ନୂଆଦିଲ୍ଲୀ: ଇସ୍ରାଏଲର ହ୍ୟାକର ଗ୍ରୁପ୍ ଭାରତର ସାମ୍ବାଦିକ, ସାମାଜିକ କର୍ମୀ ଓ ସାଧାରଣ ଲୋକଙ୍କ ହ୍ୱାଟସ୍ଆପ ହ୍ୟାକ କରିଥିବା ଜଣାପଡ଼ିଛି। ଏହି ହ୍ୟାକର ଗ୍ରୁପ୍ର ନାଁ ପେଗାସୁସ୍। ଏହି ସଂସ୍ଥା ପକ୍ଷରୁ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ ଦଳିତଙ୍କ ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀଙ୍କ ହ୍ୱାଟସ୍ଆପକୁ ହ୍ୟାକ କରି ଅନେକ ବ୍ୟକ୍ତିଗତ ତଥ୍ୟ ନେଇ ଯାଇଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସରକାର ଏହି ଘଟଣା […]
ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ। ଭଡ଼ାରେ ଯିବା ବାହାନାରେ କାର୍ ବୁକ୍ କରି ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ତପୋବନ ଛକରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଭଡ଼ାରେ ଯିବା ବାହାନାରେ ୨ଜଣ ଦୁର୍ବୃତ୍ତ ପ୍ରଥମେ କାର୍ ବୁକ୍ କରିଥିଲେ। କାର୍ ଆସି ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଡ୍ରାଇଭରଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟି ନେଇ ପଳାଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ଆଜିଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହା ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ। ତେବେ ୬ ତାରିଖଠୁ ବର୍ଷା ପରିମାଣ ବଢିବ। ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରକୃତିର କୋପ। ଗତ କିଛି ଦିନ ଧରି ଉତ୍ତରଖଣ୍ଡରେ ଲାଗି ରହିଥିବା ବର୍ଷା, ସାରା ରାଜ୍ୟରେ ବିତ୍ପାତ ସୃଷ୍ଟି କରିଛି। ହିମାଳୟ ପାଦ ଦେଶରେ ହେଉଥିବା ଏହି ବର୍ଷା ଗତ ୬୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ଉତ୍ତରାଖଣ୍ଡ ନଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏଥିସହିତ ଆସନ୍ତା ୪୮ ଘଣ୍ଟା ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେବଳ ଉତ୍ତରାଖଣ୍ଡ […]
ଭଦ୍ରକ: ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଲଜ୍ଜାଜନକ ଘଟଣା। ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଧରି ଆଣ୍ଠେଇ ଆଣ୍ଠେଇ ଯାଇ ମହିଳାଙ୍କୁ ଭୁଲ ମାଗିବାକୁ କହିଥିଲେ। ଏଥିସହ ଆଣ୍ଠେଇକି ଯାଇ ଠାକୁରଙ୍କ ନିକଟରେ ଭୁଲ ମାଗିଥିଲେ ଅଭିଯୁକ୍ତ। ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳର ଜଣେ ମାନସିକ ଅନଗ୍ରସର ମହିଳା ଘରେ ଏକାକୀ ଥିବା ବେଳେ ସେହି ଗାଁର […]
ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚିତ ସରକାର ପାଖରେ ହିଁ ରହିବ ପ୍ରକୃତ କ୍ଷମତା। ମନ୍ତ୍ରୀ ପରିଷଦ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେନି ଉପରାଜ୍ୟପାଳ। ସର୍ବୋଚ୍ଚ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦିଲ୍ଲୀରେ କେଜ୍ରିଓ୍ୱାଲ୍ ସରକାରଙ୍କୁ ବଡ଼ ଅାଶ୍ୱସ୍ତି ମିଳିଛି। ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅାଜି ଏହି ରାୟ ଦେଇଛନ୍ତି। […]
ପାଟଣାଗଡ଼ : ଦୁର୍ଘଟଣା ପରେ ବସ ଜାଳିଦେଲେ ଲୋକେ। ପାଟଣାଗଡ଼ ବ୍ରହ୍ମପୁରା ନିକଟରେ ଘଟିଛି ଏହି ଅଘଟଣ। ବସ-ବାଇକ ଧକ୍କା ହେବାପରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ବସକୁ ଜାଳି ଦେଇଛନ୍ତି। ବସ୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବାପରେ ଘଟିଛି ଏହି ଲଙ୍କାକାଣ୍ଡ। ଦୁର୍ଘଟଣାରେ ବାଇକ ଚାଳକ ଏବଂ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।
ନୂଆଦିଲ୍ଲୀ : ଆସନ୍ତାକାଲି ଯାଏ ସଂରକ୍ଷିତ ରହିଲା ଶଶି ଥରୁର୍ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି। ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଆସନ୍ତାକାଲି ଶଶି ଥରୁରଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ନେଇ ଶଶି ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ମାମଲାର ତଦନ୍ତ କରୁଥିବା ସିବିଆଇ୍ ଶଶିଙ୍କୁ ଅଭିଯୁକ୍ତ ଭାବେ ସମନ୍ କରିଛି। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପବର୍ତ୍ତାଇବା ନେଇ ଶଶିଙ୍କୁ ଅଭିଯୁକ୍ତ ଆକାରରେ ଦର୍ଶାଇଛନ୍ତି ସିବିଆଇ୍। […]
ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ତିନି ନାମଲେଖା ଆରମ୍ଭ। ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇ ସାରିଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ ସାଇନ୍ସରେ ୨୯ହଜାର୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆଜିଠାରୁ […]
