ ଫେରୁଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ […]

  • Saturday, 17 July 2021
baragh
ବରଗଡ ଜିଲ୍ଲାରେ ସବୁ ବ୍ୟାଙ୍କ ଫାଟକରେ ତାଲା ପକାଇଲେ ଚାଷୀ

ବରଗଡ଼ : ଫସଲ ବୀମା ଟଙ୍କା ପ୍ରଦାନରେ ବିଳମ୍ବର ପ୍ରତିବାଦରେ ବରଗଡ଼ରେ କୃଷକ ସଂଗଠନର ତାଲା ବନ୍ଦ ଆନ୍ଦୋଳନ। କ୍ଷତି ଚାଷର ବୀମା ଅର୍ଥ ପ୍ରଦାନ ନିମନ୍ତେ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ବରଗଡ଼ ଷ୍ଟେଟବ୍ୟାଙ୍କ, ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ଗୁଡ଼ିକର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। […]

  • Saturday, 17 July 2021
crocodile
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ। ଅର୍ଥାତ୍ ଈଶ୍ୱର ଯାହାକୁ ରକ୍ଷା କରିବେ ତା’ର ବା କିଏ କ’ଣ କରିପାରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ତୁବିରରେ ଗାଁରେ। ଏହି ଗାଁର ଜଣେ ଯୁବକ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଁର କିଣା ମଣ୍ଡଳ ନାମକ ଜଣେ ଯୁବକ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି କିଣା […]

  • Saturday, 17 July 2021
deadbody in temple
ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ କିନ୍ତୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମୃତ ଦିଲୀପ ନିକଟସ୍ଥ […]

  • Saturday, 17 July 2021
bjd
ଏନ୍‌ଏଚ୍‌ ୩୫୩ ନିର୍ମାଣ କାର୍ଯ୍ୟ ସାରିବା ଦାବିରେ ବିଜେଡିର ରାସ୍ତା ରୋକ

ନୂଆପଡ଼ା: ନୂଆପଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ର କାମ ଶୀଘ୍ର ସାରିବା ପାଇଁ ଦାବି ଜୋର ଧରିଛି। ଗତକାଲି ଜନ ସଚେତନ ମଞ୍ଚ ପକ୍ଷରୁ ଅର୍ଥନୈତିକ ବନ୍ଦ ଡାକରା ଦିଆଯାଇଥିଲା। ଆଜି କିନ୍ତୁ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏଥଯୋଗୁଁ ରାୟପୁର ଗୋପାଳପୁର ମଧ୍ୟରେ ଯାତାୟତ ପୂରାପୂରି ଅଚଳ ହୋଇଯାଇଛି। ନୂଆପଡ଼ାରୁ ଖଡ଼ିଆଳ ମଧ୍ୟରେ ବସ, ଟ୍ରକ୍ ଚଳାଚଳ ବନ୍ଦ ରହିଛି।

  • Saturday, 17 July 2021
road
ଡାକ୍ତର ନିଯୁକ୍ତି ଦାବିରେ ରାସ୍ତା ଅବରୋଧ

କଳାହାଣ୍ଡି: କୋକସରା ବ୍ଲକରେ ଡାକ୍ତର ନିଯୁକ୍ତି ଦାବିରେ ଜୋର ଧରିଛି ପ୍ରତିବାଦ। ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଦାବି ପୂରଣ ପାଇଁ ସେମାନେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋକସରା ବ୍ଲକ୍ ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଥିବାରୁ ଏଠାରେ ରୋଗୀ ସେବା ବ୍ୟାହତ ହେଉଛି।

  • Saturday, 17 July 2021
rain
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୮ ତାରିଖରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ଏବେ ବି ପ୍ରବଳ ଗରମ ଅନୁଭୂତ ହେଉଛି। ଟିଟଲାଗଡ଼ରେ ଗତକାଲି ତାପମାତ୍ରା ୪୧ଡିଗ୍ରୀ ରହିଥିବା ଜଣାପଡ଼ିଛି।  

  • Saturday, 17 July 2021
sea beach
ବିପଦରେ ପୁରୀ କୋଣାର୍କ ବେଳାମାର୍ଗ: ଧ୍ୱଂସ ପାଉଛି ସୁରକ୍ଷା ଦେଉଥିବା ବାଲୁକାସ୍ତୁପ  

