ଭୁବନେଶ୍ୱର: ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସରୁ ମଧ୍ୟ ଏମିତି କିଛି ଲିଖିତ ଅଭିଯୋଗ ଆସି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତା’ର […]
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ଘଟି ନ ଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ରଖି ସାରିଛନ୍ତି ବୋଲି ମହେଶ୍ୱର କହିଛନ୍ତି। ସେହିପରି ପରିଚାଳନା କମିଟି ମିଟିଂରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କଥା ଉଠିଲା କିପରି, ଏହି ପ୍ରଶ୍ନରେ ଉତ୍ତର ଦେଇ ମହେଶ୍ୱର କହିଛନ୍ତି, ‘ସେ କଥା ପୂର୍ବତନ ମୁଖ୍ୟ ପ୍ରଶାସକଙ୍କୁ […]
ମଧ୍ୟପ୍ରଦେଶ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଦୁଇ ମହଲା ଉପର ଛାତରୁ ଖସି ଆସି ସିଧା ପଡ଼ିଲେ ରିକ୍ସା ଉପରେ । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲ୍ ହେଉଛି ମଧ୍ୟପ୍ରଦେଶ ଟିକମଗଡ଼ର । ଯେଉଁଠି ଘରର ଦୁଇ ମହଲା ଉପରେ ଖେଳୁଥିଲେ ତିନି ବର୍ଷର ଶିଶୁ ପୁତ୍ର । ତେବେ କୌଣସି ଅସାବଧାନତା ଯୋଗୁଁ ଛାତରୁ ଖସି ପଡ଼ିଥିଲେ ଶିଶୁଟି। ହେଲେ ସୌଭାଗ୍ୟବଶତଃ […]
ଭୁବନେଶ୍ୱର: ମହିଳା ହକି ବିଶ୍ୱକପ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ଆସନ୍ତା ଜୁଲାଇ ୨୧ ତାରିଖଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ମହିଳା ହକି ବିଶ୍ୱକପ ଖେଳାଯିବ। ପ୍ରକାଶ ଥାଉକି,୨୦୧୦ ବିଶ୍ୱକପ ପରେ ଭାରତ ପୁଣି ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା […]
ମୟୁରଭଞ୍ଜ: ପୁଣି ନାଗସାପ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢ଼ ଗାଁର ଜଣଙ୍କ ଦୋକାନ ଘରୁ ୧୧ଟି ନାଗସାପ ଉଦ୍ଧାର କରାଯାଇଛି। ରାଢ ଗାଁର କୃପାସିନ୍ଧୁ ରାଉତଙ୍କ ଦୋକାନ ଘର ମରାମତି କାମ ହେଉଥିବା ବେଳେ ସାପ ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ପହଞ୍ଚି ୧୧ଟି ନାଗସାପକୁ ଉଦ୍ଧାର କରିଥିଲେ।
ବୌଦ୍ଧ: ବୌଦ୍ଧ ଜିଲ୍ଲା ଧଳପୁର ଗାଁରେ ଭାଲୁ ଆକ୍ରମଣରେ ପ୍ରଭାସିନୀ ମହାକୁଡ଼ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଗାଁ ପାଖ ବିଲକୁ ଯାଇଥିବା ବେଳେ ହଠାତ୍ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
କେନ୍ଦୁଝର: ଭୋଜିକୁ ନ ନେବାରୁ ଆତ୍ମହତ୍ୟା କଲା ଝିଅ। ଝିଅ ମୃତ୍ୟୁର ଦୁଃଖରେ ମା’ ବି ଜୀବନ ହାରିଲା। ବଡ଼ବିଲର ମହାରଣା ସାହିରେ ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ଝିଅ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ମା’ ମଧ୍ୟ ଆତ୍ମହତ୍ୟା କରିଛି। ମୃତ ମହିଳା ଜଣକ ହେଲେ ଜ୍ୟୋତ୍ସା ବିରୁଆଁ। ଓ ତାଙ୍କ ୧୧ ବର୍ଷର ଝିଅ ଭାରତୀ। ପୋଲିସର ସୂଚନା ଅନୁଯାୟୀ, ଗତକାଲି ୨୭ ତାରିଖ ରାତିରେ ଏକ ଭୋଜିରେ ଯୋଗଦେବା ପାଇଁ […]
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ମନ୍ତ୍ରୀ ଆଞ୍ଚଳିକବାଦ କହି ରାଜ୍ୟକୁ ଭାଗ ଭାଗ ଉଦ୍ୟମ କରିବାକୁ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାକୁ ସହି ହେବ ନାହିଁ। ସାଧାରଣ ଜ୍ଞାନ ନ ଥାଇ ମନ୍ତ୍ରୀମାନେ ବକ୍ତବ୍ୟ ଦେଉଛନ୍ତି, ମନ୍ତ୍ରୀମାନଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନ ସମ୍ମତ ହେବା ଉଚିତ ବୋଲି ଦାମ କହିଛନ୍ତି। ଏଥିସହିତ ମେ ୨୯ […]
ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଅଭିଯୋଗ ଆସିଛି ଭୁବନେଶ୍ୱର ମଞ୍ଚେଶ୍ୱରର ସମେଇଗାଡ଼ିଆ ଅଞ୍ଚଳରୁ। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ ମାନସିକ ବିକାରଗ୍ରସ୍ତ ବୋଲି ସୂଚନା ମିଳିଛି। ଦୁଷ୍କର୍ମ ଅଭିଯୋଗ ମାମଲାରେ ସମେଇଗାଡ଼ିଆ ଅଞ୍ଚଳର ଏକ ଘରୋଇ ସଂସ୍ଥାର ମାଲିକ ଜୟନ୍ତ ପଣ୍ଡାଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି । ଏନେଇ ମହିଳାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି ଲିଟିଗେଟର ଭାବେ ପରିଚିତ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଅାସନ୍ତା ୧ ଅଗଷ୍ଟରୁ କାର୍ଯ୍ୟଭାର ଗ୍ରହଣ କରି ଅାଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ସିବିଏସ୍ଇ ପରୀକ୍ଷା ଖାତାର ଭୁଲ ମୂଲ୍ୟାୟନ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଓ ମାର୍କ ଟୋଟାଲିଂରେ ଭୁଲ ଥିବା ଅଭିଯୋଗରେ ଦେଶର ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଏସ୍ଇ ବୋର୍ଡ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାରର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭, ଦିଲ୍ଲୀରୁ ୬, ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି। ଗତ ମାସ ଶେଷ […]
ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ ପ୍ରବେଶ କରି ଅାଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୁତ୍ତର ପରିଚୟ ମିଳିଛି । ତା ନାଁ ହେଲା ଜାରେଡ ଓ୍ୱାରେନ ରାମୋସ । ଗୁୁରୁବାର ନ୍ୟୁଜରୁମରେ କର୍ମଚାରୀମାନେ […]
କଟକ: ସେଦିନ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ, ହେଲେ ଆଜି ଚାଲିଗଲେ। ପ୍ରାୟ ୧୦ ଘଣ୍ଟା ଧରି ପାଇପ୍ ଭିତରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ନେଇ ଫେରିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଦୀର୍ଘ ୪୪ଦିନ ପରେ ମୃତ୍ୟୁ ଘଟିଛି। ଦେଉଳିସାହି ସ୍ଥିତ ନିଜ ଘରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କଟକ ତୁଳସୀପୁର ପୋଲିସ କଲୋନୀ ନିକଟରେ ପାଇପ୍ ଭିତରେ ଫସି ରହି ଓ ଶେଷରେ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭%, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩% ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨% କଟ୍ ଅଫ ମାର୍କ ରହିଛି। ଛାତ୍ରଛାତ୍ରୀ www.samsodisha.gov.in ୱେବ୍ସାଇଟ୍ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୦ରେ […]
ଭୁବନେଶ୍ୱର: ସି ପ୍ଲେନ୍ ପରେ ଓଡ଼ିଶାରେ ଗଡିବ ଲକ୍ଜୁରି ଟ୍ରେନ୍। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ କରିବେ। ରେଳବାଇର ଅଧିକାରୀ ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ୭ଟି ଲକ୍ଜୁରି ଟ୍ରେନ୍ ଚାଲୁଛି। […]
ଭୁବନେଶ୍ୱର : କର୍ମଚାରୀଙ୍କ ପ୍ରତିବାଦ ସତ୍ତ୍ୱେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଏହି ବିମାନ ବନ୍ଦରଗୁଡିକ ହେଲା ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର। ପ୍ରସ୍ତାବକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବୋର୍ଡର ଅନୁମୋଦନ ରହିଛି। ଏନେଇ କ୍ୟାବିନେଟର ମଂଜୁରୀ ପାଇଁ ଆବେଦନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି […]
ଭୁବନେଶ୍ୱର/ଗୌହାଟି: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତୀ। ଗୌହାଟିରେ ଚାଲିଥିବା ୫୮ତମ ନ୍ୟାସନାଲ୍ ଇଣ୍ଟରଷ୍ଟେଟ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନସିପ୍ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍ଲେଟିକ୍ ମିଟ୍ର ସେମିଫାଇନାଲ୍ରେ ଦୌଡ଼ି ସେ ଏହି ରେକର୍ଡ କରିଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତୀ। ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ।