ନୂଆଦିଲ୍ଲୀ: ହରିୟାଣାରେ ଦ୍ୱିତୀୟ ଥର କ୍ଷମତା ଦଖଲ ପାଇଁ ଯୋଜନା କରିଥିବା ବିଜେପିର ବିଜୟ ରଥ ଅଟକି ଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୫ଟି ଆସନ ଜିତିବି ବୋଲି ସ୍ୱପ୍ନ ଦେଖୁଥିବା ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଦଳ ୪୦ଟି ଆସନ ଜିତି ପାରିଛି। ତେବେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୫। ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଓ ଅନ୍ୟାନ୍ୟ ଦଳକୁ ୧୯ଟି ଆସନ […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ମୁନ୍ସ୍ୟାରୀ ତହସିଲ ଓ ପିଥୋରଗଡ଼ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ରବିବାର ରାତିରେ ଓ ସୋମବାର ସକାଳେ ମୁନ୍ସ୍ୟାରୀ ୨୫୦mm ବର୍ଷା ରେକର୍ଡ଼ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳେ ଯାଏଁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଫଳରେ ମୁନ୍ସ୍ୟାରୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବାସହ ବିଭିନ୍ନ […]
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ସେଥିପାଇଁ ୧୦ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଯାଜପୁର, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା , ଜଗତସିଂହପୁର ଓ ଢ଼େଙ୍କାନାଳ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି […]
ଭୁବନେଶ୍ୱର: ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କିଟ୍ ଗୁଣ୍ଡାଙ୍କ ଆକ୍ରମଣ ଘଟଣାକୁ ୪୮ ଘଣ୍ଟା ବିତିଗଲାଣି ହେଲେ ଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ସେପଟେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣର ଶିକାର ହୋଇଥିବା ଓଟିଭି ପ୍ରତିନିଧି ଓ କ୍ୟାମେରା ପର୍ସନଙ୍କ ନାଁରେ କିଟ୍ର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସଙ୍ଗୀନ୍ ଦଫା ଲଗାଇଥିବା ଜଣାପଡିଛି। ପୋଲିସ ଆଖି ସାମ୍ନାରେ ଓଟିଭି ଟିମ୍ ଉପରେ ଆକ୍ରମଣ ହୋଇଥିଲେ ବି […]
ମହାରାଷ୍ଟ୍ର : ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ । ସରକାର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ପୁଣି ଏନଡିଏ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ ୨୦୧୪ ଅପେକ୍ଷା ଏନଡିଏର ଆସନ ସଂଖ୍ୟା କମିଥିଲେ ବି ଦଳ କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଛି। ସେପଟେ ବିରୋଧୀ ଆସନରେ ଥିବା କଂଗ୍ରେସ ଓ ଏନସପି ମେଣ୍ଟ ଶାସନକୁ ଫେରିବା ଆଶା ଧୂଳିସାତ ହୋଇଥିଲେ ବି ଶାସକ ଦଳଠୁ ଏଥର ୨୫ରୁ ଅଧିକ ଆସନ […]