ପୁରୀ: ବିପଦରେ ପୁରୀ କୋଣାର୍କ ବେଳାମାର୍ଗ। କାରଣ ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି ଏହି ବେଳାମାର୍ଗକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ବାଲୁକାସ୍ତୁପ। ବେଳାମାର୍ଗକୁ ସାମୁଦ୍ରିକ ଜୁଆର ଏବଂ ପବନ ଦାଉରୁ ସୁରକ୍ଷା ଦେଉଥିବା ବୃକ୍ଷରାଜି ମଧ୍ୟ ଧ୍ୱଂସ ହେବାରେ ଲାଗିଛି। କେଉଁଠି ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଅବାଧ ଗଛକଟା ଚାଲିଛି। ଦିନକୁ ଦିନ ବେଳାମାର୍ଗ ନିକଟତର ହେବାରେ ଲାଗିଲାଣି ସମୁଦ୍ର। କେବଳ ବେଳାମାର୍ଗ ନୁହେଁ, ଏଠାରେ ଥିବା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ […]

  • Saturday, 17 July 2021
toilet
‌ଏଠି ବାଟ ହୁଡ଼ିଛି ସ୍ୱଚ୍ଛ ଭାରତ ମିଶନ

କେନ୍ଦୁଝର/ ବାଲେଶ୍ୱର: ବିପର୍ଯ୍ୟସ୍ତ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ। କେଉଁଠି ଠିକାଦାର ଠିକ୍ ଭାବେ ପାଇଖାନା ନିର୍ମାଣ କରିନାହିଁ ତ, ଆଉ କେଉଁଠି ପାଇଖାନା ଥାଇ ମଧ୍ୟ ପାଣିର ଅଭାବ ଯୋଗୁଁ ଏହା ବ୍ୟବହାର ହୋଇ ପାରୁନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏହିଭଳି ଚାଲିଛି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା। ପାଇଖାନା ଅଛି ହେଲେ, ବ୍ୟବହାର ଅନୁପଯୋଗୀ ହୋଇ ପଡ଼ି ରହିଛି। କେଉଁଠି ସଠିକ୍ ମାପର ସକପିଟ୍ ନିର୍ମାଣ ହୋଇନି ତ ଆଉ କେଉଁଠି […]

  • Saturday, 17 July 2021
dadana
୨୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ

ନବରଙ୍ଗପୁର: ଧରା ପଡ଼ିଲା ବେଆଇନ ଦାଦନ ଚାଲାଣ। ବିଶାଖାପାଟଣାକୁ ଚାଲାଣ ବେଳେ ୨୦ ଜଣ ଦାଦନ ଶ୍ରମିକଙ୍କୁ ଗତକାଲି ରାତିରେ ନବରଙ୍ଗପୁର ସହରରୁ ଉଦ୍ଧାର କରାଯାଇଛି। ସେମାନଙ୍କ ଭିତରୁ ୬ ଜଣ ମହିଳା ଓ ୪ ଜଣ ନାବାଳକ ଥିବା ଜଣା ପଡ଼ିଛି। ଗତକାଲି ସନ୍ଧ୍ୟାରେ ଚିଲିକା ଅଞ୍ଚଳର ଜଣେ ଦଲାଲ ଏମାନଙ୍କୁ ଉମରକୋଟ, ରାଇଘର ଅଞ୍ଚଳରୁ ଏକ ଘରୋଇ ବସରେ ବିଶାଖାପାଟଣାକୁ ଚାଲାଣ କରୁଥିଲା। ହେଲେ କୌଣସି ସୂତ୍ରରୁ ଖବର ପାଇ ଶ୍ରମ ବିଭାଗ କର୍ମଚାରୀ […]

  • Saturday, 17 July 2021
rayagada
ବଜ୍ରାଘାତରେ ଆହତ ବ୍ୟକ୍ତିକୁ ମାଟି ଓ ଗୋବରରେ ପୋତିଲେ ଗ୍ରାମବାସୀ

ରାୟଗଡ଼ା: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଳ ହଟୁ ନାହିଁ। ଚିକିତ୍ସା ବିଜ୍ଞାନର ଉନ୍ନତି ଘଟିଲେ ମଧ୍ୟ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଞ୍ଜାଙ୍ଗମଣ୍ଡି ଗାଁରେ। ଗତକାଲି ଜିଲ୍ଲାର କାଶିପୁର ବ୍ଲକ କଞ୍ଜାଙ୍ଗମଣ୍ଡି ଗାଁର ଦୁଇଜଣ ବ୍ୟକ୍ତି ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ନାଁ ହେଲା, ଶଙ୍କର ରାଓ ବିଶୋଇ ଓ ବିଶ୍ୱନାଥ ମାଝୀ। ଦୁଇଜଣ ଆହତ […]

  • Saturday, 17 July 2021
jds
କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ ନେଇ ଛିଡ଼ିଲା ଅଙ୍କ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ ନେଇ ଛିଡିଲା ଅଙ୍କ। ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ।  ମନ୍ତ୍ରିମଣ୍ଡଳରେ ଜେଡିଏସର ୯ ଜଣ ବିଧାୟକ ସାମିଲ ହେବେ। କଂଗ୍ରେସ ଓ ଜେଡିଏସର ୩୨ ଜଣ ମନ୍ତ୍ରୀ ଆଜି ଶପଥ ନେବେ। କାହାକୁ କେଉଁ ବିଭାଗ ମିଳିବ ତାହା ଜଣାପଡିନାହିଁ। ଆଜି ଅପରାହ୍ନ ୨ଟା ବେଳେ ବିଧାନସଭାରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳ ଭାଗବଣ୍ଟାରେ କଂଗ୍ରେସର ୨୧ ବିଧାୟକ ଓ ଜେଡିଏସର ୧୧ ବିଧାୟକ ସାମିଲ ହେବେ ବୋଲି ଆଗରୁ […]

  • Saturday, 17 July 2021
sand art
‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ମାନସଙ୍କ ବାଲୁକାକଳା

ପୁରୀ: ପରିବେଶ ସୁରକ୍ଷା ନେଇ ଦିଲ୍ଲୀରେ ହେବାକୁ ଥିବା ‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରଦୂଷଣ ମୁକ୍ତ ସୁସ୍ଥ ପରିବେଶ ଗଠନ ସହ ଆବର୍ଜନାକୁ କିଭଳି ବ୍ୟବହାରଯୋଗ୍ୟ କରାଯାଇପାରିବ ସେ ନେଇ ତାଙ୍କ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ମାନସ। ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା ମୂର୍ତ୍ତି ନିର୍ମାଣ କରିବା ପାଇଁ  ୭ ଘଣ୍ଟା ସମୟ ଲାଗିଥିବା ବେଳେ ୨୦ ଟନ୍ […]

  • Saturday, 17 July 2021
truck
ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ: ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ

କେନ୍ଦୁଝର: ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଡମ୍ପର,ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତକାଲି ସକାଳୁ କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରୁ ପରିବହନ ବନ୍ଦ ହୋଇ ପଡ଼ିରହିଛି।  ଖଣି ଅଞ୍ଚଳରେ ମାଲ ପରିବହନ କରୁଥିବା ଗାଡ଼ି ମାଲିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର କହିବାନୁଯାୟୀ, ଗତ ଫେବୃୟାରୀ ମାସରୁ ଗାଡ଼ି ଭଡ଼ା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ହେଲେ ଭଡ଼ା ବୃଦ୍ଧି […]

  • Saturday, 17 July 2021
airport
ବିମାନବନ୍ଦରରେ ମିଳିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ। ରଜ ପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ବିମାନବନ୍ଦର ଟର୍ମିନାଲ୍-୧ ବାହାରେ ନୂତନ ଫୁଡ୍ ଓ ବେଭେରେଜ୍ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିମାନବନ୍ଦର ଭଳି ସ୍ଥାନରେ ବିଭିନ୍ନ ସାମଗ୍ରୀର ଦର ଅଧିକ ରହୁଥିବା ବେଳେ ଫୁଡ୍ ଓ ବେଭେରେଜ୍ କାଉଣ୍ଟରରେ କମ ଦାମରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। […]

  • Saturday, 17 July 2021
sankara charya
ରତ୍ନଭଣ୍ଡାର ବ୍ୟବସ୍ଥାର ସମୀକ୍ଷା କରାଯାଉ: ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏ ସମ୍ପର୍କରେ ସେ କହିଛନ୍ତି, ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି। ଏହାକୁ ସମୀକ୍ଷା କରାଯାଉ। ହାଇକୋର୍ଟ ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଗଜପତି ଓ ସେବାୟତଙ୍କୁ ନେଇ ସମୀକ୍ଷା ହେଉ ବୋଲି ସେ ଆହ୍ୱାନ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ନେତୃତ୍ୱକୁ ଶ୍ରୀହୀନ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ […]

  • Saturday, 17 July 2021
Arjun_Meghwal
ଟ୍ରିବ୍ୟୁନାଲ୍ ମାଧ୍ୟମରେ ହୋଇପାରେ ମହାନଦୀ ଜଳ ବିବାଦର ସମାଧାନ

ଭୁବନେଶ୍ୱର: ଏକକ ଟ୍ରିବ୍ୟୁନାଲ୍ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍। ବିବାଦର ସମାଧାନ ପାଇଁ ଇଣ୍ଟରଷ୍ଟେଟ ରିଭର ଡିସ୍‌ପୁଟ ଆକ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିବେ। ଏନେଇ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଥିଲା। ଷ୍ଟାଣ୍ଡିଂ କମିଟି ମଧ୍ୟ ରିପୋର୍ଟ ଦେଇସାରିଛି। ଆସନ୍ତା ମୌସୁମୀ ଅଧିବେଶନରେ  ବିଲ୍‌ଟି ଲୋକସଭାରେ ଆସିପାରେ ବୋଲି ଅର୍ଜୁନ କହିଛନ୍ତି। ଅନ୍ୟପଟେ ଅର୍ଜୁନଙ୍କ […]

  • Saturday, 17 July 2021