ନୂଆଦିଲ୍ଲୀ: ବଦଳିବ ୭୦ ବର୍ଷର ଇତିହାସ। ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ଏହାର ବୃହତ ଅଙ୍ଗ ଜମ୍ମ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ। ଅନ୍ୟପକ୍ଷରେ ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ନେବେ ଆରକେ ମାଥୁର। ଗୁରୁବାର ଶ୍ରୀନଗର ଏବଂ ଲେହଠାରେ ପୃଥକ ପୃଥକ ୨ଟି ଉତ୍ସବରେ ଦୁହେଁ ଶପଥ ନେବେ। ଉଭୟଙ୍କୁ ଶପଥ କରାଇବେ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ। ଜମ୍ମୁ-କଶ୍ମୀର […]
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ. ମୋହାତାଙ୍କ ପରଲୋକ ହୋଇଯାଇଛି। ମହାରାଷ୍ଟ୍ର ନାଗପୁର ଅକୋଲାରେ ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ୨୮-୯-୧୯୯୪ରୁ ୨୫-୪-୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିଥିଲେ। ଅବସର ପରେ ସେ ସରାକରଙ୍କ କୌଣସି ନିଯୁକ୍ତିକୁ ଗ୍ରହଣ କରିନଥିଲେ। ସେ […]
ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ଉଦ୍ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ଆସନ୍ତା ୭ ତାରିଖରୁ ନ୍ୟୁ ଷ୍ଟେସନରୁ ଗଡ଼ିବ ଟ୍ରେନ୍। ଏଥିପାଇଁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି। ବାରଙ୍ଗ-ମଞ୍ଚେଶ୍ୱର ମଧ୍ୟରେ ଥିବା ଏହି ନ୍ୟୁ ଷ୍ଟେସନରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଲିବ ତିନୋଟି ପାସେଞ୍ଜର ଟ୍ରେନ୍। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ରୁ ଯାତ୍ରୀଙ୍କ ସଂଖ୍ୟା କମାଇବା ଏବଂ ଏକ ଅର୍ନ୍ତଜାତୀୟ ସ୍ତରର ଷ୍ଟେସନ୍ ଲକ୍ଷ୍ୟରେ ନିର୍ମାଣ […]
ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ବାହାରିଛି ଆତଙ୍କୀସ୍ତାନ ପାକିସ୍ତାନ। କର୍ତ୍ତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ତାଲିକାରୁ ଭାରତ ସରକାର ସିଦ୍ଧୁଙ୍କ ନାଁ ବାଦ୍ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପାକିସ୍ତାନ ସରକାର ଇସ୍ଲାମାବାଦ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଭାରତ ଭଳି ପାକିସ୍ତାନ ମଧ୍ୟ ତା’ ସୀମାରେ ନଭେମ୍ବର ୯ରେ କର୍ତ୍ତାରପୁର କରିଡର ଉଦ୍ଘାଟନ କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପାକିସ୍ତାନ ସରକାର ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। […]
ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ଯୁଦ୍ଧରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍ ଧରି ବସିଥିବା ବିଜେପିର ସହଯୋଗୀ ଦଳ ଶିବସେନା ଏଥିରୁ ଓହରି ଯିବାକୁ ସଙ୍କେତ ଦେଇଛି। ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଶିବସେନା ଘୋଷଣା କରି ନଥିଲେ ହେଁ ଆସନ୍ତାକାଲି କିମ୍ବା ଶୁକ୍ରବାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏଥିପାଇଁ […]
ଆନନ୍ଦପୁର : ଆନନ୍ଦପୁର ମେଡିକାଲରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମ ପାଇଁ ଗତକାଲିଠାରୁ ମୃତଦେହ ଆସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ହୋଇନଥିବା ଜଣାପଡିଛି। ମେଡିକାଲ ବାରଣ୍ଡାରେ ପଡି ରହିଛି ମୃତଦେହ। ପୋଷ୍ଟମର୍ଟମରେ ଅହେତୁକ ବିଳମ୍ବ ହେବାରୁ ପୁଅର ମୃତଦେହକୁ ବାରଣ୍ଡାରେ ଧରି କାନ୍ଦୁଛି ମାଅ। ଗତକାଲି ବିଦ୍ୟୁତ ଆଘାତରେ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ଆସିଥିଲା ମୃତଦେହ।
ଭୁବନେଶ୍ୱର : ତାମିଲନାଡ଼ୁ ଓ ହାଇଦ୍ରାବାଦକୁ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱରରରୁ ୧୯ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡଲାଇନ। ଏଥିସହ ବାଲିପାଟଣାରୁ ୨ ଓ ଚନ୍ଦ୍ରଶେଖରପୁରରୁ ୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ମୋଟ ୨୩ ଜଣ ଶିଶୁଙ୍କ ମଧ୍ୟରେ ୩ଜଣ ନାବାଳିକା ଅଛନ୍ତି । ଖୋର୍ଦ୍ଧା ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବିଭିନ୍ନ ସ୍ୱଧାରଗୃହରେ ରଖାଯାଇଛି।
ଅନୁଗୁଳ: ଅନୁଗୁଳରେ ପୋଲିସ ଟ୍ରେନିଂ ବେଳେ ଅଘଟଣ। ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଫାୟାରିଂ ପ୍ରାକ୍ଟିସ୍ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ରେ ଗୁରୁତର ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସେହି ଶରଧାପୁର ଗାଁର ବୋଲି ଜଣାପଡ଼ିଛି ।