ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ମନ୍ଦିରରୁ ଗତକାଲି ରାତିରେ ଜୟଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ସୁନା ମୁକୁଟ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଜୟଦୁର୍ଗା ଠାକୁରାଣୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ସହ ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରି ଛୁ ମାରିଛନ୍ତି। ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ହେବା ପରେ ସତ୍ୟବାଦୀ […]
ଖୋର୍ଦ୍ଧା: ପୁଣି କଙ୍ଗାରୁ କୋର୍ଟରେ ବଳି ପଡିଛନ୍ତି ନିରୀହ ଲୋକ । ଦାଦାବଟି ନ ଦେବାରୁ ବୁଲ୍ଡୋଜର ଲଗାଇ ପୂରା ଘରକୁ ମାଟିରେ ମିଶାଇ ଦେଇଛନ୍ତି ମୁଷ୍ଟିମେୟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗାଁରେ ଏହି ଘଟଣା ଘଟିଛି। ହାଟବରଡ଼ି ଗାଁରେ ବାସ କରୁଥିବା ପୁରୁଷୋତ୍ତମ ବେହେରା ଓ ଛବି ବେହରାଙ୍କ ଘର ୧୫ ଫୁଟ୍ ଜାଗାରେ ହୋଇଛି । ତେଣୁ ୧୫ ଫୁଟ୍ ଜାଗାକୁ ଫୁଟ୍ ହିସାବରେ ୧୫ ହଜାର ଟଙ୍କା ଲେଖାଏଁ ଦାଦାବଟି […]
ବ୍ରହ୍ମପୁର: ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ। ତାଙ୍କ ଘର ଭଞ୍ଜନଗର ଗାଙ୍ଗପୁର ଥାନା ବାଙ୍ଗରଡା ଗାଁରେ। ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସ୍ରେ ବ୍ରହ୍ମପୁର ଆସୁଥିଲେ। ଗତକାଲି ଟ୍ରେନ୍ରେ ହଠାତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ପ୍ରାଣ ହରାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ […]
ପାରଳାଖେମୁଣ୍ଡି: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଶୁକ୍ରବାର ଜିଲ୍ଲାପାଳ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପାଠ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ। ‘ମୋ ସ୍କୁଲ ଆନୁକଲ୍ୟରେ ଆମେ ‘ଟିଚ୍ ଗଜପତି’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଯେଉଁଥିରେ ସ୍ୱେଚ୍ଛାକୃତ ଭାବରେ ଯିଏ ଶିକ୍ଷକତା କରିବା ପାଇଁ ଚାହୁଁଛନ୍ତି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ ଭିତରକୁ ନେବାକୁ ଉଦ୍ୟମ କରିଥିବା ବେଳେ କୈଳାସ ସଂଘର୍ଷ କରି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ଗତକାଲି ଏହି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ […]
ଶ୍ରୀନଗର : ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ […]
ନୟାଗଡ଼: କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଅକଥନୀୟ ନିର୍ଯାତନା। ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଏହାକୁ ମୋବାଇଲ୍ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ହୋଇଛି। କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସେଠି ପଢ଼ାଉଥିବା ଜଣେ ଇଂରାଜୀ ଶିକ୍ଷକ। ଗତ ୫ ତାରିଖରେ ଘଟିଥିବା ଏହି ଘଟଣା ସଂପର୍କରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିବା ପରେ […]
ପୁରୀ: ରତ୍ନ ସିଂହାସନ ଛାଡି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସରର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶି ମାତ୍ରାରେ ବଢ଼ି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢ଼ାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ, ରସଛେନା ଆଦି ଭୋଗ ଲାଗିଥାଏ। ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏଥିରେ ଆଉ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଅାନନ୍ଦପୁର ମେଡିକାଲରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ କରଞ୍ଜିଆ-ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗଛରେ କାର୍ ପିଟି […]
ଭୁବନେଶ୍ୱର: ନବୀନଙ୍କ ପାଇଁ ଅଡୁଆ ହେବ ଭ୍ରଷ୍ଟାଚାର ଓ ବଢୁଥିବା ସରକାର ବିରୋଧୀ ଜନମତ। ଆଗାମୀ ସାଧାରଣ ନିର୍ବାଚନରେ ବ୍ରାଣ୍ଡ ନବୀନ ଏଥିପାଇଁ ପ୍ରଭାବିତ ହେବ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ ବୈଜୟନ୍ତ କହିଛନ୍ତି, ଗତ ୪ ବର୍ଷ ହେଲା କୋଟେରୀ କବ୍ଜାରେ ବିଜେଡି ଓ ନବୀନ। କୋଟେରୀକୁ ଲିଡ୍ କରୁଥିବା ପାଣ୍ଡିୟାନ୍ଙ୍କୁ ଟାର୍ଗେଟ କରିବା ସହ ତାଙ୍କ ବିରୋଧରେ ସିବିଆଇ […]
ଭୁବନେଶ୍ୱର: ପୁଣି ତେଜିଲା କଂଗ୍ରେସ କଳି। ନିରଞ୍ଜନ ଦାୟିତ୍ୱ ନେବାରେ ଦିନ କେଇଟା ଠିକ୍ଠାକ୍ ଚାଲିଲା ପରେ କଂଗ୍ରେସରେ ପୁଣି ପୁରୁଣା ଗୋଷ୍ଠୀକନ୍ଦଳ ରୋଗ ବାହାରିଛି। କୋରାପୁଟ ଜିଲ୍ଲା କଂଗ୍ରେସ କଳି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଜଣେ ଦଳୀୟ ବିଧାୟକ ଖୋଲାଖୋଲି ଶାସକ ବିଜେଡିକୁ ପ୍ରଶଂସା କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେଣୁ କଂଗ୍ରେସରେ ଯେ ସବୁ ଠିକ୍ ଚାଲି ନାହିଁ ଏଥିରୁ ସ୍ପଷ୍ଟ ବାରି ହେଉଛି। ଦଳର ଏସ୍ସି ସେଲ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ […]
ଭୁବନେଶ୍ୱର: ଚାଷୀ ଭୋଟ ଉପରେ ନେତାଙ୍କ ଆଖି। ଚାଷୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଯୋଗିତା ହେଉଛି। ଏଥିରେ ପରସ୍ପରର ଗୋହି ଖୋଳି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର କୃଷକଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏଗ୍ରି କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ତିନିଜଣ କେନ୍ଦ୍ରମନ୍ତ୍ରୀ। ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା ଯୋଜନାର ହିସାବ ଦେବା ବେଳେ ତିନି କେନ୍ଦ୍ର ମନ୍ତ୍ରୀ ନବୀନଙ୍କୁ ଚାଷୀ ବିରୋଧୀ ବୋଲି ଚିତ୍ରିତ କରିଛନ୍ତି। […]