ଭୁବନେଶ୍ୱର : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଡିସେମ୍ବର ମଧ୍ୟ ଭାଗରେ ଭାରତ ଆସିବାର ସମ୍ଭାବନା ଅଛି। ଉଭୟ ରାଷ୍ଟ୍ର ପକ୍ଷରୁ ତାରିଖ ସ୍ଥିର ପାଇଁ ଆଲୋଚନା ଜାରି ରହିଛି। ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଏକ ତାରିଖ ସ୍ଥିର ହେବାକୁ ଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ଅଛି। ତେବେ ଏହି ସମ୍ମିଳନୀ ପାଇଁ ଓଡ଼ିଶାର କୋଣାର୍କ ଏବଂ ଆସାମର ଗୌହାଟୀ ୨ଟି ବିକଳ୍ପ ସ୍ଥାନ ରହିଛି। ଗୌହାଟୀ ପ୍ରଥମ ବିକଳ୍ପ […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି। ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍ଙ୍କ ପ୍ରତି ୧୪୪ […]
ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ, ସବୁ ସମ୍ଭବ (ମୋଦି ହେ ତ ମୁମକିନ୍ ହେ)। ଏଥିସହ ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେବ ବୋଲି ସେ କହିଛନ୍ତି। […]
ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ […]
ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ’ଣ […]
ନୂଆଦିଲ୍ଲୀ: ଗତକାଲି ସିଆଚେନ୍ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ […]
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ। ନୂଆଦିଲ୍ଲୀ ସ୍ଥିତ ବୈଜୟନ୍ତଙ୍କ ବାସଭବନରେ ଟୋନି ଆବଟ ଏକ ଭାରତୀୟ-ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ଦ୍ୱିପାକ୍ଷିକ ସଂପର୍କ, ଭାରତ ସରକାରଙ୍କ ବୈଦେଶିକ ନୀତି ତଥା ଏଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କକୁ ଆହୁରି ସୁଦୃଢ କରିବା […]
ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ। କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୨୩ କିମି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭.୦୧ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଯାଏ ପ୍ରଶାସନ ପାଖରେ […]
ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ କହିବାକୁ ପଛାଇ ନାହାନ୍ତି। ତେବେ ମୋଦିଙ୍କ ଏଭଳି ପ୍ରଶଂସାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରରେ ୫୦: ୫୦ ଫର୍ମୁଲାକୁ ଆଳ କରି ଶିବସେନା […]