ପୁରୀ: ପୁରୀ ରଥଯାତ୍ରାର ଅନ୍ତିମ ସମନ୍ୱୟ କମିଟି ବୈଠକ ଘୁଞ୍ଚିଲା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକକୁ ବର୍ଜନ ଲାଗି ସେବାୟତ ସମ୍ମିଳନୀ ପୂର୍ବରୁ ଆହ୍ୱାନ ଦେଇଥିଲେ। ପୋଷ୍ଟର ଜରିଆରେ ଏଭଳି ଆହ୍ୱାନ ଦେଇଥିଲା ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ। ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ କଥା ପୋଷ୍ଟରରେ ଉଲ୍ଲେଖ ରହିଥିଲା। ପୋଷ୍ଟରରେ ଜିଲ୍ଲାପାଳଙ୍କ ଦ୍ୱାରା ଦମନମୂଳକ କାର୍ଯ୍ୟ […]
ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ଘରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ଗୁମର ଫିଟୁଛି। ମୃତଦେହ ଜବତ ହୋଇଥିବା ଘରୁ ବହୁ ପରିମାଣର ହାତଲେଖା ନୋଟ୍ ମିଳିଛି। ନୋଟ୍ରେ ଲେଖାଯାଇଥିବା କିଛି ତଥ୍ୟକୁ ଆଧାର କରି ବିଚିତ୍ର ଧର୍ମ ବିଶ୍ୱାସ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୋଟିଏ ଘର ଭିତରୁ ଏକାସଙ୍ଗେ ୧୧ଜଣଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପ୍ରଥମେ ଏହା ଗଣ ଆତ୍ମହତ୍ୟା ପରେ କେହି ଗଣ ହତ୍ୟା […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ହରିଡ଼ାମୂଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ତେବେ ଦୁର୍ଘଟଣାରେ ମୃତକ ଜଣକ ଭଞ୍ଜନଗର ଅଞ୍ଚଳର ମୀନାକ୍ଷୀ ଚୌଧୁରୀ ବୋଲି ଜଣାପଡ଼ିଛି। ସୂଚନା […]
ଭୁବନେଶ୍ୱର : ଅମିତଙ୍କୁ ନେଇ ବିଜେପି ଶିବିରରେ ଜବରଦସ୍ତ ଉତ୍ସାହ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ ଲାଗି ବିମାନବନ୍ଦରରେ ଭବ୍ୟ ଆୟୋଜନ। ପାରମ୍ପରିକ ବାଦ୍ୟରେ କମ୍ପୁଛି ବିଜୁପଟ୍ଟନାୟକ ବିମାନବନ୍ଦର। ଆଉ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ଦଳର ତୁଙ୍ଗ ନେତା । ଅମିତ୍ ପହଞ୍ଚିବା ପରେ ତାଙ୍କୁ ଦିଆଯାଇଥିଲା ଉତ୍ସସିତ ସମ୍ବର୍ଦ୍ଧନା ।ଆଉ ତାପରେ ବିଶାଳ ମୋଟର ସାଇକେଲ୍ ରାଲିରେ ଅମିତ୍ଙ୍କୁ ଦଳୀୟ କାର୍ଯ୍ୟାଳୟ ଯାଏଁ ପାଛୋଟି ଆଣିଥିଲେ ନେତା ଓ କର୍ମୀ। ପ୍ରଷ୍ଫୁଟିତ ପଦ୍ମ ଫୁଲରେ […]
ଭୁବନେଶ୍ୱର : କିସ୍କୁ ହାଇକୋର୍ଟଙ୍କ ନୋଟିସ୍। ବଣ୍ଡା ଛାତ୍ର ନିଖୋଜ ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍ପି ଓ ମୁଦୁଲିପଡ଼ା ଥାନା IICଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ରଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ ବର୍ଷ ହେଲା ରାମଚନ୍ଦ୍ରଙ୍କ ପତ୍ତା ମିଳୁନାହିଁ […]
ଭୁବନେଶ୍ୱର : ମିଳିଲା ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା । ନବୀନ ନନ୍ଦ କୋଲକାତାରେ ଥିବା ସେ ନିଜେ ଫୋନ୍ ଯୋଗେ ଓଟିଭିକୁ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି କୋଲକାତାରେ ସେ ପକେଟ୍ମାର୍ର ଶିକାର ହୋଇଥିଲେ। ତେବେ ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିବା ବେଳେ ଚୋରଟି ଏକ ହୋଟେଲରେ ପଶିଯାଇଥିଲା। ସେହି ସମୟରେ ହୋଟେଲରେ ରେଡ୍ ଚାଲିଥିବାରୁ ପୋଲିସ୍ ଉଭୟଙ୍କୁ ପଚରାଉଚରା କରିଥିଲା। ପାଖରେ ଫୋନ ନଥିବାରୁ ଘର ସହ ଯୋଗାଯୋଗ […]