ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାଧୋଇବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଆଜି ଏପରି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି। ବ୍ରାହ୍ମଣୀ ନଦୀ ଉପରେ ଥିବା ତରକେରା ଡ୍ୟାମରେ ଗାଧୋଇବା ବେଳେ ଉଦିତନଗର ହାଇସ୍କୁଲ ଛାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶିଷ ବଡାଇକ ନିଖୋଜ ହୋଇଛନ୍ତି। ଆଜି ପୂର୍ବାହ୍ନରେ ଆଶିଷ ବଡାଇକ ଓ ତାଙ୍କର ୩ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ପାଣି ସୁଅରେ ୪ […]
ଭୁବନେଶ୍ୱର : ଓଡ଼ିଶାର ସୀମାବର୍ତ୍ତୀ ବିବାଦୀୟ ଗାଁ କୋଟିଆରେ ପ୍ରତିଷ୍ଠା ହେବ ଥାନା। ଯାହାଫଳରେ କୋଟିଆର ୨୧ଟି ଗାଁରେ ବାସ କରୁଥିବା ଲୋକମାନେ ଆଉ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଥାନାକୁ ନଯାଇ ଓଡ଼ିଶା ସରକାରଙ୍କ ଥାନାରେ ଅଭିଯୋଗ କରିପାରିବେ। ଆଜି ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ବସିଥିବା ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଆଲୋଚନାରେ କୋରାପୁଟର ବହୁ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ‘ମୋ ବସ୍’ ସେବାକୁ ପୂରିଛି ବର୍ଷେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ବସ୍’ରେ ଯାତ୍ରା କରିଛନ୍ତି। ସେ ଏୟାରପୋର୍ଟ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ଜୟଦେବ ଭବନ ଯାଏଁ ବସ୍ରେ ଆସିଛନ୍ତି। ବସ୍ରେ ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟ ଯାତ୍ରୀଙ୍କ ସହ ଆସିଥିଲେ। ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ଯାତ୍ରୀଙ୍କ ସହିତ ଆଲୋଚନା କଥା ହୋଇଥିଲେ। ଏପରିକି ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ଉଠାଇଥିଲେ। ପରେ ଜୟଦେବ […]
ଅହମଦାବାଦ : ଆରବ ସାଗର ଉପରେ ଥିବା ପ୍ରଳୟଙ୍କରୀ ବାତ୍ୟା ମହା ଆଜି ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଏହା ୭ ତାରିଖ ସୁଦ୍ଧା ଗୁଜରାଟ୍ ଉପକୂଳରେ ଲ୍ୟାଣ୍ଡଫଲ କରିବ। ତେବେ ଲ୍ୟାଣ୍ଡଫଲ ବେଳେ ଏହା ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବ। ଲ୍ୟାଣ୍ଡଫଲ ବେଳେ ଏହା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ରହିଥିବ। ତଥାପି ଏହାର ପ୍ରଭାବରେ ଗୁଜରାଟ ସମେତ ମହାରାଷ୍ଟ୍ର ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବ […]
ବିଶାଖାପଟନମ : ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି। ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଇବ୍ରାହିମ୍ପଟନମ୍ର ରେଭିନ୍ୟୁ ଡିଭିଜନାଲ ଅଫିସର ଅମରିନ୍ଦର କହିଛନ୍ତି, ତହସିଲଦାର ବିଜୟା ଆଜି ମଧ୍ୟାହ୍ଣରେ ତାଙ୍କ ଚ୍ୟାମ୍ବରରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥିଲା। ସେଠାରେ ସେ ଚ୍ୟାମ୍ବର ଲକ୍ କରି ବିଜୟାଙ୍କ ସହ ପାଟିତୁଣ୍ଡ […]
ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ସଂସ୍କାରର ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ୬୦ ହଜାର ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା କରିବାକୁ କହିବା ସହିତ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବସାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା କରିବାକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। […]
ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ଯେ, ଦିନରେ ମୁହଁକୁ ମୁହଁ ଦିଶୁନି। ଦିଲ୍ଲୀ ମହାନଗରର କିଛି ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍ଡେକ୍ସ ୧୨୦୦ ଟପିଛି। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍ଡେକ୍ସ ୧୩୫୦ ରେକର୍ଡ କରାଯାଇଥିବା ବେଳେ ଅଶୋକ ବିହାର ଅଞ୍ଚଳରେ ୧୨୯୧ ରେକର୍ଡ କରାଯାଇଛି। ସମଗ୍ର ଦିଲ୍ଲୀ କଥା କହିଲେ, ଏୟାର କ୍ୱାଲିଟି ଇନ୍ଡେକ୍ସ ୧୧୪୬ […]
ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି। ଗତ ଅକ୍ଟୋବର ୩୧ ତାରିଖରେ ହିଁ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ କରାଯାଇଥିଲା। ଏହାର ପ୍ରାୟ ୩ […]
ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ। ପ୍ରଥମ ଥର ଏହା ବିଫଳ ହୋଇଥିବାରୁ ପୁଣିଥରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରିବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଦିଲ୍ଲୀ ଆଇଆଇଟିର ବାର୍ଷିକ ଉତ୍ସବରେ ଯୋଗଦେଇ ଶିବନ କହିଛନ୍ତି ଯେ, ପ୍ରଥମ ଥର ହୋଇଥିବା ଉଦ୍ୟମ ଓ ଏହାର ବିଫଳତାରୁ ଇସ୍ରୋ ଅନେକ କିଛି ଶିକ୍ଷା ଲାଭ କରିଛି। ଏଣୁ ସେହି […]
ଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସାମ୍ନାରେ ପୁଲିସ୍ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ଗୁଳି ଫୁଟାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏଥିରେ ଜଣେ ଓକିଲ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ସେଣ୍ଟ ଷ୍ଟିଫେନ୍ ହସ୍ପିଟାଲ ନିଆଯାଇଛି। ଓକିଲମାନେ ଅଭିଯୋଗ ଆଣିଛନ୍ତି ଥାର୍ଡ ବାଟାଲିଅନ୍ ପୁଲିସ୍ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କହିବା ଅନୁଯାୟୀ, କିଛି ଓକିଲ ଏବଂ ପୁଲିସ୍ମାନଙ୍କ ମଧ୍ୟରେ ପାର୍କିଂକୁ […]
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲିଆନ ଗୋଲଡେନ ସ୍ୟାଣ୍ଡ ଆୱାର୍ଡ। ଆସନ୍ତା ନଭେମ୍ବର ୧୩ରୁ ୧୮ତାରିଖ ପର୍ଯ୍ୟନ୍ତ ଇଟାଲୀରେ ହେବାକୁ ଥିବା ଏକ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଏହି ଆୱାର୍ଡ ପ୍ରଦାନ କରାଯିବ। ଏହି ଆୱାର୍ଡ ପାଇବା ପାଇଁ ସୁଦର୍ଶନଙ୍କୁ ନିମନ୍ତ୍ରଣ କରାଯାଇଛି। ବିଦେଶ ମାଟିରେ ଏଭଳି ଏକ ସମ୍ମାନ ପାଇଁ ମନୋନୀତ କରାଯାଇଥିବାରୁ ବେଶ୍ ଖୁସି ଥିବା କହିଛନ୍ତି ସୁଦର୍ଶନ ପଟ୍ଟନାୟକ।
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନସେଲର ଆଜି ଦିଲ୍ଲୀର ପ୍ରଦୂଷଣକୁ ଆଖିରେ ଦେଖିଛନ୍ତି। ଏହାପରେ ଦେଶରେ ଡିଜେଲ ବସ୍ ବଦଳରେ ଇଲେକ୍ରିକ ବସ୍ ଚଳାଇବା ପାଇଁ କହିଛନ୍ତି। ଏମିତିକି ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଅନେକ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ବସ୍ ସେବାର ପରିବର୍ତ୍ତନ ପାଇଁ ଜର୍ମାନ୍ ଆଗାମୀ ଦିନରେ ୨୦୦ ମିଲିଅନ ୟୁରୋ ନିବେଶ କରିବ। ଡିଜେଲ ବସକୁ ହଟାଇ ଇଲେକ୍ଟ୍ରି ବସ ଆରମ୍ଭ କଲେ ପ୍ରଦୂଷଣ ମାତ୍ରା […]
ବେଜିଂ: ଚାଇନାରେ ଆରମ୍ଭ ହୋଇଛି ୫ଜି ଟେଲିକମ୍ ସେବା। ଏଥିସହିତ ଚାଇନା ଟେଲିକମ୍ ଜଗତର ଅଗ୍ରଣୀ ପରିଚୟ ହାସଲ କରିପାରିଛି। ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍ ଏବଂ ଚାଇନା ଟେଲିକମ୍ ୫ଜି ସେବା ଆରମ୍ଭ କରିଛନ୍ତି। ଆଉ ଏଭଳି ଘଟଣା ସେତେବେଳେ ଘଟିଛି ଯେତେବେଳେ ବେଜିଂ ଏବଂ ୱାଶିଂଟନ୍ ପରସ୍ପର ସହ ଟେକ୍ନୋଲୋଜି ଓ ଟ୍ରେଡ୍କୁ ନେଇ ଲଢ଼ୁଛନ୍ତି। ପୂର୍ବରୁ ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନ୍ ୫ଜି ସେବା ଆରମ୍ଭ କରିସାରିଛନ୍ତି। […]
ନୂଆପଡ଼ା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ନୂଆପଡ଼ା କୁରୁମପୁରୀ ଦଲଦଲି ଗାଁର ଏକ ପୋଖରୀ ହୁଡ଼ାରୁ ଜୀବନ୍ତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳୁ କିଛି ଗାଁ ଲୋକ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପୋଖରୀ ହୁଡ଼ାରୁ ଶିଶୁଟିକୁ ପ୍ରଥମେ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଆଶାକର୍ମୀଙ୍କ ସହାୟତାରେ ନୂଆପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁ କନ୍ୟାଟି ୨-୩ ଦିନ ତଳେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। […]
ମାଲକାନଗିରି: ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ। ତା’ବି ପୁଣି ନକଲି ଆମ୍ବୁଲାନ୍ସ ଭିତରେ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କାରବାରର ପର୍ଦ୍ଦାଫାସ ହୋଇଛି। ମୃତଦେହ ନେବା ପରି ଗଞ୍ଜେଇକୁ ଧଳା କପଡ଼ାରେ ଗୁଡ଼ାଇ ଏକ ନକଲି ଆମ୍ବୁଲାନ୍ସରେ ନିଆଯାଉଥିଲା। ତେବେ ପୋଲିସ ଗୋବିନ୍ଦପାଲ୍ଲୀ ଛକରେ ଯାଞ୍ଚ ବେଳେ ଏହା ଧରାପଡ଼ିଥିଲା। ଆମ୍ବୁଲାନ୍ସରୁ୧ କ୍ୱିଣ୍ଟାଲ୍ ୨୩ କେଜି ଗଞ୍ଜେଇ ଜବତ କରାଯିବା ସହ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ […]